2 UDB କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ତୁମେ ଜାଣ, ପ୍ରଭୁ ଯୀଶୁ ଅନପେକ୍ଷିତ ଭାବରେ ଆସିବେ। BSB BSB: For you are fully aware that the Day of the Lord will come like a thief in the night.
3 UDB ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ। BSB BSB: While people are saying, “Peace and security,” destruction will come upon them suddenly, like labor pains on a pregnant woman, and they will not escape.
4 UDB କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋରର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ, BSB BSB: But you, brothers, are not in the darkness so that this day should overtake you like a thief.
5 UDB କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ; BSB BSB: For you are all sons of the light and sons of the day; we do not belong to the night or to the darkness.
6 UDB ଅତଏବ ଆସ ଆମ୍ଭେମାନେ ଅଣଯିହୂଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହି ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ ରହିବା। BSB BSB: So then, let us not sleep as the others do, but let us remain awake and sober.
7 UDB ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି। BSB BSB: For those who sleep, sleep at night, and those who get drunk, get drunk at night.
8 UDB କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ। କାରଣ ଆମ୍ଭେମାନେ ସୈନ୍ୟ ସଦୃଶ ଅଟୁ। BSB BSB: But since we belong to the day, let us be sober, putting on the breastplate of faith and love, and the helmet of our hope of salvation.
9 UDB କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି। BSB BSB: For God has not appointed us to suffer wrath, but to obtain salvation through our Lord Jesus Christ.
10 UDB ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ। BSB BSB: He died for us so that, whether we are awake or asleep, we may live together with Him.
11 UDB ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ। BSB BSB: Therefore encourage and build one another up, just as you are already doing.
12 UDB ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତି ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର, BSB BSB: But we ask you, brothers, to acknowledge those who work diligently among you, who care for you in the Lord and who admonish you.
13 UDB ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ। BSB BSB: In love, hold them in highest regard because of their work. Live in peace with one another.
14 UDB ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ। BSB BSB: And we urge you, brothers, to admonish the unruly, encourage the fainthearted, help the weak, and be patient with everyone.
15 UDB ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟ ହୁଅ। BSB BSB: Make sure that no one repays evil for evil. Always pursue what is good for one another and for all people.
16 UDB ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; BSB BSB: Rejoice at all times.
17 UDB ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; BSB BSB: Pray without ceasing.
18 UDB କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ। BSB BSB: Give thanks in every circumstance, for this is God’s will for you in Christ Jesus.
19 UDB ଆତ୍ମାଙ୍କୁ ନିର୍ବାଣ ନ କର; BSB BSB: Do not extinguish the Spirit.
20 UDB ଭାବବାଣୀ ତୁଚ୍ଛ କର ନାହିଁ; BSB BSB: Do not treat prophecies with contempt,
22 UDB ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ। BSB BSB: Abstain from every form of evil.
23 UDB ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ। BSB BSB: Now may the God of peace Himself sanctify you completely, and may your entire spirit, soul, and body be kept blameless at the coming of our Lord Jesus Christ.
24 UDB ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସହାଯ୍ୟ କରିବେ। BSB BSB: The One who calls you is faithful, and He will do it.
25 UDB ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର। BSB BSB: Brothers, pray for us as well.
26 UDB ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର। BSB BSB: Greet all the brothers with a holy kiss.
27 UDB ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି। BSB BSB: I charge you before the Lord to have this letter read to all the brothers.
28 UDB ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। BSB BSB: The grace of our Lord Jesus Christ be with you.
Select verses for actions: Enter goes to them and Escape comes back.