3 UDB ଈଶ୍ୱରଙ୍କ ପୁତ୍ର ଈଶ୍ୱରଙ୍କ ମହିମାର ପ୍ରଭା ଓ ଈଶ୍ୱରଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି I ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବାସ୍ତବିକ ବିଷୟ ଧାରଣ କରନ୍ତି I ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, ଯେଉଁଠାରୁ ସେ ତାହାଙ୍କ ସହିତ ରାଜ୍ୟ କରନ୍ତି I BSB BSB: The Son is the radiance of God’s glory and the exact representation of His nature, upholding all things by His powerful word. After He had provided purification for sins, He sat down at the right hand of the Majesty on high.
4 UDB ଈଶ୍ୱର ଯେଉଁ ପରିମାଣରେ ଆପଣା ପୁତ୍ରଙ୍କୁ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ କରିଅଛନ୍ତି, ତାହାଠାରୁ ଅଧିକ ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ଗୌରବ ଓ ଅଧିକାରଯୁକ୍ତ ହୋଇଅଛନ୍ତି I BSB BSB: So He became as far superior to the angels as the name He has inherited is excellent beyond theirs.
5 UDB ଶାସ୍ତ୍ରରେ କେହି ମଧ୍ୟ ଉଲ୍ଲେଖ କରି ନାହାନ୍ତି ଯେ, ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି ଯାହା ସେ ଆପଣା ପୁତ୍ରଙ୍କୁ କହିଅଛନ୍ତି: "ତୁମ୍ଭେ ଆମ୍ଭର ପୁତ୍ର! ଆଜି ଆମ୍ଭେ ଘୋଷଣା କରିଅଛୁ ଯେ ଆମ୍ଭେ ତୁମ୍ଭର ପିତା!" ଆଉ ସେ ଦୂତମାନଙ୍କ ବିଷୟରେ କଦାପି କହି ନାହାନ୍ତି ଯାହା ସେ ଶାସ୍ତ୍ରରେ ଆପଣା ପୁତ୍ର ବିଷୟରେ କହିଅଛନ୍ତି: "ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?" BSB BSB: For to which of the angels did God ever say: “You are My Son; today I have become Your Father”? Or again: “I will be His Father, and He will be My Son”?
6 UDB ପୁଣି, ଯେଉଁ ସମୟରେ ଈଶ୍ୱର ଆପଣା ଗୌରବଯୁକ୍ତ ପୁତ୍ରଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, "ମୋହର ସମସ୍ତ ଦୂତ ତାହାଙ୍କର ଉପାସନା କରନ୍ତୁ I" BSB BSB: And again, when God brings His firstborn into the world, He says: “Let all God’s angels worship Him.”
7 UDB ଆଉ ଶାସ୍ତ୍ରରେ ଦୂତମାନଙ୍କ ବିଷୟରେ ଏହା ଲେଖାଯାଏ: "ସେ ଆପଣା ଦୂତମାନଙ୍କୁ ଆତ୍ମା ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି I" BSB BSB: Now about the angels He says: “He makes His angels winds, His servants flames of fire.”
8 UDB କିନ୍ତୁ ଶାସ୍ତ୍ରରେ ଈଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ଲେଖାଯାଇଅଛି, "ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ I" BSB BSB: But about the Son He says: “Your throne, O God, endures forever and ever, and justice is the scepter of Your kingdom.
9 UDB "ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ I ତେଣୁ ଈଶ୍ୱର, ଯାହାଙ୍କୁ ତୁମ୍ଭେ ଉପାସନା କର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି I" BSB BSB: You have loved righteousness and hated wickedness; therefore God, Your God, has anointed You above Your companions with the oil of joy.”
10 UDB ଏହା ମଧ୍ୟ ଆମ୍ଭେମାନେ ଜାଣୁ ଯେ, ତାହାଙ୍କ ପୁତ୍ର ଦୂତମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ, କାରଣ ଶାସ୍ତ୍ରରେ ଈଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ଏହା ଲେଖାଯାଏ, "ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀ ସୃଷ୍ଟି କରିଅଛ, ପୁଣି, ସମଗ୍ର ବିଶ୍ୱ, ଆକାଶମଣ୍ଡଳରେ ଥିବା ତାରାଗଣ ଓ ସମସ୍ତବିଷୟ ତୁମ୍ଭ ହସ୍ତକୃତ କର୍ମ I" BSB BSB: And: “In the beginning, O Lord, You laid the foundations of the earth, and the heavens are the work of Your hands.
11 UDB "ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ I ଆଉ ସେହି ସବୁ ବସ୍ତ୍ର ପରି କ୍ଷୟ ପାଇଯିବ I" BSB BSB: They will perish, but You remain; they will all wear out like a garment.
12 UDB "ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ, ଆଉ ସେହି ସବୁ ପରିବର୍ତ୍ତିତ ହେବ I କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭେ ସଦାକାଳ ନିମନ୍ତେ ରହିବା I" BSB BSB: You will roll them up like a robe; like a garment they will be changed; but You remain the same, and Your years will never end.”
13 UDB ଈଶ୍ୱର ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିନାହାନ୍ତି ଯାହା ସେ ଆପଣା ପୁତ୍ରଙ୍କୁ କହିଲେ: "ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସି ମୋ ସହିତ ଶାସନ କର!" BSB BSB: Yet to which of the angels did God ever say: “Sit at My right hand until I make Your enemies a footstool for Your feet”?
14 UDB ଦୂତମାନେ କେବଳ ଆତ୍ମା ଅଟନ୍ତି ଯେଉଁମାନଙ୍କୁ ଈଶ୍ୱର ପରିତ୍ରାଣର ଭାବି ଅଧିକାରୀ ବିଶ୍ୱାସୀମାନଙ୍କର ସେବା ଓ ଯତ୍ନ କରିବାକୁ ପ୍ରେରଣ କରିଅଛନ୍ତି ଯେପରି ସେ ସେମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି I BSB BSB: Are not the angels ministering spirits sent to serve those who will inherit salvation?
Select verses for actions: Enter goes to them and Escape comes back.