1 UDB ଈଶ୍ୱର ଆମ୍ଭମାନଙ୍କୁ ଦେବାକୁ ଥିବା ଉତ୍ତମ ବିଷୟକୁ ବ୍ୟବସ୍ଥା ଭଲ ଭାବେ ପ୍ରଦର୍ଶିତ କରେ ନାହିଁ I ଏହି ବ୍ୟବସ୍ଥା ଉତ୍ତମ ବିଷୟର ଛାୟା ସ୍ୱରୂପ I ଯଦି ଲୋକମାନେ ପ୍ରତି ବର୍ଷ ସେହି ସମାନ ପ୍ରକାରେ ବଳିଦାନ ଉତ୍ସର୍ଗ କରିବା ଦ୍ୱାରା ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ଆସନ୍ତି, ତେବେ ସେମାନେ କଦାପି ସିଦ୍ଧ ହୋଇ ପାରନ୍ତି ନାହିଁ I BSB BSB: For the law is only a shadow of the good things to come, not the realities themselves. It can never, by the same sacrifices offered year after year, make perfect those who draw near to worship.
2 UDB ସେହି ସବୁ ବଳିର ଉତ୍ସର୍ଗୀକରଣରେ ଈଶ୍ୱର ଯଦି ଉପାସକମାନଙ୍କୁ ନିର୍ଦ୍ଦୋଷ କରିଥାନ୍ତେ, ତେବେ ସେମାନେ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ! BSB BSB: If it could, would not the offerings have ceased? For the worshipers would have been cleansed once for all, and would no longer have felt the guilt of their sins.
3 UDB କିନ୍ତୁ ସେହି ସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ I BSB BSB: Instead, those sacrifices are an annual reminder of sins,
4 UDB ତେଣୁ ଆମ୍ଭେମାନେ ଜାଣୁ, ବୃଷ ଓ ଛାଗ ସଦୃଶ ପଶୁକୁ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ଯଦ୍ୟପି ସେମାନଙ୍କର ରକ୍ତପାତ ଦେଖନ୍ତି, ତେବେ ମଧ୍ୟ ତାହା ଆମ୍ଭମାନଙ୍କୁ ନିର୍ଦ୍ଦୋଷ କରିବ ନାହିଁ I BSB BSB: because it is impossible for the blood of bulls and goats to take away sins.
5 UDB ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି ଆପଣା ପିତାଙ୍କୁ କହିଲେ, "ତୁମ୍ଭେ ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ' ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ I BSB BSB: Therefore, when Christ came into the world, He said: “Sacrifice and offering You did not desire, but a body You prepared for Me.
6 UDB ତୁମ୍ଭ ନିକଟରେ ଉତ୍ସର୍ଗୀକୃତ ସମ୍ପୂର୍ଣ୍ଣ ଦଗ୍ଧ ପଶୁଗୁଡ଼ିକ, ତୁମକୁ ସନ୍ତୁଷ୍ଟ କଲେ ନାହିଁ, ଏବଂ ଅନ୍ୟ କୌଣସି ବଳି ଦ୍ୱାରା ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ I BSB BSB: In burnt offerings and sin offerings You took no delight.
7 UDB ଏଥିସକାଶୁ ମୁଁ କହିଲି, "ହେ ଈଶ୍ୱର, ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି, ଯେପରି ଶାସ୍ତ୍ରରେ ମୋ' ବିଷୟରେ ଲେଖା ଅଛି I" BSB BSB: Then I said, ‘Here I am, it is written about Me in the scroll: I have come to do Your will, O God.’”
8 UDB ପ୍ରଥମେ ଖ୍ରୀଷ୍ଟ କହିଲେ," ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ I BSB BSB: In the passage above He says, “Sacrifices and offerings, burnt offerings and sin offerings You did not desire, nor did You delight in them” (although they are offered according to the law).
9 UDB ତତ୍ପରେ ଲୋକମାନଙ୍କ ପାପ ନିମନ୍ତେ ଆପଣାକୁ ବଳିଦାନ କରିବା ବିଷୟରେ ସେ କହନ୍ତି, "ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି I" ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି I BSB BSB: Then He adds, “Here I am, I have come to do Your will.” He takes away the first to establish the second.
10 UDB କାରଣ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ, ଈଶ୍ୱର ଆପଣା ନିମନ୍ତେ ଆମ୍ଭମାନଙ୍କୁ ପୃଥକ୍ କଲେ I ଦ୍ୱିତୀୟ ନିୟମରେ ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ I BSB BSB: And by that will, we have been sanctified through the sacrifice of the body of Jesus Christ once for all.
12 UDB ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ I BSB BSB: But when this Priest had offered for all time one sacrifice for sins, He sat down at the right hand of God.
13 UDB ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି I BSB BSB: Since that time, He waits for His enemies to be made a footstool for His feet,
14 UDB କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ଈଶ୍ୱରଙ୍କ ଦ୍ୱାରା ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି I BSB BSB: because by a single offering He has made perfect for all time those who are being sanctified.
15 UDB ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି I ପ୍ରଥମେ ସେ କୁହନ୍ତି: BSB BSB: The Holy Spirit also testifies to us about this. First He says:
16 UDB ଆମ୍ଭ ଲୋକମାନଙ୍କ ସହିତ ପ୍ରଥମ ନିୟମ ଲୋପ ପାଇବା ସମୟରେ, ଆମ୍ଭେ ସେମାନଙ୍କ ସହିତ ଏକ ନୂତନ ନିୟମ ସ୍ଥାପନ କରିବା I ଆମ୍ଭେ ଏହା ସେମାନଙ୍କ ନିମନ୍ତେ କରିବା: ଆମ୍ଭେ ସେମାନଙ୍କର ଆପଣା ବ୍ୟବସ୍ଥା ବୁଝିବାର କାରଣ ହେବା ଓ ଆମ୍ଭେ ସେମାନଙ୍କୁ ତାହା ପାଳନ କରିବାର କାରଣ ହେବା I" BSB BSB: “This is the covenant I will make with them after those days, declares the Lord. I will put My laws in their hearts and inscribe them on their minds.”
17 UDB ପରେ ସେ କହନ୍ତି: "ଆମ୍ଭେ ସେମାନଙ୍କ ପାପ ନିମନ୍ତେ ସେମାନଙ୍କୁ କ୍ଷମା ଦେବା, ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ I" BSB BSB: Then He adds: “Their sins and lawless acts I will remember no more.”
18 UDB ଯେତେବେଳେ ଈଶ୍ୱର କୌଣସି ବ୍ୟକ୍ତିର ପାପକ୍ଷମା କରନ୍ତି, ସେହି ବ୍ୟକ୍ତିର ସମସ୍ତ ପାପ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ I BSB BSB: And where these have been forgiven, an offering for sin is no longer needed.
20 UDB ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଅଛି I ସେହି ନୂତନ ପଥ ହେଉଅଛନ୍ତି ଯୀଶୁ, ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ I BSB BSB: by the new and living way opened for us through the curtain of His body,
21 UDB ଖ୍ରୀଷ୍ଟ ହେଉଛନ୍ତି ମହାନ ଯାଜକ, ଓ ଆମ୍ଭେମାନେ ଯେ ଈଶ୍ୱରଙ୍କ ଲୋକ ସେ ଆମ୍ଭମାନଙ୍କ ଉପରେ ଶାସନ କରନ୍ତି I BSB BSB: and since we have a great priest over the house of God,
22 UDB ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ ଜଳରେ ଧୌତ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ I BSB BSB: let us draw near with a sincere heart in full assurance of faith, having our hearts sprinkled to cleanse us from a guilty conscience and our bodies washed with pure water.
25 UDB ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହିତ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ I BSB BSB: Let us not neglect meeting together, as some have made a habit, but let us encourage one another, and all the more as you see the Day approaching.
26 UDB କାରଣ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ I BSB BSB: If we deliberately go on sinning after we have received the knowledge of the truth, no further sacrifice for sins remains,
27 UDB ବରଂ, ଆମ୍ଭେମାନେ ଭୟ ସହକାରେ ଆଶା କରୁ ଯେ ଈଶ୍ୱର ଆମ୍ଭମାନଙ୍କର ବିଚାର କରିବେ, ଏବଂ ପରେ ସେ ଧାର୍ମିକତାପୂର୍ବକ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତାରେ ଦଣ୍ଡ ଦେବେ I BSB BSB: but only a fearful expectation of judgment and of raging fire that will consume all adversaries.
28 UDB କେହି ଈଶ୍ୱର ଦତ୍ତ ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ I BSB BSB: Anyone who rejected the law of Moses died without mercy on the testimony of two or three witnesses.
29 UDB ତାହା ଗୁରୁତର ଦଣ୍ଡ ଥିଲା I କିନ୍ତୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର, ଓ ସେ ନିଜେ ମଧ୍ୟ ଈଶ୍ୱର I ଯଦି କେହି ତାଙ୍କର ସ୍ଥାପିତ ନୂତନ ନିୟମକୁ ପ୍ରତ୍ୟାଖ୍ୟାନ କରେ ଓ ତାଙ୍କର ପାତିତ ରକ୍ତକୁ ଘୃଣା କରେ--- ଯାହା ପରିବର୍ତ୍ତେ ଈଶ୍ୱର ତାହାକୁ କ୍ଷମା ଦେଲେ ସେହି ରକ୍ତକୁ ପ୍ରତ୍ୟାଖ୍ୟାନ କରେ--- ଯଦି ସେହି ବ୍ୟକ୍ତି ଈଶ୍ୱରଙ୍କ ଦୟାମୟ ଆତ୍ମା ପ୍ରତ୍ୟାଖ୍ୟାନ କରେ,--- ତେବେ ଈଶ୍ୱର ତାହାକୁ ଅଧିକ ଗୁରୁତର ଦଣ୍ଡ ଦେବେ I BSB BSB: How much more severely do you think one deserves to be punished who has trampled on the Son of God, profaned the blood of the covenant that sanctified him, and insulted the Spirit of grace?
30 UDB ଆମ୍ଭେମାନେ ସୁନିଶ୍ଚିତ, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ, "ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା, ପୁନଶ୍ଚ ମୋଶା ଲେଖନ୍ତି, "ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ" I BSB BSB: For we know Him who said, “Vengeance is Mine; I will repay,” and again, “The Lord will judge His people.”
31 UDB ଏହା କିପରି ଭୟଙ୍କର ବିଷୟ ହେବ ଯଦି ସର୍ବଶକ୍ତିମାନ ଜୀବିତ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧ କରି ଦଣ୍ଡ ଦେବେ I BSB BSB: It is a fearful thing to fall into the hands of the living God.
32 UDB କିନ୍ତୁ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେତେବେଳେ ତୁମ୍ଭେମାନେ ଈଶ୍ୱରଙ୍କଠାରେ ଭରସା କରିବା ପରିତ୍ୟାଗ କରି ନ ଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ I BSB BSB: Remember the early days that you were in the light. In those days, you endured a great conflict in the face of suffering.
33 UDB ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ I BSB BSB: Sometimes you were publicly exposed to ridicule and persecution; at other times you were partners with those who were so treated.
34 UDB କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ଧନ ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ I BSB BSB: You sympathized with those in prison and joyfully accepted the confiscation of your property, knowing that you yourselves had a better and permanent possession.
35 UDB ଅତଏବ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ତାଡନା ଦିଅନ୍ତି, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ କାରଣ ଯଦି ତୁମ୍ଭେମାନେ ଈଶ୍ୱରଙ୍କଠାରେ ଭରସା କରିବା ପରିତ୍ୟାଗ ନ କର, ତେବେ ସେ ତୁମ୍ଭମାନଙ୍କୁ ମହା ପୁରସ୍କାର ଦେବେ I BSB BSB: So do not throw away your confidence; it holds a great reward.
36 UDB ଯେଣୁ ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ I BSB BSB: You need to persevere, so that after you have done the will of God, you will receive what He has promised.
37 UDB ମସୀହଙ୍କ ବିଷୟରେ ଈଶ୍ୱର ଯାହା କହିଅଛନ୍ତି ତାହା ଜଣେ ଭାବବାଦୀ ଶାସ୍ତ୍ରରେ ଲେଖନ୍ତି: "କାରଣ ଆଉ ଅତିଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ I" BSB BSB: For, “In just a little while, He who is coming will come and will not delay.
38 UDB କିନ୍ତୁ ଆମ୍ଭର ଧାର୍ମିକ ବ୍ୟକ୍ତି ଆମ୍ଭଠାରେ ବିଶ୍ୱାସ କରିବା ଦ୍ୱାରା ବଞ୍ଚିବ, କିନ୍ତୁ ଯଦି ସେମାନେ ଭୀରୁ ଓ ଆମ୍ଭଠାରେ ବିଶ୍ୱାସ କରିବାରେ ପଶ୍ଚାତ୍ପଦ ହୁଅନ୍ତି, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ I" BSB BSB: But My righteous one will live by faith; and if he shrinks back, I will take no pleasure in him.”
39 UDB ମାତ୍ର ଯେଉଁମାନେ ଭୀରୁ ଓ ବିଶ୍ୱାସ କରନ୍ତି ନାହିଁ, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ I BSB BSB: But we are not of those who shrink back and are destroyed, but of those who have faith and preserve their souls.
Select verses for actions: Enter goes to them and Escape comes back.