2 UDB ଏବଂ ଆସ ଆମ୍ଭେମାନେ ଯୀଶୁଙ୍କ ବିଷୟରେ ବିବେଚନା କରିବା ଓ ତାହାଙ୍କ ପ୍ରତି ସମ୍ପୂର୍ଣ୍ଣ ମନୋଯୋଗ କରିବା I ସେ କ୍ରୁଶ ଉପରେ ଭୟଙ୍କର କଷ୍ଟ ସହ୍ୟ କଲେ ଓ ସେ ତାହାଙ୍କୁ ଅପମାନିତ କରିଥିବା ଲୋକମାନଙ୍କ ପ୍ରତି ମନୋଯୋଗ କଲେ ନାହିଁ I ସେ ଏଥିପାଇଁ କଲେ କାରଣ ପରବର୍ତ୍ତୀ ସମୟରେ କିପରି ଈଶ୍ୱର ତାହାଙ୍କୁ ଆନନ୍ଦିତ କରିବେ I ବର୍ତ୍ତମାନ ସେ ସିଂହାସନ ଯେଉଁଠାରୁ ଈଶ୍ୱର ସ୍ୱର୍ଗରେ ଶାସନ କରନ୍ତି ତାହାର ଦକ୍ଷିଣ ପାର୍ଶ୍ୱରେ ସର୍ବୋଚ୍ଚ ଗୌରବର ସ୍ଥାନରେ ଉପବେଶନ ହୋଇଅଛନ୍ତି I BSB BSB: Let us fix our eyes on Jesus, the author and perfecter of our faith, who for the joy set before Him endured the cross, scorning its shame, and sat down at the right hand of the throne of God.
3 UDB ଯୀଶୁ ଧୈର୍ଯ୍ୟ ସହକାରେ ଏହା ସହ୍ୟ କଲେ ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ ଘୃଣାଜନକ ଆଚରଣ କରୁଥିଲେ I ଯୀଶୁଙ୍କ ଉଦାହରଣ ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ହୃଦୟ ଓ ମନରେ ବଳବାନ ହୁଅ ଯେପରି ତୁମ୍ଭେମାନେ ଈଶ୍ୱରଙ୍କଠାରେ ଭରସା କରିବା ପରିତ୍ୟାଗ ନ କର ଓ ହତୋତ୍ସାହିତ ନ ହୁଅ I BSB BSB: Consider Him who endured such hostility from sinners, so that you will not grow weary and lose heart.
4 UDB ଯେପରି ଯୀଶୁ କଲେ ସେହିପରି ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏ ରକ୍ତବ୍ୟୟ ଓ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ I BSB BSB: In your struggle against sin, you have not yet resisted to the point of shedding your blood.
5 UDB ଶଲୋମନ ଆପଣା ପୁତ୍ରଙ୍କୁ ଯାହା କହିଲେ ସେହି ବାକ୍ୟ ପାସୋର ନାହିଁ, ଯେପରି ଈଶ୍ୱର ତୁମ୍ଭମାନଙ୍କୁ ଆଉ ଆପଣା ପୁତ୍ରମାନଙ୍କ ପରି ଉତ୍ସାହ ଦିଅନ୍ତି: "ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନ ପ୍ରତି ମନୋଯୋଗ କର, ଆଉ ଯେତେବେଳେ ପ୍ରଭୁ ଦଣ୍ଡ ଦିଅନ୍ତି ସେତେବେଳେ ହତୋତ୍ସାହିତ ହୁଅ ନାହିଁ, BSB BSB: And you have forgotten the exhortation that addresses you as sons: “My son, do not take lightly the discipline of the Lord, and do not lose heart when He rebukes you.
6 UDB କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି I" BSB BSB: For the Lord disciplines the one He loves, and He chastises every son He receives.”
7 UDB ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି? BSB BSB: Endure suffering as discipline; God is treating you as sons. For what son is not disciplined by his father?
8 UDB କିନ୍ତୁ ଈଶ୍ୱର ସନ୍ତାନମାନଙ୍କୁ ତାଙ୍କ ଶାସନ ଯେପରି କରନ୍ତି ଯଦି ତୁମ୍ଭେମାନେ ତାହା ଅନୁଭବ କରିନାହଁ, ତେବେ ତୁମ୍ଭେମାନେ ଈଶ୍ୱରଙ୍କ ପ୍ରକୃତ ସନ୍ତାନ ନୁହଁ I ତୁମ୍ଭେମାନେ ଜାରଜ ସନ୍ତାନ ଯେଉଁମାନଙ୍କୁ ଶାସନ କରିବା ନିମନ୍ତେ ସେମାନଙ୍କ ପିତା ନ ଥା'ନ୍ତି I BSB BSB: If you do not experience discipline like everyone else, then you are illegitimate children and not true sons.
9 UDB ଆହୁରି ମଧ୍ୟ, ଆମ୍ଭେମାନେ ଯୁବା ଥିବା ସମୟରେ ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆମ୍ଭମାନଙ୍କ ଆତ୍ମିକ ପିତା ଈଶ୍ୱରଙ୍କର ଶାସନକୁ ବରଂ ଅଧିକ ରୂପେ ଗ୍ରହଣ କରିବା ଯେପରି ଆମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବା! BSB BSB: Furthermore, we have all had earthly fathers who disciplined us, and we respected them. Should we not much more submit to the Father of our spirits and live?
10 UDB କାରଣ ଶାରୀରିକ ପିତୃଗଣଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି ଯେପରି ଆମ୍ଭେମାନେ ତାହାଙ୍କ ପବିତ୍ରତାର ସହଭାଗୀ ହେଉ I BSB BSB: Our fathers disciplined us for a short time as they thought best, but God disciplines us for our good, so that we may share in His holiness.
11 UDB ଈଶ୍ୱର ଶାସନ କରିବା ସମୟରେ ତାହା ଆନନ୍ଦଜନକ ବୋଧ ହୁଏ ନାହିଁ I ବରଂ ଏହା ଦୁଃଖଜନକ ବୋଧ ହୁଏ I ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ I BSB BSB: No discipline seems enjoyable at the time, but painful. Later on, however, it yields a harvest of righteousness and peace to those who have been trained by it.
12 UDB ଅତଏବ, ତୁମ୍ଭେମାନେ କ୍ଲାନ୍ତ ହୋଇଥିବା ପରି ଆଚରଣ ନ କରି, ବରଂ ତୁମ୍ଭେମାନେ ନୁତନୀକୃତ ହେବା ନିମନ୍ତେ ଈଶ୍ୱରଙ୍କ ଶାସନରେ ଭରସା କର I BSB BSB: Therefore strengthen your limp hands and weak knees.
13 UDB ପୁଣି, ଖ୍ରୀଷ୍ଟଙ୍କୁ ଅନୁସରଣ କରି ସଳଖ ପଥରେ ଗମନ କର ଯେପରି ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରେ ଦୁର୍ବଳ ସେମାନେ ତୁମ୍ଭମାନଙ୍କଠାରୁ ବଳ ପାଇବେ ଓ ଖଞ୍ଜ ହେବେ ନାହିଁ ଯେପରି ଯାହା ଖଞ୍ଜ, ସେ ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ I BSB BSB: Make straight paths for your feet, so that the lame may not be disabled, but rather healed.
14 UDB ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର I BSB BSB: Pursue peace with everyone, as well as holiness, without which no one will see the Lord.
15 UDB ସାବଧାନ ଯେପରି କେହି ଈଶ୍ୱରଙ୍କଠାରେ ବିଶ୍ୱାସ କରିବାରୁ ବିମୁଖ ନ ହୁଏ, ଯାହା ଆମ୍ଭମାନଙ୍କ ନିମନ୍ତେ ଯୋଗ୍ୟ ନୁହେଁ ଏପରି କାର୍ଯ୍ୟ ଆମ୍ଭମାନଙ୍କ ନିମନ୍ତେ କରିଅଛନ୍ତି I ସାବଧାନ ତୁମ୍ଭମାନଙ୍କ ମଧ୍ୟରେ କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ ପାପରେ ପତିତ ହୁଅନ୍ତି I BSB BSB: See to it that no one falls short of the grace of God, and that no root of bitterness springs up to cause trouble and defile many.
16 UDB କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏବିଷୟରେ ସାବଧାନ ହୁଅ I BSB BSB: See to it that no one is sexually immoral, or is godless like Esau, who for a single meal sold his birthright.
17 UDB ତୁମ୍ଭେମାନେ ତ ଜାଣ ଯେ, ପରେ ଏଷୌ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ I BSB BSB: For you know that afterward, when he wanted to inherit the blessing, he was rejected. He could find no ground for repentance, though he sought the blessing with tears.
18 UDB ଈଶ୍ୱରଙ୍କ ନିକଟକୁ ଆସି, ସୀନୟ ପର୍ବତରେ ଇସ୍ରାଏଲୀୟ ଲୋକମାନେ ଯାହା ଅନୁଭବ କଲେ ସେହିପରି ତୁମ୍ଭେମାନେ ଅନୁଭବ କରିନାହଁ I ସେମାନେ ସେହି ପର୍ବତର ନିକଟବର୍ତ୍ତୀ ହେଲେ ଯେଉଁ ପର୍ବତକୁ ସ୍ପର୍ଶ ନ କରିବା ନିମନ୍ତେ ଈଶ୍ୱର ଆଜ୍ଞା ଦେଲେ କାରଣ ସେ ଆପେ ସେହି ପର୍ବତରେ ଓହ୍ଲାଇଲେ I ସେମାନେ ପ୍ରଜ୍ଜ୍ୱଳିତ ଅଗ୍ନି ନିକଟକୁ ପୁଣି, ନିବିଡ଼ ମେଘ, ଅନ୍ଧକାର, ଝଡ଼ର ନିକଟବର୍ତ୍ତୀ ହେଲେ I BSB BSB: For you have not come to a mountain that can be touched and that is burning with fire; to darkness, gloom, and storm;
19 UDB ସେମାନେ ତୂରୀର ଧ୍ୱନୀ ଶୁଣିଅଛନ୍ତି ଓ ସେମାନେ ଈଶ୍ୱରଙ୍କ ବାକ୍ୟର ଶବ୍ଦ ଶୁଣିଅଛନ୍ତି I ଏହା ଏତେ ଶକ୍ତିଶାଳୀ ଥିଲା ଯେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ସେମାନେ ତାହାଙ୍କୁ ଏହା ନିବେଦନ କରିଥିଲେ I BSB BSB: to a trumpet blast or to a voice that made its hearers beg that no further word be spoken.
20 UDB ଯେଣୁ ଈଶ୍ୱର ସେମାନଙ୍କୁ ଆଜ୍ଞା ଦେଲେ "କୌଣସି ବ୍ୟକ୍ତି କିମ୍ବା ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ତୁମ୍ଭେ ତାହାକୁ ବଧ କରିବ I" ସେଥିରେ ଲୋକମାନେ ଭୟଭୀତ ହେଲେ I BSB BSB: For they could not bear what was commanded: “If even an animal touches the mountain, it must be stoned.”
21 UDB ପ୍ରକୃତରେ, ସେହି ପର୍ବତରେ ଯାହା ଘଟିଲା ତାହା ଦେଖି ମୋଶା ଭୟଭୀତ ହୋଇ କହିଲେ, "ମୁଁ ଅତ୍ୟନ୍ତ ଭୀତ ହୋଇ କମ୍ପିତ ହେଉଅଛି!" BSB BSB: The sight was so terrifying that even Moses said, “I am trembling with fear.”
22 UDB ବରଂ ତୁମ୍ଭେମାନେ "ନୂତନ ଯିରୂଶାଲମ ଅର୍ଥାତ୍ ସ୍ୱର୍ଗରେ ଜୀବନ୍ତ ଈଶ୍ୱରଙ୍କ ଉପସ୍ଥିତିରେ ଆସିଅଛ I ଯେପରି ତୁମ୍ଭମାନଙ୍କ ପୁର୍ବପୁରୁଷ ଇସ୍ରାଏଲରେ ସିୟୋନ ପର୍ବତ ଉପରେ ଯେଉଁଠାରେ ପାର୍ଥିବ ଯିରୂଶାଲମ ନିର୍ମାଣ ହୋଇଥିଲା ସେଠାରେ ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ଆସୁଥିଲେ I ସେହିପରି ତୁମ୍ଭେମାନେ ମଧ୍ୟ ଅସଂଖ୍ୟ ଦୂତବାହିନୀଙ୍କ ପରି ଏକତ୍ର ହୋଇ ମହାନନ୍ଦ କରିବା ନିମନ୍ତେ ସେଠାକୁ ଆସିବେ I BSB BSB: Instead, you have come to Mount Zion, to the city of the living God, the heavenly Jerusalem. You have come to myriads of angels
23 UDB ସ୍ୱର୍ଗରେ ଲିଖିତ ପ୍ରଥମଜାତ ବିଶ୍ୱାସୀମାନଙ୍କର ମଣ୍ଡଳୀରେ ତୁମ୍ଭେ ସଂଯୁକ୍ତ ହୋଇଅଛ I ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ୱରଙ୍କ ନିକଟକୁ ତୁମ୍ଭେ ଆସିଅଛ I ଯେଉଁଠାରେ ଈଶ୍ୱରଙ୍କ ଲୋକମାନଙ୍କ ଆତ୍ମାଗଣ, ଯେଉଁମାନେ ମୃତ୍ୟୁ ପୂର୍ବରୁ ଧାର୍ମିକ ଜୀବନଯାପନ କରିଥିଲେ ଓ ବର୍ତ୍ତମାନ ଯେଉଁମାନଙ୍କୁ ଈଶ୍ୱର ସ୍ୱର୍ଗରେ ସିଦ୍ଧ କରିଅଛନ୍ତି ସେହି ସ୍ଥାନକୁ ତୁମ୍ଭେମାନେ ଆସିଅଛ I BSB BSB: in joyful assembly, to the congregation of the firstborn, enrolled in heaven. You have come to God the Judge of all, to the spirits of the righteous made perfect,
24 UDB କ୍ରୁଶରେ ହତ ହୋଇ ଆପଣା ରକ୍ତ ବୁହାଇବା ଦ୍ୱାରା ସେହି ନୂତନ ନିୟମରେ ଯୀଶୁ ଆମ୍ଭମାନଙ୍କ ଓ ଈଶ୍ୱରଙ୍କ ମଧ୍ୟରେ ମଧ୍ୟସ୍ଥ ହୋଇଅଛନ୍ତି I ଯୀଶୁଙ୍କ ରକ୍ତ ଦ୍ୱାରା ହିଁ ଈଶ୍ୱର ଆମ୍ଭମାନଙ୍କୁ କ୍ଷମା କରନ୍ତି, ଓ ଯୀଶୁଙ୍କ ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବାକ୍ୟ କହେ, ତୁମ୍ଭେମାନେ ସେହି ଯୀଶୁଙ୍କ ନିକଟକୁ ଆସିଅଛ I BSB BSB: to Jesus the mediator of a new covenant, and to the sprinkled blood that speaks a better word than the blood of Abel.
25 UDB ସାବଧାନ, ଈଶ୍ୱର ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ ଈଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ, ତେବେ ଈଶ୍ୱର ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଅଧିକ ସୁନିଶ୍ଚିତ! BSB BSB: See to it that you do not refuse Him who speaks. For if the people did not escape when they refused Him who warned them on earth, how much less will we escape if we reject Him who warns us from heaven?
26 UDB ଯେତେବେଳେ ଈଶ୍ୱର ସୀନୟ ପର୍ବତରେ କଥା କହିଲେ ସେତେବେଳେ ଈଶ୍ୱରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, "ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ସ୍ୱର୍ଗକୁ ମଧ୍ୟ କମ୍ପାଇବା I" BSB BSB: At that time His voice shook the earth, but now He has promised, “Once more I will shake not only the earth, but heaven as well.”
27 UDB “ଆଉଥରେ”, ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ସ୍ୱର୍ଗରେ ଥିବା ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁକୁ ଈଶ୍ୱର ପରିବର୍ତ୍ତନ କରିବେ I BSB BSB: The words “Once more” signify the removal of what can be shaken—that is, created things—so that the unshakable may remain.
28 UDB ଅତଏବ, ଆମ୍ଭେମାନେ ଅଟଳ ରାଜ୍ୟର ସଦସ୍ୟ ହେବାରୁ ଆସ ଆମ୍ଭେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା I ଆସୁ ଆମ୍ଭେମାନେ ଈଶ୍ୱରଙ୍କ ପ୍ରତି କୃତଜ୍ଞ ହୋଇ ତାହାଙ୍କ ମହାନ ଶକ୍ତି ଓ ପ୍ରେମ ସକାଶେ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ I BSB BSB: Therefore, since we are receiving an unshakable kingdom, let us be filled with gratitude, and so worship God acceptably with reverence and awe.
29 UDB କାରଣ ଆମ୍ଭମାନଙ୍କର ଈଶ୍ୱର ଅଶୁଦ୍ଧ ବିଷୟଗୁଡ଼ିକୁ ବିନଷ୍ଟ କରିବାରେ ଗ୍ରାସକାରୀ ଅଗ୍ନି ସ୍ୱରୂପ ଅଟନ୍ତି I BSB BSB: “For our God is a consuming fire.”
Select verses for actions: Enter goes to them and Escape comes back.