1 UDB ଏଥିଉତ୍ତାରେ, ପ୍ରଭୁ ଯୀଶୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଯାଇ ପ୍ରଚାର କରିବା ନିମନ୍ତେ I ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ I BSB BSB: After this, the Lord appointed seventy-two others and sent them two by two ahead of Him to every town and place He was about to visit.
2 UDB ପୁଣି, ସେ ସେମାନଙ୍କୁ କହିଲେ, "ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ I ଏଣୁ ଶସ୍ୟର ମାଲିକଙ୍କ ନିକଟରେ ପ୍ରାର୍ଥନା କର ଏବଂ ଆପଣା ଶସ୍ୟ କାଟିବା ନିମନ୍ତେ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ତାହାଙ୍କ ନିକଟରେ ନିବେଦନ କର I BSB BSB: And He told them, “The harvest is plentiful, but the workers are few. Ask the Lord of the harvest, therefore, to send out workers into His harvest.
3 UDB ବର୍ତ୍ତମାନ ଯାଅ, କିନ୍ତୁ ମନେରଖ ମୁଁ ତୁମ୍ଭମାନଙ୍କୁ ସେହି ଲୋକମାନଙ୍କ ନିକଟକୁ ମୋହର ବାକ୍ୟ କହିବା ନିମନ୍ତେ ପଠାଉଅଛି ଯେଉଁମାନେ ତୁମ୍ଭମାନଙ୍କୁ ବାହାର କରିବା ନିମନ୍ତେ ଚେଷ୍ଟା କରିବେ I ହେଟାବାଘମାନଙ୍କ ମଧ୍ୟରେ ତୁମ୍ଭେମାନେ ମେଣ୍ଢାଛୁଆମାନଙ୍କ ସଦୃଶ ଅଟ I BSB BSB: Go! I am sending you out like lambs among wolves.
4 UDB ନିଜ ସଙ୍ଗେ କୌଣସି ଟଙ୍କା ଥଳି ନିଅ ନାହିଁ, ଯାତ୍ରୀଙ୍କ ଝୋଲି ନିଅ ନାହିଁ, ଅତିରିକ୍ତ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କରିବା ନିମନ୍ତେ ରୁହ ନାହିଁ I BSB BSB: Carry no purse or bag or sandals. Do not greet anyone along the road.
5 UDB ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ ସେହି ଲୋକମାନଙ୍କୁ କୁହ, "ଏହି ଗୃହରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଈଶ୍ୱର ଶାନ୍ତି ଦେଉନ୍ତୁ!" BSB BSB: Whatever house you enter, begin by saying, ‘Peace to this house.’
7 UDB ପୁଣି, ସେହି ଗ୍ରାମରୁ ପ୍ରସ୍ଥାନ କରିବା ପର୍ଯ୍ୟନ୍ତ ସେହି ଗୃହରେ ରୁହ I ଏକ ଗୃହରୁ ଅନ୍ୟ ଗୃହକୁ ଯାଅ ନାହିଁ I ସେମାନେ ଯାହା ତୁମ୍ଭମାନଙ୍କୁ ପରିବେଷଣ କରନ୍ତି ତାହା ଭୋଜନପାନ କର, କାରଣ କାର୍ଯ୍ୟକାରୀ ଆପଣା କାର୍ଯ୍ୟ ନିମନ୍ତେ ବେତନର ଯୋଗ୍ୟ I BSB BSB: Stay at the same house, eating and drinking whatever you are offered. For the worker is worthy of his wages. Do not move around from house to house.
8 UDB ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର I BSB BSB: If you enter a town and they welcome you, eat whatever is set before you.
9 UDB ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, "ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ I BSB BSB: Heal the sick who are there and tell them, ‘The kingdom of God is near you.’
10 UDB କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, BSB BSB: But if you enter a town and they do not welcome you, go into the streets and declare,
11 UDB ତୁମ୍ଭମାନଙ୍କ ବିରୁଦ୍ଧରେ ଚେତାବନୀ ଯେ, ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ିଦେଉଅଛୁ I ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ I BSB BSB: ‘Even the dust of your town that clings to our feet, we wipe off as a testimony against you. Yet be sure of this: The kingdom of God is near.’
12 UDB ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକଙ୍କୁ ବିଚାର କରିବେ, ସେହି ନଗରର ଲୋକମାନଙ୍କର ଦଣ୍ଡ, ବହୁ ବର୍ଷ ପୁର୍ବେ ସଦୋମ ନଗରରେ ବାସ କରୁଥିବା ଦୁଷ୍ଟ ଲୋକମାନଙ୍କର ଦଣ୍ଡ ଅପେକ୍ଷା ଅଧିକ ହେବ! BSB BSB: I tell you, it will be more bearable on that day for Sodom than for that town.
13 UDB ଯେଉଁ ଲୋକମାନେ କୋରାଜୀନ୍ ଓ ବେଥସାଇଦା ନଗରରେ ବାସ କରନ୍ତି ସେମାନଙ୍କ ନିମନ୍ତେ କିପରି ଭୟଙ୍କର ହେବ, କାରଣ ତୁମ୍ଭେମାନେ ମନପରିବର୍ତ୍ତନ କରିବା ନିମନ୍ତେ ଅଗ୍ରାହ୍ୟ କଲ! ଯଦି ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନର ପୁରାତନ ସହରଗୁଡିକରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ଓ ପାଉଁଶ ଆପଣା ମସ୍ତକ ଉପରେ ଢାଳି ଭୁମିରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ I BSB BSB: Woe to you, Chorazin! Woe to you, Bethsaida! For if the miracles that were performed in you had been performed in Tyre and Sidon, they would have repented long ago, sitting in sackcloth and ashes.
14 UDB ବିଚାର ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକଙ୍କୁ ବିଚାର କରିବେ, ସେହି ନଗରର ଲୋକମାନଙ୍କର ଦଣ୍ଡ, ବହୁ ବର୍ଷ ପୁର୍ବେ ସୋର ଓ ସୀଦୋନରେ ବାସ କରୁଥିବା ଦୁଷ୍ଟ ଲୋକମାନଙ୍କର ଦଣ୍ଡ ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ ଦଣ୍ଡ ଦେବେ କାରଣ ତୁମ୍ଭେମାନେ ମୋହର ଆଶ୍ଚର୍ଯ୍ୟକର୍ମ ଦେଖିଲ ତଥାପି ତୁମ୍ଭେମାନେ ମନପରିବର୍ତ୍ତନ କଲ ନାହିଁ ଓ ମୋ' ଠାରେ ବିଶ୍ୱାସ କଲ ନାହିଁ! BSB BSB: But it will be more bearable for Tyre and Sidon at the judgment than for you.
15 UDB ଯେଉଁ ଲୋକମାନେ କଫର୍ନାହୂମରେ ବାସ କରନ୍ତି ସେମାନଙ୍କୁ ମଧ୍ୟ ମୋର କିଛି କହିବାର ଅଛି I ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ବୋଲି ଚିନ୍ତା କରୁଅଛୁ? ତା'ପରିବର୍ତ୍ତେ, ମୃତମାନଙ୍କ ସ୍ଥାନ ପର୍ଯ୍ୟନ୍ତ ତୋହର ଅଧୋଗତି ହେବ!" BSB BSB: And you, Capernaum, will you be lifted up to heaven? No, you will be brought down to Hades!
16 UDB ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, "ଯେ କେହି ତୁମ୍ଭମାନଙ୍କର କଥା ଶୁଣେ, ସେ ମୋ' କଥା ଶୁଣେ, ପୁଣି, ଯେ କେହି ତୁମ୍ଭମାନଙ୍କର ବାକ୍ୟ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ I ଆଉ ଯେ କେହି ମୋତେ ଅଗ୍ରାହ୍ୟ କରେ, ସେ ମୋ' ପ୍ରେରଣକର୍ତ୍ତା ଈଶ୍ୱରଙ୍କୁ ଅଗ୍ରାହ୍ୟ କରେ I" BSB BSB: Whoever listens to you listens to Me; whoever rejects you rejects Me; and whoever rejects Me rejects the One who sent Me.”
17 UDB ଯେଉଁ ସତୁରି ଜଣଙ୍କୁ ଯୀଶୁ ମନୋନୀତ କରିଥିଲେ, ଯେପରି ସେମାନେ ଯାଇ ସେ ଯାହା କହିବେ ତାହା କରିବେ I ଯେତେବେଳେ ସେମାନେ ଫେରି ଆସିଲେ, ସେମାନେ ବହୁତ ଆନନ୍ଦିତ ଥିଲେ I ସେମାନେ କହିଲେ,"ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ଯେତେବେଳେ ଆମ୍ଭେମାନେ ଆପଣଙ୍କ ଅଧିକାରରେ ଲୋକମାନଙ୍କୁ ଛାଡ଼ିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେଉ I" BSB BSB: The seventy-two returned with joy and said, “Lord, even the demons submit to us in Your name.”
18 UDB ଯୀଶୁ କହିଲେ, "ଯେତେବେଳେ ତୁମ୍ଭେମାନେ ତାହା କରୁଥିଲ, ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି!" BSB BSB: So He told them, “I saw Satan fall like lightning from heaven.
19 UDB ଶୁଣ, ମନ୍ଦ ଆତ୍ମା ଉପରେ ଆକ୍ରମଣ କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଅଛି I ସେମାନେ ତୁମ୍ଭମାନଙ୍କର କ୍ଷତି କରିବେ ନାହିଁ I ଆମ୍ଭମାନଙ୍କ ଶତ୍ରୁ ଶୟତାନ ଠାରୁ ଅଧିକ ଶକ୍ତିଶାଳୀ ହେବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଅଛି I ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ I BSB BSB: Behold, I have given you authority to tread on snakes and scorpions, and over all the power of the enemy. Nothing will harm you.
20 UDB ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର I" BSB BSB: Nevertheless, do not rejoice that the spirits submit to you, but rejoice that your names are written in heaven.”
21 UDB ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, "ପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟର ପ୍ରଭୁ ଅଟ I କେତେକ ଲୋକ ଭାବନ୍ତି ଯେ ସେମାନେ ଜ୍ଞାନୀ ଅଟନ୍ତି କାରଣ ସେମାନେ ସୁଶିକ୍ଷିତ ଅଟନ୍ତି I କିନ୍ତୁ ମୁଁ ତୁମ୍ଭର ପ୍ରଶଂସା କରୁଅଛି ଯେ ତୁମ୍ଭେ ସେମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖିଲ I ବରଂ ତୁମ୍ଭେ ସେମାନଙ୍କଠାରେ ପ୍ରକାଶ କଲ ଯେଉଁମାନେ ଶିଶୁ ପରି ତୁମ୍ଭର ସତ୍ୟତାକୁ ଗ୍ରହଣ କରନ୍ତି I ହଁ, ପିତା, ତୁମ୍ଭେ ଏହିପରି କଲ କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା I" BSB BSB: At that time Jesus rejoiced in the Holy Spirit and declared, “I praise You, Father, Lord of heaven and earth, because You have hidden these things from the wise and learned, and revealed them to little children. Yes, Father, for this was well-pleasing in Your sight.
22 UDB ପୁଣି ଯୀଶୁ ଶିଷ୍ୟମାନଙ୍କୁ କହିଲେ, "ଈଶ୍ୱର, ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋ'ଠାରେ ସମର୍ପଣ କରିଅଛନ୍ତି I କେବଳ ମୋହର ପିତା, ଆପଣା ପୁତ୍ରଙ୍କୁ ଅର୍ଥାତ୍ ମୁଁ, ପ୍ରକୃତରେ ମୋତେ ଜାଣନ୍ତି I ସେହିପରି, କେବଳ ପୁତ୍ର, ଯେ ମୁଁ, ପିତା କିଏ ତାହା ପ୍ରକୃତରେ ଜାଣେ ----ତାହା କେବଳ ମୁଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ I" BSB BSB: All things have been entrusted to Me by My Father. No one knows who the Son is except the Father, and no one knows who the Father is except the Son and those to whom the Son chooses to reveal Him.”
23 UDB ପରେ ଯେତେବେଳେ କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି ସେମାନଙ୍କୁ କହିଲେ, "ମୁଁ ଯାହା କରୁଅଛି ସେହି ବିଷୟଗୁଡ଼ିକ ଦେଖିବା ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ମହାନ ଦାନ ଦେଇଅଛନ୍ତି!" BSB BSB: Then Jesus turned to the disciples and said privately, “Blessed are the eyes that see what you see.
24 UDB କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ଯାହା ଯାହା କରିବା ତୁମ୍ଭେମାନେ ଦେଖୁଅଛ, ସେହି ସବୁ ବହୁ ବର୍ଷ ପୁର୍ବେ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ, କାରଣ ସେହି ସବୁ ସେସମୟରେ ଘଟିଲା ନାହିଁ; ପୁଣି, ମୁଁ ଯାହା ଯାହା କହୁଛି ତାହା ତୁମ୍ଭେମାନେ ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ, କାରଣ ସେହି ସମୟ ପର୍ଯ୍ୟନ୍ତ ମୁଁ ସେହି ସବୁ ପ୍ରକାଶ କରି ନ ଥିଲି I" BSB BSB: For I tell you that many prophets and kings desired to see what you see but did not see it, and to hear what you hear but did not hear it.”
25 UDB ଦିନେ ଯୀଶୁ ଲୋକମାନଙ୍କ ନିକଟରେ ପ୍ରଚାର କରୁଥିଲେ, ସେଠାରେ ଜଣେ ଯିହୁଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞ ଥିଲେ I ସେଥିରେ ସେ ଉଠିଲା ଓ ପଚାରିଲା," ଆଉ ଦେଖ, ହେ ଗୁରୁ, ଈଶ୍ୱରଙ୍କ ସହିତ ଅନନ୍ତକାଳ ବାସ କରିବା ନିମନ୍ତେ ମୁଁ କଅଣ କରିବି?" BSB BSB: One day an expert in the law stood up to test Him. “Teacher,” he asked, “what must I do to inherit eternal life?”
26 UDB ସେଥିରେ ଯୀଶୁ ତାହାଙ୍କୁ କହିଲେ, "ଈଶ୍ୱରଙ୍କ ଦତ୍ତ ବ୍ୟବସ୍ଥାରେ ମୋଶା ଯାହା ଲେଖିଛନ୍ତି ତାହା ତୁମ୍ଭେ ପଢ଼ିଅଛ I ବ୍ୟବସ୍ଥା କଅଣ କହେ?" BSB BSB: “What is written in the Law?” Jesus replied. “How do you read it?”
27 UDB ସେ ଉତ୍ତର ଦେଲେ, "ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର I ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର I" BSB BSB: He answered, “‘Love the Lord your God with all your heart and with all your soul and with all your strength and with all your mind’ and ‘Love your neighbor as yourself.’”
28 UDB ସେଥିରେ ଯୀଶୁ କହିଲେ, "ତୁମ୍ଭେ ଠିକ୍ ଉତ୍ତର ଦେଲ I ଯଦି ତୁମ୍ଭେ ଏହି ସମସ୍ତ କର, ତାହାହେଲେ ତୁମ୍ଭେ ଈଶ୍ୱରଙ୍କ ସହିତ ଅନନ୍ତକାଳ ବାସ କରିବ I BSB BSB: “You have answered correctly,” Jesus said. “Do this and you will live.”
29 UDB କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଛା କରି ଯୀଶୁଙ୍କୁ ପଚାରିଲେ, "କେଉଁମାନେ ମୋହର ପ୍ରତିବାସୀ ଯାହାଙ୍କୁ ମୁଁ ପ୍ରେମ କରିବି?" BSB BSB: But wanting to justify himself, he asked Jesus, “And who is my neighbor?”
30 UDB ଯୀଶୁ କହିଲେ, "ଦିନେ ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉଥିଲା I ସେ ଯାଉ ଯାଉ, କେତେକ ଡକାଇତ ତାହାଙ୍କୁ ଆକ୍ରମଣ କଲେ I ସେମାନେ ତାହାର ଲୁଗାପଟା ଓ ତାହା ପାଖରେ ଯାହା କିଛି ଥିଲା ସେସବୁ ଛଡ଼ାଇନେଲେ, ଓ ମାଡ଼ ମାରି ତାହାକୁ ଦରମରା କଲେ I ପରେ ସେମାନେ ତାହାକୁ ସେହି ଅବସ୍ଥାରେ ଛାଡ଼ି ଚାଲିଗଲେ I BSB BSB: Jesus took up this question and said, “A man was going down from Jerusalem to Jericho when he fell into the hands of robbers. They stripped him, beat him, and went away, leaving him half dead.
31 UDB ଘଟଣା ପରେ ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ I ଯେତେବେଳେ ସେ ସେହି ବ୍ୟକ୍ତିଙ୍କୁ ଦେଖିଲେ, ତାହାକୁ ସାହାଯ୍ୟ କରିବା ପରିବର୍ତ୍ତେ, ସେ ବାଟର ଆରପାଖ ଦେଇ ଚାଲିଗଲେ I BSB BSB: Now by chance a priest was going down the same road, but when he saw him, he passed by on the other side.
32 UDB ସେହି ପ୍ରକାରେ, ଜଣେ ଲେବୀୟ, ଯିଏ ଈଶ୍ୱରଙ୍କ ମନ୍ଦିରରେ କାର୍ଯ୍ୟ କରନ୍ତି, ସେହି ସ୍ଥାନକୁ ଆସିଲେ, ଓ ସେହି ବ୍ୟକ୍ତିକୁ ଦେଖିଲେ I କିନ୍ତୁ ସେ ମଧ୍ୟ ବାଟର ଆରପାଖ ଦେଇ ଚାଲିଗଲେ I BSB BSB: So too, when a Levite came to that spot and saw him, he passed by on the other side.
33 UDB ପରେ ଜଣେ ଶମିରୋଣୀୟ ପଥିକ ଯେଉଁଠାରେ ସେହି ବ୍ୟକ୍ତି ପଡ଼ିଥିଲା ସେହି ପଥ ଦେଇ ଯାଉଥିଲେ I ଯେତେବେଳେ ସେ ସେହି ବ୍ୟକ୍ତିକୁ ଦେଖିଲେ ସେ ତାହା ପ୍ରତି ଦୟାରେ ବିଗଳିତ ହେଲେ I BSB BSB: But a Samaritan on a journey came upon him, and when he saw him, he had compassion.
34 UDB ସେ ତାହା ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ I ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ I BSB BSB: He went to him and bandaged his wounds, pouring on oil and wine. Then he put him on his own animal, brought him to an inn, and took care of him.
35 UDB ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, "ଏହି ବ୍ୟକ୍ତିର ସେବା କର, ଆଉ ତାହାର ସେବା ନିମନ୍ତେ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି I BSB BSB: The next day he took out two denarii and gave them to the innkeeper. ‘Take care of him,’ he said, ‘and on my return I will repay you for any additional expense.’
36 UDB ସେଥିରେ ଯୀଶୁ କହିଲେ, "ତିନି ଜନ ସେହି ବ୍ୟକ୍ତିକୁ ଦେଖିଲେ ଯାହାକୁ ଡକାଇତମାନେ ଆକ୍ରମଣ କରିଥିଲେ I ସେମାନଙ୍କ ମଧ୍ୟରୁ କିଏ ସେହି ବ୍ୟକ୍ତିର ପ୍ରକୃତ ପ୍ରତିବାସୀ ବୋଲି ମନେ କରୁଅଛ? BSB BSB: Which of these three do you think was a neighbor to the man who fell into the hands of robbers?”
37 UDB ବ୍ୟବସ୍ଥାଶାସ୍ତ୍ରଜ୍ଞ ଉତ୍ତର ଦେଲେ, "ଯେ ତାହା ପ୍ରତି ଦୟା କଲା, ସେ I" ଯୀଶୁ ତାହାଙ୍କୁ କହିଲେ, "ହଁ, ଯାଅ, ଯେଉଁମାନଙ୍କୁ ତୁମ୍ଭେ ସାହାଯ୍ୟ କରିପାର ଏପରି ପ୍ରତ୍ୟେକଙ୍କ ପ୍ରତି ତୁମ୍ଭେ ମଧ୍ୟ ସେହିପ୍ରକାର କର!" BSB BSB: “The one who showed him mercy,” replied the expert in the law. Then Jesus told him, “Go and do likewise.”
39 UDB ତାହାଙ୍କର ସାନ ଭଉଣୀ ଥିଲେ, ତାଙ୍କ ନାମ ମରିୟମ, ସେ ଯୀଶୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ I BSB BSB: She had a sister named Mary, who sat at the Lord’s feet listening to His message.
40 UDB କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ I ଏଣୁ ସେ ଯୀଶୁଙ୍କ ନିକଟକୁ ଆସି କହିଲେ, "ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋ' ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ!" BSB BSB: But Martha was distracted by all the preparations to be made. She came to Jesus and said, “Lord, do You not care that my sister has left me to serve alone? Tell her to help me!”
41 UDB କିନ୍ତୁ ପ୍ରଭୁ ତାଙ୍କୁ କହିଲେ, "ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ I BSB BSB: “Martha, Martha,” the Lord replied, “you are worried and upset about many things.
42 UDB କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକହେଉଛି ମୋହର ବାକ୍ୟ ଶୁଣିବା I ଏହା କରିବା ଦ୍ୱାରା ମରିୟମ ଯେଉଁ ଆଶୀର୍ବାଦ ପାଉଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ I BSB BSB: But only one thing is necessary. Mary has chosen the good portion, and it will not be taken away from her.”