1 UDB ଥରେ ସେ ବିଶ୍ରାମବାରରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ I BSB BSB: One Sabbath, Jesus went to eat in the home of a leading Pharisee, and those in attendance were watching Him closely.
2 UDB ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ I BSB BSB: Right there before Him was a man with dropsy.
3 UDB ସେଥିରେ ଯୀଶୁ ଯିହୁଦୀଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ପଚାରିଲେ, "ବିଶ୍ରାମବାରରେ ସୁସ୍ଥ କରିବା ନିୟମସଙ୍ଗତ କି ନୁହେଁ?" BSB BSB: So Jesus asked the experts in the law and the Pharisees, “Is it lawful to heal on the Sabbath or not?”
4 UDB କିନ୍ତୁ ସେମାନେ ନୀରବ ରହିଲେ I ତେଣୁ ଯୀଶୁ ସେହି ଲୋକ ଉପରେ ହାତ ରଖି ତାହାକୁ ସୁସ୍ଥ କଲେ I ପୁଣି, ସେ ତାହାକୁ ବିଦାୟ ଦେଲେ I BSB BSB: But they remained silent. Then Jesus took hold of the man, healed him, and sent him on his way.
5 UDB ଆଉ, ସେ ଅନ୍ୟମାନଙ୍କୁ କହିଲେ, "ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାରରେ ସେହିକ୍ଷଣି ଉଠାଇବ ନାହିଁ? BSB BSB: And He asked them, “Which of you whose son or ox falls into a pit on the Sabbath day will not immediately pull him out?”
6 UDB ପୁଣି ଥରେ ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ I BSB BSB: And they were unable to answer these questions.
7 UDB ଯୀଶୁ ଏହା ଲକ୍ଷ୍ୟ କଲେ ଯେ, ନିମନ୍ତ୍ରିତ ଲୋକମାନେ ବସିବା ନିମନ୍ତେ ଏମିତି ଆସନ ଖୋଜୁଥିଲେ ଯେଉଁଠାରେ ସାଧାରଣତଃ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବସନ୍ତି I ତେଣୁ ସେ ସେମାନଙ୍କୁ ଏହି ଉପଦେଶ ଦେଲେ: BSB BSB: When Jesus noticed how the guests chose the places of honor, He told them a parable:
8 UDB "ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହ ଭୋଜିକୁ ନିମନ୍ତ୍ରିତ ହୁଅ, ସେହି ଆସନରେ ବସ ନାହିଁ, ଯେଉଁ ଆସନରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବସନ୍ତି I କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ଭୋଜିକୁ ନିମନ୍ତ୍ରିତ ହୋଇଥିବେ, BSB BSB: “When you are invited to a wedding banquet, do not sit in the place of honor, in case someone more distinguished than you has been invited.
9 UDB ଯେତେବେଳେ ସେହି ବ୍ୟକ୍ତି ଆସନ୍ତି, ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, 'ଏହି ବ୍ୟକ୍ତିଙ୍କୁ ଆପଣଙ୍କ ଆସନ ଦିଅନ୍ତୁ!' ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ଆସନ ଗ୍ରହଣ କରିବାକୁ ଯିବ I BSB BSB: Then the host who invited both of you will come and tell you, ‘Give this man your seat.’ And in humiliation, you will have to take the last place.
10 UDB ବରଂ ଯେତେବେଳେ ତୁମ୍ଭେ ଭୋଜିରେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ଆସନରେ ବସ I ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, 'ହେ ବନ୍ଧୁ, ଉଚ୍ଚତର ଆସନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକ ଦେଖିବେ ଯେ ସେ ତୁମ୍ଭକୁ ଆଦର ଦେଉଅଛନ୍ତି I BSB BSB: But when you are invited, go and sit in the last place, so that your host will come and tell you, ‘Friend, move up to a better place.’ Then you will be honored in front of everyone at the table with you.
11 UDB କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ଈଶ୍ୱର ତାହାକୁ ନତ କରିବେ, ପୁଣି, ଯେ ଆପଣାକୁ ନତ କରେ, ଈଶ୍ୱର ତାହାକୁ ଉନ୍ନତ କରିବେ I BSB BSB: For everyone who exalts himself will be humbled, and the one who humbles himself will be exalted.”
12 UDB ପୁଣି, ଯୀଶୁ ଆପଣା ନିମନ୍ତ୍ରଣକାରୀ ଫାରୂଶୀଙ୍କୁ ମଧ୍ୟ କହିଲେ, "ଯେତେବେଳେ ତୁମ୍ଭେ ଦିବସ ବା ରାତ୍ରିରେ ଲୋକମାନଙ୍କୁ ଭୋଜି ନିମନ୍ତେ ନିମନ୍ତ୍ରଣ କର, କେବଳ ଆପଣା ବନ୍ଧୁ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ I BSB BSB: Then Jesus said to the man who had invited Him, “When you host a dinner or a banquet, do not invite your friends or brothers or relatives or rich neighbors. Otherwise, they may invite you in return, and you will be repaid.
13 UDB ବରଂ, ଭୋଜି ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର I BSB BSB: But when you host a banquet, invite the poor, the crippled, the lame, and the blind,
14 UDB କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ I କିନ୍ତୁ ଈଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ! ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ସେ ତୁମ୍ଭକୁ ପ୍ରତିଦାନ ଦେବେ I" BSB BSB: and you will be blessed. Since they cannot repay you, you will be repaid at the resurrection of the righteous.”
15 UDB ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହା ଶୁଣିଲେ I ତାହା ଶୁଣି ସେ ଯୀଶୁଙ୍କୁ କହିଲେ, "ଈଶ୍ୱର ପ୍ରତ୍ୟେକଙ୍କୁ ପ୍ରକୃତରେ ଆଶୀର୍ବାଦ କରିବେ ଯେଉଁମାନେ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ I BSB BSB: When one of those reclining with Him heard this, he said to Jesus, “Blessed is everyone who will eat at the feast in the kingdom of God.”
16 UDB କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଛା କଲେ I ସେ ଅନେକଙ୍କୁ ନିମନ୍ତ୍ରଣ କଲେ I BSB BSB: But Jesus replied, “A certain man prepared a great banquet and invited many guests.
17 UDB ଆଉ, ଭୋଜନର ଦିନ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, "ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି I" BSB BSB: When it was time for the banquet, he sent his servant to tell those who had been invited, ‘Come, for everything is now ready.’
18 UDB କିନ୍ତୁ ଦାସମାନେ ଯେତେବେଳେ ସେହିପରି କଲେ, ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ ଯେ ସେମାନେ କାହିଁକି ଆସି ପାରିବେ ନାହିଁ I ପ୍ରଥମ ଜଣ ଦାସକୁ କହିଲେ, 'ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବା ନିମନ୍ତେ ଯିବାକୁ ପଡ଼ିବ I ଦୟାକରି ତୁମ୍ଭର ପ୍ରଭୁଙ୍କୁ ଅନୁରୋଧ କର, ମୁଁ ନ ଆସିବା ନିମନ୍ତେ ମୋତେ କ୍ଷମା କରିବେ!' BSB BSB: But one after another they all began to make excuses. The first one said, ‘I have bought a field, and I need to go see it. Please excuse me.’
19 UDB ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି I ଦୟାକରି ତୁମ୍ଭର ପ୍ରଭୁଙ୍କୁ ଅନୁରୋଧ କର, ମୁଁ ନ ଆସିବା ନିମନ୍ତେ ମୋତେ କ୍ଷମା କରିବେ!' BSB BSB: Another said, ‘I have bought five yoke of oxen, and I am going to try them out. Please excuse me.’
20 UDB ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ I BSB BSB: Still another said, ‘I have married a wife, so I cannot come.’
21 UDB ପୁଣି, ସେହି ଦାସ ଆସି ପ୍ରତ୍ୟେକଜଣ ଯାହା କହିଲେ ଆପଣା ପ୍ରଭୁଙ୍କୁ ସେହି ସବୁ ଜଣାଇଲା I ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, 'ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାରେ ମୋ' ଗୃହକୁ ନେଇଆସ I' BSB BSB: The servant returned and reported all this to his master. Then the owner of the house became angry and said to his servant, ‘Go out quickly into the streets and alleys of the city, and bring in the poor, the crippled, the blind, and the lame.’
22 UDB ପରେ ସେହି ଦାସ ଯାଇ ସେହିପରି କଲା, ସେ ଫେରି ଆସି କହିଲା, 'ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ଅଧିକ ଲୋକମାନଙ୍କ ନିମନ୍ତେ ସ୍ଥାନ ଅଛି I' BSB BSB: ‘Sir,’ the servant replied, ‘what you ordered has been done, and there is still room.’
23 UDB ସେଥିରେ ପ୍ରଭୁ ସେହି ଦାସକୁ କହିଲେ, 'ତେବେ ନଗର ବାହାରକୁ ଯାଅ I ରାଜଦାଣ୍ଡ ଓ ଗଛମୂଳକୁ ଯାଇ, ମୋହର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ନିବେଦନ କର! BSB BSB: So the master told his servant, ‘Go out to the highways and hedges and compel them to come in, so that my house will be full.
24 UDB ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋହର ଭୋଜର ଆସ୍ୱାଦ ପାଇବ ନାହିଁ କାରଣ ସେମାନେ ଆସିବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I BSB BSB: For I tell you, not one of those men who were invited will taste my banquet.’”
27 UDB ଯେ କେହି ଆପଣା କ୍ରୁଶ ବହନ କରେ ନାହିଁ ଓ ଯେ କେହି ମୋହର ଅନୁସରଣ କରେ ନାହିଁ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ I BSB BSB: And whoever does not carry his cross and follow Me cannot be My disciple.
28 UDB ଯଦି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ପ୍ରହରୀଗୃହ ତିଆରି କରିବାକୁ ଇଛା କରେ, ତେବେ ତୁମ୍ଭେ କ'ଣ ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ? ପରେ ତୁମ୍ଭେ ସ୍ଥିର କରି ପାରିବ ଯେ ତୁମ୍ଭେ ତାହା ସମ୍ପୂର୍ଣ୍ଣ କରିବା ପାଇଁ ତୁମ୍ଭର ଅର୍ଥବଳ ଅଛି କି ନାହିଁ I BSB BSB: Which of you, wishing to build a tower, does not first sit down and count the cost to see if he has the resources to complete it?
29 UDB ଅନ୍ୟଥା, ତୁମ୍ଭେ ମୂଳଦୂଆ ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତୁମ୍ଭକୁ ପରିହାସ କରିବେ I BSB BSB: Otherwise, if he lays the foundation and is unable to finish the work, everyone who sees it will ridicule him,
30 UDB ସେମାନେ କହିବାକୁ ଲାଗିବେ, 'ଏ ଲୋକଟା ତିଆରି କରିବାକୁ ଆରମ୍ଭ କଲା କିନ୍ତୁ ଶେଷ କରି ପାରିଲା ନାହିଁ I' BSB BSB: saying, ‘This man could not finish what he started to build.’
31 UDB କିମ୍ବା ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆପଣା ସୈନ୍ୟମାନଙ୍କୁ ପଠାଇବା ନିମନ୍ତେ ସ୍ଥିର କରେ, ସେ ପ୍ରଥମେ ଆପଣା ମନ୍ତ୍ରୀମାନଙ୍କ ସହିତ ନିଶ୍ଚୟ ବସି, କୋଡ଼ିଏ ହଜାର ସୈନ୍ୟ ଘେନି ତାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶ ହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ, ତାହା ପ୍ରଥମେ ବିବେଚନା କରିବେ I BSB BSB: Or what king on his way to war with another king will not first sit down and consider whether he can engage with ten thousand men the one coming against him with twenty thousand?
32 UDB ଯଦି ସେ ସ୍ଥିର କରନ୍ତି ଯେ ଆପଣ ସୈନ୍ୟ ଅନ୍ୟ ସୈନ୍ୟକୁ ହରାଇ ପାରିବେ ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାନ୍ତି I ଅନ୍ୟ ରାଜାଙ୍କୁ କହିବା ନିମନ୍ତେ ସେ ଦୂତକୁ ଏହା କହନ୍ତି, 'ତୁମ୍ଭ ସହିତ ସନ୍ଧି(ଶାନ୍ତି) କରିବା ନିମନ୍ତେ ମୁଁ କ'ଣ କରିବି?' BSB BSB: And if he is unable, he will send a delegation while the other king is still far off, to ask for terms of peace.
33 UDB ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ I BSB BSB: In the same way, any one of you who does not give up everything he has cannot be My disciple.
34 UDB ପୁଣି ଯୀଶୁ କହିଲେ, "ତୁମ୍ଭେମାନେ ଲବଣ ସଦୃଶ, ଯାହା ବହୁତ ବ୍ୟବହାର ଯୋଗ୍ୟ I କିନ୍ତୁ ଯଦି ଲବଣ ଆପଣା ଲବଣତ୍ୱ ହରାଏ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ? BSB BSB: Salt is good, but if the salt loses its savor, with what will it be seasoned?
35 UDB ଯଦି ଲବଣ ଆପଣା ସ୍ୱାଦ ଦିଏ ନାହିଁ, ତେବେ ତାହା ଭୂମି କିମ୍ବା ଖତଗଦା ନିମନ୍ତେ ମଧ୍ୟ ଯୋଗ୍ୟ ନୁହେଁ I ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି I ମୁଁ ଯାହା କହିଲି ପ୍ରତ୍ୟେକ ସେହି ବିଷୟରେ ଯତ୍ନପୂର୍ବକ ବିବେଚନା କର!" BSB BSB: It is fit neither for the soil nor for the manure pile, and it is thrown out. He who has ears to hear, let him hear.”