2 UDB ଯେତେବେଳେ ସେମାନେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ସମାଧିର ପଥର ଗଡ଼ାଇ ଦିଆଯାଇଅଛି I BSB BSB: They found the stone rolled away from the tomb,
3 UDB ସେମାନେ ସମାଧି ଭିତରକୁ ଗଲେ, କିନ୍ତୁ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ I BSB BSB: but when they entered, they did not find the body of the Lord Jesus.
4 UDB ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଥିଲେ I ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; BSB BSB: While they were puzzling over this, suddenly two men in radiant apparel stood beside them.
5 UDB ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ, ସେହି ଦୁଇ ଦୁତ ସେମାନଙ୍କୁ କହିଲେ, "ମୃତଲୋକମାନଙ୍କ ସମାଧି ମଧ୍ୟରେ ତୁମ୍ଭେମାନେ ଜୀବିତଙ୍କର ଅନ୍ୱେଷଣ କରିବା ଉଚିତ୍ ନୁହଁ! BSB BSB: As the women bowed their faces to the ground in terror, the two men asked them, “Why do you look for the living among the dead?
6 UDB ସେ ଏଠାରେ ନାହାନ୍ତି; ମାତ୍ର ଉଠିଅଛନ୍ତି! ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର, BSB BSB: He is not here; He has risen! Remember how He told you while He was still in Galilee:
7 UDB ସେମାନେ ମନୁଷ୍ୟପୁତ୍ରଙ୍କୁ ଅର୍ଥାତ୍ ମୋତେ ପାପୀମାନଙ୍କ ହସ୍ତରେ ସମର୍ପଣ କରିବେ I ସେମାନେ ମୋତେ କ୍ରୁଶରେ ହତ କରିବେ I କିନ୍ତୁ ତା'ପରେ ତୃତୀୟ ଦିବସରେ ମୁଁ ପୁନରତ୍ଥିତ ହେବି I" BSB BSB: ‘The Son of Man must be delivered into the hands of sinful men, and be crucified, and on the third day rise again.’”
8 UDB ସେଥିରେ ଯୀଶୁ ସେମାନଙ୍କୁ ଯାହା କହିଥିଲେ ତାହା ସେହି ସ୍ତ୍ରୀଲୋକମାନେ ସ୍ମରଣ କଲେ I BSB BSB: Then they remembered His words.
9 UDB ପୁଣି, ସେମାନେ ସମାଧିରୁ ବାହୁଡ଼ିଯାଇ ଏକାଦଶ ପ୍ରେରିତ ଓ ଅନ୍ୟ ସମସ୍ତ ଶିଷ୍ୟଙ୍କ ନିକଟକୁ ଯାଇ, କ’ଣ ଘଟିଲା ସେହି ସବୁ ସମ୍ବାଦ ଦେଲେ I BSB BSB: And when they returned from the tomb, they reported all these things to the Eleven and to all the others.
10 UDB ଏମାନେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ I BSB BSB: It was Mary Magdalene, Joanna, Mary the mother of James, and the other women with them who told this to the apostles.
12 UDB କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ I ପୁଣି, ନଇଁପଡ଼ି ଭିତରକୁ ଚାହିଁଲେ I ସେ ଯୀଶୁଙ୍କ ଶରୀରରେ ଗୁଡା ଯାଇଥିବା କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, କିନ୍ତୁ ଯୀଶୁ ସେଠାରେ ଥିଲେ I ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ I BSB BSB: Peter, however, got up and ran to the tomb. And after bending down and seeing only the linen cloths, he went away, wondering to himself what had happened.
14 UDB ଓ ଯୀଶୁଙ୍କ ସହ କ'ଣ ଘଟିଲା ସେହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ I BSB BSB: They were talking with each other about everything that had happened.
15 UDB ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ I BSB BSB: And as they talked and deliberated, Jesus Himself came up and walked along with them.
16 UDB କିନ୍ତୁ ଈଶ୍ୱର ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ କରିଥିଲେ ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ I BSB BSB: But their eyes were kept from recognizing Him.
17 UDB ଯୀଶୁ ସେମାନଙ୍କୁ ପଚାରିଲେ, "ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କଅଣ?" ସେଥିରେ ସେମାନେ ଦୁଃଖିତ ହୋଇ ଠିଆ ହୋଇ ରହିଲେ I BSB BSB: He asked them, “What are you discussing so intently as you walk along?” They stood still, with sadness on their faces.
18 UDB ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ କହିଲେ, "ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ ଯେ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ!" BSB BSB: One of them, named Cleopas, asked Him, “Are You the only visitor to Jerusalem who does not know the things that have happened there in recent days?”
19 UDB ସେ ସେମାନଙ୍କୁ ପଚାରିଲେ, "କି କି ପ୍ରକାର ଘଟଣା?" ସେମାନେ ତାହାଙ୍କୁ କହିଲେ, "ନାଜରିତୀୟ ଯୀଶୁଙ୍କ ବିଷୟ, ସେ ଜଣେ ଭାବବାଦୀ ଥିଲେ I ଈଶ୍ୱର ତାହାଙ୍କୁ ମହାନ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଓ ଉତ୍କୃଷ୍ଟ ବାକ୍ୟ ଶିକ୍ଷା ଦେବା ନିମନ୍ତେ ଯୋଗ୍ୟ କରିଥିଲେ I ସେ ପ୍ରଶଂସନୀୟ ବୋଲି ଲୋକମାନଙ୍କ ଚିନ୍ତାଧାରା ଥିଲା I" BSB BSB: “What things?” He asked. “The events involving Jesus of Nazareth,” they answered. “This man was a prophet, powerful in speech and action before God and all the people.
20 UDB କିନ୍ତୁ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ ରୋମୀୟ ଅଧିକାରୀମାନଙ୍କ ହସ୍ତରେ ତାହାଙ୍କୁ ସମର୍ପଣ କଲେ I ସେହି ଅଧିକାରୀମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲେ ଓ ସେମାନେ ତାହାଙ୍କୁ କ୍ରୁଶରେ ବଧ କଲେ I BSB BSB: Our chief priests and rulers delivered Him up to the sentence of death, and they crucified Him.
21 UDB କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ! ମାତ୍ର ଏହା ବର୍ତ୍ତମାନ ସମ୍ଭବ ଦେଖାଯାଉ ନାହିଁ, କାରଣ ତାହାଙ୍କର ବଧ ହୋଇ ଆଜିକି ତିନି ଦିନ ହେଲା I BSB BSB: But we were hoping He was the One who would redeem Israel. And besides all this, it is the third day since these things took place.
22 UDB ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ବିତ କରିଅଛନ୍ତି I ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ, BSB BSB: Furthermore, some of our women astounded us. They were at the tomb early this morning,
23 UDB ଆଉ, ଯୀଶୁଙ୍କ ଶରୀର ସେଠାରେ ନ ଥିଲା! ସେଥିରେ ସେମାନେ ଫେରିଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି I ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି! BSB BSB: but they did not find His body. They came and told us they had seen a vision of angels, who said that Jesus was alive.
24 UDB ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଗଲେ I ସ୍ତ୍ରୀଲୋକମାନେ ଯେପରି କହିଥିଲେ, ଠିକ୍ ସେପରି ଦେଖିଲେ I କିନ୍ତୁ ସେମାନେ ଯୀଶୁଙ୍କୁ ଦେଖିଲେ ନାହିଁ I" BSB BSB: Then some of our companions went to the tomb and found it just as the women had described. But Him they did not see.”
26 UDB ନିଶ୍ଚିତଭାବରେ ତୁମ୍ଭେମାନେ ଏହା ଜାଣିବା ଉଚିତ୍ ଯେ, ଖ୍ରୀଷ୍ଟ ଏହି ସମସ୍ତ ଦୁଃଖଭୋଗ ଓ ମୃତ୍ୟୁଭୋଗ କରି ସ୍ୱର୍ଗରେ ଆପଣା ମହିମାରେ ପ୍ରବେଶ କରିବା ଆବଶ୍ୟକ ଥିଲା! BSB BSB: Was it not necessary for the Christ to suffer these things and then to enter His glory?”
27 UDB ପୁଣି, ଧର୍ମଶାସ୍ତ୍ରରେ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ଆପଣା ସମ୍ବନ୍ଧୀୟ ସମସ୍ତ କଥା ସେ ସେମାନଙ୍କୁ ବୁଝାଇଦେଲେ I ମୋଶା ଯାହା ଲେଖିଛନ୍ତି ତାହାଠାରୁ ସେ ଆରମ୍ଭ କଲେ ଓ ପରେ ସମସ୍ତ ଭାବବାଦୀ ଯାହା ଲେଖିଛନ୍ତି ସେହି ସବୁ ସେ ସେମାନଙ୍କୁ ବୁଝାଇଦେଲେ I BSB BSB: And beginning with Moses and all the Prophets, He explained to them what was written in all the Scriptures about Himself.
28 UDB ଆଉ ସେହି ଦୁଇ ଜଣ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ I BSB BSB: As they approached the village where they were headed, He seemed to be going farther.
29 UDB କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, "ଆଜି ରାତିରେ ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି I" ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ I BSB BSB: But they pleaded with Him, “Stay with us, for it is nearly evening and the day is almost over.” So He went in to stay with them.
30 UDB ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଏହା ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ I ପୁଣି, ସେ ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ I BSB BSB: While He was reclining at the table with them, He took bread, spoke a blessing and broke it, and gave it to them.
31 UDB ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ I କିନ୍ତୁ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ! BSB BSB: Then their eyes were opened and they recognized Jesus—and He disappeared from their sight.
32 UDB ସେଥିରେ ସେମାନେ ପରସ୍ପର କହିଲେ, "ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ ଆମ୍ଭେମାନେ ବିବେଚନା କରିବା ଆରମ୍ଭ କଲୁ ଯେ କୌଣସି ଗୋଟିଏ ଉତ୍ତମ ବିଷୟ ଘଟିବାକୁ ଯାଉଅଛି! ଯଦ୍ୟପି ଆମ୍ଭେମାନେ ତାହା କ'ଣ ବୋଲି ଜାଣି ନ ଥିଲୁ I ଆମ୍ଭମାନଙ୍କର ଏଠାରେ ଆଉ ରହିବା ଉଚିତ୍ ନୁହଁ; ଯାହା ଘଟିଲା ଆମ୍ଭେମାନେ ଯାଇ ତାହା ଅନ୍ୟମାନଙ୍କୁ କହିବା ଆବଶ୍ୟକ!" BSB BSB: They asked each other, “Were not our hearts burning within us as He spoke with us on the road and opened the Scriptures to us?”
33 UDB ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶ ଶିଷ୍ୟମାନଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ I BSB BSB: And they got up that very hour and returned to Jerusalem. There they found the Eleven and those with them, gathered together
34 UDB ସେମାନେ ସେହି ଦୁଇ ଜଣଙ୍କୁ କହିଲେ ଯେ, "ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି I" BSB BSB: and saying, “The Lord has indeed risen and has appeared to Simon!”
35 UDB ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ I BSB BSB: Then the two told what had happened on the road, and how they had recognized Jesus in the breaking of the bread.
37 UDB ମାତ୍ର ସେମାନେ ଆତଙ୍କିତ ଓ ଭୀତ ହେଲେ, ସେମାନେ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ I BSB BSB: But they were startled and frightened, thinking they had seen a spirit.
38 UDB ସେଥିରେ ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଉଦ୍ବିଗ୍ନ ହେବା ଉଚିତ୍ ନୁହେଁ! ଆଉ ମୁଁ ଯେ ଜୀବିତ ଏହା ତୁମ୍ଭେମାନେ ସନ୍ଦେହ କରିବା ଅନୁଚିତ୍ I କାରଣ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି? BSB BSB: “Why are you troubled,” Jesus asked, “and why do doubts arise in your hearts?
39 UDB ଏ ଯେ ସ୍ୱୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ!" BSB BSB: Look at My hands and My feet. It is I Myself. Touch Me and see—for a spirit does not have flesh and bones, as you see I have.”
40 UDB ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଘା' ଦେଖାଇଲେ I BSB BSB: And when He had said this, He showed them His hands and feet.
41 UDB ସେମାନେ ଆନନ୍ଦିତ ଓ ଚମତ୍କୃତ ହେଲେ, କିନ୍ତୁ ଯୀଶୁ ଯେ ପ୍ରକୃତରେ ଜୀବିତ ହୋଇଅଛନ୍ତି ଏହା ସେମାନେ ବିଶ୍ୱାସ କରିବାରେ କଷ୍ଟ ହେଲା I ତେଣୁ ସେ ସେମାନଙ୍କୁ କହିଲେ, "ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି?" BSB BSB: While they were still in disbelief because of their joy and amazement, He asked them, “Do you have anything here to eat?”
42 UDB ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ I BSB BSB: So they gave Him a piece of broiled fish,
43 UDB ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ I BSB BSB: and He took it and ate it in front of them.
45 UDB ସେତେବେଳେ ଧର୍ମଶାସ୍ତ୍ରରେ ଲିଖିତ ତାହାଙ୍କ ବିଷୟରେ ଯେପରି ସେମାନେ ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ I BSB BSB: Then He opened their minds to understand the Scriptures.
46 UDB ଆଉ ସେମାନଙ୍କୁ କହିଲେ, "ଏହି ପ୍ରକାରେ ଲେଖା ଅଛି: ଖ୍ରୀଷ୍ଟ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ, କିନ୍ତୁ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ I BSB BSB: And He told them, “This is what is written: The Christ will suffer and rise from the dead on the third day,
47 UDB ପୁଣି ସେମାନେ ଲେଖିଲେ ଯେ, ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ସମସ୍ତ ସ୍ଥାନରେ ପ୍ରଚାର କରିବେ ଯେ ଲୋକମାନେ ଆପଣା ପାପରୁ ମନପରିବର୍ତ୍ତନ କରି ଈଶ୍ୱରଙ୍କ ନିକଟରେ ଫେରିଲେ ସେ ସେମାନଙ୍କ ପାପରୁ ସେମାନଙ୍କୁ କ୍ଷମା କରିବେ I ଖ୍ରୀଷ୍ଟଙ୍କ ଅନୁସରଣକାରୀମାନେ ଈଶ୍ୱରଙ୍କ ଆଦେଶାନୁସାରେ ଏହି ସୁସମାଚାର ସମସ୍ତ ସ୍ଥାନରେ ଘୋଷଣା କରିବା ଉଚିତ I ପୁଣି ସେମାନେ ଲେଖିଲେ ଯେ ସେମାନେ ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ଘୋଷଣା କରିବା ଉଚିତ I BSB BSB: and in His name repentance and forgiveness of sins will be proclaimed to all nations, beginning in Jerusalem.
48 UDB ତୁମ୍ଭେମାନେ ଲୋକମାନଙ୍କୁ କୁହ, ତୁମ୍ଭେମାନେ ଜାଣ ଯେ ମୋ ସହ ଯାହା ଘଟିଅଛି ସେହି ଘଟଣା ସତ୍ୟ ଅଟେ ଏହା ତୁମ୍ଭେମାନେ ଜାଣ I BSB BSB: You are witnesses of these things.
49 UDB ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପବିତ୍ରଆତ୍ମା ପଠାଇବି I କିନ୍ତୁ ଯେପର୍ଯ୍ୟନ୍ତ ଈଶ୍ୱର ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରୁ ନାହାନ୍ତି ସେ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ I" BSB BSB: And behold, I am sending the promise of My Father upon you. But remain in the city until you have been clothed with power from on high.”
50 UDB ତତ୍ପରେ ଯୀଶୁ ସେମାନଙ୍କୁ ବେଥନିଆକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ I ସେଠାରେ ସେ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ I BSB BSB: When Jesus had led them out as far as Bethany, He lifted up His hands and blessed them.
51 UDB ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ I BSB BSB: While He was blessing them, He left them and was carried up into heaven.
52 UDB ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ I BSB BSB: And they worshiped Him and returned to Jerusalem with great joy,
53 UDB ପୁଣି, ପ୍ରତ୍ୟେକ ଦିନ ସେମାନେ ମନ୍ଦିର ପ୍ରାଙ୍ଗଣରେ ଯାଉଥିଲେ, ଓ ଈଶ୍ୱରଙ୍କ ସ୍ତବ କରିବାରେ ଅଧିକ ସମୟ ବିତାଉଥିଲେ I BSB BSB: praising God continually in the temple.