1 UDB ତହୁଁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ନୌକା ପାଇ ସେଠାରୁ ହ୍ରଦ ପାର ହୋଇ ଯେଉଁ ସହରରେ ରହୁଥିଲେ ସେହି କଫର୍ନାହୁମ ସହରକୁ ଆସିଲେ l BSB BSB: Jesus got into a boat, crossed over, and came to His own town.
2 UDB ପରେ ଲୋକେ ଏକ ପକ୍ଷାଘାତି ରୋଗୀକୁ ବିଛଣାରେ ବୋହି ତାହାଙ୍କ ନିକଟକୁ ଆଣିଲେ, ସେହି ପକ୍ଷାଘାତ ରୋଗୀକୁ ଯୀଶୁ ଯେ ସୁସ୍ଥ କରି ପାରିବେ ଏ ବିଷୟରେ ସେମାନଙ୍କର ବିଶ୍ୱାସ ଦେଖି, ଯୀଶୁ ସେହି ଯୁବାକୁ କହିଲେ, "ହେ ଯୁବା ଲୋକ ସାହାସ ଧର! ମୁଁ ତୁମ୍ଭର ପାପସବୁ କ୍ଷମା କରୁଅଛି l" BSB BSB: Just then some men brought to Him a paralytic lying on a mat. When Jesus saw their faith, He said to the paralytic, “Take courage, son; your sins are forgiven.”
3 UDB ଏହା ଶୁଣି ଯିହୁଦୀମାନଙ୍କର କେତେକ ଧର୍ମନେତା ପରପ୍ସର କୁହାକୁହି ହେଲେ, "ଏହି ଲୋକ ନିଜକୁ ଈଶ୍ୱର ବୋଲାଉ ଅଛି, ସେ କେବେ ମଧ୍ୟ କାହାରି ପାପ କ୍ଷମା କରି ପାରିବ ନାହିଁ l" BSB BSB: On seeing this, some of the scribes said to themselves, “This man is blaspheming!”
4 UDB ଯୀଶୁ ସେମାନଙ୍କ ମନର କଥା ଜାଣି ପାରି ସେମାନଙ୍କୁ କହିଲେ, "ତୁମ୍ଭେମାନେ କାହିଁକି ଏପରି ମନ୍ଦ ଚିନ୍ତା କରୁଅଛ" BSB BSB: But Jesus knew what they were thinking and said, “Why do you harbor evil in your hearts?
5 UDB ତୋର ପାପ ସବୁ କ୍ଷମା କରାଗଲା କିମ୍ବା ଉଠ ଚାଲ ବୋଲି କହିବା କ'ଣ ସହଜ?" BSB BSB: Which is easier: to say, ‘Your sins are forgiven,’ or to say, ‘Get up and walk’?
6 UDB ଈଶ୍ୱର ଯେ ମନୁଷ୍ୟ ପୁତ୍ରଙ୍କୁ ଜଗତର ପାପ କ୍ଷମା କରିବାକୁ ଅଧିକାର ଦେଇଅଛନ୍ତି, ଏହା ତୁମ୍ଭେମାନେ କେପରି ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,"ଉଠ, ତୁମ୍ଭର ବିଛଣା ଘେନି ଘରକୁ ଯାଅ l" BSB BSB: But so that you may know that the Son of Man has authority on earth to forgive sins...” Then He said to the paralytic, “Get up, pick up your mat, and go home.”
7 UDB ସେହିକ୍ଷଣୀ ଲୋକଟି ଉଠି ଆପଣା ବିଛଣା ଘେନି ଘରକୁ ଚାଲିଗଲା l BSB BSB: And the man got up and went home.
8 UDB ଏହା ଦେଖି ଲୋକମାନେ ଚମତ୍କୃତ ହେଲେ, ଈଶ୍ୱର ଯେ ମନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କ ପ୍ରଶଂସା କରିବାକୁ ଲାଗିଲେ l BSB BSB: When the crowds saw this, they were filled with awe and glorified God, who had given such authority to men.
9 UDB ଆଉ ଯୀଶୁ ସେଠାରୁ ବାହାରି ଯାଉ ଯାଉ ମାଥିଉ ନାମରେ ଜଣେ କରଆଦାୟକାରୀଙ୍କୁ ରୋମୀୟ ସରକାରଙ୍କ ନିମନ୍ତେ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, "ମୋ ସହିତ ଆସ ଓ ମୋହର ଶିଷ୍ୟ ହୁଅ l" ଏଥିରେ ମାଥିଉ ଉଠି ତାହାଙ୍କ ସହିତ ଗମନ କଲେ l BSB BSB: As Jesus went on from there, He saw a man named Matthew sitting at the tax booth. “Follow Me,” He told him, and Matthew got up and followed Him.
10 UDB ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଗୋଟିଏ ଘରେ ବସି ଭୋଜନ କରୁଥିବା ସମୟରେ, ଅନେକ କରଗ୍ରାହୀ ଓ ଅନ୍ୟ ଲୋକମାନେ ଆସି ତାହାଙ୍କ ସହିତ ଭୋଜନ କଲେ l BSB BSB: Later, as Jesus was dining at Matthew’s house, many tax collectors and sinners came and ate with Him and His disciples.
11 UDB ତାହା ଦେଖି ଫାରୁଶୀମାନେ ଶିଷ୍ୟମାନଙ୍କ ପାଖକୁ ଯାଇ କହିଲେ, "ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସହିତ ମିଶି ଭୋଜନ ପାନ କରୁଅଛନ୍ତି?" BSB BSB: When the Pharisees saw this, they asked His disciples, “Why does your Teacher eat with tax collectors and sinners?”
12 UDB ଯୀଶୁ ସେମାନଙ୍କ କଥିତ ବିଷୟ ଶୁଣି, ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ, "ଅସୁସ୍ଥ ଲୋକର ଚିକିତ୍ସକଠାରେ ପ୍ରୟୋଜନ ଥାଏ, ମାତ୍ର ସୁସ୍ଥ ଲୋକର ନୁହେଁ l" BSB BSB: On hearing this, Jesus said, “It is not the healthy who need a doctor, but the sick.
13 UDB ସେ ଆହୁରି ମଧ୍ୟ କହିଲେ," ଈଶ୍ୱର ଧର୍ମଶାସ୍ତ୍ରରେ ଏହି ଉକ୍ତିର ଅର୍ଥ ନେଇ କ'ଣ ଶିକ୍ଷା ଦିଅନ୍ତି ତାହା ତୁମ୍ଭେମାନେ ଯାଇ ଶିକ୍ଷା କର l ମୁଁ ତୁମ୍ଭମାନଙ୍କଠାରୁ ବଳିଦାନ ଓ ନୈବେଦ୍ୟ ଚାହେଁ ନାହିଁ, ମାତ୍ର ତୁମ୍ଭେମାନେ ଦୟାଳୁ ହୁଅ, ଏହା ମୁଁ ଚାହେଁ l ଏହା ମନେରଖ ଯେ, ଈଶ୍ୱରଙ୍କ ପ୍ରତି ପାପୀମାନଙ୍କ ହୃଦୟ ଫେରାଇ ଆଣିବା ପାଇଁ ମୁଁ ପାପୀମାନଙ୍କୁ ଆହ୍ଵାନ କରିବାକୁ ଆସିଅଛି, ମାତ୍ର ଧାର୍ମିକମାନଙ୍କୁ ନୁହେଁ l" BSB BSB: But go and learn what this means: ‘I desire mercy, not sacrifice.’ For I have not come to call the righteous, but sinners.”
14 UDB ଥରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, "ଆମେ ଓ ଫାରୁଶୀମାନେ ଉପବାସ କରୁ, ମାତ୍ର ଆପଣଙ୍କ ଶିଷ୍ୟମାନେ କାହିଁକି ସେପରି କରନ୍ତି ନାହିଁ?" BSB BSB: Then John’s disciples came to Jesus and asked, “Why is it that we and the Pharisees fast so often, but Your disciples do not fast?”
15 UDB ଯୀଶୁ ଉତ୍ତର ଦେଲେ, ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରର ବନ୍ଧୁମାନେ କ'ଣ ଶୋକ ଓ ଉପବାସ କରନ୍ତି? କିନ୍ତୁ ସମୟ ଆସୁଅଛି, ଯେତେବେଳେ ବରଙ୍କୁ ସେମାନଙ୍କ ନିକଟରୁ ଉଠାଇ ନିଆଯିବ, ସେତେବେଳେ ସେମାନେ ଉପବାସ କରିବେ l" BSB BSB: Jesus replied, “How can the guests of the bridegroom mourn while He is with them? But the time will come when the bridegroom will be taken from them; then they will fast.
16 UDB କେହି କ'ଣ ପୁରୁଣା ଲୁଗାରେ ନୂଆ ଲୁଗାର ତାଳି ପକାଏ? ତାହା କଲେ ତାଳିଟି ଲୁଗାକୁ ଆହୁରି ଛିଣ୍ଡାଇ କଣାକୁ ଆହୁରି ବଡ କରିଦିଏ l BSB BSB: No one sews a patch of unshrunk cloth on an old garment. For the patch will pull away from the garment, and a worse tear will result.
17 UDB ଅଥବା କେହି କ'ଣ ପୁରୁଣା କୁମ୍ପାରେ ନୂଆ ଅଙ୍ଗୁର ରସ ରଖେ? ଯଦି କେହି ଏପରି କରେ, ତେବେ ନୂଆ ଅଙ୍ଗୁର ରସ ମଦରେ ପରିଣତ ହେଲା ପରେ ସେହି ପୁରୁଣା କୁମ୍ପାକୁ ଫଟାଇ ଦିଏ ଏବଂ କୁମ୍ପାଟି ନଷ୍ଟ ହୋଇଯାଏ ଓ ସମସ୍ତ ମଦ ଗୁଡିକ ତଳେ ପଡ଼ି ନଷ୍ଟ ହୁଏ l ଏଣୁ ଲୋକେ ନୂଆ ମଦକୁ ନୂଆ କୁମ୍ପାରେ ରଖନ୍ତି ଓ ଯେତେବେଳେ ମଦଟି ଫୁଲି ଉଠେ, ସେତେବେଳେ କୁମ୍ପାଟିର ଚମଡା ଆହୁରି ଚୌଡ଼ା ହୁଏ l ଏପରି କଲେ ମଦ ଓ କୁମ୍ପା ଉଭୟକୁ ରକ୍ଷା କରାଯାଇ ପାରିବ l BSB BSB: Neither do men pour new wine into old wineskins. If they do, the skins will burst, the wine will spill, and the wineskins will be ruined. Instead, they pour new wine into new wineskins, and both are preserved.”
18 UDB ଯୀଶୁ ଏହା କହୁଥିବା ସମୟରେ, ସ୍ଥାନୀୟ ନଗରର ଜଣେ ଅଧ୍ୟକ୍ଷ ଆସି ତାଙ୍କୁ ପ୍ରଣାମ କରି କହିଲେ, "ମୋର ଝିଅଟି ଏହିକ୍ଷଣୀ ମରିଗଲା, କିନ୍ତୁ ଆପଣ ଆସି ଯଦି ତାହାକୁ ଛୁଇଁ ଦିଅନ୍ତି, ତେବେ ସେ ପୁଣିଥରେ ବଞ୍ଚି ଉଠିବ l" BSB BSB: While Jesus was saying these things, a synagogue leader came and knelt before Him. “My daughter has just died,” he said. “But come and place Your hand on her, and she will live.”
19 UDB ତହିଁରେ ଯୀଶୁ ଓ ଶିଷ୍ୟମାନେ ସେହି ଲୋକଟିର ସହିତ ଗଲେ l BSB BSB: So Jesus got up and went with him, along with His disciples.
20 UDB ସେମାନେ ଯାଉଥିବା ସମୟରେ ଜଣେ ସ୍ତ୍ରୀ ଲୋକ (ଯେ କି ବାର ବର୍ଷ ପର୍ଯ୍ୟନ୍ତ ରକ୍ତସ୍ରାବ ରୋଗରେ ପଡି କଷ୍ଟ ଭୋଗୁଥିଲା) ଯୀଶୁଙ୍କ ପଛ ପଟରୁ ଆସି ତାହାଙ୍କ ଲୁଗାର ଝୁମ୍ପାକୁ ଛୁଇଁଲା l BSB BSB: Suddenly a woman who had suffered from bleeding for twelve years came up behind Him and touched the fringe of His cloak.
21 UDB କାରଣ ସେ ମନେ ମନେ କହୁଥିଲା, "ଯଦି ମୁଁ ତାହାଙ୍କର ଲୁଗାକୁ ଛୁଇଁ ଦିଏ, ତବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି l" BSB BSB: She said to herself, “If only I touch His cloak, I will be healed.”
22 UDB ତହିଁରେ ଯୀଶୁ ବୁଲି ପଡି କିଏ ତାହାଙ୍କୁ ଛୁଇଁଲା ଏହା ଦେଖିବା ପାଇଁ ଚାରି ଆଡକୁ ଅନାଇଲେ, ଆଉ ଯେତେବେଳେ ସେ ସେହି ସ୍ତ୍ରୀକୁ ଦେଖିଲେ, ତାହାକୁ କହିଲେ, "ହେ ନାରୀ, ସାହସ ଧର, କାରଣ ମୁଁ ଯେ ତୁମ୍ଭକୁ ସୁସ୍ଥ କରିପାରେ ବୋଲି ବିଶ୍ୱାସ ରଖିଥିବାରୁ ମୁଁ ତୁମ୍ଭକୁ ସୁସ୍ଥ କରୁଅଛି l ସେହିକ୍ଷଣି ସେହି ସ୍ତ୍ରୀ ଲୋକଟି ସୁସ୍ଥ ହେଲା l BSB BSB: Jesus turned and saw her. “Take courage, daughter,” He said, “your faith has healed you.” And the woman was healed from that very hour.
23 UDB ପରେ ଯୀଶୁ ସେହି ଅଧକ୍ଷଙ୍କ ଗୃହକୁ ଆସି ବଂଶୀ ବାଦକମାନଙ୍କୁ ଅନ୍ତ୍ୟେଷ୍ଟିକ୍ରିୟାରେ ରୋଦନ ଓ ବିଳାପ କରୁଥିବା ଦେଖିଲେ I ସେଥିରେ ମଧ୍ୟ ଅନେକ ଲୋକ କୋଳାହଳ ସହ ସେହି ମୃତ ବାଳିକା ନିମନ୍ତେ ବିଳାପ କଲେ I BSB BSB: When Jesus entered the house of the synagogue leader, He saw the flute players and the noisy crowd.
24 UDB ସେ ସେମାନଙ୍କୁ କହିଲେ" ଅନ୍ତ୍ୟେଷ୍ଟି କ୍ରିୟାରେ ସଙ୍ଗୀତ ଓ ବିଳାପ ବନ୍ଦ କରି ଏଠାରୁ ବାହାରି ଯାଅ, କାରଣ ବାଳିକାଟି ମରି ନାହିଁ ମାତ୍ର ଶୋଇଅଛି I BSB BSB: “Go away,” He told them. “The girl is not dead, but asleep.” And they laughed at Him.
25 UDB କିନ୍ତୁ ସେମାନଙ୍କୁ ସେହି ଗୃହରୁ ବାହାରି ଯିବାକୁ ସେମାନଙ୍କୁ କହିଲେ, ପରେ ସେ ବାଳିକା ଥିବା ଗୃହକୁ ପ୍ରବେଶ କରି ବାଳିକା ନିକଟକୁ ଗଲେ ଓ ତାହାର ହାତ ଧରି ଡାକି ଉଠାଇଲେ ଆଉ ସେ ବାଳିକା ଉଠି ଠିଆ ହେଲା I BSB BSB: After the crowd had been put outside, Jesus went in and took the girl by the hand, and she got up.
26 UDB ଆଉ ଏହି ଅଲୌକିକ କାର୍ଯ୍ୟ ସେହି ଅଞ୍ଚଳରେ ବ୍ୟାପି ଗଲା I BSB BSB: And the news about this spread throughout that region.
27 UDB ଯୀଶୁ ସେହି ଗୃହରୁ ବାହାରିବା ସମୟରେ, ଦୁଇ ଜଣ ଅନ୍ଧ ତାଙ୍କ ପଛେ ପଛେ ବାହାରି ଆସି ଚିତ୍କାର କରି କହିଲେ, ହେ ଦାଉଦଙ୍କ ସନ୍ତାନ ଯୀଶୁ ଆମ୍ଭମାନଙ୍କ ପ୍ରତି ଦୟା କରନ୍ତୁ I BSB BSB: As Jesus went on from there, two blind men followed Him, crying out, “Have mercy on us, Son of David!”
28 UDB ଯୀଶୁ ସେହି ଗୃହକୁ ଗଲେ ଓ ସେଇ ଅନ୍ଧମାନେ ମଧ୍ୟ ସେହି ଗୃହକୁ ଗଲେ, ତହିଁରେ ଯୀଶୁ ପଚାରିଲେ, ମୁଁ ଯେ ତୁମ୍ଭକୁ ସୁସ୍ଥ କରିପାରେ ଏହା କ’ଣ ତୁମ୍ଭେ ବିଶ୍ଵାସ କରୁଅଛ? ସେମାନେ କହିଲେ, ହଁ ପ୍ରଭୁ! BSB BSB: After Jesus had entered the house, the blind men came to Him. “Do you believe that I am able to do this?” He asked. “Yes, Lord,” they answered.
29 UDB ଏହା ପରେ ସେ ସେମାନଙ୍କ ଚକ୍ଷୁ ଛୁଇଁ ସେମାନଙ୍କୁ କହିଲେ, ମୁଁ ଯେ ତୁମ୍ଭମାନଙ୍କ ଚକ୍ଷୁକୁ ସୁସ୍ଥ କରିପାରେ ଏହା ବିଶ୍ଵାସ କରୁ ଥିବାରୁ, ଏହି କ୍ଷଣି ମୁଁ ତୁମ୍ଭକୁ ସୁସ୍ଥ କରୁଅଛି I BSB BSB: Then He touched their eyes and said, “According to your faith will it be done to you.”
30 UDB ତତ୍କ୍ଷଣତ୍ ସେମାନଙ୍କର ଚକ୍ଷୁ ଖୋଲିଗଲା ଓ ସେମାନେ ଦେଖି ପାରିଲେ I ଯୀଶୁ ସେମାନଙ୍କୁ ଦୃଢ ଭାବରେ ସେମାନଙ୍କୁ ଅଜ୍ଞା ଦେଇ କହିଲେ' ମୁଁ ଯେଉଁ ବିଷୟ ଏଠାରେ କଲି ଏହା ତୁମ୍ଭେ କାହାକୁ କୁହ ନାହିଁ I BSB BSB: And their eyes were opened. Jesus warned them sternly, “See that no one finds out about this!”
31 UDB ମାତ୍ରା ସେମାନେ ବାହାରି ଯାଇ ଯୀଶୁଙ୍କର କର୍ମସବୁ ଅଞ୍ଚଳରେ ପ୍ରଚାର କଲେ I BSB BSB: But they went out and spread the news about Him throughout the land.
32 UDB ସେଇ ଦୁଇ ଜଣ ବାହାରିବା ପରେ କିଛି ଲୋକ ଏକ ମୂକ ଲୋକକୁ ଯୀଶୁଙ୍କ ପାଖକୁ ଆଣିଲେ, କାରଣ ସେହି ବ୍ୟକ୍ତି ମଧ୍ୟରେ ଏକ ଭୂତଆତ୍ମା ପରିଚାଳିତ କରୁଥିଲା I BSB BSB: As they were leaving, a demon-possessed man who was mute was brought to Jesus.
33 UDB ଯୀଶୁ ସେହି ଲୋକ ମଧ୍ୟରେ କାର୍ଯ୍ୟ କରୁଥିବା ଭୂତଆତ୍ମାକୁ ବାହାର କରିବା ମାତ୍ରେ ଲୋକଟି କଥା କହିପାରିଲା I ଏହା ଦେଖି ଲୋକମାନେ ଅନେକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, ଇସ୍ରାଏଲ୍ ମଧ୍ୟରେ ଏପରି ଅଦ୍ଭୁତ କର୍ମ ଆମେ କେବେ ଦେଖି ନ ଥିଲୁ I BSB BSB: And when the demon had been driven out, the man began to speak. The crowds were amazed and said, “Nothing like this has ever been seen in Israel!”
34 UDB କିନ୍ତୁ ଫାରୁଶୀମାନେ କହିଲେ ସେ ଭୂତମାନଙ୍କୁ ବାହାର କରିପାରୁଛି ତାହାର କାରଣ ଏହାକି ସେ ନିଜେ ଭୂତଗ୍ରସ୍ତ ଓ ଭୂତମାନଙ୍କ ରାଜା ଶୟତାନକୁ ଧରିଅଛି I BSB BSB: But the Pharisees said, “It is by the prince of demons that He drives out demons.”
35 UDB ଯୀଶୁ ସେହି ଅଞ୍ଚଳର ସବୁ ସହର ଓ ଗ୍ରାମ ବୁଲି ବୁଲି ସମାଜଗୃହମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେଇ ଈଶ୍ଵରଙ୍କ ରାଜ୍ୟ ସମ୍ବନ୍ଧରେ ସୁସମାଚାର ପ୍ରଚାର କଲେ I ସେ ଯେଉଁ ଯେଉଁ ସ୍ଥାନକୁ ଗଲେ, ସେଠାରେ ନାନାଦି ରୋଗରେ ପୀଡିତ ଲୋକମାନଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ କଲେ I BSB BSB: Jesus went through all the towns and villages, teaching in their synagogues, preaching the gospel of the kingdom, and healing every disease and sickness.
36 UDB ଯେତେବେଳେ ସେ ଲୋକ ଗହଳିକୁ ଦେଖିଲେ, ସେ ସେମାନଙ୍କୁ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଦୁର୍ଦ୍ଦଶାପନ୍ନ ଓ ଅସାଧ୍ୟ ଥିଲେ ଏବଂ ଅରକ୍ଷକ ମେଷ ପରି ଥିଲେ I BSB BSB: When He saw the crowds, He was moved with compassion for them, because they were harassed and helpless, like sheep without a shepherd.
37 UDB ପରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁ ଲୋକମାନେ ମୋର ବାର୍ତ୍ତା ଶୁଣିବାକୁ ପ୍ରସ୍ତୁତ, ସେମାନେ ଫସଲ କଟାଳୀ ଅମଳ କରାଯିବାର କ୍ଷେତ୍ର ସଦୃଶ I କିନ୍ତୁ ଫସଲତ ପ୍ରଚୁର ମାତ୍ର ମୂଲିଆମାନଙ୍କ ସଂଖ୍ୟା ଅଳ୍ପ I BSB BSB: Then He said to His disciples, “The harvest is plentiful, but the workers are few.
38 UDB ତେଣୁ ଫସଲର ଅଧିକାରୀ ନିକଟରେ ପ୍ରାର୍ଥନା କର ଯେପରି ସେ ତାଙ୍କ ଫସଲ କ୍ଷେତ ପାଇଁ ଅଧିକ ମୂଲିଆ ପଠାଇବେ I BSB BSB: Ask the Lord of the harvest, therefore, to send out workers into His harvest.”