1 UDB ତା’ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା। BSB BSB: After this I saw another angel descending from heaven with great authority, and the earth was illuminated by his glory.
2 UDB ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ, “ଈଶ୍ୱର ଭାରୀ ମନ୍ଦ ବାବିଲୋନ୍ ସମ୍ପୂର୍ଣ୍ଣ ପ୍ରାୟ ବିନାଶ କରିବେ। ଫଳରେ, ସମସ୍ତ ପ୍ରକାର ମନ୍ଦ ଆତ୍ମାଗୁଡିକ ସେଠାରେ ରହିବେ, ପୁଣି ସମସ୍ତ ପ୍ରକାର ଦୁର୍ଗନ୍ଧ ଓ ଅସ୍ୱାଦ ବିଶିଷ୍ଟ ପକ୍ଷୀଗୁଡିକ ସେଠାରେ ବାସ କରିବେ। ବାବିଲୋନ୍ ଗୋଟିଏ ବେଶ୍ୟା ପରି ଅଟେ।” BSB BSB: And he cried out in a mighty voice: “Fallen, fallen is Babylon the great! She has become a lair for demons and a haunt for every unclean spirit, every unclean bird, and every detestable beast.
3 UDB ପୃଥିବୀର ସବୁ ଲୋକମାନେ ତା'ର ବ୍ୟଭିଚାର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ୟଭିଚାର ପାପ କାର୍ଯ୍ୟ କରିଛନ୍ତି। ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି। BSB BSB: All the nations have drunk the wine of the passion of her immorality. The kings of the earth were immoral with her, and the merchants of the earth have grown wealthy from the extravagance of her luxury.”
4 UDB ତା’ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି, “ମୋର ଲୋକମାନେ ବାବିଲୋନ୍ଠାରୁ ପଳାୟନ କର ଯେହେତୁ ସେହି ଲୋକମାନଙ୍କ ପରି ତୁମ୍ଭେମାନେ ପାପ ନ କର। ଯଦି ତୁମ୍ଭେମାନେ ତୁମ୍ଭେମାନେ ସେମାନଙ୍କ ପରି ପାପ କର, ମୁଁ ତୁମ୍ଭମାନଙ୍କୁ ସାତୋଟି ବିଭିନ୍ନ ମାର୍ଗରେ ଦଣ୍ଡ ଦେବି, ଠିକ୍ ସେପରି ସେମାନଙ୍କୁ ମୁଁ ଦଣ୍ଡ ଦେବି। BSB BSB: Then I heard another voice from heaven say: “Come out of her, My people, so that you will not share in her sins or contract any of her plagues.
5 UDB ସ୍ୱର୍ଗ ଯେତେ ଉଚ୍ଚ, ତାହାର ପାପ କାର୍ଯ୍ୟ ସେତିକି ଉଚ୍ଚ ହେଲାଣି। ପରମେଶ୍ୱର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି। BSB BSB: For her sins are piled up to heaven, and God has remembered her iniquities.
6 UDB ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ। BSB BSB: Give back to her as she has done to others; pay her back double for what she has done; mix her a double portion in her own cup.
7 UDB ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି, ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ। ସେ ନିଜେ ଗର୍ବରେ କହେ, "ମୁଁ ରାଣୀ ପରି ସିଂହାସନରେ ବସିଛି। ମୁଁ ବିଧବା ନୁହେଁ, ମୁଁ କେବେ ଶୋକ କରିବି ନାହିଁ। BSB BSB: As much as she has glorified herself and lived in luxury, give her the same measure of torment and grief. In her heart she says, ‘I sit as queen; I am not a widow and will never see grief.’
8 UDB ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି। BSB BSB: Therefore her plagues will come in one day—death and grief and famine—and she will be consumed by fire, for mighty is the Lord God who judges her.”
9 UDB ଏହି ଜଗତର ଯେଉଁ ରାଜାମାନେ ତା' ସହିତ ବ୍ୟଭିଚାର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା'ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା'ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। BSB BSB: Then the kings of the earth who committed sexual immorality and lived in luxury with her will weep and wail at the sight of the smoke rising from the fire that consumes her.
10 UDB ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ BSB BSB: In fear of her torment, they will stand at a distance and cry out: “Woe, woe to the great city, the mighty city of Babylon! For in a single hour your judgment has come.”
11 UDB ଏହି ଜଗତର ବ୍ୟବସାୟୀମାନେ ତା'ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହାପରେ କେହି କିଣିବେ ନାହିଁ। BSB BSB: And the merchants of the earth will weep and mourn over her, because there is no one left to buy their cargo—
12 UDB ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପ, ଦ୍ରବ୍ୟ; BSB BSB: cargo of gold, silver, precious stones, and pearls; of fine linen, purple, silk, and scarlet; of all kinds of citron wood and every article of ivory, precious wood, bronze, iron, and marble;
13 UDB ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜି ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ସେମାନେ ଏପରିକି ମନୁଷ୍ୟ ବ୍ୟବସାୟୀମାନେ ଦାସଗୁଡିକରୂପେ ବିକାଯିବେ। BSB BSB: of cinnamon, spice, incense, myrrh, and frankincense; of wine, olive oil, fine flour, and wheat; of cattle, sheep, horses, and carriages; of bodies and souls of slaves.
14 UDB "ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଚାହୁଁଥିଲ, ସେସବୁ ତୁମ୍ଭଠାରୁ ଚାଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି। ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।" BSB BSB: And they will say: “The fruit of your soul’s desire has departed from you; all your luxury and splendor have vanished, never to be seen again.”
15 UDB ବ୍ୟବସାୟୀମାନେ ତା'ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା'ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। BSB BSB: The merchants who sold these things and gained their wealth from her will stand at a distance, in fear of her torment. They will weep and mourn,
16 UDB ସେମାନେ କହିବେ, “ଭୟଙ୍କର ବିଷୟଗୁଡିକ ସେହି ମହାନ ସହର ନିମନ୍ତେ ଘଟିବ! ସେହି ସହର ଗୋଟିଏ ସ୍ତ୍ରୀଲୋକ ପରି, ସୂକ୍ଷ୍ମ ବସ୍ତ୍ରା ପରିହିତା, ମୂଲ୍ୟବାନ ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା। BSB BSB: saying: “Woe, woe to the great city, clothed in fine linen and purple and scarlet, adorned with gold and precious stones and pearls!
17 UDB କିନ୍ତୁ ଘଣ୍ଟାକ ମଧ୍ୟରେ ପୁଣି ତତ୍କ୍ଷଣାତ୍ ଏହି ସମସ୍ତ ବିଶାଳ ସମ୍ପତ୍ତି ଈଶ୍ୱର ନଷ୍ଟ କରିଦେଲେ। BSB BSB: For in a single hour such fabulous wealth has been destroyed!” Every shipmaster, passenger, and sailor, and all who make their living from the sea, will stand at a distance
18 UDB ସେମାନେ ତା'ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, "ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ। BSB BSB: and cry out at the sight of the smoke rising from the fire that consumes her. “What city was ever like this great city?” they will exclaim.
19 UDB ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଭୟଙ୍କର ବିଷୟମାନ ବାବିଲୋନ୍କୁ ଘଟିବ। ସେହି ସହର ବହୁ ଧନୀ ଲୋକ ତିଆରି ହେଲେ, ଲୋକେ ଯାହାର ଜାହାଜଗୁଡିକ ଥିଲା ସେହି ବହୁମୂଲ୍ୟ ବସ୍ତୁଗୁଡିକ ବିକ୍ରୀ କରିବା ପାଇଁ ସମୁଦ୍ରରେ ବାଣିଜ୍ୟ କରନ୍ତି। ଈଶ୍ୱର ସେହି ସହରକୁ ହଠାତ୍ ପୁଣି ତତ୍କ୍ଷଣାତ୍ ବିନଷ୍ଟ କରିବେ!” BSB BSB: Then they will throw dust on their heads as they weep and mourn and cry out: “Woe, woe to the great city, where all who had ships on the sea were enriched by her wealth! For in a single hour she has been destroyed.”
20 UDB ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ, ଭବିଷ୍ୟଦ୍ ବକ୍ତାଗଣ ଏବଂ ପ୍ରେରିତଗଣ! ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି। BSB BSB: Rejoice over her, O heaven, and you saints and apostles and prophets, because God has pronounced for you His judgment against her.
21 UDB ତା’ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗିଦେଇ କହିଲେ, “ମହାନଗର ବାବିଲୋନ୍ ସହରରେ ତୁମ୍ଭେମାନେ ବାସ କର, ଈଶ୍ୱର ତୁମ୍ଭମାନଙ୍କୁ ସହରରୁ ଫୋପାଡି ଦେବେ ଯେପରି ଏହା ସମୁଦ୍ରରେ ପଥର ହଜିଯିବା ପରି ହେବ! ତୁମ୍ଭମାନଙ୍କର ସହର ସବୁଦିନ ପାଇଁ ଦୂରେଇ ଯିବ! BSB BSB: Then a mighty angel picked up a stone the size of a great millstone and cast it into the sea, saying: “With such violence the great city of Babylon will be cast down, never to be seen again.
22 UDB ତୋ'ଠାରେ କେହି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ। ତୋ'ଠାରେ କୌଣସି ଶିଳ୍ପର କାରିଗରମାନେ ଆଉ ଦେଖାଯିବେ ନାହିଁ। ତୋ'ଠାରେ ଚକିପେଷାର ଶବ୍ଦ ଆଉ କେବେ ହେଲେ ଶୁଣାଯିବ ନାହିଁ। BSB BSB: And the sound of harpists and musicians, of flute players and trumpeters, will never ring out in you again. Nor will any craftsmen of any trade be found in you again, nor the sound of a millstone be heard in you again.
23 UDB ତୋ’ପାଖରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି ଆଉ କେବେ ହେଲେ ଶୁଣାଯିବ ନାହିଁ। ତୋ'ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ। BSB BSB: The light of a lamp will never shine in you again, and the voices of a bride and bridegroom will never call out in you again. For your merchants were the great ones of the earth, because all the nations were deceived by your sorcery.”
24 UDB ସେ (ବାବିଲ) ଭବିଷ୍ୟଦ୍ ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ପାଇଁ ଦାୟୀ ଅଟେ।” BSB BSB: And there was found in her the blood of prophets and saints, and of all who had been slain on the earth.
Select verses for actions: Enter goes to them and Escape comes back.