1 ULB କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ। BSB BSB: For we know that if the earthly tent we live in is dismantled, we have a building from God, an eternal house in heaven, not built by human hands.
2 ULB ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ; BSB BSB: For in this tent we groan, longing to be clothed with our heavenly dwelling,
3 ULB ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ। BSB BSB: because when we are clothed, we will not be found naked.
4 ULB କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ। BSB BSB: For while we are in this tent, we groan under our burdens, because we do not wish to be unclothed but clothed, so that our mortality may be swallowed up by life.
5 ULB ଆଉ ଯେ ଏଥି ନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ୱର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ଆତ୍ମା ମଧ୍ୟ ଦାନ କରିଅଛନ୍ତି। BSB BSB: And it is God who has prepared us for this very purpose and has given us the Spirit as a pledge of what is to come.
6 ULB ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ପ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ। BSB BSB: Therefore we are always confident, although we know that while we are at home in the body, we are away from the Lord.
7 ULB (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ), BSB BSB: For we walk by faith, not by sight.
9 ULB ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା। BSB BSB: So we aspire to please Him, whether we are at home in this body or away from it.
10 ULB କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ। BSB BSB: For we must all appear before the judgment seat of Christ, that each one may receive his due for the things done in the body, whether good or bad.
11 ULB ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ପ୍ରବର୍ତ୍ତାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ। BSB BSB: Therefore, since we know what it means to fear the Lord, we try to persuade men. What we are is clear to God, and I hope it is clear to your conscience as well.
12 ULB ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥି ନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ। BSB BSB: We are not commending ourselves to you again. Instead, we are giving you an occasion to be proud of us, so that you can answer those who take pride in appearances rather than in the heart.
13 ULB ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ୱରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ। BSB BSB: If we are out of our mind, it is for God; if we are of sound mind, it is for you.
14 ULB କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ; BSB BSB: For Christ’s love compels us, because we are convinced that One died for all, therefore all died.
15 ULB ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି। BSB BSB: And He died for all, that those who live should no longer live for themselves, but for Him who died for them and was raised again.
16 ULB ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ। BSB BSB: So from now on we regard no one according to the flesh. Although we once regarded Christ in this way, we do so no longer.
17 ULB ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି। BSB BSB: Therefore if anyone is in Christ, he is a new creation. The old has passed away. Behold, the new has come!
20 ULB ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ। BSB BSB: Therefore we are ambassadors for Christ, as though God were making His appeal through us. We implore you on behalf of Christ: Be reconciled to God.
Select verses for actions: Enter goes to them and Escape comes back.