1 ULB ହେ ଭାଇମାନେ, ମାକିଦନିଆର ମଣ୍ଡଳୀସମୂହ ମଧ୍ୟରେ ଈଶ୍ୱରଙ୍କ ଦିଆଯାଇଥବା ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ; BSB BSB: Now, brothers, we want you to know about the grace that God has given the churches of Macedonia.
2 ULB ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି। BSB BSB: In the terrible ordeal they suffered, their abundant joy and deep poverty overflowed into rich generosity.
3 ULB କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ; BSB BSB: For I testify that they gave according to their ability and even beyond it. Of their own accord,
4 ULB ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ଵେଚ୍ଛାରେ ବହୁତ ବିନତିସହ ଆମ୍ଭମାନଙ୍କୁ ନିବେଦନ କଲେ; BSB BSB: they earnestly pleaded with us for the privilege of sharing in this service to the saints.
5 ULB ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ। BSB BSB: And not only did they do as we expected, but they gave themselves first to the Lord and then to us, through the will of God.
6 ULB ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥି ନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ। BSB BSB: So we urged Titus to help complete your act of grace, just as he had started it.
7 ULB ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ। BSB BSB: But just as you excel in everything—in faith, in speech, in knowledge, in complete earnestness, and in the love we inspired in you—see that you also excel in this grace of giving.
8 ULB ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି। BSB BSB: I am not giving a command, but I am testing the sincerity of your love through the earnestness of others.
9 ULB କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। BSB BSB: For you know the grace of our Lord Jesus Christ, that though He was rich, yet for your sake He became poor, so that you through His poverty might become rich.
10 ULB ଏ ସମ୍ବନ୍ଧରେ ମୋର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ,ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ; BSB BSB: And this is my opinion about what is helpful for you in this matter: Last year you were the first not only to give, but even to have such a desire.
11 ULB ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ। BSB BSB: Now finish the work, so that you may complete it with the same eager desire, according to your means.
12 ULB କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ। BSB BSB: For if the eagerness is there, the gift is acceptable according to what one has, not according to what he does not have.
13 ULB ଯେଣୁ ଅନ୍ୟମାନେ ଯେପରି ସୁଖ ପାଆନ୍ତି, ଆଉ ତୁମ୍ଭେମାନେ କ୍ଳେଶ ପାଅ, ଏଥିପାଇଁ ମୁଁ ଏହା କହୁ ନାହିଁ; BSB BSB: It is not our intention that others may be relieved while you are burdened, but that there may be equality.
14 ULB ମାତ୍ର ସାମ୍ୟଭାବ ଦେଖାଯିବା ନିମନ୍ତେ ବର୍ତ୍ତମାନ ସମୟରେ ତୁମ୍ଭମାନଙ୍କ ପ୍ରାଚୁର୍ଯ୍ୟ ଦ୍ୱାରା ସେମାନଙ୍କ ଅଭାବ ପୂରଣ ହେଉଅଛି, ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ, ଆଉ ଏହି ପ୍ରକାରେ ସାମ୍ୟଭାବ ଦେଖାଯିବ, BSB BSB: At the present time, your surplus will meet their need, so that in turn their surplus will meet your need. This way there will be equality.
15 ULB ଯେପରି ଲେଖା ଅଛି, "ଯେ ଅଧିକ ସଂଗ୍ରହ କଲା,ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ''। BSB BSB: As it is written: “He who gathered much had no excess, and he who gathered little had no shortfall.”
16 ULB କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍ଯୋଗ ଜନ୍ମାଇଅଛନ୍ତି; BSB BSB: But thanks be to God, who put into the heart of Titus the same devotion I have for you.
17 ULB କାରଣ ସେ ଯେ କେବଳ ଆମ୍ଭମାନଙ୍କ ଅନୁରୋଧ ଗ୍ରହଣ କଲେ, ତାହା ନୁହେଁ, ମାତ୍ର ସେ ନିଜେ ଅତ୍ୟନ୍ତ ଉଦ୍ଯୋଗୀ ହୋଇ ସ୍ୱେଚ୍ଛାରେ ତୁମ୍ଭମାନଙ୍କ ନିକଟକୁ ଯାଉଅଛନ୍ତି। BSB BSB: For not only did he welcome our appeal, but he is eagerly coming to you of his own volition.
18 ULB ପୁଣି, ତାଙ୍କ ସଙ୍ଗେ ଆମ୍ଭେମାନେ ଆଉ ଜଣେ ଭାଇଙ୍କୁ ପଠାଉଅଛୁ; ସୁସମାଚାର ପ୍ରଚାର ସମ୍ବନ୍ଧରେ ତାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ବ୍ୟାପିଯାଇଅଛି, BSB BSB: Along with Titus we are sending the brother who is praised by all the churches for his work in the gospel.
19 ULB କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ଆମ୍ଭମାନଙ୍କର ସେବା ଦ୍ୱାରା ସାଧିତ ଏହି ଅନୁଗ୍ରହ କାର୍ଯ୍ୟ ସମ୍ବନ୍ଧରେ ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଆଗ୍ରହଭାବ ନିମନ୍ତେ ଆମ୍ଭମାନଙ୍କର ସହଯାତ୍ରୀ ହେବା ପାଇଁ ମଣ୍ଡଳୀସମୂହ ଦ୍ୱାରା ନିଯୁକ୍ତ ହୋଇଅଛନ୍ତି; BSB BSB: More than that, this brother was chosen by the churches to accompany us with the gracious offering we administer to honor the Lord Himself and to show our eagerness to help.
20 ULB ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁଁ ସାବଧାନ ହେଉଅଛୁ; BSB BSB: We want to avoid any criticism of the way we administer this generous gift.
21 ULB କାରଣ କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହି ସବୁ ଆମ୍ଭେମାନେ ବିବେଚନା କରୁ। BSB BSB: For we are taking great care to do what is right, not only in the eyes of the Lord, but also in the eyes of men.
22 ULB ପୁଣି, ଆମ୍ଭେମାନେ ଆମ୍ଭମାନଙ୍କର ଆଉ ଜଣେ ଭାଇଙ୍କୁ ମଧ୍ୟ ସେମାନଙ୍କ ସଙ୍ଗେ ପଠାଉଅଛୁ, ତାଙ୍କୁ ଆମ୍ଭେମାନେ ଅନେକ ବିଷୟରେ ଅନେକ ଥର ଉଦ୍ଯୋଗୀ ବୋଲି ପ୍ରମାଣ ପାଇଅଛୁ, ପୁଣି, ତୁମ୍ଭମାନଙ୍କଠାରେ ଦୃଢ଼ ବିଶ୍ୱାସ କରିବାରୁ ସେ ଏବେ ଆହୁରି ଅଧିକ ଉଦ୍ଯୋଗୀ ହୋଇଅଛନ୍ତି। BSB BSB: And we are sending along with them our brother who has proven his earnestness to us many times and in many ways, and now even more so by his great confidence in you.
23 ULB ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ। BSB BSB: As for Titus, he is my partner and fellow worker among you. As for our brothers, they are messengers of the churches, the glory of Christ.
24 ULB ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ। BSB BSB: In full view of the churches, then, show these men the proof of your love and the reason for our boasting about you.
Select verses for actions: Enter goes to them and Escape comes back.