1 ULB ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍ ତାହାର ବଦଳରେ ରାଜା ହେଲା। BSB BSB: Some time later, the king of the Ammonites died and was succeeded by his son Hanun.
2 ULB ତହିଁରେ ଦାଉଦ କହିଲେ, “ହାନୂନ୍ର ପିତା ନାହଶ ଯେପରି ମୋ’ ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍ ପ୍ରତି ଦୟା ପ୍ରକାଶ କରିବି।” ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ। BSB BSB: And David said, “I will show kindness to Hanun son of Nahash, just as his father showed kindness to me.” So David sent some of his servants to console Hanun concerning his father. But when they arrived in the land of the Ammonites,
3 ULB ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ?” BSB BSB: the princes of the Ammonites said to Hanun their lord, “Just because David has sent you comforters, do you really believe he is showing respect for your father? Has not David instead sent his servants to explore the city, spy it out, and overthrow it?”
4 ULB ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। BSB BSB: So Hanun took David’s servants, shaved off half of each man’s beard, cut off their garments at the hips, and sent them away.
5 ULB ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ନଗରରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।” BSB BSB: When this was reported to David, he sent messengers to meet the men, since they had been thoroughly humiliated. The king told them, “Stay in Jericho until your beards have grown back, and then return.”
6 ULB ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବେଥ୍ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ। BSB BSB: When the Ammonites realized that they had become a stench to David, they hired twenty thousand Aramean foot soldiers from Beth-rehob and Zoba, as well as a thousand men from the king of Maacah and twelve thousand men from Tob.
7 ULB ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ। BSB BSB: On hearing this, David sent Joab and the entire army of mighty men.
8 ULB ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ। BSB BSB: The Ammonites marched out and arrayed themselves for battle at the entrance of the city gate, while the Arameans of Zobah and Rehob and the men of Tob and Maacah were by themselves in the open country.
9 ULB ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। BSB BSB: When Joab saw the battle lines before him and behind him, he selected some of the best men of Israel and arrayed them against the Arameans.
10 ULB ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା। BSB BSB: And he placed the rest of the troops under the command of his brother Abishai, who arrayed them against the Ammonites.
11 ULB ପୁଣି ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି। BSB BSB: “If the Arameans are too strong for me,” said Joab, “then you will come to my rescue. And if the Ammonites are too strong for you, then I will come to your rescue.
12 ULB ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।” BSB BSB: Be strong and let us fight bravely for our people and for the cities of our God. May the LORD do what is good in His sight.”
13 ULB ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ। BSB BSB: So Joab and his troops advanced to fight the Arameans, who fled before him.
14 ULB ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁ ଫେରି ଆସିଲା। BSB BSB: When the Ammonites saw that the Arameans had fled, they too fled before Abishai, and they entered the city. So Joab returned from fighting against the Ammonites and came to Jerusalem.
15 ULB ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। BSB BSB: When the Arameans saw that they had been defeated by Israel, they regrouped.
16 ULB ପୁଣି ହଦଦେଷର ଲୋକ ପଠାଇ ଫରାତ୍ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା। BSB BSB: Hadadezer sent messengers to bring more Arameans from beyond the Euphrates, and they came to Helam with Shobach the commander of Hadadezer’s army leading them.
17 ULB ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯା’ନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ। ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ। BSB BSB: When this was reported to David, he gathered all Israel, crossed the Jordan, and went to Helam. Then the Arameans arrayed themselves against David and fought against him.
18 ULB ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା। BSB BSB: But the Arameans fled before Israel, and David killed seven hundred charioteers and forty thousand foot soldiers. He also struck down Shobach the commander of their army, who died there.
19 ULB ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ। ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ। BSB BSB: When all the kings who were subject to Hadadezer saw that they had been defeated by Israel, they made peace with Israel and became subject to them. So the Arameans were afraid to help the Ammonites anymore.
Select verses for actions: Enter goes to them and Escape comes back.