1 ULB ଏଥିଉତ୍ତାରେ ଦାଉଦ ଉଠାଣି ଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତ୍ର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ ନେଇ ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୁଟି, ଶହେ ପେନ୍ଥା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା (ବୋତୋଲ୍) ଦ୍ରାକ୍ଷାରସ ଥିଲା। BSB BSB: When David had gone a little beyond the summit, Ziba the servant of Mephibosheth was there to meet him. He had a pair of saddled donkeys loaded with two hundred loaves of bread, a hundred clusters of raisins, a hundred summer fruits, and a skin of wine.
2 ULB ତହିଁରେ ରାଜା ସୀବଃକୁ କହିଲେ, “ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ?” ତହୁଁ ସୀବଃ କହିଲା, “ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ।” BSB BSB: “Why do you have these?” asked the king. Ziba replied, “The donkeys are for the king’s household to ride, the bread and summer fruit are for the young men to eat, and the wine is to refresh those who become exhausted in the wilderness.”
3 ULB ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’” BSB BSB: “Where is your master’s grandson?” asked the king. And Ziba answered, “Indeed, he is staying in Jerusalem, for he has said, ‘Today, the house of Israel will restore to me the kingdom of my grandfather.’”
4 ULB ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୁ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।” BSB BSB: So the king said to Ziba, “All that belongs to Mephibosheth is now yours!” “I humbly bow before you,” said Ziba. “May I find favor in your eyes, my lord the king!”
5 ULB ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା। BSB BSB: As King David approached Bahurim, a man from the family of the house of Saul was just coming out. His name was Shimei son of Gera, and as he approached, he kept yelling out curses.
6 ULB ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା; ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ। BSB BSB: He threw stones at David and at all the servants of the king, though the troops and all the mighty men were on David’s right and left.
7 ULB ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲି ଯାଅ! BSB BSB: And as he yelled curses, Shimei said, “Get out, get out, you worthless man of bloodshed!
8 ULB ଯାହାର ପଦରେ ତୁ ରାଜ୍ୟ କରୁଥିଲୁ, ସେହି ଶାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତୋତେ ସଦାପ୍ରଭୁ ଦେଉଅଛନ୍ତି; ପୁଣି ସଦାପ୍ରଭୁ ତୋର ପୁତ୍ର ଅବଶାଲୋମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି; ଆଉ ଦେଖ୍, ତୁ ତୋ’ ନିଜ ଦୁଷ୍ଟତାରେ ଧରା ପଡ଼ିଅଛୁ, କାରଣ ତୁ ରକ୍ତପାତୀ ମନୁଷ୍ୟ।” BSB BSB: The LORD has paid you back for all the blood of the house of Saul, in whose place you have reigned, and the LORD has delivered the kingdom into the hand of your son Absalom. See, you have come to ruin because you are a man of bloodshed!”
9 ULB ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇ ଯାଇ ତାହାର ମୁଣ୍ଡ କାଟି ପକାଏ।” BSB BSB: Then Abishai son of Zeruiah said to the king, “Why should this dead dog curse my lord the king? Let me go over and cut off his head!”
10 ULB ତହିଁରେ ରାଜା କହିଲେ, “ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋ’ର କ’ଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦକୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି? ‘ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ?’” BSB BSB: But the king replied, “What have I to do with you, O sons of Zeruiah? If he curses me because the LORD told him, ‘Curse David,’ who can ask, ‘Why did you do this?’”
11 ULB ଆହୁରି ଦାଉଦ ଅବୀଶୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, “ଦେଖ, ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମୀନୀୟ ଲୋକ କି ଏବେ ତତୋଧିକ ନ କରିବ? ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି। BSB BSB: Then David said to Abishai and to all his servants, “Behold, my own son, my own flesh and blood, seeks my life. How much more, then, this Benjamite! Leave him alone and let him curse me, for the LORD has told him so.
12 ULB ହୋଇପାରେ, ମୋ’ ପ୍ରତି କୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ।” BSB BSB: Perhaps the LORD will see my affliction and repay me with good for the cursing I receive today.”
13 ULB ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ; ପୁଣି ଶିମୀୟି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଉପରେ ପଥର ଓ ଧୂଳି ପକାଇଲା। BSB BSB: So David and his men proceeded along the road as Shimei went along the ridge of the hill opposite him. As Shimei went, he yelled curses, threw stones, and flung dust at David.
14 ULB ଏଉତ୍ତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ; ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ। BSB BSB: Finally, the king and all the people with him arrived, exhausted. And there he refreshed himself.
15 ULB ଏଥି ମଧ୍ୟରେ ଅବଶାଲୋମ ଓ ତାହା ସଙ୍ଗେ ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଯିରୂଶାଲମକୁ ଆସିଲେ। BSB BSB: Then Absalom and all the men of Israel came to Jerusalem, and Ahithophel was with him.
16 ULB ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ!” BSB BSB: And David’s friend Hushai the Archite went to Absalom and said to him, “Long live the king! Long live the king!”
17 ULB ତହିଁରେ ଅବଶାଲୋମ ହୂଶୟକୁ କହିଲା, “ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ?” BSB BSB: “Is this the loyalty you show your friend?” Absalom replied. “Why did you not go with your friend?”
18 ULB ହୂଶୟ ଅବଶାଲୋମଙ୍କୁ କହିଲା, “ତାହା ନୁହେଁ! ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ, ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି। BSB BSB: “Not at all,” Hushai answered. “For the one chosen by the LORD, by this people, and by all the men of Israel—his I will be, and with him I will remain.
19 ULB ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି।” BSB BSB: Furthermore, whom should I serve if not his son? As I served in your father’s presence, so also I will serve in yours.”
20 ULB ସେତେବେଳେ ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ପରାମର୍ଶ ଦିଅ।” BSB BSB: Then Absalom said to Ahithophel, “Give me counsel. What should we do?”
21 ULB ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।” BSB BSB: Ahithophel replied, “Sleep with your father’s concubines, whom he has left to take care of the palace. When all Israel hears that you have become a stench to your father, then the hands of all who are with you will be strengthened.”
22 ULB ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା। BSB BSB: So they pitched a tent for Absalom on the roof, and he slept with his father’s concubines in the sight of all Israel.
23 ULB ସେସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା; ଦାଉଦ ଓ ଅବଶାଲୋମ ଉଭୟଙ୍କ ପ୍ରତି ଅହୀଥୋଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା। BSB BSB: Now in those days the advice of Ahithophel was like the consultation of the word of God. Such was the regard that both David and Absalom had for Ahithophel’s advice.
Select verses for actions: Enter goes to them and Escape comes back.