1 ULB ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ। BSB BSB: You are sons of the LORD your God; do not cut yourselves or shave your foreheads on behalf of the dead,
2 ULB କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି। BSB BSB: for you are a people holy to the LORD your God. The LORD has chosen you to be a people for His prized possession out of all the peoples on the face of the earth.
3 ULB ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ। BSB BSB: You must not eat any detestable thing.
4 ULB ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା, BSB BSB: These are the animals that you may eat: The ox, the sheep, the goat,
5 ULB ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ, BSB BSB: the deer, the gazelle, the roe deer, the wild goat, the ibex, the antelope, and the mountain sheep.
6 ULB ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ। BSB BSB: You may eat any animal that has a split hoof divided in two and that chews the cud.
7 ULB ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ ଯଥା, ଓଟ, ଠେକୁଆ ଓ ଶାଫନ୍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟନ୍ତି; BSB BSB: But of those that chew the cud or have a completely divided hoof, you are not to eat the following: the camel, the rabbit, or the rock badger. Although they chew the cud, they do not have a divided hoof. They are unclean for you,
8 ULB ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟେ; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ। BSB BSB: as well as the pig; though it has a divided hoof, it does not chew the cud. It is unclean for you. You must not eat its meat or touch its carcass.
9 ULB ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ; BSB BSB: Of all the creatures that live in the water, you may eat anything with fins and scales,
10 ULB ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟେ। BSB BSB: but you may not eat anything that does not have fins and scales; it is unclean for you.
11 ULB ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର, BSB BSB: You may eat any clean bird,
12 ULB ମାତ୍ର ଏହିସବୁ ଭୋଜନ କରିବ ନାହିଁ, ଯଥା, ଉତ୍କ୍ରୋଶ ଓ ଶାଗୁଣା ଓ ବାଜ ଜାତୀୟ ପକ୍ଷୀ; BSB BSB: but these you may not eat: the eagle, the bearded vulture, the black vulture,
13 ULB ବାଜପକ୍ଷୀ ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ BSB BSB: the red kite, the falcon, any kind of kite,
14 ULB ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ; BSB BSB: any kind of raven,
15 ULB ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ; BSB BSB: the ostrich, the screech owl, the gull, any kind of hawk,
16 ULB ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ; BSB BSB: the little owl, the great owl, the white owl,
17 ULB ପାଣିଭେଳା ଓ ଶାଗୁଣା ଓ ପାଣିକୁଆ BSB BSB: the desert owl, the osprey, the cormorant,
18 ULB ଓ ବଗ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ବାଦୁଢ଼ି; BSB BSB: the stork, any kind of heron, the hoopoe, or the bat.
19 ULB ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟନ୍ତି; ସେଗୁଡିକୁ ଭୋଜନ କରିବ ନାହିଁ। BSB BSB: All flying insects are unclean for you; they may not be eaten.
20 ULB ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକୁୁ ଭୋଜନ କରି ପାରିବ। BSB BSB: But you may eat any clean bird.
21 ULB ତୁମ୍ଭେମାନେ ସ୍ୱୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ କୌଣସି ବିଦେଶୀକୁ ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରି ପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ। BSB BSB: You are not to eat any carcass; you may give it to the foreigner residing within your gates, and he may eat it, or you may sell it to a foreigner. For you are a holy people belonging to the LORD your God. You must not cook a young goat in its mother’s milk.
22 ULB ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ। BSB BSB: You must be sure to set aside a tenth of all the produce brought forth each year from your fields.
23 ULB ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ। BSB BSB: And you are to eat a tenth of your grain, new wine, and oil, and the firstborn of your herds and flocks, in the presence of the LORD your God at the place He will choose as a dwelling for His Name, so that you may learn to fear the LORD your God always.
24 ULB ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ସକାଶୁ ତୁମ୍ଭେ ସେହି ଦ୍ରବ୍ୟ ବୋହି ନେବା ପାଇଁ ଅସମର୍ଥ ହୁଅ; BSB BSB: But if the distance is too great for you to carry that with which the LORD your God has blessed you, because the place where the LORD your God will choose to put His Name is too far away,
25 ULB ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ। BSB BSB: then exchange it for money, take the money in your hand, and go to the place the LORD your God will choose.
26 ULB ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ; BSB BSB: Then you may spend the money on anything you desire: cattle, sheep, wine, strong drink, or anything you wish. You are to feast there in the presence of the LORD your God and rejoice with your household.
27 ULB ଆଉ ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ। BSB BSB: And do not neglect the Levite within your gates, since he has no portion or inheritance among you.
28 ULB ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗରଦ୍ୱାର ଭିତରେ ସଞ୍ଚୟ କରି ରଖିବ; BSB BSB: At the end of every three years, bring a tenth of all your produce for that year and lay it up within your gates.
29 ULB ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗରଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। BSB BSB: Then the Levite (because he has no portion or inheritance among you), the foreigner, the fatherless, and the widow within your gates may come and eat and be satisfied. And the LORD your God will bless you in all the work of your hands.
Select verses for actions: Enter goes to them and Escape comes back.