1 ULB ମନୁଷ୍ୟମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲେ, ଯଦି ସେମାନେ ବିଚାରାର୍ଥେ ଆସନ୍ତି ଓ ବିଚାରକର୍ତ୍ତାମାନେ ସେମାନଙ୍କ ବିଚାର କରନ୍ତି; ତେବେ ସେମାନେ ନିର୍ଦ୍ଦୋଷକୁ ନିର୍ଦ୍ଦୋଷ ଓ ଦୋଷୀକୁ ଦୋଷୀ କରିବେ। BSB BSB: If there is a dispute between men, they are to go to court to be judged, so that the innocent may be acquitted and the guilty condemned.
2 ULB ପୁଣି ଯଦି ଦୋଷୀ ଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଚାରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ। BSB BSB: If the guilty man deserves to be beaten, the judge shall have him lie down and be flogged in his presence with the number of lashes his crime warrants.
3 ULB ସେ ତାହାକୁ ଚାଳିଶ ପ୍ରହାର ଦେଇ ପାରିବ, ତହିଁରୁ ବଢ଼ିବ ନାହିଁ; ନୋହିଲେ, ଯେବେ ତାହା ବଢ଼େ ଓ ତହିଁରୁ ବହୁତ ପ୍ରହାର କରେ, ତେବେ ତୁମ୍ଭ ଭାଇ ତୁମ୍ଭ ଦୃଷ୍ଟିରେ ତୁଚ୍ଛଯୋଗ୍ୟ ହେବ। BSB BSB: He may receive no more than forty lashes, lest your brother be beaten any more than that and be degraded in your sight.
4 ULB ବଳଦ ବେଙ୍ଗଳାରେ ବୁଲିଲା ବେଳେ ତୁମ୍ଭେ ତାହାର ତୁଣ୍ଡି ବାନ୍ଧିବ ନାହିଁ। BSB BSB: Do not muzzle an ox while it is treading out the grain.
5 ULB ଭାଇମାନେ ଏକତ୍ର ବାସ କରୁଥିଲେ, ଯେବେ ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ଭାର୍ଯ୍ୟା ବାହାରର ଅନ୍ୟ ପୁରୁଷକୁ ବିବାହ କରିବ ନାହିଁ; ତାହାର ଦିଅର ତାହାକୁ ବିବାହ କରି ତାହାର ସହବାସ କରିବ ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବ। BSB BSB: When brothers dwell together and one of them dies without a son, the widow must not marry outside the family. Her husband’s brother is to take her as his wife and fulfill the duty of a brother-in-law for her.
6 ULB ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତାହାର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ; ତହିଁରେ ତାହାର ନାମ ଇସ୍ରାଏଲ ମଧ୍ୟରୁ ଲୁପ୍ତ ହେବ ନାହିଁ। BSB BSB: The first son she bears will carry on the name of the dead brother, so that his name will not be blotted out from Israel.
7 ULB ଆଉ ସେହି ପୁରୁଷ ଯଦି ଆପଣା ଭ୍ରାତୃର ଭାର୍ଯ୍ୟାକୁ ଗ୍ରହଣ କରିବା ପାଇଁ ଅସମ୍ମତ ହୁଏ, ତେବେ ସେହି ସ୍ତ୍ରୀ ନଗରଦ୍ୱାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ। BSB BSB: But if the man does not want to marry his brother’s widow, she is to go to the elders at the city gate and say, “My husband’s brother refuses to preserve his brother’s name in Israel. He is not willing to perform the duty of a brother-in-law for me.”
8 ULB ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ; ତହିଁରେ ଯେବେ ସେ ଠିଆ ହୋଇ କହେ ଯେ, ତାହାକୁ ଗ୍ରହଣ କରିବାକୁ ମୋ’ର ଇଚ୍ଛା ନାହିଁ; BSB BSB: Then the elders of his city shall summon him and speak with him. If he persists and says, “I do not want to marry her,”
9 ULB ତେବେ ତାହାର ଭ୍ରାତୃର ଭାର୍ଯ୍ୟା ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁଖରେ ଛେପ ପକାଇବ; ପୁଣି ପ୍ରତ୍ୟୁତ୍ତର କରି କହିବ, ଯେକେହି ଆପଣା ଭାଇର ଘର ନ ତୋଳେ, ତାହା ପ୍ରତି ଏହିରୂପ କରାଯିବ। BSB BSB: his brother’s widow shall go up to him in the presence of the elders, remove his sandal, spit in his face, and declare, “This is what is done to the man who will not maintain his brother’s line.”
10 ULB ଆଉ ଇସ୍ରାଏଲ ମଧ୍ୟରେ ସେ ଚ୍ୟୁତପାଦୁକ ବଂଶ ବୋଲି ବିଖ୍ୟାତ ହେବ। BSB BSB: And his family name in Israel will be called “The House of the Unsandaled.”
11 ULB ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯଦି ପ୍ରହାରକ ହସ୍ତରୁ ଆପଣା ସ୍ୱାମୀକୁ ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ, BSB BSB: If two men are fighting, and the wife of one comes to rescue her husband from the one striking him, and she reaches out her hand and grabs his genitals,
12 ULB ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ। BSB BSB: you are to cut off her hand. You must show her no pity.
13 ULB ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ। BSB BSB: You shall not have two differing weights in your bag, one heavy and one light.
14 ULB ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ। BSB BSB: You shall not have two differing measures in your house, one large and one small.
15 ULB ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ, ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣ ପାତ୍ର ରଖିବ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ। BSB BSB: You must maintain accurate and honest weights and measures, so that you may live long in the land that the LORD your God is giving you.
16 ULB କାରଣ ଯେଉଁମାନେ ଏପରି ଅଧର୍ମ କର୍ମ କରନ୍ତି, ସେହି ସମସ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ। BSB BSB: For everyone who behaves dishonestly in regard to these things is detestable to the LORD your God.
17 ULB ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତୁମ୍ଭକୁ ଯାହା କଲା; BSB BSB: Remember what the Amalekites did to you along your way from Egypt,
18 ULB ତୁମ୍ଭେ ଶ୍ରାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚାତ୍ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ; ଏହା ସ୍ମରଣ କର। BSB BSB: how they met you on your journey when you were tired and weary, and they attacked all your stragglers; they had no fear of God.
19 ULB ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ଆକାଶ-ତଳରୁ ଅମାଲେକର ସ୍ମରଣ ଚିହ୍ନ ଲୋପ କରିବ; ତୁମ୍ଭେ ପାସୋରିବ ନାହିଁ। BSB BSB: When the LORD your God gives you rest from the enemies around you in the land that He is giving you to possess as an inheritance, you are to blot out the memory of Amalek from under heaven. Do not forget!
Select verses for actions: Enter goes to them and Escape comes back.