1 ULB ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କ ପାଳନାର୍ଥେ ଏହିସବୁ ଆଜ୍ଞା ଓ ବିଧି ଓ ଶାସନ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି। BSB BSB: These are the commandments and statutes and ordinances that the LORD your God has instructed me to teach you to follow in the land that you are about to enter and possess,
2 ULB ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ସକଳ ବିଧି ଓ ଆଜ୍ଞା ମୁଁ ଆଦେଶ କରେ, ତୁମ୍ଭେ ଯାବଜ୍ଜୀବନ ପୁତ୍ରପୌତ୍ରାଦିକ୍ରମେ ତାହା ପାଳନ କରିବା ପାଇଁ ତାଙ୍କୁ ଭୟ କଲେ, ତୁମ୍ଭର ଦୀର୍ଘାୟୁ ହେବ। BSB BSB: so that you and your children and grandchildren may fear the LORD your God all the days of your lives by keeping all His statutes and commandments that I give you, and so that your days may be prolonged.
3 ULB ଏହେତୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର; ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅତିଶୟ ବର୍ଦ୍ଧିଷ୍ଣୁ ହେବ। BSB BSB: Hear, O Israel, and be careful to observe them, so that you may prosper and multiply greatly in a land flowing with milk and honey, just as the LORD, the God of your fathers, has promised you.
5 ULB ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। BSB BSB: And you shall love the LORD your God with all your heart and with all your soul and with all your strength.
6 ULB ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। BSB BSB: These words I am commanding you today are to be upon your hearts.
7 ULB ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। BSB BSB: And you shall teach them diligently to your children and speak of them when you sit at home and when you walk along the road, when you lie down and when you get up.
8 ULB ଆଉ ତୁମ୍ଭେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। BSB BSB: Tie them as reminders on your hands and bind them on your foreheads.
9 ULB ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। BSB BSB: Write them on the doorposts of your houses and on your gates.
10 ULB ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭକୁ ଉପସ୍ଥିତ କରାଇଲା ଉତ୍ତାରେ ତୁମ୍ଭେ ଯାହା ନିର୍ମାଣ କରି ନାହଁ, ଏପରି ବୃହତ ଓ ସୁନ୍ଦର ନଗର, BSB BSB: And when the LORD your God brings you into the land He swore to your fathers, to Abraham, Isaac, and Jacob, that He would give you—a land with great and splendid cities that you did not build,
11 ULB ଆଉ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, ଏପରି ସକଳ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ ଓ ଯାହା ତୁମ୍ଭେ ଖୋଳିଲ ନାହିଁ, ଏପରି ଖୋଦିତ କୂପ, ଯାହା ରୋପଣ କଲ ନାହିଁ, ଏପରି ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ପାଇ ଯେତେବେଳେ ତୁମ୍ଭେ ଭୋଗ କରି ତୃପ୍ତ ହେବ, BSB BSB: with houses full of every good thing with which you did not fill them, with wells that you did not dig, and with vineyards and olive groves that you did not plant—and when you eat and are satisfied,
12 ULB ସେତେବେଳେ ସାବଧାନ, ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ପାସୋର ନାହିଁ। BSB BSB: be careful not to forget the LORD who brought you out of the land of Egypt, out of the house of slavery.
13 ULB ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାହାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ। BSB BSB: Fear the LORD your God, serve Him only, and take your oaths in His name.
14 ULB ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚାଦ୍ଗାମୀ ହେବ ନାହିଁ; BSB BSB: Do not follow other gods, the gods of the peoples around you.
15 ULB ହେଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଭୂମଣ୍ଡଳରୁ ତୁମ୍ଭକୁ ବିନାଶ କରିବେ; କାରଣ ତୁମ୍ଭ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟନ୍ତି। BSB BSB: For the LORD your God, who is among you, is a jealous God. Otherwise the anger of the LORD your God will be kindled against you, and He will wipe you off the face of the earth.
16 ULB ତୁମ୍ଭେମାନେ ମଃସାରେ ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କରିଥିଲ, ସେପରି ତାହାଙ୍କୁ ପରୀକ୍ଷା କରିବ ନାହିଁ। BSB BSB: Do not test the LORD your God as you tested Him at Massah.
17 ULB ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା, ତାହାଙ୍କ ପ୍ରମାଣ-ବାକ୍ୟ ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ। BSB BSB: You are to diligently keep the commandments of the LORD your God and the testimonies and statutes He has given you.
18 ULB ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ, ତୁମ୍ଭେ ତାହା କରିବ; ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଦୂର କରିବା ପାଇଁ, BSB BSB: Do what is right and good in the sight of the LORD, so that it may be well with you and that you may enter and possess the good land that the LORD your God swore to give your fathers,
19 ULB ଯେଉଁ ଦେଶ ବିଷୟରେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ତୁମ୍ଭେ ସେହି ଉତ୍ତମ ଦେଶରେ ପ୍ରବେଶ କରି ତାହା ଅଧିକାର କରିବ। BSB BSB: driving out all your enemies before you, as the LORD has said.
20 ULB ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ସକଳ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଇଅଛନ୍ତି, ସେସବୁର ଅଭିପ୍ରାୟ କଅଣ ଏହା ଭବିଷ୍ୟତ କାଳରେ ତୁମ୍ଭର ସନ୍ତାନ ତୁମ୍ଭକୁ ପଚାରିଲେ, BSB BSB: In the future, when your son asks, “What is the meaning of the decrees and statutes and ordinances that the LORD our God has commanded you?”
21 ULB ତୁମ୍ଭେ ଆପଣା ସନ୍ତାନକୁ କହିବ, ଆମ୍ଭେମାନେ ମିସରରେ ଫାରୋର ବନ୍ଧାଦାସ ଥିଲୁ; ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; BSB BSB: then you are to tell him, “We were slaves of Pharaoh in Egypt, but the LORD brought us out of Egypt with a mighty hand.
22 ULB ଆଉ ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିସର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ। BSB BSB: Before our eyes the LORD inflicted great and devastating signs and wonders on Egypt, on Pharaoh, and on all his household.
23 ULB ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ, ସେ ଦେଶରେ ସେ ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିସରରୁ ବାହାର କରି ଆଣିଲେ। BSB BSB: But He brought us out from there to lead us in and give us the land that He had sworn to our fathers.
24 ULB ପୁଣି ସଦାପ୍ରଭୁ ଆଜି ଦିନ ତୁଲ୍ୟ ଯେପରି ଆମ୍ଭମାନଙ୍କୁ ଜୀବିତ ରଖିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। BSB BSB: And the LORD commanded us to observe all these statutes and to fear the LORD our God, that we may always be prosperous and preserved, as we are to this day.
25 ULB ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞାନୁସାରେ ଏହି ସମସ୍ତ ଆଜ୍ଞା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ନିମନ୍ତେ ଧାର୍ମିକତା ହେବ। BSB BSB: And if we are careful to observe every one of these commandments before the LORD our God, as He has commanded us, then that will be our righteousness.”
Select verses for actions: Enter goes to them and Escape comes back.