1 ULB ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥର ବେଦି ନିର୍ମାଣ କରିବ, ସେହି ବେଦି ଚତୁଷ୍କୋଣ ହେବ; ତହିଁର ଉଚ୍ଚତା ତିନି ହସ୍ତ ହେବ। BSB BSB: “You are to build an altar of acacia wood. The altar must be square, five cubits long, five cubits wide, and three cubits high.
3 ULB ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ, ତହିଁର କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। BSB BSB: Make all its utensils of bronze—its pots for removing ashes, its shovels, its sprinkling bowls, its meat forks, and its firepans.
4 ULB ପୁଣି, ପିତ୍ତଳରେ ଏକ ଜାଲି ଝାଞ୍ଜିରୀ କରିବ ଓ ତହିଁ ଉପରେ ଚାରି କୋଣରେ ପିତ୍ତଳର ଚାରି କଡ଼ା ପ୍ରସ୍ତୁତ କରିବ। BSB BSB: Construct for it a grate of bronze mesh, and make a bronze ring at each of the four corners of the mesh.
5 ULB ଏହି ଝାଞ୍ଜିରୀ ବେଦି-ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରୀ ବେଦିର ମଧ୍ୟ ପର୍ଯ୍ୟନ୍ତ ପାଇବ। BSB BSB: Set the grate beneath the ledge of the altar, so that the mesh comes halfway up the altar.
6 ULB ଆଉ ବେଦି ନିମନ୍ତେ ଶିଟୀମ୍ କାଷ୍ଠର ସାଙ୍ଗୀ କରିବ ଓ ତାହା ପିତ୍ତଳରେ ମଡ଼ାଇବ। BSB BSB: Additionally, make poles of acacia wood for the altar and overlay them with bronze.
7 ULB ପୁଣି, ବେଦି ବହିବା ବେଳେ ତହିଁର ଦୁଇ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରହିବ। BSB BSB: The poles are to be inserted into the rings so that the poles are on two sides of the altar when it is carried.
8 ULB ତୁମ୍ଭେ ଫମ୍ପା ରଖି ପଟାରେ ତାହା କରିବ, ପର୍ବତରେ ତୁମ୍ଭକୁ ଯେରୂପ ପ୍ରଦର୍ଶିତ ହୋଇଥିଲା, ସେରୂପେ ଲୋକମାନେ କରିବେ। BSB BSB: Construct the altar with boards so that it is hollow. It is to be made just as you were shown on the mountain.
9 ULB ଏଥିଉତ୍ତାରେ ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ୱର ଦୈର୍ଘ୍ୟ ଏକଶତ ହସ୍ତ ହେବ। BSB BSB: You are also to make a courtyard for the tabernacle. On the south side of the courtyard make curtains of finely spun linen, a hundred cubits long on one side,
10 ULB ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ। BSB BSB: with twenty posts and twenty bronze bases, and silver hooks and bands on the posts.
11 ULB ତଦ୍ରୂପ ଉତ୍ତର ପାର୍ଶ୍ୱରେ ଏକଶତ ହସ୍ତ ଦୀର୍ଘ ପରଦା ହେବ, ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ; ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ। BSB BSB: Likewise there are to be curtains on the north side, a hundred cubits long, with twenty posts and twenty bronze bases, and with silver hooks and bands on the posts.
12 ULB ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ନିମନ୍ତେ ପଚାଶ ହସ୍ତ ପରଦା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ। BSB BSB: The curtains on the west side of the courtyard shall be fifty cubits wide, with ten posts and ten bases.
13 ULB ପୁଣି, ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ପଚାଶ ହସ୍ତ ହେବ। BSB BSB: The east side of the courtyard, toward the sunrise, is to be fifty cubits wide.
14 ULB (ଦ୍ୱାରର) ଏକ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। BSB BSB: Make the curtains on one side fifteen cubits long, with three posts and three bases,
15 ULB ଆଉ ଅନ୍ୟ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। BSB BSB: and the curtains on the other side fifteen cubits long, with three posts and three bases.
16 ULB ପୁଣି, ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ଶିଳ୍ପକର୍ମ ବିଶିଷ୍ଟ କୋଡ଼ିଏ ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର ଚାରି ସ୍ତମ୍ଭ ଓ ଚାରି ଚୁଙ୍ଗୀ ହେବ। BSB BSB: The gate of the courtyard shall be twenty cubits long, with a curtain embroidered with blue, purple, and scarlet yarn, and finely spun linen. It shall have four posts and four bases.
17 ULB ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ବନ୍ଧନୀରେ ବନ୍ଦ ହେବ ଓ ତହିଁର ଆଙ୍କୁଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। BSB BSB: All the posts around the courtyard shall have silver bands, silver hooks, and bronze bases.
18 ULB ପ୍ରାଙ୍ଗଣ ଏକଶତ ହସ୍ତ ଦୀର୍ଘ ଓ ସର୍ବତ୍ର ପଚାଶ ହସ୍ତ ପ୍ରସ୍ଥ ଓ ପାଞ୍ଚ ହସ୍ତ ଉଚ୍ଚ, ପୁଣି, ସବୁ ବଳା ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗୀ ହେବ। BSB BSB: The entire courtyard shall be a hundred cubits long and fifty cubits wide, with curtains of finely spun linen five cubits high, and with bronze bases.
19 ULB ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର, କଣ୍ଟା ଓ ପ୍ରାଙ୍ଗଣର ସମସ୍ତ କଣ୍ଟା ପିତ୍ତଳର ହେବ। BSB BSB: All the utensils of the tabernacle for every use, including all its tent pegs and the tent pegs of the courtyard, shall be made of bronze.
20 ULB ଆଉ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଷା ଜୀତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ ସନ୍ତାନଗଣଙ୍କୁ ଆଜ୍ଞା ଦେବ। BSB BSB: And you are to command the Israelites to bring you pure oil of pressed olives for the light, to keep the lamps burning continually.
21 ULB ଆଉ ସମାଗମ-ତମ୍ବୁରେ ସାକ୍ଷ୍ୟ ସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରୋଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ; ଏହା ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। BSB BSB: In the Tent of Meeting, outside the veil that is in front of the Testimony, Aaron and his sons are to tend the lamps before the LORD from evening until morning. This is to be a permanent statute for the Israelites for the generations to come.
Select verses for actions: Enter goes to them and Escape comes back.