1 ULB ଆଉ ତୁମ୍ଭେ ଧୂପ ଜଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ। BSB BSB: “You are also to make an altar of acacia wood for the burning of incense.
2 ULB ତାହା ଏକ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଚତୁଷ୍କୋଣ ହେବ, ପୁଣି, ଦୁଇ ହସ୍ତ ଉଚ୍ଚ ହେବ; ତହିଁର ଶୃଙ୍ଗସକଳ ତହିଁର ଅଂଶ ହେବ। BSB BSB: It is to be square, a cubit long, a cubit wide, and two cubits high. Its horns must be of one piece.
3 ULB ତହିଁର ପୃଷ୍ଠ ଓ ଚାରି ପାର୍ଶ୍ୱ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ୱର୍ଣ୍ଣର କାନ୍ଥି କରିବ। BSB BSB: Overlay with pure gold the top and all the sides and horns, and make a molding of gold around it.
4 ULB ପୁଣି, ତହିଁର କାନ୍ଥି ତଳେ ଦୁଇ ପାର୍ଶ୍ୱର ଦୁଇ କୋଣ ନିକଟରେ ସ୍ୱର୍ଣ୍ଣର ଦୁଇ ଦୁଇ କଡ଼ା କରିବ; ଆଉ ତାହା ବହନାର୍ଥକ ସାଙ୍ଗୀର ଘରା ହେବ। BSB BSB: And make two gold rings below the molding on opposite sides to hold the poles used to carry it.
5 ULB ସେହି ସାଙ୍ଗୀ ଶିଟୀମ୍ କାଷ୍ଠରେ ନିର୍ମାଣ କରି ସ୍ୱର୍ଣ୍ଣରେ ମଡ଼ାଇବ। BSB BSB: Make the poles of acacia wood and overlay them with gold.
6 ULB ପୁଣି, ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍, ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟ ସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ। BSB BSB: Place the altar in front of the veil that is before the ark of the Testimony—before the mercy seat that is over the Testimony—where I will meet with you.
7 ULB ହାରୋଣ ତହିଁ ଉପରେ ସୁଗନ୍ଧି ଧୂପ ଜ୍ୱଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ସମୟରେ ସେହି ଧୂପ ଜ୍ୱଳାଇବ। BSB BSB: And Aaron is to burn fragrant incense on it every morning when he tends the lamps.
8 ULB ପୁଣି, ସନ୍ଧ୍ୟା କାଳେ ହାରୋଣ ପ୍ରଦୀପ ଜ୍ୱଳାଇବା ସମୟରେ ଧୂପ ଜ୍ୱଳାଇବ, ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପ-ଦାହ ହେବ। BSB BSB: When Aaron sets up the lamps at twilight, he must burn the incense perpetually before the LORD for the generations to come.
9 ULB ତୁମ୍ଭେମାନେ ତହିଁ ଉପରେ ଅନ୍ୟ କୌଣସି ଧୂପ ଅବା ହୋମବଳି କିଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ଓ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ। BSB BSB: On this altar you must not offer unauthorized incense or a burnt offering or grain offering; nor are you to pour a drink offering on it.
10 ULB ପୁଣି, ହାରୋଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ଉପରେ ପ୍ରାୟଶ୍ଚିତ୍ତ କରିବ; ସେ ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ରକ୍ତ ଦ୍ୱାରା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ଉପରେ ପ୍ରାୟଶ୍ଚିତ୍ତ କରିବ। ଏହି ବେଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର ଅଟେ। BSB BSB: Once a year Aaron shall make atonement on the horns of the altar. Throughout your generations he shall make atonement on it annually with the blood of the sin offering of atonement. The altar is most holy to the LORD.”
11 ULB ଆଉ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, BSB BSB: Then the LORD said to Moses,
12 ULB “ଯେତେବେଳେ ତୁମ୍ଭେ ଗଣିତ ଲୋକମାନଙ୍କ ସଂଖ୍ୟାନୁସାରେ ଇସ୍ରାଏଲ ସନ୍ତାନଗଣକୁ ଗଣନା କରିବ, ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ଆପଣା ଆପଣା ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ୍ତ କରିବେ, ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ କୌଣସି ମହାମାରୀ ହେବ ନାହିଁ। BSB BSB: “When you take a census of the Israelites to number them, each man must pay the LORD a ransom for his life when he is counted. Then no plague will come upon them when they are numbered.
13 ULB ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ। BSB BSB: Everyone who crosses over to those counted must pay a half shekel, according to the sanctuary shekel, which weighs twenty gerahs. This half shekel is an offering to the LORD.
14 ULB କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ। BSB BSB: Everyone twenty years of age or older who crosses over must give this offering to the LORD.
15 ULB ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେବା ସମୟରେ ଧନବାନ୍ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି, ଦରିଦ୍ର ତହିଁରୁ ଊଣା ଦେବ ନାହିଁ। BSB BSB: In making the offering to the LORD to atone for your lives, the rich shall not give more than a half shekel, nor shall the poor give less.
16 ULB ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।” BSB BSB: Take the atonement money from the Israelites and use it for the service of the Tent of Meeting. It will serve as a memorial for the Israelites before the LORD to make atonement for your lives.”
17 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: And the LORD said to Moses,
18 ULB “ତୁମ୍ଭେ ପ୍ରକ୍ଷାଳନ ନିମନ୍ତେ ପିତ୍ତଳର କୁଣ୍ଡ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ; ପୁଣି, ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୂରାଇବ। BSB BSB: “You are to make a bronze basin with a bronze stand for washing. Set it between the Tent of Meeting and the altar, and put water in it,
19 ULB ଆଉ ହାରୋଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ। BSB BSB: with which Aaron and his sons are to wash their hands and feet.
20 ULB ସେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବା ସମୟରେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ସମୟରେ ଯେପରି ନ ମରନ୍ତି, BSB BSB: Whenever they enter the Tent of Meeting or approach the altar to minister by presenting a food offering to the LORD, they must wash with water so that they will not die.
21 ULB ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ; ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।” BSB BSB: Thus they are to wash their hands and feet so that they will not die; this shall be a permanent statute for Aaron and his descendants for the generations to come.”
22 ULB ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: Then the LORD said to Moses,
23 ULB “ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି, ଅଢ଼ାଇଶତ ଶେକଲ ସୁଗନ୍ଧି, BSB BSB: “Take the finest spices: 500 shekels of liquid myrrh, half that amount (250 shekels) of fragrant cinnamon, 250 shekels of fragrant cane,
24 ULB ପାଞ୍ଚଶତ ଶେକଲ ଗୁଡ଼ତ୍ୱକ୍ ଓ ଏକ ହିନ୍ ଜୀତ ତୈଳ ସଂଗ୍ରହ କରିବ। BSB BSB: 500 shekels of cassia—all according to the sanctuary shekel—and a hin of olive oil.
25 ULB ଏହିସବୁ ଦ୍ୱାରା ତୁମ୍ଭେ ଅଭିଷେକାର୍ଥକ ପବିତ୍ର ତୈଳ, ଅର୍ଥାତ୍, ଗନ୍ଧବଣିକର କ୍ରିୟାନୁସାରେ ତୈଳ ପ୍ରସ୍ତୁତ କରିବ, ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ। BSB BSB: Prepare from these a sacred anointing oil, a fragrant blend, the work of a perfumer; it will be a sacred anointing oil.
26 ULB ତାହା ତୁମ୍ଭେ ନେଇ ସମାଗମ-ତମ୍ବୁ ଓ ସାକ୍ଷ୍ୟ ସିନ୍ଦୁକ, BSB BSB: Use this oil to anoint the Tent of Meeting, the ark of the Testimony,
27 ULB ପୁଣି, ମେଜ, ତହିଁର ସକଳ ପାତ୍ର, ଦୀପବୃକ୍ଷ ଓ ତହିଁର ସକଳ ପାତ୍ର, BSB BSB: the table and all its utensils, the lampstand and its utensils, the altar of incense,
28 ULB ଆଉ ଧୂପବେଦି, ତହିଁର ସକଳ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରିବ। BSB BSB: the altar of burnt offering and all its utensils, and the basin with its stand.
29 ULB ପୁଣି, ଏହିସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରେ, ସେସବୁ ପବିତ୍ର ହେବ। BSB BSB: You are to consecrate them so that they will be most holy. Whatever touches them shall be holy.
30 ULB ପୁଣି, ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ଆମ୍ଭର ଯାଜକ କର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ। BSB BSB: Anoint Aaron and his sons and consecrate them to serve Me as priests.
31 ULB ଆଉ ଇସ୍ରାଏଲ ସନ୍ତାନଗଣକୁ କହିବ, ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ। BSB BSB: And you are to tell the Israelites, ‘This will be My sacred anointing oil for the generations to come.
32 ULB ମନୁଷ୍ୟର ଶରୀରରେ ତାହା ଢ଼ଳାଯିବ ନାହିଁ; ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ; ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। BSB BSB: It must not be used to anoint an ordinary man, and you must not make anything like it with the same formula. It is holy, and it must be holy to you.
33 ULB ଯେକେହି ତହିଁ ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅପରିଚିତ ଲୋକର ଶରୀରରେ ତହିଁରୁ କିଛି ଲଗାଇବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।” BSB BSB: Anyone who mixes perfume like it or puts it on an outsider shall be cut off from his people.’”
34 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ, ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର। BSB BSB: The LORD also said to Moses, “Take fragrant spices—gum resin, onycha, galbanum, and pure frankincense—in equal measures,
35 ULB ପୁଣି, ତଦ୍ଦ୍ୱାରା ଗନ୍ଧବଣିକର କ୍ରିୟାରେ ପ୍ରସ୍ତୁତ ଓ ଲବଣାକ୍ତ ଏକ ନିର୍ମଳ ପବିତ୍ର ସୁଗନ୍ଧି ଧୂପ ପ୍ରସ୍ତୁତ କର। BSB BSB: and make a fragrant blend of incense, the work of a perfumer, seasoned with salt, pure and holy.
36 ULB ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ସାକ୍ଷ୍ୟ ସିନ୍ଦୁକ ସମ୍ମୁଖରେ ରଖିବ; ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ। BSB BSB: Grind some of it into fine powder and place it in front of the Testimony in the Tent of Meeting, where I will meet with you. It shall be most holy to you.
37 ULB ପୁଣି, ତୁମ୍ଭେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆପଣାମାନଙ୍କ ନିମନ୍ତେ କର ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। BSB BSB: You are never to use this formula to make incense for yourselves; you shall regard it as holy to the LORD.
38 ULB ଯେକେହି ଆପଣା ଆଘ୍ରାଣାର୍ଥେ ତତ୍ତୁଲ୍ୟ ସୁଗନ୍ଧି ଧୂପ ପ୍ରସ୍ତୁତ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।” BSB BSB: Anyone who makes something like it to enjoy its fragrance shall be cut off from his people.”
Select verses for actions: Enter goes to them and Escape comes back.