1 ULB ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, BSB BSB: And the word of the LORD came to me, saying,
2 ULB “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମ ପ୍ରତି ଆପଣା ମୁଖ ରଖ, ପବିତ୍ର ସ୍ଥାନ ସମୂହର ପ୍ରତି ଆପଣା ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିରୁଦ୍ଧରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କର, BSB BSB: “Son of man, set your face against Jerusalem and preach against the sanctuaries. Prophesy against the land of Israel
3 ULB ଆଉ, ଇସ୍ରାଏଲ ଦେଶକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା। BSB BSB: and tell her that this is what the LORD says: ‘I am against you, and I will draw My sword from its sheath and cut off from you both the righteous and the wicked.
4 ULB ଆମ୍ଭେ ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା, ଏଥିପାଇଁ ଆମ୍ଭର ଖଡ୍ଗ କୋଷରୁ ବାହାରି ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରାଣୀର ବିରୁଦ୍ଧରେ ଯିବ; BSB BSB: Because I will cut off both the righteous and the wicked, My sword will be unsheathed against everyone from south to north.
5 ULB ତହିଁରେ ସମସ୍ତ ପ୍ରାଣୀ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା ଖଡ୍ଗ କୋଷରୁ ବାହାର କରିଅଛୁ; ତାହା ଆଉ ଫେରିବ ନାହିଁ। BSB BSB: Then all flesh will know that I, the LORD, have taken My sword from its sheath, not to return it again.’
6 ULB ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦୀର୍ଘ ନିଃଶ୍ୱାସ ଛାଡ଼; ତୁମ୍ଭେ ଆପଣା କଟୀ ଭାଙ୍ଗି ମନସ୍ତାପପୂର୍ବକ ସେମାନଙ୍କ ସାକ୍ଷାତରେ ଦୀର୍ଘ ନିଃଶ୍ୱାସ ଛାଡ଼ିବ। BSB BSB: But you, son of man, groan! Groan before their eyes with a broken heart and bitter grief.
7 ULB ଆଉ, ତୁମ୍ଭେ କାହିଁକି ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛ? ଏ କଥା ଯଦି ସେମାନେ ତୁମ୍ଭକୁ ପଚାରିବେ, ତେବେ ତୁମ୍ଭେ କହିବ, ସମ୍ବାଦ ସକାଶେ, କାରଣ ତାହା ଆସୁଅଛି; ତହିଁରେ ପ୍ରତ୍ୟେକ ହୃଦୟ ତରଳି ଯିବ ଓ ସକଳ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକ ମନ କ୍ଳାନ୍ତ ହେବ ଓ ସମସ୍ତ ଆଣ୍ଠୁ ଜଳ ପରି ହେବ; ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। BSB BSB: And when they ask, ‘Why are you groaning?’ you are to say, ‘Because of the news that is coming. Every heart will melt, and every hand will go limp. Every spirit will faint, and every knee will turn to water.’ Yes, it is coming and it will surely happen, declares the Lord GOD.”
8 ULB ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, BSB BSB: Again the word of the LORD came to me, saying,
9 ULB “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି; କୁହ, ଖଡ୍ଗ, ଖଡ୍ଗ, ତାହା ଶାଣିତ ଓ ମଧ୍ୟ ମାର୍ଜିତ ହୋଇଅଛି; BSB BSB: “Son of man, prophesy and tell them that this is what the Lord says: ‘A sword, a sword, sharpened and polished—
10 ULB ହତ୍ୟା କରିବା ନିମନ୍ତେ ତାହା ଶାଣିତ ହୋଇଅଛି, ବିଜୁଳି ପରି ହେବା ପାଇଁ ତାହା ମାର୍ଜିତ ହୋଇଅଛି; ତେବେ ଆମ୍ଭେମାନେ କି ଆମୋଦ ପ୍ରମୋଦ କରିବା? ଆମ୍ଭ ପୁତ୍ରର ରାଜଦଣ୍ଡ ଯାବତୀୟ କାଷ୍ଠକୁ ତୁଚ୍ଛ କରେ। BSB BSB: it is sharpened for the slaughter, polished to flash like lightning! Should we rejoice in the scepter of My son? The sword despises every such stick.
11 ULB ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ୍ଗ ଶାଣିତ ଓ ମାର୍ଜିତ ହୋଇଅଛି। BSB BSB: The sword is appointed to be polished, to be grasped in the hand. It is sharpened and polished, to be placed in the hand of the slayer.
12 ULB ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି; ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ୍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁଦେଶରେ ଆଘାତ କର। BSB BSB: Cry out and wail, O son of man, for the sword is wielded against My people; it is against all the princes of Israel! They are tossed to the sword with My people; therefore strike your thigh.
13 ULB କାରଣ ପରୀକ୍ଷା ଗୋଟିଏ ଅଛି, ପୁଣି, ସେହି ତୁଚ୍ଛକାରୀ ରାଜଦଣ୍ଡ ଆଉ ନ ରହେ, ତେବେ ତହିଁରେ ହିଁ କି? ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। BSB BSB: Surely testing will come! And what if even the scepter, which the sword despises, does not continue?’ declares the Lord GOD.
14 ULB ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ତୁମ୍ଭ ଦୁଇ ହସ୍ତ ଏକତ୍ର ମାର; ସେହି ଖଡ୍ଗ, ଆହତ ଲୋକମାନଙ୍କର ଖଡ୍ଗ ଦୁଇଗୁଣ, ତିନିଗୁଣ ହେଉ; ତାହା ଆହତ ମହତ ଲୋକର ଖଡ୍ଗ, ତାହା ସେମାନଙ୍କ ଭିତର କୋଠରିରେ ପ୍ରବେଶ କରେ। BSB BSB: ‘So then, son of man, prophesy and strike your hands together. Let the sword strike two times, even three. It is a sword that slays, a sword of great slaughter closing in on every side!
15 ULB ସେମାନଙ୍କର ଅନ୍ତଃକରଣ ଯେପରି ତରଳି ଯାଏ ଓ ସେମାନଙ୍କର ଅନେକ ବିଘ୍ନ ଜନ୍ମେ, ଏଥିପାଇଁ ଆମ୍ଭେ ସେମାନଙ୍କର ସକଳ ନଗର-ଦ୍ୱାର ବିରୁଦ୍ଧରେ ଖଡ୍ଗର ଅଗ୍ରଭାଗ ରଖିଅଛୁ; ଆଃ! ତାହା ବିଜୁଳି ତୁଲ୍ୟ ନିର୍ମିତ, ହତ୍ୟା କରିବା ନିମନ୍ତେ ତାହା ତୀକ୍ଷ୍ଣ କରାଯାଇଅଛି। BSB BSB: So that their hearts may melt and many may stumble, I have appointed at all their gates a sword for slaughter. Yes, it is ready to flash like lightning; it is drawn for slaughter.
16 ULB ତୁମ୍ଭେ ଆପଣାକୁ ଏକତ୍ର କର, ଡାହାଣକୁ ଯାଅ, ଆପଣାକୁ ସଜାଇ ବାମ ପ୍ରତି ଯାଅ; ଯେକୌଣସି ପ୍ରତି ତୁମ୍ଭର ମୁଖ ରଖାଯାଇଅଛି (ଆପଣାକୁ ପ୍ରସ୍ତୁତ କର)। BSB BSB: Slash to the right; set your blade to the left—wherever your blade is directed.
17 ULB ଆମ୍ଭେ ମଧ୍ୟ ଆପଣାର ଦୁଇ ହସ୍ତ ଏକତ୍ର ମାରିବା ଓ ଆମ୍ଭେ ଆପଣା କୋପକୁ ତୃପ୍ତ କରାଇବା,” ଆମ୍ଭେ ସଦାପ୍ରଭୁ ଏହା କହିଅଛୁ। BSB BSB: I too will strike My hands together, and I will satisfy My wrath.’ I, the LORD, have spoken.”
18 ULB ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, BSB BSB: Then the word of the LORD came to me, saying,
19 ULB “ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ-ମୁଣ୍ଡରେ ଚିହ୍ନିତ କର। BSB BSB: “Now you, son of man, mark out two roads for the sword of the king of Babylon to take, both starting from the same land. And make a signpost where the road branches off to each city.
20 ULB ଅମ୍ମୋନ ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ୍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର। BSB BSB: Mark out one road for the sword to come against Rabbah of the Ammonites, and another against Judah into fortified Jerusalem.
21 ULB କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍, ଦୁଇ ପଥର ମୁଣ୍ଡରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ ନିରୀକ୍ଷଣ କଲା। BSB BSB: For the king of Babylon stands at the fork in the road, at the junction of the two roads, to seek an omen: He shakes the arrows, he consults the idols, he examines the liver.
22 ULB ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍, ସେହି ସ୍ଥାନରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ, ଉଚ୍ଚସ୍ୱରରେ ସିଂହନାଦ କରିବାକୁ, ନଗରର ଦ୍ୱାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା। BSB BSB: In his right hand appears the portent for Jerusalem, where he is to set up battering rams, to call for the slaughter, to lift a battle cry, to direct the battering rams against the gates, to build a ramp, and to erect a siege wall.
23 ULB ମାତ୍ର ସେମାନଙ୍କ ପ୍ରତି, ଅର୍ଥାତ୍, ଯେଉଁମାନେ ଥରକୁଥର ସେମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେମାନଙ୍କ ଦୃଷ୍ଟିରେ ତାହା ମିଥ୍ୟା ବୋଧ ହେବ; ତଥାପି ସେମାନେ ଯେପରି ଧରାଯିବେ, ଏଥିପାଇଁ ସେ ସେମାନଙ୍କର ଅଧର୍ମ ସ୍ମରଣରେ ଆଣିବେ। BSB BSB: It will seem like a false omen to the eyes of those who have sworn allegiance to him, but it will draw attention to their guilt and take them captive.
24 ULB ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ଆଜ୍ଞା-ଲଘଂନସବୁ ଅନାବୃତ ହେବାରେ ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସ୍ମରଣ କରାଇଅଛ, ଏଥିପାଇଁ ତୁମ୍ଭମାନଙ୍କର ସକଳ କ୍ରିୟାରେ ତୁମ୍ଭମାନଙ୍କର ପାପ ପ୍ରକାଶ ପାଏ; ତୁମ୍ଭେମାନେ ସ୍ମରଣରେ ଆସିବାରୁ ତୁମ୍ଭେମାନେ ହସ୍ତରେ ଧରାଯିବ।” BSB BSB: Therefore this is what the Lord GOD says: ‘Because you have drawn attention to your guilt, exposing your transgressions, so that your sins are revealed in all your deeds—because you have come to remembrance—you shall be taken in hand.
25 ULB ପୁଣି, ହେ ଆହତ ଦୁଷ୍ଟ ଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି; BSB BSB: And you, O profane and wicked prince of Israel, the day has come for your final punishment.’
26 ULB ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ସେହିପରି ଆଉ ରହିବ ନାହିଁ; ଯାହା ନୀଚ, ତାହାକୁ ଉଚ୍ଚ କର ଓ ଯାହା ଉଚ୍ଚ, ତାହାକୁ ନୀଚ କର।” BSB BSB: This is what the Lord GOD says: ‘Remove the turban, and take off the crown. Things will not remain as they are: Exalt the lowly and bring low the exalted.
27 ULB ଆମ୍ଭେ ତାହା ଓଲଟାଇ ପକାଇବା, ଓଲଟାଇ ପକାଇବା, ଓଲଟାଇ ପକାଇବା; ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା। BSB BSB: A ruin, a ruin, I will make it a ruin! And it will not be restored until the arrival of Him to whom it belongs, to whom I have assigned the right of judgment.’
28 ULB ପୁଣି ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଅମ୍ମୋନ-ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି; ତୁମ୍ଭେ କୁହ, ଅନ୍ତିମ ଅଧର୍ମ ସମୟରେ ଯେଉଁମାନଙ୍କର ଦିନ ଉପସ୍ଥିତ ହୋଇଅଛି, ଏପରି ଆହତ ଦୁଷ୍ଟ ଲୋକମାନଙ୍କର ଗ୍ରୀବା ଉପରେ ତୁମ୍ଭକୁ ଥୋଇବା ନିମନ୍ତେ ଲୋକମାନେ ତୁମ୍ଭ ପାଇଁ ଅସାର ଦର୍ଶନ ପାଇଲେ ହେଁ ଓ ତୁମ୍ଭ ନିକଟରେ ମିଥ୍ୟା ମନ୍ତ୍ର ପାଠ କଲେ ହେଁ, BSB BSB: Now prophesy, son of man, and declare that this is what the Lord GOD says concerning the Ammonites and their contempt: ‘A sword! A sword is drawn for slaughter, polished to consume, to flash like lightning—
29 ULB ଖଡ୍ଗ, ଖଡ୍ଗ ନିଷ୍କୋଷ ହୋଇଅଛି, ହତ୍ୟା ଓ ଗ୍ରାସ କରିବା ନିମନ୍ତେ ତାହା ଯେପରି ବିଦ୍ୟୁତ ପରି ହେବ, ଏଥିପାଇଁ ତାହା ମାର୍ଜ୍ଜିତ ହୋଇଅଛି। BSB BSB: while they offer false visions for you and lying divinations about you—to be placed on the necks of the wicked who are slain, whose day has come, the time of their final punishment.
30 ULB ତାକୁ ପୁନର୍ବାର ତାହାର କୋଷକୁ ଫେରାଇ ଆଣ। ତୁମ୍ଭେ ଯେଉଁ ସ୍ଥାନରେ ସୃଷ୍ଟ ହୋଇଥିଲ ଓ ଯେଉଁ ଦେଶରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ଆମ୍ଭେ ତୁମ୍ଭର ବିଚାର କରିବା। BSB BSB: Return the sword to its sheath! In the place where you were created, in the land of your origin, I will judge you.
31 ULB ଆଉ, ଆମ୍ଭେ ତୁମ୍ଭ ଉପରେ ଆପଣା କ୍ରୋଧ ଢାଳିବା; ଆମ୍ଭେ ତୁମ୍ଭ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା; ପୁଣି, ଆମ୍ଭେ ପଶୁବତ୍ ଓ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା। BSB BSB: I will pour out My anger upon you; I will breathe the fire of My fury against you; I will hand you over to brutal men, skilled in destruction.
32 ULB ତୁମ୍ଭେ ଅଗ୍ନି ପାଇଁ ଜାଳ ସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ; ତୁମ୍ଭେ ଆଉ ସ୍ମୃତି ପଥରେ ଆସିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।” BSB BSB: You will be fuel for the fire. Your blood will stain your own land. You will not be remembered, for I, the LORD, have spoken.’”
Select verses for actions: Enter goes to them and Escape comes back.