1 ULB ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା; BSB BSB: Again the word of the LORD came to me, saying,
2 ULB “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକମାନଙ୍କର ସନ୍ତାନଗଣକୁ କୁହ ଓ ସେମାନଙ୍କୁ କୁହ, ଆମ୍ଭେ କୌଣସି ଦେଶ ବିରୁଦ୍ଧରେ ଖଡ୍ଗ ଆଣିଲେ, ସେ ଦେଶର ଲୋକମାନେ ଯଦି ଆପଣାମାନଙ୍କ ମଧ୍ୟରୁ କୌଣସି ଏକ ବ୍ୟକ୍ତିକୁ ନେଇ ତାହାକୁ ଆପଣାମାନଙ୍କର ପ୍ରହରୀ କରି ନିଯୁକ୍ତ କରନ୍ତି; BSB BSB: “Son of man, speak to your people and tell them: ‘Suppose I bring the sword against a land, and the people of that land choose a man from among them, appointing him as their watchman,
3 ULB ସେହି ବ୍ୟକ୍ତି ଦେଶ ବିରୁଦ୍ଧରେ ଖଡ୍ଗ ଆସିବାର ଦେଖିଲେ, ଯଦି ତୂରୀ ବଜାଏ ଓ ଲୋକମାନଙ୍କୁ ସଚେତନ କରାଏ; BSB BSB: and he sees the sword coming against that land and blows the ram’s horn to warn the people.
4 ULB ତେବେ ଯେକେହି ତହିଁରେ ତୂରୀର ଶବ୍ଦ ଶୁଣି ସଚେତନ ନ ହୁଏ, ପୁଣି, ଖଡ୍ଗ ଉପସ୍ଥିତ ହୋଇ ତାହାକୁ ସଂହାର କରେ, ତେବେ ତାହାର ରକ୍ତ ତାହାର ନିଜ ମସ୍ତକରେ ବର୍ତ୍ତିବ। BSB BSB: Then if anyone hears the sound of the horn but fails to heed the warning, and the sword comes and takes him away, his blood will be on his own head.
5 ULB ସେ ତୂରୀର ଶବ୍ଦ ଶୁଣି ସଚେତନ ହେଲା ନାହିଁ; ତାହାର ରକ୍ତ ତାହାରି ଉପରେ ବର୍ତ୍ତିବ; ଯେହେତୁ ସେ ସଚେତନ ହୋଇଥିଲେ, ଆପଣା ପ୍ରାଣ ବଞ୍ଚାଇ ଥା’ନ୍ତା। BSB BSB: Since he heard the sound of the horn but failed to heed the warning, his blood will be on his own head. If he had heeded the warning, he would have saved his life.
6 ULB ମାତ୍ର ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ, ପୁଣି, ଲୋକମାନେ ସଚେତନ ନ ହୁଅନ୍ତି, ଆଉ ଖଡ୍ଗ ଆସି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ସଂହାର କରେ; ତେବେ ସେ ନିଜ ଅଧର୍ମରେ ସଂହାରିତ ହେଲା, ମାତ୍ର ଆମ୍ଭେ ତାହାର ରକ୍ତର ପରିଶୋଧ ସେହି ପ୍ରହରୀର ହସ୍ତରୁ ନେବା। BSB BSB: But if the watchman sees the sword coming and fails to blow the horn to warn the people, and the sword comes and takes away a life, then that one will be taken away in his iniquity, but I will hold the watchman accountable for his blood.’
7 ULB ଏହିରୂପେ ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶର ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ତୁମ୍ଭେ ଆମ୍ଭ ମୁଖରୁ ବାକ୍ୟ ଶୁଣି ଆମ୍ଭ ପକ୍ଷରୁ ସେମାନଙ୍କୁ ସଚେତନ କର। BSB BSB: As for you, O son of man, I have made you a watchman for the house of Israel; so hear the word from My mouth and give them the warning from Me.
8 ULB ଆମ୍ଭେ ଯେତେବେଳେ ଦୁଷ୍ଟକୁ କହୁ, ହେ ଦୁଷ୍ଟ ଲୋକ, ତୁମ୍ଭେ ନିଶ୍ଚୟ ମରିବ, ସେତେବେଳେ ତୁମ୍ଭେ ତାହାର ପଥ ବିଷୟରେ ସେହି ଦୁଷ୍ଟ ଲୋକକୁ ସଚେତନ କରିବା ପାଇଁ ଯଦି କିଛି ନ କୁହ; ତେବେ ସେହି ଦୁଷ୍ଟ ନିଜ ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପରିଶୋଧ ନେବା। BSB BSB: If I say to the wicked, ‘O wicked man, you will surely die,’ but you do not speak out to dissuade him from his way, then that wicked man will die in his iniquity, yet I will hold you accountable for his blood.
9 ULB ତଥାପି ତୁମ୍ଭେ ସେହି ଦୁଷ୍ଟକୁ ତାହାର ପଥରୁ ଫେରିବା ନିମନ୍ତେ ତଦ୍ବିଷୟରେ ସଚେତନ କଲେ, ଯଦି ସେ ନ ଫେରେ, ତେବେ ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ବଞ୍ଚାଇବ। BSB BSB: But if you warn the wicked man to turn from his way, and he does not turn from it, he will die in his iniquity, but you will have saved your life.
10 ULB ଆଉ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶକୁ କୁହ; ତୁମ୍ଭେମାନେ ଏପ୍ରକାର କହୁଅଛ, ଆମ୍ଭମାନଙ୍କର ଆଜ୍ଞା-ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପରେ ଅଛି ଓ ଆମ୍ଭେମାନେ ତହିଁରେ ହିଁ କ୍ଷୟ ପାଉଅଛୁ; ତେବେ ଆମ୍ଭେମାନେ କିପରି କରି ବଞ୍ଚିବା? BSB BSB: Now as for you, son of man, tell the house of Israel that this is what they have said: ‘Our transgressions and our sins are heavy upon us, and we are wasting away because of them! How can we live?’
11 ULB ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ, ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି; ତୁମ୍ଭେମାନେ ଫେର, ଆପଣା ଆପଣା କୁପଥରୁ ଫେର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ? BSB BSB: Say to them: ‘As surely as I live, declares the Lord GOD, I take no pleasure in the death of the wicked, but rather that the wicked should turn from their ways and live. Turn! Turn from your evil ways! For why should you die, O house of Israel?’ 12 ULB ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକଙ୍କ ସନ୍ତାନଗଣକୁ କୁହ, ଧାର୍ମିକର ଧାର୍ମିକତା ତାହାର ଆଜ୍ଞା ଲଘଂନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ, ସେହି ଦିନ ସେ ଆପଣା ଦୁଷ୍ଟତା ଦ୍ୱାରା ପତିତ ହେବ ନାହିଁ; କିଅବା ଧାର୍ମିକ ଲୋକ ଯେଉଁ ଦିନ ପାପ କରେ, ସେହି ଦିନ ସେ ଆପଣା ଧାର୍ମିକତା ଦ୍ୱାରା ବଞ୍ଚି ପାରିବ ନାହିଁ। BSB BSB: Therefore, son of man, say to your people: ‘The righteousness of the righteous man will not deliver him in the day of his transgression; neither will the wickedness of the wicked man cause him to stumble on the day he turns from his wickedness. Nor will the righteous man be able to survive by his righteousness on the day he sins.’
13 ULB ସେ ଅବଶ୍ୟ ବଞ୍ଚିବ, ଏହି କଥା ଆମ୍ଭେ ଧାର୍ମିକକୁ କହିଲେ, ସେ ଯଦି ଆପଣା ଧର୍ମରେ ନିର୍ଭର ରଖି ଅଧର୍ମ କରେ, ତେବେ ତାହାର କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ, ମାତ୍ର ସେ ଯେଉଁ ଅଧର୍ମ କରିଅଛି, “ତହିଁରେ ହିଁ ସେ ମରିବ।” BSB BSB: If I tell the righteous man that he will surely live, but he then trusts in his righteousness and commits iniquity, then none of his righteous works will be remembered; he will die because of the iniquity he has committed.
14 ULB ପୁନଶ୍ଚ “ତୁମ୍ଭେ ଅବଶ୍ୟ ମରିବ,” ଏହି କଥା ଆମ୍ଭେ ଦୁଷ୍ଟ ଲୋକକୁ କହିଲେ, ସେ ଯଦି ଆପଣା ପାପରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ; BSB BSB: But if I tell the wicked man, ‘You will surely die,’ and he turns from his sin and does what is just and right—
15 ULB ସେହି ଦୁଷ୍ଟ ଲୋକ ଯଦି ବନ୍ଧକି ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ତାହା ପରିଶୋଧ କରେ, କୌଣସି ଅଧର୍ମ ନ କରି ଜୀବନଦାୟକ ବିଧିରୂପ ପଥରେ ଚାଲେ; ତେବେ ସେ ଅବଶ୍ୟ ବଞ୍ଚିବ, ସେ ମରିବ ନାହିଁ। BSB BSB: if he restores a pledge, makes restitution for what he has stolen, and walks in the statutes of life without practicing iniquity—then he will surely live; he will not die.
16 ULB ତାହାର କୃତ କୌଣସି ପାପ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ନ୍ୟାୟ ଓ ଧର୍ମାଚରଣ କରିଅଛି; ସେ ଅବଶ୍ୟ ବଞ୍ଚିବ। BSB BSB: None of the sins he has committed will be held against him. He has done what is just and right; he will surely live.
17 ULB ତଥାପି ତୁମ୍ଭ ଲୋକଙ୍କର ସନ୍ତାନଗଣ କହୁଅଛନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ; ମାତ୍ର ପ୍ରକୃତରେ ସେମାନଙ୍କର ପଥ ସରଳ ନୁହେଁ। BSB BSB: Yet your people say, ‘The way of the Lord is not just.’ But it is their way that is not just.
18 ULB ଧାର୍ମିକ ଲୋକ ଆପଣା ଧାର୍ମିକତାରୁ ଫେରି ଅଧର୍ମ କଲେ, ସେ ତହିଁରେ ହିଁ ମରିବ। BSB BSB: If a righteous man turns from his righteousness and commits iniquity, he will die for it.
19 ULB ପୁଣି, ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କଲେ, ସେ ତହିଁରେ ବଞ୍ଚିବ। BSB BSB: But if a wicked man turns from his wickedness and does what is just and right, he will live because of this.
20 ULB ତଥାପି ତୁମ୍ଭେମାନେ କହୁଅଛ, “ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଆଚାର ବ୍ୟବହାର ଅନୁସାରେ ବିଚାର କରିବା।” BSB BSB: Yet you say, ‘The way of the Lord is not just.’ But I will judge each of you according to his ways, O house of Israel.”
21 ULB ଏଥିଉତ୍ତାରେ ଆମ୍ଭମାନଙ୍କ ନିର୍ବାସନର ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୂଶାଲମରୁ ପଳାତକ ଏକଜଣ ମୋ’ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।” BSB BSB: In the twelfth year of our exile, on the fifth day of the tenth month, a fugitive from Jerusalem came to me and reported, “The city has been taken!”
22 ULB ସେହି ପଳାତକ ଆସିବାର ପୂର୍ବେ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଥିଲା; ଆଉ, ପ୍ରାତଃକାଳରେ ସେ ପଳାତକ ଆସିବା ପର୍ଯ୍ୟନ୍ତ ସେ ମୋର ମୁଖ ଫିଟାଇଥିଲେ; ତେବେଠାରୁ ମୋର ମୁଖ ଫିଟା ରହିଲା ଓ ଆଉ ମୁଁ ଘୁଙ୍ଗା ହୋଇ ରହିଲି ନାହିଁ। BSB BSB: Now the evening before the fugitive arrived, the hand of the LORD was upon me, and He opened my mouth before the man came to me in the morning. So my mouth was opened and I was no longer mute.
23 ULB ଏଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା; BSB BSB: Then the word of the LORD came to me, saying,
24 ULB “ହେ ମନୁଷ୍ୟ-ସନ୍ତାନ, ଯେଉଁମାନେ ଇସ୍ରାଏଲ ଦେଶର, ସେହି ସକଳ ଉତ୍ସନ୍ନ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ଅବ୍ରହାମ ଏକମାତ୍ର ଥିଲେ, ଆଉ ସେ ଦେଶ ଅଧିକାର କଲେ; ମାତ୍ର ଆମ୍ଭେମାନେ ଅନେକ ଲୋକ; ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦତ୍ତ ହୋଇଅଛି। BSB BSB: “Son of man, those living in the ruins in the land of Israel are saying, ‘Abraham was only one man, yet he possessed the land. But we are many; surely the land has been given to us as a possession.’
25 ULB ଏଥିପାଇଁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ରକ୍ତ ସହିତ ମାଂସ ଖାଉଅଛ ଓ ଆପଣା ଆପଣା ପ୍ରତିମାଗଣ ପ୍ରତି ଦୃଷ୍ଟି ଟେକୁଅଛ ଓ ରକ୍ତପାତ କରୁଅଛ; ଆଉ, ତୁମ୍ଭେମାନେ କି ଦେଶ ଅଧିକାର କରିବ? BSB BSB: Therefore tell them that this is what the Lord GOD says: ‘You eat meat with the blood in it, lift up your eyes to your idols, and shed blood. Should you then possess the land?
26 ULB ତୁମ୍ଭେମାନେ ଆପଣା ଆପଣା ଖଡ୍ଗରେ ନିର୍ଭର କରୁଅଛ ଓ ଘୃଣାଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଅଶୁଚି କରୁଅଛ, ଆଉ ତୁମ୍ଭେମାନେ କି ଦେଶ ଅଧିକାର କରିବ?” BSB BSB: You have relied on your swords, you have committed detestable acts, and each of you has defiled his neighbor’s wife. Should you then possess the land?’
27 ULB ଏହି ପ୍ରକାରେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଜୀବିତ ଥିବା ପ୍ରମାଣେ ଉତ୍ସନ୍ନ ସ୍ଥାନ ସକଳରେ ଥିବା ଲୋକମାନେ ନିଶ୍ଚୟ ଖଡ୍ଗ ଦ୍ୱାରା ପତିତ ହେବେ ଓ ଯେଉଁ ଜନ ପଡ଼ିଆରେ ଅଛି, ଆମ୍ଭେ ତାହାକୁ ଭକ୍ଷ୍ୟ ରୂପେ ପଶୁମାନଙ୍କୁ ଦେବା, ଆଉ ଯେଉଁମାନେ ଦୃଢ଼ ଦୁର୍ଗରେ ଓ ଗୁହାରେ ଥା’ନ୍ତି, ସେମାନେ ମହାମାରୀରେ ମରିବେ। BSB BSB: Tell them that this is what the Lord GOD says: ‘As surely as I live, those in the ruins will fall by the sword, those in the open field I will give to be devoured by wild animals, and those in the strongholds and caves will die by plague.
28 ULB ପୁଣି, ଆମ୍ଭେ ଦେଶକୁ ଧ୍ୱଂସିତ ଓ ବିସ୍ମୟର ସ୍ଥାନ କରିବା, ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ; ପୁଣି, ଇସ୍ରାଏଲର ପର୍ବତଗଣ ଧ୍ୱଂସିତ ହେବ, ତହିଁରେ କେହି ତହିଁ ମଧ୍ୟ ଦେଇ ଗମନ କରିବେ ନାହିଁ।” BSB BSB: I will make the land a desolate waste, and the pride of her strength will come to an end. The mountains of Israel will become desolate, so that no one will pass through.
29 ULB ଆମ୍ଭେ ସେମାନଙ୍କର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେତେବେଳେ ଦେଶକୁ ଧ୍ୱଂସିତ ଓ ନିର୍ଜ୍ଜନ ସ୍ଥାନ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ। BSB BSB: Then they will know that I am the LORD, when I have made the land a desolate waste because of all the abominations they have committed.’
30 ULB ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ଲୋକଙ୍କର ସନ୍ତାନମାନେ କାନ୍ଥ ନିକଟରେ ଓ ଗୃହମାନଙ୍କର ସକଳ ଦ୍ୱାରଦେଶରେ ତୁମ୍ଭ ବିଷୟରେ କଥାବାର୍ତ୍ତା କରନ୍ତି, ଆଉ ପରସ୍ପର, ପ୍ରତ୍ୟେକେ ଆପଣା ଭ୍ରାତାକୁ କହନ୍ତି, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ଆଗତ କଥା ଶୁଣୁ।” BSB BSB: As for you, son of man, your people are talking about you near the city walls and in the doorways of their houses. One speaks to another, each saying to his brother, ‘Come and hear the message that has come from the LORD!’
31 ULB ପୁଣି, ସେମାନେ ଲୋକମାନଙ୍କ ପରି ତୁମ୍ଭ ନିକଟକୁ ଆସନ୍ତି ଓ ଆମ୍ଭ ଲୋକଙ୍କ ପରି ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ; କାରଣ ସେମାନେ ମୁଖରେ ବହୁତ ପ୍ରେମ ଦେଖାନ୍ତି, ମାତ୍ର ସେମାନଙ୍କର ଅନ୍ତଃକରଣ ସେମାନଙ୍କର ଲାଭର ଅନୁଗାମୀ ହୁଏ। BSB BSB: So My people come to you as usual, sit before you, and hear your words; but they do not put them into practice. Although they express love with their mouths, their hearts pursue dishonest gain.
32 ULB ଆଉ ଦେଖ, ଯାହାର ମଧୁର ସ୍ୱର ଅଛି ଓ ଯେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାରେ, ଏପରି ଲୋକର ଅତି ମନୋହର ଗୀତ ସ୍ୱରୂପ ତୁମ୍ଭେ ସେମାନଙ୍କ ନିକଟରେ ଅଟ; କାରଣ ସେମାନେ ତୁମ୍ଭର କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ। BSB BSB: Indeed, you are to them like a singer of love songs with a beautiful voice, who skillfully plays an instrument. They hear your words but do not put them into practice.
33 ULB ପୁଣି, ଏହା ଯେତେବେଳେ ଘଟିବ, ଦେଖ, ଘଟିବାର ନିକଟ ହେଲାଣି, ସେତେବେଳେ ସେମାନଙ୍କ ମଧ୍ୟରେ ଯେ ଜଣେ ଭବିଷ୍ୟଦ୍ବକ୍ତା ଥିଲେ, ଏହା ସେମାନେ ଜାଣିବେ। BSB BSB: So when it comes to pass—and surely it will come—then they will know that a prophet has been among them.”
Select verses for actions: Enter goes to them and Escape comes back.