1 ULB ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚୈଃସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ। BSB BSB: Then Joseph could no longer control himself before all his attendants, and he cried out, “Send everyone away from me!” So none of them were with Joseph when he made himself known to his brothers.
2 ULB ସେ ଉଚ୍ଚୈଃସ୍ୱରରେ ଏପରି ରୋଦନ କଲେ ଯେ, ମିସ୍ରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ। BSB BSB: But he wept so loudly that the Egyptians heard him, and Pharaoh’s household soon heard of it.
3 ULB ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋ’ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ। BSB BSB: Joseph said to his brothers, “I am Joseph! Is my father still alive?” But they were unable to answer him, because they were terrified in his presence.
4 ULB ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋ’ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ। BSB BSB: Then Joseph said to his brothers, “Please come near me.” And they did so. “I am Joseph, your brother,” he said, “the one you sold into Egypt!
5 ULB ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ। BSB BSB: And now, do not be distressed or angry with yourselves that you sold me into this place, because it was to save lives that God sent me before you.
6 ULB ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ। BSB BSB: For the famine has covered the land these two years, and there will be five more years without plowing or harvesting.
7 ULB ଏଥିପାଇଁ ପରମେଶ୍ୱର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇ ଅଛନ୍ତି। BSB BSB: God sent me before you to preserve you as a remnant on the earth and to save your lives by a great deliverance.
8 ULB ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ୱର ପଠାଇ ଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି। BSB BSB: Therefore it was not you who sent me here, but God, who has made me a father to Pharaoh—lord of all his household and ruler over all the land of Egypt.
9 ULB ଏଣୁ ତୁମ୍ଭେମାନେ ଶୀଘ୍ର ମୋ’ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ୱର ମୋତେ ସମସ୍ତ ମିସର ଦେଶର ବିଶିଷ୍ଟ ବ୍ୟକ୍ତି କରିଅଛନ୍ତି; ତୁମ୍ଭେ ମୋ’ ନିକଟକୁ ଆସ, ବିଳମ୍ବ କର ନାହିଁ। BSB BSB: Now return quickly to my father and tell him, ‘This is what your son Joseph says: God has made me lord of all Egypt. Come down to me without delay.
10 ULB ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ। BSB BSB: You shall settle in the land of Goshen and be near me—you and your children and grandchildren, your flocks and herds, and everything you own.
11 ULB ସେହି ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ର ଦଶା ଘଟିବ। BSB BSB: And there I will provide for you, because there will be five more years of famine. Otherwise, you and your household and everything you own will come to destitution.’
12 ULB ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋ’ ସହୋଦର ବିନ୍ୟାମୀନ୍ର ଚକ୍ଷୁ ଦେଖୁଅଛି। BSB BSB: Behold! You and my brother Benjamin can see that I, Joseph, am the one speaking with you.
13 ULB ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ୱର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋ’ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ।” BSB BSB: Tell my father about all my splendor in Egypt and everything you have seen. And bring my father down here quickly.”
14 ULB ଏଥିଉତ୍ତାରେ ସେ ଆପଣା ସହୋଦର ବିନ୍ୟାମୀନ୍ର ଗଳା ଧରି ରୋଦନ କଲେ, ପୁଣି, ବିନ୍ୟାମୀନ୍ ତାଙ୍କର ଗଳା ଧରି ରୋଦନ କଲା। BSB BSB: Then Joseph threw his arms around his brother Benjamin and wept, and Benjamin wept as they embraced.
15 ULB ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ। BSB BSB: Joseph kissed each of his brothers as he wept over them. And afterward his brothers talked with him.
16 ULB ଆଉ ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି, ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ। BSB BSB: When the news reached Pharaoh’s house that Joseph’s brothers had come, Pharaoh and his servants were pleased.
17 ULB ପୁଣି, ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇମାନଙ୍କୁ କୁହ, ତୁମ୍ଭେମାନେ ଏହି କର୍ମ କର; ଆପଣା ଆପଣା ପଶୁମାନଙ୍କୁ ବୋଝାଇ କରି କିଣାନ ଦେଶକୁ ଯାଅ, BSB BSB: Pharaoh said to Joseph, “Tell your brothers, ‘Do as follows: Load your animals and return to the land of Canaan.
18 ULB ପୁଣି, ପିତାଙ୍କୁ ଓ ଆପଣା ଆପଣା ସମସ୍ତ ପରିବାରକୁ ଘେନି ଆମ୍ଭ ନିକଟକୁ ଆସ; ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶର ଉତ୍ତମ ଦ୍ରବ୍ୟ ଦେବା, ପୁଣି, ତୁମ୍ଭେମାନେ ଦେଶର ସର୍ବୋତ୍ତମ ବିଷୟ ଭୋଗ କରିବ। BSB BSB: Then bring your father and your families and return to me. I will give you the best of the land of Egypt, and you shall eat from the fat of the land.’
19 ULB ଏବେ ଆମ୍ଭର ଆଜ୍ଞାନୁସାରେ ଏହି କର୍ମ କର, ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ଓ ଭାର୍ଯ୍ୟାମାନଙ୍କ ପାଇଁ ମିସର ଦେଶରୁ ଶଗଡ଼ ନେଇଯାଅ, ପୁଣି, ଆପଣାମାନଙ୍କ ପିତାଙ୍କୁ ନେଇ ଆସ। BSB BSB: You are also directed to tell them: ‘Take wagons from the land of Egypt for your young children and your wives, and bring your father and come back.
20 ULB ଆଉ ଆପଣାମାନଙ୍କ ଦ୍ରବ୍ୟାଦି ବିଷୟରେ ଭାବନା କର ନାହିଁ; ସମସ୍ତ ମିସର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ।” BSB BSB: But pay no regard to your belongings, for the best of all the land of Egypt is yours.’”
21 ULB ତହିଁରେ ଇସ୍ରାଏଲଙ୍କର ପୁତ୍ରମାନେ ସେହିପରି କଲେ; ପୁଣି, ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ସେମାନଙ୍କୁ ଶଗଡ଼ ଓ ପାଥେୟ ଦ୍ରବ୍ୟ ଦେଲେ। BSB BSB: So the sons of Israel did as they were told. Joseph gave them wagons as Pharaoh had instructed, and he also gave them provisions for their journey.
22 ULB ପୁଣି, ପ୍ରତ୍ୟେକ ଜଣକୁ ଏକ ଏକ ଯୋଡ଼ା ବସ୍ତ୍ର ଦେଲେ, ମାତ୍ର ବିନ୍ୟାମୀନ୍କୁ ତିନିଶହ ଶେକେଲ ରୌପ୍ୟମୁଦ୍ରା ଓ ପାଞ୍ଚ ଯୋଡ଼ା ବସ୍ତ୍ର ଦେଲେ। BSB BSB: He gave new garments to each of them, but to Benjamin he gave three hundred shekels of silver and five sets of clothes.
23 ULB ପୁଣି, ପିତାଙ୍କ ନିମନ୍ତେ ମିସର ଦେଶର ଉତ୍ତମ ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୁଟି ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପଠାଇଲେ। BSB BSB: And he sent to his father the following: ten donkeys loaded with the best of Egypt, and ten female donkeys loaded with grain and bread and provisions for his father’s journey.
24 ULB ଏହିରୂପେ ଯୋଷେଫ ଆପଣା ଭାଇମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ବାଟରେ କଳି କରିବ ନାହିଁ।” BSB BSB: Then Joseph sent his brothers on their way, and as they were leaving, he said to them, “Do not quarrel on the way!”
25 ULB ଏଥିଉତ୍ତାରେ ସେମାନେ ମିସର ଦେଶରୁ ପ୍ରସ୍ଥାନ କରି କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହେଲେ। BSB BSB: So the brothers went up out of Egypt and came to their father Jacob in the land of Canaan.
26 ULB ପୁଣି, ସେମାନେ ତାଙ୍କୁ କହିଲେ, “ଯୋଷେଫ ଆଜି ପର୍ଯ୍ୟନ୍ତ ଜୀବିତ ଅଛି, ଆଉ ସେ ସମସ୍ତ ମିସର ଦେଶର କର୍ତ୍ତା ହୋଇଅଛି।” ଏଥିରେ ଯାକୁବଙ୍କର ହୃଦୟ ଜଡ଼ୀଭୂତ ହେଲା, କାରଣ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। BSB BSB: “Joseph is still alive,” they said, “and he is ruler over all the land of Egypt!” But Jacob was stunned, for he did not believe them.
27 ULB ପୁଣି, ଯୋଷେଫ ଯେତେ କଥା ସେମାନଙ୍କୁ କହିଥିଲେ, ସେହି ସବୁ କଥା ସେମାନେ ତାଙ୍କୁ କହିଲେ। ମାତ୍ର ସେ ଯେତେବେଳେ ତାଙ୍କୁ ନେବା ପାଇଁ ଯୋଷେଫଙ୍କ ପ୍ରେରିତ ଶଗଡ଼ସବୁ ଦେଖିଲେ, ସେତେବେଳେ ସେମାନଙ୍କ ପିତା ଯାକୁବଙ୍କ ଆତ୍ମା ପୁନର୍ଜୀବିତ ହେଲା। BSB BSB: However, when they relayed all that Joseph had told them, and when he saw the wagons that Joseph had sent to carry him back, the spirit of their father Jacob was revived.
28 ULB ତହିଁରେ ଇସ୍ରାଏଲ କହିଲେ, “ଯଥେଷ୍ଟ; ମୋହର ପୁତ୍ର ଯୋଷେଫ ଆଜି ପର୍ଯ୍ୟନ୍ତ ବଞ୍ଚିଅଛି; ମୁଁ ଯିବି, ମରଣ ପୂର୍ବେ ତାକୁ ଦେଖିବି।” BSB BSB: “Enough!” declared Israel. “My son Joseph is still alive! I will go to see him before I die.”