Isaiah 12 12 Isaiah Judgment and hope for Judah Odia Unlocked Literal Bible 1 ULB ସେହି ଦିନରେ ତୁମ୍ଭେ କହିବ, “ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ୱନା କରୁଅଛ। BSB BSB: In that day you will say: “O LORD, I will praise You. Although You were angry with me, Your anger has turned away, and You have comforted me.
2 ULB ଦେଖ, ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବା ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।” BSB BSB: Surely God is my salvation; I will trust and not be afraid. For the LORD GOD is my strength and my song, and He also has become my salvation.”
3 ULB ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। BSB BSB: With joy you will draw water from the springs of salvation,
4 ULB ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। BSB BSB: and on that day you will say: “Give praise to the LORD; proclaim His name! Make His works known among the peoples; declare that His name is exalted.
5 ULB ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। BSB BSB: Sing to the LORD, for He has done glorious things. Let this be known in all the earth.
6 ULB ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।” BSB BSB: Cry out and sing, O citizen of Zion, for great among you is the Holy One of Israel.”
Select verses for actions: Enter goes to them and Escape comes back.
Chapter complete
You’ve read Isaiah 12
Make Opened yours A free account keeps your place, highlights and notes on every device. Add Plus to ask Study Help about Isaiah 12, and keep Opened free for readers who can’t pay.