1 ULB “ମୋ’ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର,” ଏହା ତୁମ୍ଭମାନଙ୍କର ପରମେଶ୍ୱର କହନ୍ତି। BSB BSB: “Comfort, comfort My people,” says your God.
2 ULB ତୁମ୍ଭେମାନେ ଯିରୂଶାଲମକୁ ଚିତ୍ତପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ସମସ୍ତ ପାପ ସକାଶୁ ଦୁଇ ଗୁଣ ପାଇଅଛି ବୋଲି ତାହା ନିକଟରେ ପ୍ରଚାର କର। BSB BSB: “Speak tenderly to Jerusalem, and proclaim to her that her forced labor has been completed; her iniquity has been pardoned. For she has received from the hand of the LORD double for all her sins.”
3 ULB ଏକ ଜଣର ରବ ପ୍ରଚାର କରେ, ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର। BSB BSB: A voice of one calling: “Prepare the way for the LORD in the wilderness; make a straight highway for our God in the desert.
4 ULB ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ୍ଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନ ସବୁ ସମାନ କରାଯିବ; BSB BSB: Every valley shall be lifted up, and every mountain and hill made low; the uneven ground will become smooth, and the rugged land a plain.
5 ULB ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି। BSB BSB: And the glory of the LORD will be revealed, and all humanity together will see it.” For the mouth of the LORD has spoken.
7 ULB ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମ୍ଳାନ ହୁଏ; କାରଣ ତହିଁ ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ, ନିଶ୍ଚୟ ଲୋକମାନେ ତୃଣ ସ୍ୱରୂପ। BSB BSB: The grass withers and the flowers fall when the breath of the LORD blows on them; indeed, the people are grass.
9 ULB ହେ ସିୟୋନ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ; ହେ ଯିରୂଶାଲମ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ବଳରେ ଉଚ୍ଚସ୍ୱର କର, ଉଚ୍ଚସ୍ୱର କର, ଭୟ କର ନାହିଁ; ଯିହୁଦାର ନଗରସମୂହକୁ କୁହ, “ହେଇ ଦେଖ, ତୁମ୍ଭମାନଙ୍କ ପରମେଶ୍ୱର!” BSB BSB: Go up on a high mountain, O Zion, herald of good news. Raise your voice loudly, O Jerusalem, herald of good news. Lift it up, do not be afraid! Say to the cities of Judah, “Here is your God!”
10 ULB ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି। BSB BSB: Behold, the Lord GOD comes with might, and His arm establishes His rule. His reward is with Him, and His recompense accompanies Him.
11 ULB ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ। BSB BSB: He tends His flock like a shepherd; He gathers the lambs in His arms and carries them close to His heart. He gently leads the nursing ewes.
13 ULB ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି? BSB BSB: Who has directed the Spirit of the LORD, or informed Him as His counselor?
14 ULB ସେ କାହାର ସହିତ ମନ୍ତ୍ରଣା କଲେ, କିଏ ତାହାଙ୍କୁ ଶିକ୍ଷା ଦେଲା ଓ ବିଚାରର ପଥ ତାହାଙ୍କୁ ଶିଖାଇଲା ଓ ଜ୍ଞାନ ଶିକ୍ଷା ଦେଲା ଓ ବିବେଚନାର ମାର୍ଗ ତାହାଙ୍କୁ ଦେଖାଇଲା? BSB BSB: Whom did He consult to enlighten Him, and who taught Him the paths of justice? Who imparted knowledge to Him and showed Him the way of understanding?
15 ULB ଦେଖ, ଗୋଷ୍ଠୀୟମାନେ କଳସର ଜଳବିନ୍ଦୁ ପରି ଓ ନିକ୍ତିର ଧୂଳି କଣିକା ତୁଲ୍ୟ ଗଣ୍ୟ ଅଟନ୍ତି; ଦେଖ, ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି। BSB BSB: Surely the nations are like a drop in a bucket; they are considered a speck of dust on the scales; He lifts up the islands like fine dust.
16 ULB ପୁଣି, ଲିବାନୋନ ଜାଳ ପାଇଁ ଓ ତହିଁର ପଶୁଗଣ ହୋମବଳି ପାଇଁ ଯଥେଷ୍ଟ ନୁହନ୍ତି। BSB BSB: Lebanon is not sufficient for fuel, nor its animals enough for a burnt offering.
17 ULB ସର୍ବଦେଶୀୟମାନେ ତାହାଙ୍କ ଛାମୁରେ ଅବସ୍ତୁ ମାତ୍ର; ସେମାନେ ତାହାଙ୍କ ନିକଟରେ ଅବସ୍ତୁରୁ ଲଘୁ ଓ ଅସାର ଗଣ୍ୟ ଅଟନ୍ତି। BSB BSB: All the nations are as nothing before Him; He regards them as nothingness and emptiness.
18 ULB ତେବେ ତୁମ୍ଭେମାନେ କାହା ସଙ୍ଗେ ପରମେଶ୍ୱରଙ୍କୁ ତୁଳନା କରିବ? ଅବା କେଉଁ ମୂର୍ତ୍ତିକୁ ତାହାଙ୍କ ସଦୃଶ କରିବ? BSB BSB: To whom will you liken God? To what image will you compare Him?
19 ULB ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ୱର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ଡନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ। BSB BSB: To an idol that a craftsman casts and a metalworker overlays with gold and fits with silver chains?
20 ULB ଯେଉଁ ଲୋକ ଏହି ପ୍ରକାର ଉପହାର ପାଇଁ ଅତି ଦରିଦ୍ର, ସେ ଅପଚ୍ୟ କୌଣସି କାଷ୍ଠ ମନୋନୀତ କରେ, ସେ ଅଟଳ ଏକ ଖୋଦିତ ପ୍ରତିମା ନିର୍ମାଣ କରିବା ପାଇଁ ଜଣେ ନିପୁଣ ଶିଳ୍ପକରର ଅନ୍ୱେଷଣ କରେ। BSB BSB: One lacking such an offering chooses wood that will not rot. He seeks a skilled craftsman to set up an idol that will not topple.
21 ULB ତୁମ୍ଭେମାନେ କି ଜାଣି ନାହଁ? ତୁମ୍ଭେମାନେ କି ଶୁଣି ନାହଁ? ଆଦ୍ୟକାଳରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ପତ୍ତନଠାରୁ କି ତୁମ୍ଭେମାନେ ବୁଝି ନାହଁ? BSB BSB: Do you not know? Have you not heard? Has it not been declared to you from the beginning? Have you not understood since the foundation of the earth?
22 ULB ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି; BSB BSB: He sits enthroned above the circle of the earth; its dwellers are like grasshoppers. He stretches out the heavens like a curtain, and spreads them out like a tent to dwell in.
23 ULB ସେ ଭୂପତିମାନଙ୍କୁ ଅକିଞ୍ଚିତ କରନ୍ତି; ସେ ପୃଥିବୀର ବିଚାରକର୍ତ୍ତାମାନଙ୍କୁ ମୂଲ୍ୟହୀନ କରନ୍ତି। BSB BSB: He brings the princes to nothing and makes the rulers of the earth meaningless.
24 ULB ହଁ, ସେମାନେ ରୋପିତ ହୋଇ ନାହାନ୍ତି; ହଁ, ସେମାନେ ବୁଣାଯାଇ ନାହାନ୍ତି; ହଁ, ସେମାନଙ୍କ ଗଣ୍ଡିର ଚେର ଭୂମିରେ ମାଡ଼ି ନାହିଁ, ଆହୁରି ସେ ସେମାନଙ୍କ ଉପରେ ଫୁଙ୍କ ଦିଅନ୍ତି, ତହିଁରେ ସେମାନେ ଶୁଷ୍କ ହୁଅନ୍ତି ଓ ଘୂର୍ଣ୍ଣିବାୟୁ ନଡ଼ା ପରି ସେମାନଙ୍କୁ ଉଡ଼ାଇ ନିଏ। BSB BSB: No sooner are they planted, no sooner are they sown, no sooner have their stems taken root in the ground, than He blows on them and they wither, and a whirlwind sweeps them away like stubble.
25 ULB ଏହେତୁ ସେହି ଧର୍ମସ୍ୱରୂପ କହନ୍ତି, ଆମ୍ଭେ ଯାହାର ସମାନ ହୋଇ ପାରିବୁ, ଏପରି କାହା ସଙ୍ଗରେ ତୁମ୍ଭେମାନେ ଆମ୍ଭର ଉପମା ଦେବ? BSB BSB: “To whom will you liken Me, or who is My equal?” asks the Holy One.
26 ULB ଉର୍ଦ୍ଧ୍ୱ ଦୃଷ୍ଟି କରି ଦେଖ, ଏହି ସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ। BSB BSB: Lift up your eyes on high: Who created all these? He leads forth the starry host by number; He calls each one by name. Because of His great power and mighty strength, not one of them is missing.
27 ULB ଆମ୍ଭର ପଥ ସଦାପ୍ରଭୁଙ୍କଠାରୁ ଗୁପ୍ତ ଓ ଆମ୍ଭର ବିଚାର ଆମ୍ଭ ପରମେଶ୍ୱରଙ୍କ ଜ୍ଞାନର ଅତୀତ, ହେ ଯାକୁବ, ତୁମ୍ଭେ କାହିଁକି ଏହା କହୁଅଛ, ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା କହୁଅଛ? BSB BSB: Why do you say, O Jacob, and why do you assert, O Israel, “My way is hidden from the LORD, and my claim is ignored by my God”?
29 ULB ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି। BSB BSB: He gives power to the faint and increases the strength of the weak.
30 ULB ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ; BSB BSB: Even youths grow tired and weary, and young men stumble and fall.
31 ULB ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ; ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ; ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। BSB BSB: But those who wait upon the LORD will renew their strength; they will mount up with wings like eagles; they will run and not grow weary, they will walk and not faint.
Select verses for actions: Enter goes to them and Escape comes back.