1 ULB ମୋ’ ପ୍ରାଣ ମୋ’ ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି, ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି। BSB BSB: “I loathe my own life; I will express my complaint and speak in the bitterness of my soul.
2 ULB ମୁଁ ପରମେଶ୍ୱରଙ୍କୁ କହିବି, “ମୋତେ ଦୋଷୀ କର ନାହିଁ; କାହିଁକି ମୋ’ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ। BSB BSB: I will say to God: Do not condemn me! Let me know why You prosecute me.
3 ULB ତୁମ୍ଭେ ଯେ ଉପଦ୍ରବ କରିବ, ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବ ଓ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କ’ଣ ତୁମ୍ଭ ପ୍ରତି ଭଲ? BSB BSB: Does it please You to oppress me, to reject the work of Your hands and favor the schemes of the wicked?
4 ULB ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି? ଅବା ମନୁଷ୍ୟ ଯେପରି ଦେଖେ, ତୁମ୍ଭେ କ’ଣ ସେପରି ଦେଖୁଅଛ? BSB BSB: Do You have eyes of flesh? Do You see as man sees?
5 ULB ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ତୁଲ୍ୟ, ଅବା ତୁମ୍ଭର ବର୍ଷସମୂହ କ’ଣ ମନୁଷ୍ୟର ଦିନସମୂହ ତୁଲ୍ୟ BSB BSB: Are Your days like those of a mortal, or Your years like those of a man,
6 ULB ଯେ, ତୁମ୍ଭେ ମୋହର ଅଧର୍ମ ଅନୁସନ୍ଧାନ କରୁଅଛ ଓ ମୋହର ପାପ ଅନ୍ଵେଷଣ କରୁଅଛ? BSB BSB: that You should seek my iniquity and search out my sin—
7 ULB ତୁମ୍ଭେ ତ ଜାଣ, ମୁଁ ଦୁଷ୍ଟ ନୁହେଁ ଓ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ। BSB BSB: though You know that I am not guilty, and there is no deliverance from Your hand?
8 ULB ତୁମ୍ଭର ହସ୍ତ ମୋତେ ଗଢ଼ିଅଛି ଓ ସର୍ବାଙ୍ଗ ସୁସଂଯୁକ୍ତ କରି ମୋତେ ନିର୍ମାଣ କରିଅଛି; ତଥାପି ତୁମ୍ଭେ ମୋତେ ସଂହାର କରୁଅଛ। BSB BSB: Your hands shaped me and altogether formed me. Would You now turn and destroy me?
9 ULB ମୁଁ ବିନୟ କରୁଅଛି, ସ୍ମରଣ କର, ତୁମ୍ଭେ ମୋତେ ମୃତ୍ତିକା ତୁଲ୍ୟ ଗଢ଼ିଅଛ ଓ ତୁମ୍ଭେ କ’ଣ ମୋତେ ପୁନର୍ବାର ଧୂଳି କରିବ? BSB BSB: Please remember that You molded me like clay. Would You now return me to dust?
10 ULB ତୁମ୍ଭେ କ’ଣ ଦୁଗ୍ଧ ନ୍ୟାୟ ମୋତେ ଢାଳି ନାହଁ ଓ ଛେନା ତୁଲ୍ୟ ମୋତେ ଶକ୍ତ କରି ନାହଁ? BSB BSB: Did You not pour me out like milk, and curdle me like cheese?
11 ULB ତୁମ୍ଭେ ମୋତେ ଚର୍ମ ଓ ମାଂସରେ ବସ୍ତ୍ରାନ୍ୱିତ କରିଅଛ, ପୁଣି ଅସ୍ଥି ଓ ଶିରାରେ ମୋତେ ଏକତ୍ର ବୁଣିଅଛ। BSB BSB: You clothed me with skin and flesh, and knit me together with bones and sinews.
12 ULB ତୁମ୍ଭେ ମୋତେ ଜୀବନ ଓ ଅନୁଗ୍ରହ ଦାନ କରିଅଛ ଓ ତୁମ୍ଭର ତତ୍ତ୍ୱାବଧାରଣ ମୋର ଆତ୍ମାକୁ ରକ୍ଷା କରିଅଛି। BSB BSB: You have granted me life and loving devotion, and Your care has preserved my spirit.
13 ULB ତଥାପି ତୁମ୍ଭେ ଏହିସବୁ ବିଷୟ ଆପଣା ମନରେ ଗୁପ୍ତ କରି ରଖିଅଛ; ମୁଁ ଜାଣେ, ଏହା ହିଁ ତୁମ୍ଭର ବିଚାର; BSB BSB: Yet You concealed these things in Your heart, and I know that this was in Your mind:
14 ULB ମୁଁ ପାପ କଲେ, ତୁମ୍ଭେ ମୋତେ ଲକ୍ଷ୍ୟ କରୁଅଛ ଓ ତୁମ୍ଭେ ମୋର ଅଧର୍ମରୁ ମୋତେ ମୁକ୍ତ କରିବ ନାହିଁ। BSB BSB: If I sinned, You would take note, and would not acquit me of my iniquity.
15 ULB ମୁଁ ଦୁଷ୍ଟ ହେଲେ, ମୋର ସନ୍ତାପ ହେବ, ପୁଣି ମୁଁ ଧାର୍ମିକ ହେଲେ ହେଁ ଅବମାନନାରେ ପୂର୍ଣ୍ଣ ହେବାରୁ ଓ ଆପଣା କ୍ଳେଶ ପ୍ରତି ଅନାଇବାରୁ ଆପଣା ମସ୍ତକ ଟେକି ପାରୁ ନାହିଁ। BSB BSB: If I am guilty, woe to me! And even if I am righteous, I cannot lift my head. I am full of shame and aware of my affliction.
16 ULB ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛ ଓ ତୁମ୍ଭେ ପୁନର୍ବାର ମୋ’ ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ। BSB BSB: Should I hold my head high, You would hunt me like a lion, and again display Your power against me.
17 ULB ତୁମ୍ଭେ ମୋ’ ବିରୁଦ୍ଧରେ ନୂଆ ନୂଆ ସାକ୍ଷୀ ଆଣୁଅଛ ଓ ତୁମ୍ଭେ ମୋ’ ଉପରେ ଆପଣା କ୍ରୋଧ ବୃଦ୍ଧି କରୁଅଛ; ନୂତନ ନୂତନ ସୈନ୍ୟଦଳ ମୋହର ପ୍ରତିକୂଳ। BSB BSB: You produce new witnesses against me and multiply Your anger toward me. Hardships assault me in wave after wave.
18 ULB ତେବେ ତୁମ୍ଭେ କାହିଁକି ମୋତେ ଗର୍ଭରୁ ବାହାର କରି ଆଣିଅଛ? ମୁଁ ପ୍ରାଣତ୍ୟାଗ କରିଥା’ନ୍ତି ଓ କୌଣସି ଚକ୍ଷୁ ମୋତେ ଦେଖି ନ ଥା’ନ୍ତା, BSB BSB: Why then did You bring me from the womb? Oh, that I had died, and no eye had seen me!
19 ULB ମୁଁ ଅଜାତର ତୁଲ୍ୟ ହୋଇଥା’ନ୍ତି; ମୁଁ ଗର୍ଭରୁ କବରକୁ ଘେନା ଯାଇଥା’ନ୍ତି। BSB BSB: If only I had never come to be, but had been carried from the womb to the grave.
20 ULB ମୋହର ଦିନ କ’ଣ ଅଳ୍ପ ନୁହେଁ? ତେବେ କ୍ଷାନ୍ତ ହୁଅ, BSB BSB: Are my days not few? Withdraw from me, that I may have a little comfort,
21 ULB ମୋତେ ଛାଡ଼ି ଦିଅ, ତହିଁରେ ମୁଁ ଯେଉଁ ସ୍ଥାନରୁ ଫେରି ଆସିବି ନାହିଁ, ଏପରି ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୂପ ଦେଶକୁ ଯିବା ପୂର୍ବେ ମୁଁ କ୍ଷଣକାଳ ସାନ୍ତ୍ୱନା ପାଇବି; BSB BSB: before I go—never to return—to a land of darkness and gloom,
22 ULB ସେ ଦେଶ ଅନ୍ଧକାର ତୁଲ୍ୟ ନିବିଡ଼ ଅନ୍ଧକାରମୟ; ସେ ଦେଶ ମୃତ୍ୟୁୁଚ୍ଛାୟାମୟ, ସୁଧାରାବିହୀନ ଓ ସେଠାରେ ଦୀପ୍ତି ଅନ୍ଧକାରର ସମାନ।” BSB BSB: to a land of utter darkness, of deep shadow and disorder, where even the light is like darkness.”
Select verses for actions: Enter goes to them and Escape comes back.