1 ULB ଏଥିମଧ୍ୟରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନମାନଙ୍କ ସହିତ ଆସି ତାହାଙ୍କୁ କହିଲେ, BSB BSB: One day as Jesus was teaching the people in the temple courts and proclaiming the gospel, the chief priests and scribes, together with the elders, came up to Him.
2 ULB ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ। BSB BSB: “Tell us,” they said, “by what authority are You doing these things, and who gave You this authority?”
3 ULB କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ, BSB BSB: “I will also ask you a question,” Jesus replied. “Tell Me:
4 ULB ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? BSB BSB: John’s baptism—was it from heaven, or from men?”
5 ULB ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ? BSB BSB: They deliberated among themselves and said, “If we say, ‘From heaven,’ He will ask, ‘Why did you not believe him?’
6 ULB କିନ୍ତୁ ଯଦି ମନୁଷ୍ୟଠାରେ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ। BSB BSB: But if we say, ‘From men,’ all the people will stone us, for they are convinced that John was a prophet.”
7 ULB ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ। BSB BSB: So they answered that they did not know where it was from.
8 ULB ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ। BSB BSB: And Jesus replied, “Neither will I tell you by what authority I am doing these things.”
9 ULB ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ। BSB BSB: Then He proceeded to tell the people this parable: “A man planted a vineyard, rented it out to some tenants, and went away for a long time.
10 ULB ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ। BSB BSB: At harvest time, he sent a servant to the tenants to collect his share of the fruit of the vineyard. But the tenants beat the servant and sent him away empty-handed.
11 ULB ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ; BSB BSB: So he sent another servant, but they beat him and treated him shamefully, sending him away empty-handed.
12 ULB ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ। BSB BSB: Then he sent a third, but they wounded him and threw him out.
13 ULB ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ କହିଲେ, ମୁଁ କ'ଣ କରିବି? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ। BSB BSB: ‘What shall I do?’ asked the owner of the vineyard. ‘I will send my beloved son. Perhaps they will respect him.’
14 ULB ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ। BSB BSB: But when the tenants saw the son, they discussed it among themselves and said, ‘This is the heir. Let us kill him, and the inheritance will be ours.’
15 ULB ଆଉ ସେମାନେ ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ବାହାରେ ପକାଇ ବଧ କଲେ। ଅତଏବ ଅଙ୍ଗୁର କ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କ'ଣ କରିବେ? BSB BSB: So they threw him out of the vineyard and killed him. What then will the owner of the vineyard do to them?
16 ULB ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଅଙ୍ଗୁର କ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ। BSB BSB: He will come and kill those tenants and give the vineyard to others.” And when the people heard this, they said, “May such a thing never happen!”
17 ULB କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତେବେ ଏହି ଯେଉଁ ବାକ୍ୟ ଲେଖା ଅଛି, ତାହାର ଅର୍ଥ କ'ଣ, ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା? BSB BSB: But Jesus looked directly at them and said, “Then what is the meaning of that which is written: ‘The stone the builders rejected has become the cornerstone’?
18 ULB ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ। BSB BSB: Everyone who falls on this stone will be broken to pieces, but he on whom it falls will be crushed.”
19 ULB ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ। BSB BSB: When the scribes and chief priests realized that Jesus had spoken this parable against them, they sought to arrest Him that very hour. But they were afraid of the people.
20 ULB ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧିନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ। BSB BSB: So they watched Him closely and sent spies who pretended to be sincere. They were hoping to catch Him in His words in order to hand Him over to the rule and authority of the governor.
21 ULB ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି। BSB BSB: “Teacher,” they inquired, “we know that You speak and teach correctly. You show no partiality but teach the way of God in accordance with the truth.
22 ULB କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ଉଚିତ କି ନାହିଁ? BSB BSB: Is it lawful for us to pay taxes to Caesar or not?”
23 ULB କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, ମୋତେ ଗୋଟିଏ ଅଧୁଲି (ମୁଦ୍ରା) ଦେଖାଅ। BSB BSB: But Jesus saw through their duplicity and said to them,
24 ULB ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି? ସେମାନେ କହିଲେ, କାଇସରଙ୍କର। BSB BSB: “Show Me a denarius. Whose image and inscription are on it?” “Caesar’s,” they answered.
25 ULB ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ। BSB BSB: So Jesus told them, “Give to Caesar what is Caesar’s, and to God what is God’s.”
26 ULB ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ। BSB BSB: And they were unable to trap Him in His words before the people. And amazed at His answer, they fell silent.
27 ULB ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, BSB BSB: Then some of the Sadducees, who say there is no resurrection, came to question Him.
28 ULB ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। BSB BSB: “Teacher,” they said, “Moses wrote for us that if a man’s brother dies and leaves a wife but no children, the man is to marry his brother’s widow and raise up offspring for him.
29 ULB ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; BSB BSB: Now there were seven brothers. The first one married a wife but died childless.
30 ULB ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ; BSB BSB: Then the second
31 ULB ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ। BSB BSB: and the third married the widow, and in the same way all seven died, leaving no children.
32 ULB ଶେଷରେ ସ୍ତ୍ରୀଟି ମଧ୍ୟ ମଲା। BSB BSB: And last of all, the woman died.
33 ULB ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ। BSB BSB: So then, in the resurrection, whose wife will she be? For all seven were married to her.”
34 ULB ଯୀଶୁ ସେମାନଙ୍କୁ କହିଲେ, ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, BSB BSB: Jesus answered, “The sons of this age marry and are given in marriage.
35 ULB କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; BSB BSB: But those who are considered worthy to share in the age to come and in the resurrection from the dead will neither marry nor be given in marriage.
36 ULB ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ୱରଙ୍କ ସନ୍ତାନ ଅଟନ୍ତି। BSB BSB: In fact, they can no longer die, because they are like the angels. And since they are sons of the resurrection, they are sons of God.
37 ULB ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ବୋଲି କହି ସୂଚନା ଦେଇଅଛନ୍ତି। BSB BSB: Even Moses demonstrates that the dead are raised, in the passage about the burning bush. For he calls the Lord ‘the God of Abraham, the God of Isaac, and the God of Jacob.’
38 ULB ସେ ତ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି। BSB BSB: He is not the God of the dead, but of the living, for to Him all are alive.”
39 ULB ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଠିକ୍ କହିଲେ। BSB BSB: Some of the scribes answered, “Teacher, You have spoken well!”
40 ULB କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ। BSB BSB: And they did not dare to question Him any further.
41 ULB କିନ୍ତୁ ସେ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି? BSB BSB: Then Jesus declared, “How can it be said that the Christ is the Son of David?
42 ULB କାରଣ ଦାଉଦ ନିଜେ ଗୀତସଂହିତାରେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ (ଯୀଶୁ) କହିଲେ, BSB BSB: For David himself says in the book of Psalms: ‘The Lord said to my Lord, “Sit at My right hand
43 ULB ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ। BSB BSB: until I make Your enemies a footstool for Your feet.”’
44 ULB ଅତଏବ ଦାଉଦ ଯୀଶୁଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ଯୀଶୁ କିପ୍ରକାରେ ଦାଉଦର ସନ୍ତାନ? BSB BSB: Thus David calls Him ‘Lord.’ So how can He be David’s son?”
45 ULB ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ, BSB BSB: In the hearing of all the people, Jesus said to His disciples,
46 ULB ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ପୋଷାକ ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି; BSB BSB: “Beware of the scribes. They like to walk around in long robes, and they love the greetings in the marketplaces, the chief seats in the synagogues, and the places of honor at banquets.
47 ULB ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ। BSB BSB: They defraud widows of their houses, and for a show make lengthy prayers. These men will receive greater condemnation.”