1 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: Then the LORD said to Moses,
2 ULB “ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ଆପଣାମାନଙ୍କ ସେହି ନିବାସ ଦେଶରେ ଯେତେବେଳେ ପ୍ରବେଶ କରିବ, BSB BSB: “Speak to the Israelites and tell them: After you enter the land that I am giving you as a home
3 ULB ପୁଣି, ତୁମ୍ଭମାନଙ୍କର ମାନତ ପୂର୍ଣ୍ଣ କରିବା ନିମନ୍ତେ, କିଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ, କିଅବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ବା ବଳି ଉତ୍ସର୍ଗ କରିବ; BSB BSB: and you present a food offering to the LORD from the herd or flock to produce a pleasing aroma to the LORD—either a burnt offering or a sacrifice, for a special vow or freewill offering or appointed feast—
4 ULB ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗକାରୀ ଲୋକ ହୋମାଦି ବଳିଦାନାର୍ଥକ ପ୍ରତ୍ୟେକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦାର ନୈବେଦ୍ୟ ଆଣିବ, BSB BSB: then the one presenting his offering to the LORD shall also present a grain offering of a tenth of an ephah of fine flour mixed with a quarter hin of olive oil.
5 ULB ପୁଣି, ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ-ନୈବେଦ୍ୟ ପ୍ରସ୍ତୁତ କରିବ। BSB BSB: With the burnt offering or sacrifice of each lamb, you are to prepare a quarter hin of wine as a drink offering.
6 ULB ଅଥବା ଏକ ମେଷ ନିମନ୍ତେ, ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ, BSB BSB: With a ram you are to prepare a grain offering of two-tenths of an ephah of fine flour mixed with a third of a hin of olive oil,
7 ULB ପୁଣି, ତୁମ୍ଭେ ପେୟ ନୈବେଦ୍ୟ ନିମନ୍ତେ ଏକ ହିନର ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। BSB BSB: and a third of a hin of wine as a drink offering, a pleasing aroma to the LORD.
8 ULB ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ, ଅବା ମାନତ-ପୂର୍ଣ୍ଣକରଣାର୍ଥକ ବଳି ନିମନ୍ତେ, କିଅବା ମଙ୍ଗଳାର୍ଥକ ଉପହାର ନିମନ୍ତେ, ଯଦି ଗୋବତ୍ସ ପ୍ରସ୍ତୁତ କରିବ, BSB BSB: When you prepare a young bull as a burnt offering or sacrifice to fulfill a vow or as a peace offering to the LORD,
9 ULB ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଣିବ। BSB BSB: present with the bull a grain offering of three-tenths of an ephah of fine flour mixed with half a hin of olive oil.
10 ULB ପୁଣି, ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟ-ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ୍ ଦ୍ରାକ୍ଷାରସ ଆଣିବ। BSB BSB: Also present half a hin of wine as a drink offering. It is a food offering, a pleasing aroma to the LORD.
11 ULB ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ପ୍ରତି କରାଯିବ। BSB BSB: This is to be done for each bull, ram, lamb, or goat.
12 ULB ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେରୂପ କରିବ। BSB BSB: This is how you must prepare each one, no matter how many.
13 ULB ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ, ଏହି ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ। BSB BSB: Everyone who is native-born shall prepare these things in this way when he presents a food offering as a pleasing aroma to the LORD.
14 ULB ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଅବା ତୁମ୍ଭମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସକାରୀ କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭେମାନେ ଯେ ପ୍ରକାର କର, ସେ ସେହି ପ୍ରକାର କରିବ। BSB BSB: And for the generations to come, if a foreigner residing with you or someone else among you wants to prepare a food offering as a pleasing aroma to the LORD, he is to do exactly as you do.
15 ULB ସମାଜ ନିମନ୍ତେ, (ଅର୍ଥାତ୍) ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ, ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମ୍ଭେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ। BSB BSB: The assembly is to have the same statute both for you and for the foreign resident; it is a permanent statute for the generations to come. You and the foreigner shall be the same before the LORD.
16 ULB ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।” BSB BSB: The same law and the same ordinance will apply both to you and to the foreigner residing with you.”
17 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, BSB BSB: Then the LORD said to Moses,
18 ULB ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇ ଯାଉଅଛୁ, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏରୂପ କରିବ, BSB BSB: “Speak to the Israelites and tell them: When you enter the land to which I am bringing you
19 ULB ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। BSB BSB: and you eat the food of the land, you shall lift up an offering to the LORD.
20 ULB ତୁମ୍ଭେମାନେ ଆପଣା ଆପଣା ପ୍ରଥମ ସୂଜିରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ; ଯେପରି ଶସ୍ୟମର୍ଦ୍ଦନ ସ୍ଥାନର ଉତ୍ତୋଳନୀୟ ଉପହାର, ସେପରି ତାହା ଉତ୍ତୋଳନ କରିବ। BSB BSB: From the first of your dough, you are to lift up a cake as a contribution; offer it just like an offering from the threshing floor.
21 ULB ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। BSB BSB: Throughout your generations, you are to give the LORD an offering from the first of your dough.
22 ULB ଆଉ ଯଦି ତୁମ୍ଭେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୋଶାଙ୍କୁ ଯାହା କହିଅଛନ୍ତି, ସେହିସବୁ ଆଜ୍ଞା, BSB BSB: Now if you stray unintentionally and do not obey all these commandments that the LORD has spoken to Moses—
23 ULB ଅର୍ଥାତ୍, ସଦାପ୍ରଭୁ ଆଜ୍ଞା ଦେବା ଦିନାବଧି ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ସବୁ ଆଜ୍ଞା ଦେଇଅଛନ୍ତି, ତାହା ସବୁ ଯଦି ପାଳନ ନ କର; BSB BSB: all that the LORD has commanded you through Moses from the day the LORD gave them and continuing through the generations to come—
24 ULB ଯଦି ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ। BSB BSB: and if it was done unintentionally without the knowledge of the congregation, then the whole congregation is to prepare one young bull as a burnt offering, a pleasing aroma to the LORD, with its grain offering and drink offering according to the regulation, and one male goat as a sin offering.
25 ULB ଆଉ ଯାଜକ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଉପହାର, ଅର୍ଥାତ୍, ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି। BSB BSB: The priest is to make atonement for the whole congregation of Israel, so that they may be forgiven; for the sin was unintentional and they have brought to the LORD a food offering and a sin offering, presented before the LORD for their unintentional sin.
26 ULB ତହିଁରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ; କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା। BSB BSB: Then the whole congregation of Israel and the foreigners residing among them will be forgiven, since it happened to all the people unintentionally.
27 ULB ଆଉ ଯଦି ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ ଏକବର୍ଷୀୟ ଏକ ଛାଗବତ୍ସା ଆଣିବ। BSB BSB: Also, if one person sins unintentionally, he is to present a year-old female goat as a sin offering.
28 ULB ପୁଣି, ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତାହା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରଣାର୍ଥେ ସେହି ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମା ପ୍ରାପ୍ତ ହେବ। BSB BSB: And the priest shall make atonement before the LORD on behalf of the person who erred by sinning unintentionally; and when atonement has been made for him, he will be forgiven.
29 ULB ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଭ୍ରାନ୍ତିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ। BSB BSB: You shall have the same law for the one who acts in error, whether he is a native-born Israelite or a foreigner residing among you.
30 ULB ମାତ୍ର ଯେଉଁ ପ୍ରାଣୀ ଉର୍ଦ୍ଧ୍ୱ ହସ୍ତରେ କୌଣସି (ପାପ) କର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କର ନିନ୍ଦା କରେ; ଏଣୁ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। BSB BSB: But the person who sins defiantly, whether a native or foreigner, blasphemes the LORD. That person shall be cut off from among his people.
31 ULB କାରଣ ସେ ସଦାପ୍ରଭୁଙ୍କ ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞା-ଲଙ୍ଘନ କଲା; ସେହି ପ୍ରାଣୀ ନିତାନ୍ତ ଉଚ୍ଛିନ୍ନ ହେବ, ତାହାର ଅପରାଧ ତାହା ଉପରେ ବର୍ତ୍ତିବ। BSB BSB: He shall certainly be cut off, because he has despised the word of the LORD and broken His commandment; his guilt remains on him.”
32 ULB ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ପ୍ରାନ୍ତରରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମବାରରେ କାଠ ସାଉଣ୍ଟିବାର ଦେଖିଲେ। BSB BSB: While the Israelites were in the wilderness, a man was found gathering wood on the Sabbath day.
33 ULB ପୁଣି, ଯେଉଁମାନେ ତାକୁ କାଠ ସାଉଣ୍ଟିବାର ଦେଖିଲେ, ସେମାନେ ମୋଶା, ହାରୋଣ ଓ ସମସ୍ତ ମଣ୍ଡଳୀ ସାକ୍ଷାତକୁ ତାହାକୁ ଆଣିଲେ। BSB BSB: Those who found the man gathering wood brought him to Moses, Aaron, and the whole congregation,
34 ULB ଆଉ ସେମାନେ ତାହାକୁ ରୁଦ୍ଧ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ, ତାହା ପ୍ରକାଶ ହୋଇ ନ ଥିଲା। BSB BSB: and because it had not been declared what should be done to him, they placed him in custody.
35 ULB ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟ ଅବଶ୍ୟ ହତ ହେବ; ସମଗ୍ର ମଣ୍ଡଳୀ ତାହାକୁ ଛାଉଣିର ବାହାରେ ପଥର ପକାଇ ବଧ କରିବେ।” BSB BSB: And the LORD said to Moses, “The man must surely be put to death. The whole congregation is to stone him outside the camp.”
36 ULB ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ଡଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ପକାଇଲେ, ତହୁଁ ସେ ମଲା। BSB BSB: So the whole congregation took the man outside the camp and stoned him to death, as the LORD had commanded Moses.
37 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: And the LORD said to Moses,
38 ULB “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ ଓ ସେମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ପୁରୁଷାନୁକ୍ରମେ ଆପଣା ଆପଣା ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ କରନ୍ତୁ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ; BSB BSB: “Speak to the Israelites and tell them that throughout the generations to come they are to make for themselves tassels for the corners of their garments, with a blue cord on each tassel.
39 ULB ତୁମ୍ଭେମାନେ ଯେପରି ସେହି ଝାଲର ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ତୁମ୍ଭେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ, BSB BSB: These will serve as tassels for you to look at, so that you may remember all the commandments of the LORD, that you may obey them and not prostitute yourselves by following your own heart and your own eyes.
40 ULB ଆମ୍ଭର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ଏଥିପାଇଁ ସେହି ଝାଲର ହେବ। BSB BSB: Then you will remember and obey all My commandments, and you will be holy to your God.
41 ULB ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ, ଆମ୍ଭେ, ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛୁ; ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ ଅଟୁ। BSB BSB: I am the LORD your God who brought you out of the land of Egypt to be your God. I am the LORD your God.”
Select verses for actions: Enter goes to them and Escape comes back.