1 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: Then the LORD said to Moses,
2 ULB “ପ୍ରତ୍ୟେକ କୁଷ୍ଠୀକୁ ଓ ପ୍ରତ୍ୟେକ ପ୍ରମେହୀକୁ ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକୁ ଛାଉଣିରୁ ବାହାର କରିବା ପାଇଁ ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ।” BSB BSB: “Command the Israelites to send away from the camp anyone with a skin disease, anyone who has a bodily discharge, and anyone who is defiled by a dead body.
3 ULB ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କୁ ବାହାର କରିବ, ତୁମ୍ଭେମାନେ ଛାଉଣିର ବାହାରେ ସେମାନଙ୍କୁ ରଖିବ; ସେମାନଙ୍କର ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ। BSB BSB: You must send away male and female alike; send them outside the camp so they will not defile their camp, where I dwell among them.”
4 ULB ତହିଁରେ ଇସ୍ରାଏଲ ସନ୍ତାନଗଣ ସେହିରୂପ କଲେ, ପୁଣି, ଛାଉଣିର ବାହାରେ ସେମାନଙ୍କୁ ରଖିଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି କହିଲେ, ଇସ୍ରାଏଲ ସନ୍ତାନଗଣ ସେପରି କଲେ। BSB BSB: So the Israelites did this, sending such people outside the camp. They did just as the LORD had instructed Moses.
5 ULB ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: And the LORD said to Moses,
6 ULB “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ଵା ସ୍ତ୍ରୀ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ, BSB BSB: “Tell the Israelites that when a man or woman acts unfaithfully against the LORD by committing any sin against another, that person is guilty
7 ULB ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ସକାଶୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ। BSB BSB: and must confess the sin he has committed. He must make full restitution, add a fifth to its value, and give all this to the one he has wronged.
8 ULB ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯଦି ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ବ୍ୟତୀତ ଯଦ୍ଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ। BSB BSB: But if the man has no relative to whom restitution can be made for the wrong, the restitution belongs to the LORD and must be given to the priest along with the ram of atonement, by which the atonement is made for him.
9 ULB ପୁଣି, ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ। BSB BSB: Every sacred contribution the Israelites bring to the priest shall belong to him.
10 ULB ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗୀତ ପବିତ୍ର ବସ୍ତୁ ତାହାର ହେବ; ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ, ତାହା ତାହାର ହେବ। BSB BSB: Each man’s sacred gifts are his own, but whatever he gives to the priest will belong to the priest.”
11 ULB ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, BSB BSB: Then the LORD said to Moses,
12 ULB “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯଦି ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, BSB BSB: “Speak to the Israelites and tell them that if any man’s wife goes astray and is unfaithful to him
13 ULB ଅର୍ଥାତ୍, ଯଦି କୌଣସି ପୁରୁଷ ତାହା ସହିତ ସହବାସ କରେ ଓ ତାହା ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ ଓ ସେ ଅଶୁଚି ହୁଏ, ପୁଣି, ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଅବା ସେ କର୍ମ ସମୟରେ ଧରା ପଡ଼ି ନ ଥାଏ; BSB BSB: by sleeping with another man, and it is concealed from her husband and her impurity is undetected (since there is no witness against her and she was not caught in the act),
14 ULB ଆଉ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜ୍ୱଳେ; ଅବା ଭାର୍ଯ୍ୟା ଅଶୁଚି ନୋହିଲେ ହେଁ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜ୍ୱଳେ; BSB BSB: and if a feeling of jealousy comes over her husband and he suspects his wife who has defiled herself—or if a feeling of jealousy comes over him and he suspects her even though she has not defiled herself—
15 ULB ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଐଫାର ଦଶମାଂଶ ଯବ ମଇଦା ଉପହାର ଆଣିବ; ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍ ଅପରାଧ-ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ। BSB BSB: then he is to bring his wife to the priest. He must also bring for her an offering of a tenth of an ephah of barley flour. He is not to pour oil over it or put frankincense on it, because it is a grain offering for jealousy, an offering of memorial as a reminder of iniquity.
16 ULB ଏଉତ୍ତାରେ ଯାଜକ ସେହି ସ୍ତ୍ରୀକୁ ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ। BSB BSB: The priest is to bring the wife forward and have her stand before the LORD.
17 ULB ପୁଣି, ଯାଜକ ମୃତ୍ତିକା ପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ। BSB BSB: Then he is to take some holy water in a clay jar and put some of the dust from the tabernacle floor into the water.
18 ULB ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ। BSB BSB: After the priest has the woman stand before the LORD, he is to let down her hair and place in her hands the grain offering of memorial, which is the grain offering for jealousy. The priest is to hold the bitter water that brings a curse.
19 ULB ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମ୍ଭେ ଏହି ଅଭିଶାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ। BSB BSB: And he is to put the woman under oath and say to her, ‘If no other man has slept with you and you have not gone astray and become defiled while under your husband’s authority, may you be immune to this bitter water that brings a curse.
20 ULB ମାତ୍ର ଯଦି ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି, ତୁମ୍ଭ ସ୍ୱାମୀ ବ୍ୟତୀତ ଅନ୍ୟ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରିଥାଏ; BSB BSB: But if you have gone astray while under your husband’s authority and have defiled yourself and lain carnally with a man other than your husband’—
21 ULB ତେବେ ସଦାପ୍ରଭୁ ତୁମ୍ଭର ଊରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭଙ୍କୁ ଶପଥ ଓ ରାଣର ଫଳ ଭୋଗ କରାଉନ୍ତୁ; BSB BSB: and the priest shall have the woman swear under the oath of the curse—‘then may the LORD make you an attested curse among your people by making your thigh shrivel and your belly swell.
22 ULB ତହିଁରେ ଏହି ଅଭିଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକି ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍ କହିବ। BSB BSB: May this water that brings a curse enter your stomach and cause your belly to swell and your thigh to shrivel.’ Then the woman is to say, ‘Amen, Amen.’
23 ULB ପୁଣି, ଯାଜକ ସେହି ଅଭିଶାପର କଥା ନଳାକାର ପୁସ୍ତକରେ ଲେଖିବ ଓ ତାହା ପୋଛି ତିକ୍ତ ଜଳରେ ପକାଇବ। BSB BSB: And the priest shall write these curses on a scroll and wash them off into the bitter water.
24 ULB ତହୁଁ ସେ ସେହି ସ୍ତ୍ରୀକୁ ଅଭିଶାପଜନକ ତିକ୍ତ ଜଳ ପିଆଇବ; ତହିଁରେ ସେହି ଅଭିଶାପଜନକ ଜଳ ତାହା ଉଦରରେ ପ୍ରବେଶ କରି ତିକ୍ତ ହେବ। BSB BSB: He is to have the woman drink the bitter water that brings a curse, and it will enter her and may cause her bitter suffering.
25 ULB ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି, ବେଦି ଉପରକୁ ଆଣିବ; BSB BSB: The priest shall take from her hand the grain offering for jealousy, wave it before the LORD, and bring it to the altar.
26 ULB ତହୁଁ ଯାଜକ ସେହି ଭକ୍ଷ୍ୟ-ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ। BSB BSB: Then the priest is to take a handful of the grain offering as a memorial portion and burn it on the altar; after that he is to have the woman drink the water.
27 ULB ପୁଣି, ସେ ସେହି ସ୍ତ୍ରୀକୁ ଜଳ ପାନ କରାଇଲେ ଏପରି ହେବ, ଯଦି ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ଅଭିଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଊରୁ ଅବଶ ହେବ; ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଅଭିଶାପ ସ୍ୱରୂପ ହେବ। BSB BSB: When he has made her drink the water, if she has defiled herself and been unfaithful to her husband, then the water that brings a curse will enter her and cause bitter suffering; her belly will swell, her thigh will shrivel, and she will become accursed among her people.
28 ULB ଆଉ ଯଦି ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ। BSB BSB: But if the woman has not defiled herself and is clean, she will be unaffected and able to conceive children.
29 ULB ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ, BSB BSB: This is the law of jealousy when a wife goes astray and defiles herself while under her husband’s authority,
30 ULB ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ୱଳିଲେ, ସେ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି, ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ। BSB BSB: or when a feeling of jealousy comes over a husband and he suspects his wife. He is to have the woman stand before the LORD, and the priest is to apply to her this entire law.
31 ULB ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଆପଣା ଅପରାଧ ବୋହିବ। BSB BSB: The husband will be free from guilt, but the woman shall bear her iniquity.”
Select verses for actions: Enter goes to them and Escape comes back.