1 ULB ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ, ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର। BSB BSB: When you sit down to dine with a ruler, consider carefully what is set before you,
2 ULB ଯେବେ ତୁମ୍ଭେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ। BSB BSB: and put a knife to your throat if you possess a great appetite.
3 ULB ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ; ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ। BSB BSB: Do not crave his delicacies, for that food is deceptive.
4 ULB ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ; ତୁମ୍ଭ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ। BSB BSB: Do not wear yourself out to get rich; be wise enough to restrain yourself.
5 ULB ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ। BSB BSB: When you glance at wealth, it disappears, for it makes wings for itself and flies like an eagle to the sky.
6 ULB କୁଦୃଷ୍ଟି ଲୋକର ଆହାର ଖାଅ ନାହିଁ, ପୁଣି, ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ; BSB BSB: Do not eat the bread of a stingy man, and do not crave his delicacies;
7 ULB କାରଣ ସେ ଯେରୂପ ମନରେ ନିଜେ ଭାବେ, ସେ ସେରୂପ ଅଟେ; ସେ ଖାଅ ପିଅ ବୋଲି ତୁମ୍ଭକୁ କହେ ସତ୍ୟ, ମାତ୍ର ତୁମ୍ଭଠାରେ ତାହାର ମନ ନାହିଁ। BSB BSB: for he is keeping track, inwardly counting the cost. “Eat and drink,” he says to you, but his heart is not with you.
8 ULB ତୁମ୍ଭେ ଯେଉଁ ଅଳ୍ପ ଖାଇଅଛ, ତାହା ଉଦ୍ଗାର କରିବ; ପୁଣି, ତୁମ୍ଭର ମଧୁର ବାକ୍ୟ ହରାଇବ। BSB BSB: You will vomit up what little you have eaten and waste your pleasant words.
9 ULB ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ, ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ। BSB BSB: Do not speak to a fool, for he will despise the wisdom of your words.
10 ULB ପୁରାତନ ସୀମା ଘୁଞ୍ଚାଅ ନାହିଁ, ପୁଣି, ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ। BSB BSB: Do not move an ancient boundary stone or encroach on the fields of the fatherless,
11 ULB କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ; ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ। BSB BSB: for their Redeemer is strong; He will take up their case against you.
12 ULB ଉପଦେଶରେ ତୁମ୍ଭର ମନ ଓ ଜ୍ଞାନର ବାକ୍ୟରେ ତୁମ୍ଭର କର୍ଣ୍ଣ ଦିଅ। BSB BSB: Apply your heart to instruction and your ears to words of knowledge.
13 ULB ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ; ତୁମ୍ଭେ ତାହାକୁ ବାଡ଼ିରେ ମାରିଲେ ହେଁ ସେ ମରିବ ନାହିଁ। BSB BSB: Do not withhold discipline from a child; although you strike him with a rod, he will not die.
14 ULB ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ। BSB BSB: Strike him with a rod, and you will deliver his soul from Sheol.
15 ULB ହେ ମୋହର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମୋହର, ବିଶେଷରେ ମୋହର ମନ ହୃଷ୍ଟ ହେବ। BSB BSB: My son, if your heart is wise, my own heart will indeed rejoice.
16 ULB ହଁ, ତୁମ୍ଭ ଓଷ୍ଠ ଯଥାର୍ଥ କଥା କହିଲେ, ମୋହର ଅନ୍ତଃକରଣ ଆହ୍ଲାଦିତ ହେବ। BSB BSB: My inmost being will rejoice when your lips speak what is right.
17 ULB ତୁମ୍ଭ ମନ ପାପୀଗଣକୁ ଈର୍ଷା ନ କରୁ, ପୁଣି, ତୁମ୍ଭେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥାଅ। BSB BSB: Do not let your heart envy sinners, but always continue in the fear of the LORD.
18 ULB କାରଣ ପୁରସ୍କାର ନିତାନ୍ତ ଅଛି ଓ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ। BSB BSB: For surely there is a future, and your hope will not be cut off.
19 ULB ହେ ମୋହର ପୁତ୍ର, ଶୁଣ, ଜ୍ଞାନୀ ହୁଅ, ପୁଣି, ତୁମ୍ଭ ମନକୁ ସତ୍ପଥରେ କଢ଼ାଇ ନିଅ। BSB BSB: Listen, my son, and be wise, and guide your heart on the right course.
20 ULB ଦ୍ରାକ୍ଷାରସରେ ଆସକ୍ତ ଓ ପେଟାର୍ଥୀ ମାଂସ-ଭୋକ୍ତାମାନଙ୍କ ସଙ୍ଗୀ ହୁଅ ନାହିଁ। BSB BSB: Do not join those who drink too much wine or gorge themselves on meat.
21 ULB କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ ପୁଣି, ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ। BSB BSB: For the drunkard and the glutton will come to poverty, and drowsiness will clothe them in rags.
22 ULB ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ, ପୁଣି, ମାତା ବୃଦ୍ଧା ହେଲେ,ତାହାକୁ ତୁଚ୍ଛ କର ନାହିଁ। BSB BSB: Listen to your father who gave you life, and do not despise your mother when she is old.
23 ULB ସତ୍ୟତା କିଣ, ପୁଣି, ତାହା ବିକ ନାହିଁ; ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ। BSB BSB: Invest in truth and never sell it—in wisdom and instruction and understanding.
24 ULB ଧାର୍ମିକର ପିତା ଅତିଶୟ ଆନନ୍ଦ କରେ, ପୁଣି, ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ। BSB BSB: The father of a righteous man will greatly rejoice, and he who fathers a wise son will delight in him.
25 ULB ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହେଉନ୍ତୁ, ତୁମ୍ଭର ଗର୍ଭଧାରିଣୀ ଆନନ୍ଦ କରୁ। BSB BSB: May your father and mother be glad, and may she who gave you birth rejoice!
26 ULB ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ। BSB BSB: My son, give me your heart, and let your eyes delight in my ways.
27 ULB କାରଣ ବେଶ୍ୟା ଗଭୀର ଖାତ, ପୁଣି, ପରସ୍ତ୍ରୀ ସଙ୍କୀର୍ଣ୍ଣ କୂପ ଅଟେ। BSB BSB: For a prostitute is a deep pit, and an adulteress is a narrow well.
28 ULB ଆହୁରି ସେ ଡକାୟତ ପରି ଛକି ବସେ, ପୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ। BSB BSB: Like a robber she lies in wait and multiplies the faithless among men.
29 ULB କାହାର ହାହାକାର? କାହାର ଓକାର? କାହାର କଳି? କାହାର ବକାବକି? କାହାର ଅକାରଣ କ୍ଷତ? କାହାର ରକ୍ତବର୍ଣ୍ଣ ଚକ୍ଷୁ? BSB BSB: Who has woe? Who has sorrow? Who has contentions? Who has complaints? Who has needless wounds? Who has bloodshot eyes?
30 ULB ଯେଉଁମାନେ ଦ୍ରାକ୍ଷାରସ ପାନରେ ବହୁ କାଳ ବସିଥା’ନ୍ତି, ଯେଉଁମାନେ ମିଶ୍ରିତ ସୁରା ଖୋଜି ବୁଲନ୍ତି, ସେମାନଙ୍କର। BSB BSB: Those who linger over wine, who go to taste mixed drinks.
31 ULB ଦ୍ରାକ୍ଷାରସ ରଙ୍ଗିୟା ହେଲେ, ପାତ୍ରରେ ଚକମକାଇଲେ ଓ ସହଜେ ଗଳାଧଃକରଣ ହେଲେ, ତୁମ୍ଭେ ତାକୁ ଅନାଅ ନାହିଁ। BSB BSB: Do not gaze at wine while it is red, when it sparkles in the cup and goes down smoothly.
32 ULB ଶେଷରେ ତାହା ସର୍ପ ପରି କାମୁଡ଼େ ଓ କାଳସର୍ପ ତୁଲ୍ୟ ଦଂଶନ କରେ। BSB BSB: In the end it bites like a snake and stings like a viper.
33 ULB ତୁମ୍ଭର ଚକ୍ଷୁ ବିପରୀତ ବିଷୟ ଦେଖିବ, ତୁମ୍ଭ ହୃଦୟ କୁଟିଳ କଥା କହିବ। BSB BSB: Your eyes will see strange things, and your mind will utter perversities.
34 ULB ପୁଣି, ତୁମ୍ଭେ ସମୁଦ୍ର ମଧ୍ୟରେ ଶୟନକାରୀ କିଅବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକ ତୁଲ୍ୟ ହେବ। BSB BSB: You will be like one sleeping on the high seas or lying on the top of a mast:
35 ULB ତୁମ୍ଭେ କହିବ, ସେମାନେ ମୋତେ ମାଇଲେ, ମାତ୍ର ମୁଁ କ୍ଷତି ପାଇ ନାହିଁ; ସେମାନେ ମୋତେ ପ୍ରହାର କଲେ, ମାତ୍ର ମୁଁ କିଛି ଜାଣି ନାହିଁ; ମୁଁ କେବେ ଜାଗିବି? ପୁନର୍ବାର ମୁଁ ତାହା ଖୋଜିବି। BSB BSB: “They struck me, but I feel no pain! They beat me, but I did not know it! When can I wake up to search for another drink?”
Select verses for actions: Enter goes to them and Escape comes back.