Psalm 1 1 Psalms Book 1 Odia Unlocked Literal Bible Israel's book of prayer and praise: 150 songs for every season of life, from lament to joy.
Introduction to Psalms1 ULB ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, BSB BSB: Blessed is the man who does not walk in the counsel of the wicked, or set foot on the path of sinners, or sit in the seat of mockers.
2 ULB ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। BSB BSB: But his delight is in the Law of the LORD, and on His law he meditates day and night.
3 ULB ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ। BSB BSB: He is like a tree planted by streams of water, yielding its fruit in season, whose leaf does not wither, and who prospers in all he does.
4 ULB ଦୁଷ୍ଟମାନେ ସେପ୍ରକାର ନୁହଁନ୍ତି; ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି। BSB BSB: Not so the wicked! For they are like chaff driven off by the wind.
5 ULB ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। BSB BSB: Therefore the wicked will not stand in the judgment, nor sinners in the assembly of the righteous.
6 ULB କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ। BSB BSB: For the LORD guards the path of the righteous, but the way of the wicked will perish.
Select verses for actions: Enter goes to them and Escape comes back.
Chapter complete
You’ve read Psalm 1
Make Opened yours A free account keeps your place, highlights and notes on every device. Add Plus to ask Study Help about Psalm 1, and keep Opened free for readers who can’t pay.