1 ULB ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋ’ ରବ ଓ ବିନତି ଶୁଣିଅଛନ୍ତି। BSB BSB: I love the LORD, for He has heard my voice—my appeal for mercy.
2 ULB ସେ ମୋ’ ପ୍ରତି କର୍ଣ୍ଣପାତ କରିଅଛନ୍ତି, ଏଥିପାଇଁ ମୁଁ ବଞ୍ଚିଥିବାଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି। BSB BSB: Because He has inclined His ear to me, I will call on Him as long as I live.
3 ULB ମୃତ୍ୟୁୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି। BSB BSB: The ropes of death entangled me; the anguish of Sheol overcame me; I was confronted by trouble and sorrow.
4 ULB ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋ’ ପ୍ରାଣକୁ ଉଦ୍ଧାର କର।” BSB BSB: Then I called on the name of the LORD: “O LORD, deliver my soul!”
5 ULB ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି। BSB BSB: The LORD is gracious and righteous; our God is full of compassion.
6 ULB ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ। BSB BSB: The LORD preserves the simplehearted; I was helpless, and He saved me.
7 ULB ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି। BSB BSB: Return to your rest, O my soul, for the LORD has been good to you.
8 ULB ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ। BSB BSB: For You have delivered my soul from death, my eyes from tears, my feet from stumbling.
9 ULB ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି। BSB BSB: I will walk before the LORD in the land of the living.
10 ULB ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି; “ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,” BSB BSB: I believed, therefore I said, “I am greatly afflicted.”
11 ULB ମୁଁ ଚଞ୍ଚଳ ଭାବରେ କହିଲି, “ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।” BSB BSB: In my alarm I said, “All men are liars!”
12 ULB ମୋ’ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି? BSB BSB: How can I repay the LORD for all His goodness to me?
13 ULB ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। BSB BSB: I will lift the cup of salvation and call on the name of the LORD.
14 ULB ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି। BSB BSB: I will fulfill my vows to the LORD in the presence of all His people.
15 ULB ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। BSB BSB: Precious in the sight of the LORD is the death of His saints.
16 ULB ହେ ସଦାପ୍ରଭୁ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ। BSB BSB: Truly, O LORD, I am Your servant; I am Your servant, the son of Your maidservant; You have broken my bonds.
17 ULB ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। BSB BSB: I will offer to You a sacrifice of thanksgiving and call on the name of the LORD.
18 ULB ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ, BSB BSB: I will fulfill my vows to the LORD in the presence of all His people,
19 ULB ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। BSB BSB: in the courts of the LORD’s house, in your midst, O Jerusalem. Hallelujah!
Select verses for actions: Enter goes to them and Escape comes back.