Psalm 26 26 Psalms Book 1 Odia Unlocked Literal Bible 1 ULB ହେ ସଦାପ୍ରଭୁ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି; ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି। BSB BSB: Of David. Vindicate me, O LORD! For I have walked with integrity; I have trusted in the LORD without wavering.
2 ULB ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; ମୋର ମର୍ମ ଓ ଚିତ୍ତ ପରିଷ୍କାର କର। BSB BSB: Test me, O LORD, and try me; examine my heart and mind.
3 ULB କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋ’ ଦୃଷ୍ଟି-ଗୋଚରରେ ଅଛି; ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି। BSB BSB: For Your loving devotion is before my eyes, and I have walked in Your truth.
4 ULB ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ। BSB BSB: I do not sit with deceitful men, nor keep company with hypocrites.
5 ULB ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ। BSB BSB: I hate the mob of evildoers, and refuse to sit with the wicked.
6 ULB ହେ ସଦାପ୍ରଭୁ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି, BSB BSB: I wash my hands in innocence that I may go about Your altar, O LORD,
7 ULB ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି। BSB BSB: to raise my voice in thanksgiving and declare all Your wonderful works.
8 ULB ହେ ସଦାପ୍ରଭୁ, ମୁଁ ତୁମ୍ଭର ନିବାସ-ଗୃହକୁ ଓ ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ। BSB BSB: O LORD, I love the house where You dwell, the place where Your glory resides.
9 ULB ପାପୀମାନଙ୍କ ସଙ୍ଗେ ମୋ’ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ’ ଜୀବନକୁ ସଂଗ୍ରହ କର ନାହିଁ। BSB BSB: Do not take my soul away with sinners, or my life with men of bloodshed,
10 ULB ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ, ପୁଣି, ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ। BSB BSB: in whose hands are wicked schemes, whose right hands are full of bribes.
11 ULB ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି; ମୋତେ ମୁକ୍ତ କର ଓ ମୋ’ ପ୍ରତି ସଦୟ ହୁଅ। BSB BSB: But I will walk with integrity; redeem me and be merciful to me.
12 ULB ମୋ’ ଚରଣ ସମଭୂମିରେ ଠିଆ ହେଉଅଛି; ମୁଁ ମଣ୍ଡଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି। BSB BSB: My feet stand on level ground; in the congregations I will bless the LORD.
Select verses for actions: Enter goes to them and Escape comes back.
Chapter complete
You’ve read Psalm 26
Make Opened yours A free account keeps your place, highlights and notes on every device. Add Plus to ask Study Help about Psalm 26, and keep Opened free for readers who can’t pay.