1 ULB ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋ’ ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି। BSB BSB: For the choirmaster. To the tune of “Do Not Destroy.” A Miktam of David, when he fled from Saul into the cave. Have mercy on me, O God, have mercy, for in You my soul takes refuge. In the shadow of Your wings I will take shelter until the danger has passed.
2 ULB ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ, ମୋ’ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ ପକାଇବି। BSB BSB: I cry out to God Most High, to God who fulfills His purpose for me.
3 ULB ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ, ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; ସେଲା ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ। BSB BSB: He reaches down from heaven and saves me; He rebukes those who trample me. Selah God sends forth His loving devotion and His truth.
4 ULB ମୁଁ ସିଂହମାନଙ୍କ ମଧ୍ୟରେ ଅଛି; ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ, ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ, ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ। BSB BSB: My soul is among the lions; I lie down with ravenous beasts—with men whose teeth are spears and arrows, whose tongues are sharp swords.
5 ULB ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ। BSB BSB: Be exalted, O God, above the heavens; may Your glory cover all the earth.
6 ULB ସେମାନେ ମୋ’ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି; ମୋ’ ପ୍ରାଣ ଅବନତ ହୋଇଅଛି; ସେମାନେ ମୋ’ ସମ୍ମୁଖରେ ଗର୍ତ୍ତ ଖୋଳି ଅଛନ୍ତି; ମାତ୍ର ସେମାନେ ନିଜେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି। ସେଲା BSB BSB: They spread a net for my feet; my soul was despondent. They dug a pit before me, but they themselves have fallen into it! Selah
7 ULB ହେ ପରମେଶ୍ୱର, ମୋ’ ଚିତ୍ତ ସୁସ୍ଥିର ଅଛି, ମୋ’ ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି। BSB BSB: My heart is steadfast, O God, my heart is steadfast. I will sing and make music.
8 ULB ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ; ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି। BSB BSB: Awake, my glory! Awake, O harp and lyre! I will awaken the dawn.
9 ULB ହେ ପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। BSB BSB: I will praise You, O Lord, among the nations; I will sing Your praises among the peoples.
10 ULB କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ। BSB BSB: For Your loving devotion reaches to the heavens, and Your faithfulness to the clouds.
11 ULB ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ। BSB BSB: Be exalted, O God, above the heavens; may Your glory cover all the earth.
Select verses for actions: Enter goes to them and Escape comes back.