1 ULB ଏଉତ୍ତାରେ ଯେଉଁ ଦୂତ ମୋ’ ସଙ୍ଗରେ କଥା କହୁଥିଲେ, ସେ ଆସି ମୋତେ ନିଦ୍ରାରୁ ଉଠିଥିବା ମନୁଷ୍ୟ ପରି ଜଗାଇଲେ। BSB BSB: Then the angel who was speaking with me returned and woke me, as a man is awakened from his sleep.
2 ULB ପୁଣି, ସେ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତଟି ନଳ ଅଛି। BSB BSB: “What do you see?” he asked. “I see a solid gold lampstand,” I replied, “with a bowl at the top and seven lamps on it, with seven spouts to the lamps.
3 ULB ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ୱରେ।” BSB BSB: There are also two olive trees beside it, one on the right side of the bowl and the other on its left.”
4 ULB ତହିଁରେ ଯେଉଁ ଦୂତ ମୋ’ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, “ହେ ମହାଶୟ, ଏସବୁର ଅର୍ଥ କ’ଣ?” BSB BSB: “What are these, my lord?” I asked the angel who was speaking with me.
5 ULB ସେତେବେଳେ ଯେଉଁ ଦୂତ ମୋ’ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, “ଏସବୁର ଅର୍ଥ କଅଣ, ତାହା କି ତୁମ୍ଭେ ଜାଣି ନାହଁ?” ପୁଣି, ତହିଁରେ ମୁଁ କହିଲି, “ହେ ମହାଶୟ, ଜାଣି ନାହିଁ।” BSB BSB: “Do you not know what they are?” replied the angel. “No, my lord,” I answered.
6 ULB ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।” BSB BSB: So he said to me, “This is the word of the LORD to Zerubbabel: Not by might nor by power, but by My Spirit, says the LORD of Hosts.
7 ULB “ହେ ବୃହତ ପର୍ବତ, ତୁମ୍ଭେ କିଏ ଯିରୁବ୍ବାବିଲ୍ଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ୱନି କରି ସେ ମସ୍ତକ ସ୍ୱରୂପ ପ୍ରସ୍ତର ବାହାର କରି ଆଣିବ?” BSB BSB: What are you, O great mountain? Before Zerubbabel you will become a plain. Then he will bring forth the capstone accompanied by shouts of ‘Grace, grace to it!’”
8 ULB ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, BSB BSB: Then the word of the LORD came to me, saying,
9 ULB “ଯିରୁବ୍ବାବିଲ୍ଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।” BSB BSB: “The hands of Zerubbabel have laid the foundation of this house, and his hands will complete it. Then you will know that the LORD of Hosts has sent me to you.
10 ULB କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀର ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲ୍ଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ। BSB BSB: For who has despised the day of small things? But these seven eyes of the LORD, which scan the whole earth, will rejoice when they see the plumb line in the hand of Zerubbabel.”
11 ULB ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, “ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ୱରେ ଓ ତହିଁର ବାମ ପାର୍ଶ୍ୱରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କ’ଣ?” BSB BSB: Then I asked the angel, “What are the two olive trees on the right and left of the lampstand?”
12 ULB ପୁଣି, ମୁଁ ଦ୍ୱିତୀୟ ଥର ତାଙ୍କୁ ଉତ୍ତର କରି କହିଲି, “ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ୱରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କ’ଣ?” BSB BSB: And I questioned him further, “What are the two olive branches beside the two gold pipes from which the golden oil pours?”
13 ULB ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ?” ତହୁଁ ମୁଁ କହିଲି, “ହେ ମହାଶୟ, ଜାଣେ ନାହିଁ।” BSB BSB: “Do you not know what these are?” he inquired. “No, my lord,” I replied.
14 ULB ତେବେ ସେ କହିଲେ, “ଏମାନେ ସମୁଦାୟ ଭୂମଣ୍ଡଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି।” BSB BSB: So he said, “These are the two anointed ones who are standing beside the Lord of all the earth.”