1 UDB ଯଦି ମୁଁ କଥା କହି ବିସ୍ମିତ ହୁଏ ଓ ଯାହା ମୁଁ ଚାହେଁ ତାହା କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଏ, କିମ୍ବା ଯଦି ମୁଁ ଦୂତମାନଙ୍କ ପରି କଥା କହେ-- କିନ୍ତୁ ଯଦି ମୁଁ ଲୋକଙ୍କୁ ପ୍ରେମ ନ କରେ, ତେବେ ମୋହର ସମସ୍ତ କଥା ଶବ୍ଦକାରକ ଘଣ୍ଟା ଓ ଝମ୍ ଝମ୍ ଶବ୍ଦକାରୀ କରତାଳଠାରୁ ମଧ୍ୟ ମୂଲ୍ୟହୀନ I BSB BSB: If I speak in the tongues of men and of angels, but have not love, I am only a ringing gong or a clanging cymbal.
2 UDB ଯଦି ମୁଁ ଭାବବାଣୀ ପ୍ରଚାର କରେ, ଆଉ ଯଦି ମୁଁ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିପାରେ, ଆଉ ଯଦି ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ଭରସା ଈଶ୍ୱରଙ୍କଠାରେ ଥାଏ--- କିନ୍ତୁ ଯଦି ମୁଁ ଲୋକଙ୍କୁ ପ୍ରେମ କରେ ନାହିଁ, ତେବେ ମୁଁ କିଛି ନୁହଁ I BSB BSB: If I have the gift of prophecy and can fathom all mysteries and all knowledge, and if I have absolute faith so as to move mountains, but have not love, I am nothing.
3 UDB ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, କିମ୍ବା ଯଦି ଅନ୍ୟ କାହାକୁ ରକ୍ଷା କରିବା ନିମନ୍ତେ ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ ---କିନ୍ତୁ ଯଦି ମୁଁ ଲୋକଙ୍କୁ ପ୍ରେମ କରେ ନାହିଁ, ତେବେ ମୋହର କିଛି ଲାଭ ନାହିଁ I BSB BSB: If I give all I possess to the poor and exult in the surrender of my body, but have not love, I gain nothing.
4 UDB ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, ତୁମ୍ଭେ ଆନନ୍ଦର ସହିତ ସମସ୍ତ କଷ୍ଟ ସହ୍ୟ କରିବ I ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ତୁମ୍ଭେ ଅନ୍ୟଙ୍କୁ ଦୟା କରିବ, ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ଅନ୍ୟମାନଙ୍କ ଜିନିଷ ଯାହା ତୁମ୍ଭମାନଙ୍କ ପାଖେ ନାହିଁ ତାହା ଦେଖି ଈର୍ଷା କରିବ ନାହିଁ, ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ତୁମ୍ଭେମାନେ ଆପଣା ବିଷୟରେ ଗର୍ବୀ ହେବ ନାହିଁ କି ଆତ୍ମବଡ଼ିମା କରିବ ନାହିଁ I BSB BSB: Love is patient, love is kind. It does not envy, it does not boast, it is not proud.
5 UDB ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, ତୁମ୍ଭେ ସେମାନଙ୍କୁ ଅନୁଚିତ ବ୍ୟବହାର କରିବ ନାହିଁ I ସ୍ୱାର୍ଥ ଚେଷ୍ଟା କରିବ ନାହିଁ I କେହି ମଧ୍ୟ ତୁମ୍ଭକୁ ଶୀଘ୍ର ବିରକ୍ତ କରି ପାରିବ ନାହିଁ I ଯେଉଁ ଅପକାର ଲୋକମାନେ କରିଅଛନ୍ତି ତାହା ତୁମ୍ଭେ ସ୍ମରଣରେ ରଖିବ ନାହିଁ I BSB BSB: It is not rude, it is not self-seeking, it is not easily angered, it keeps no account of wrongs.
6 UDB ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, କେହି ଦୁଷ୍ଟ କାର୍ଯ୍ୟ କଲେ ତୁମ୍ଭେ ଆନନ୍ଦିତ ହୁଅ ନାହିଁ I ବରଂ, ତୁମ୍ଭେ ଆନନ୍ଦିତ ହୁଅ ଯେତେବେଳେ ଲୋକେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବେ I BSB BSB: Love takes no pleasure in evil, but rejoices in the truth.
7 UDB ଯଦି ତୁମ୍ଭେ ଅନ୍ୟମାନଙ୍କୁ ପ୍ରକୃତରେ ପ୍ରେମ କର, ତେବେ ସମସ୍ତ ଘଟଣାକୁ ତୁମ୍ଭେ ସହ୍ୟ କରିବ I ତୁମ୍ଭେ ବିଶ୍ୱାସ କରିବ ଯେ ଈଶ୍ୱର ଲୋକଙ୍କ ନିମନ୍ତେ ଉତ୍ତମ ହିଁ କରନ୍ତି I ତୁମ୍ଭେ ଈଶ୍ୱରଙ୍କଠାରେ ଭରସା ରଖିବ I ଯେତେ କଷ୍ଟର ସମ୍ମୁଖୀନ ହେଲେ ମଧ୍ୟ ତୁମ୍ଭେ ଈଶ୍ୱରଙ୍କ ଆଜ୍ଞାକାରୀ ହେବ I BSB BSB: It bears all things, believes all things, hopes all things, endures all things.
8 UDB ଯଦି ତୁମ୍ଭେ ପ୍ରକୃତରେ ପ୍ରେମ କର, ତୁମ୍ଭର ପ୍ରେମ କଦାପି ଶେଷ ହେବ ନାହିଁ I ଯେଉଁମାନେ ଭାବବାଣୀ କରନ୍ତି, ପରଭାଷା କହନ୍ତି, କିମ୍ବା ନିଗୂଢ଼ ସତ୍ୟ ସବୁ ଜାଣନ୍ତି, ଏହି ସମସ୍ତ କେବଳ ଅଳ୍ପ ସମୟ ନିମନ୍ତେ କରିଥାଅ, ଦିନେ ଏହି ସବୁ ବିଷୟ ଲୋପ ପାଇବ I BSB BSB: Love never fails. But where there are prophecies, they will cease; where there are tongues, they will be restrained; where there is knowledge, it will be dismissed.
9 UDB ବର୍ତ୍ତମାନ, ଏହି ଜୀବନରେ, ଆମ୍ଭେମାନେ ଆଂଶିକ ଭାବରେ ଜାଣୁ, ଯେଉଁମାନେ ଭାବବାଣୀ କହନ୍ତି ସେମାନେ ଆଂଶିକ ଭାବରେ କହନ୍ତି I BSB BSB: For we know in part and we prophesy in part,
10 UDB କିନ୍ତୁ ଯେତେବେଳେ ସିଦ୍ଧ ବିଷୟ ଉପସ୍ଥିତ ହେବ, ସମସ୍ତ ବିଷୟ ଯାହା ଆଂଶିକ ଓ ଅସମ୍ପୂର୍ଣ୍ଣ ବିଷୟସବୁ ଲୋପ ପାଇବ I BSB BSB: but when the perfect comes, the partial passes away.
11 UDB ଯେତେବେଳେ ମୁଁ ଛୋଟ ଶିଶୁ ଥିଲି, ଶିଶୁ ପରି କଥା କହୁଥିଲି, ମୁଁ ଶିଶୁ ପରି ଭାବୁଥିଲି, ମୁଁ ଶିଶୁ ପରି ବିଚାର କରୁଥିଲି I କିନ୍ତୁ ଯେତେବେଳେ ମୁଁ ବୟସପ୍ରାପ୍ତ ହେଲି, ଶିଶୁ ପରି ଆଚରଣ କରିବା ପରିତ୍ୟାଗ କଲି, ଆଉ ବୟସପ୍ରାପ୍ତ ଲୋକଙ୍କ ପରି ଆଚରଣ କରିବା ଆରମ୍ଭ କଲି I BSB BSB: When I was a child, I talked like a child, I thought like a child, I reasoned like a child. When I became a man, I set aside childish ways.
12 UDB ବର୍ତ୍ତମାନ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ କ'ଣ ବୁଝୁଅଛୁ, ଆମ୍ଭେମାନେ ଅସମ୍ପୂର୍ଣ୍ଣଭାବେ ବୁଝୁଛୁ, ଭଲ ଭାବରେ ନୁହେଁ I କିନ୍ତୁ ଯେତେବେଳେ ଖ୍ରୀଷ୍ଟ ଆସିବେ, ଆମ୍ଭେମାନେ ତାହାଙ୍କୁ ସମ୍ମୁଖା ସମ୍ମୁଖୀ ଦେଖିବା I ବର୍ତ୍ତମାନ ଆମ୍ଭେମାନେ ସତ୍ୟକୁ ଆଂଶିକ ଭାବେ ଜାଣୁ I କିନ୍ତୁ ସେତେବେଳେ ଆମ୍ଭେମାନେ ତାହାଙ୍କୁ ସମ୍ପୂର୍ଣ୍ଣଭାବେ ଜାଣିବା ଯେପରି ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ଜାଣନ୍ତି I BSB BSB: Now we see but a dim reflection as in a mirror; then we shall see face to face. Now I know in part; then I shall know fully, even as I am fully known.
13 UDB ଏହା ମହତ୍ତ୍ୱପୂର୍ଣ୍ଣ ଯେ, ବର୍ତ୍ତମାନ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା କରୁ I ଏହା ମହତ୍ତ୍ୱପୂର୍ଣ୍ଣ ଯେ ସେ ଯାହା ପ୍ରତିଜ୍ଞା କରିଅଛନ୍ତି ଆମ୍ଭମାନଙ୍କ ନିମନ୍ତେ ସେସମସ୍ତ ସାଧନ କରିବେ ଏହା ଆମ୍ଭେମାନେ ବିଶ୍ୱାସ କରୁ I ଏବଂ ଏହା ମହତ୍ତ୍ୱପୂର୍ଣ୍ଣ ଯେ ଆମ୍ଭେମାନେ ତାହାଙ୍କୁ ଓ ପରସ୍ପରକୁ ମଧ୍ୟ ପ୍ରେମ କରୁ I କିନ୍ତୁ ଏହି ତିନି ବିଷୟ ମଧ୍ୟରୁ ପ୍ରେମ ଉତ୍କୃଷ୍ଟ ଅଟେ I BSB BSB: And now these three remain: faith, hope, and love; but the greatest of these is love.
Select verses for actions: Enter goes to them and Escape comes back.