1 UDB ଅନ୍ୟକୁ କିପରି ପ୍ରେମ କରିବ ସେଥିପାଇଁ ଏବଂ ଆତ୍ମିକ ଦାନସବୁ ପାଇବା ନିମନ୍ତେ ଦୃଢ଼ ଚେଷ୍ଟା କର, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର I BSB BSB: Earnestly pursue love and eagerly desire spiritual gifts, especially the gift of prophecy.
2 UDB କାରଣ ଯେ ପରଭାଷାରେ କଥା କହେ, ସେ ଲୋକମାନଙ୍କୁ କଥା କହେ ନାହିଁ, କାରଣ ଯାହା ସେ କହୁଅଛି ତାହା କେହି ବୁଝନ୍ତି ନାହିଁ, କିନ୍ତୁ ସେ ଈଶ୍ୱରଙ୍କୁ କହେ I ମାତ୍ର ଆତ୍ମା ଯେପରି ଚାଳନା ଦିଅନ୍ତି ତାହା ସେ କହେ I BSB BSB: For he who speaks in a tongue does not speak to men, but to God. Indeed, no one understands him; he utters mysteries in the Spirit.
3 UDB ଅନ୍ୟ ପକ୍ଷରେ, ଯେଉଁ ଭାବବାଦୀ ଭାବବାଣୀ କହେ, ସେ ଈଶ୍ୱରଙ୍କଠାରୁ ସିଧାସଳଖ ମନୁଷ୍ୟମାନଙ୍କୁ କଥା କହେ I ତାହା ସେମାନଙ୍କୁ ବଳବାନ କରିବା ନିମନ୍ତେ, ଦୃଢ଼ ରହିବା ନିମନ୍ତେ ଓ ସାନ୍ତ୍ୱନା ଦେବା ନିମନ୍ତେ କଥା କହେ I ଯେପରି ସେମାନେ କଠିନ ସମୟରେ ଆନନ୍ଦିତ ହୋଇ ପାରିବେ I BSB BSB: But he who prophesies speaks to men for their edification, encouragement, and comfort.
4 UDB ଯେ ପବିତ୍ରଆତ୍ମାଙ୍କ ଦତ୍ତ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀରେ ପ୍ରତ୍ୟେକଙ୍କର ନିଷ୍ଠା ଜନ୍ମାଏ I BSB BSB: The one who speaks in a tongue edifies himself, but the one who prophesies edifies the church.
5 UDB ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା I ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ I BSB BSB: I wish that all of you could speak in tongues, but I would rather have you prophesy. He who prophesies is greater than one who speaks in tongues, unless he interprets so that the church may be edified.
6 UDB ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ କେବଳ ଆତ୍ମାଙ୍କ ଦତ୍ତ ପରଭାଷାରେ କହିବି, ତେବେ ତାହା କିପରି ତୁମ୍ଭମାନଙ୍କୁ ସାହାଯ୍ୟ କରିବ? ଯେପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ କଥା କହି ଓ ଗୁପ୍ତ ବିଷୟଗୁଡ଼ିକ ଜାଣିବା ନିମନ୍ତେ ସାହାଯ୍ୟ ନ କରେ, କିମ୍ବା ସେହି ସତ୍ୟ ବିଷୟ ଗୁଡ଼ିକ ବୁଝିବା ନିମନ୍ତେ ସାହାଯ୍ୟ ନ କରେ, କିମ୍ବା ତୁମ୍ଭମାନଙ୍କ ନିକଟରେ ସେହି ଶିକ୍ଷାର କଥା ଯାହା ପୂର୍ବରୁ ତୁମ୍ଭେମାନେ ଶୁଣି ନ ଥିଲ ତାହା ଘୋଷଣା ନ କରେ, କିମ୍ବା ତୁମ୍ଭେମାନେ ପୂର୍ବରୁ ଯାହା ଶିକ୍ଷାପ୍ରାପ୍ତ ହୋଇ ନ ଥିଲ ସେହି ବିଷୟ ଶିକ୍ଷା ନ ଦିଏ, ତେବେ ତାହା ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରେ ନାହିଁ I BSB BSB: Now, brothers, if I come to you speaking in tongues, how will I benefit you, unless I bring you some revelation or knowledge or prophecy or teaching?
7 UDB ଯଦି କେହି ବଂଶୀ ହେଉ ବା ବୀଣା ହେଉ (ତାହା ନିର୍ଜୀବ ବସ୍ତୁ ଅଟେ) ବଜାଏ, ଯଦି ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ପରସ୍ପରର ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କ'ଣ ବାଜୁଅଛି ବା ବୀଣାରେ କ'ଣ ବାଜୁଅଛି, ବାଜାଇବା ଲୋକ କିପରି ଜାଣିବ I BSB BSB: Even in the case of lifeless instruments, such as the flute or harp, how will anyone recognize the tune they are playing unless the notes are distinct?
8 UDB ପୁଣି, ଜଣେ ସୈନ୍ୟ ଯଦି ତୂରୀ ଧ୍ୱନି ଅସ୍ପଷ୍ଟ ବଜାଏ, ତେବେ ସୈନ୍ୟବାହିନୀ ଯୁଦ୍ଧ ନିମନ୍ତେ ସଜ୍ଜିତ ହୋଇପାରିବେ ନାହଁ I BSB BSB: Again, if the trumpet sounds a muffled call, who will prepare for battle?
9 UDB ସେହିପରି ତୁମ୍ଭେମାନେ ମଧ୍ୟ ଯଦି କେହି ବୁଝି ନ ପାରିବା ଭଳି କିଛି କହୁଛ: ତେବେ ତୁମ୍ଭେ କ'ଣ କହିଲ କେହି ଜାଣି ପାରିବେ ନାହିଁ I BSB BSB: So it is with you. Unless you speak intelligible words with your tongue, how will anyone know what you are saying? You will just be speaking into the air.
10 UDB ଜଗତରେ ହୋଇ ପାରେ ଅନେକ ପ୍ରକାର ଭାଷା ଅଛି, ପୁଣି ଯେଉଁମାନେ ଯେଉଁ ଭାଷା ବୁଝି ପାରନ୍ତି ସେମାନଙ୍କ ନିମନ୍ତେ ସେହି ଭାଷା ଅର୍ଥ ଶୂନ୍ୟ ନୁହେଁ I BSB BSB: Assuredly, there are many different languages in the world, yet none of them is without meaning.
11 UDB କିନ୍ତୁ ମୁଁ ଯଦି କାହାର ଭାଷା ବୁଝି ପାରେ ନାହିଁ, ମୁଁ ତାହା ନିମନ୍ତେ ଅଜଣା ଅଟେ, ଏବଂ ସେ ମୋ' ନିମନ୍ତେ ମଧ୍ୟ ଅଜଣା ଅଟେ I BSB BSB: If, then, I do not know the meaning of someone’s language, I am a foreigner to the speaker, and he is a foreigner to me.
12 UDB ତେଣୁ ତୁମ୍ଭମାନଙ୍କଠାରେ ଆତ୍ମା କାର୍ଯ୍ୟ କରୁ ବୋଲି ତୁମ୍ଭେମାନେ ପ୍ରଚୁର ମାତ୍ରାରେ ଇଚ୍ଛା କରୁଥିବାରୁ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଓ ତାହାଙ୍କ ଆଜ୍ଞାକାରୀ ହେବା ନିମନ୍ତେ ମଣ୍ଡଳୀରେ ବିଶ୍ୱାସୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଚେଷ୍ଟା କର I BSB BSB: It is the same with you. Since you are eager to have spiritual gifts, strive to excel in gifts that build up the church.
13 UDB ଅତଏବ, ଯେଉଁ ଭାଷା ଈଶ୍ୱର ତୁମ୍ଭମାନଙ୍କୁ ଦେଇଅଛନ୍ତି, ତାହାର ଅନୁବାଦ କରିବା ନିମନ୍ତେ ଯେପରି ଈଶ୍ୱର ତୁମ୍ଭମାନଙ୍କୁ ସକ୍ଷମ କରନ୍ତି, ଏଥିନିମନ୍ତେ ପ୍ରାର୍ଥନା କର I BSB BSB: Therefore, the one who speaks in a tongue should pray that he may interpret.
14 UDB କେହି ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ତାହାର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ତାହାର ବୁଦ୍ଧିରେ କରେ ନାହିଁ I BSB BSB: For if I pray in a tongue, my spirit prays, but my mind is unfruitful.
15 UDB ତେଣୁ, ଆମ୍ଭେମାନେ ଆମ୍ଭମାନଙ୍କ ଆତ୍ମାରେ ପ୍ରାର୍ଥନା କରିବା ଉଚିତ୍, ପୁଣି ବୁଦ୍ଧିର ସହିତ ମଧ୍ୟ ପ୍ରାର୍ଥନା କରିବା ଉଚିତ୍ I ଆଉ ସେହିପରି ମଧ୍ୟ ଈଶ୍ୱରଙ୍କ ସ୍ତୁତିଗାନ କରିବା ଉଚିତ୍ I BSB BSB: What then shall I do? I will pray with my spirit, but I will also pray with my mind. I will sing with my spirit, but I will also sing with my mind.
16 UDB ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଈଶ୍ୱରଙ୍କ ସ୍ତୁତି କର, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ ତୁମ୍ଭ କଥାରେ ଆମେନ୍ କହି ପାରିବେ ନାହିଁ I BSB BSB: Otherwise, if you speak a blessing in spirit, how can someone who is uninstructed say “Amen” to your thanksgiving, since he does not know what you are saying?
17 UDB ଯେଣୁ ତୁମ୍ଭେ ଯଦି ଆପଣା ଆତ୍ମାରେ ଧନ୍ୟବାଦ ଦେଉଅଛ, ତାହା ତୁମ୍ଭ ନିମନ୍ତେ ଉତ୍ତମ ଓ ଭଲ, କିନ୍ତୁ ତୁମ୍ଭେ ଅନ୍ୟ ବିଶ୍ୱାସୀଙ୍କ ଉନ୍ନତି ନିମନ୍ତେ ସାହଯ୍ୟ କରୁ ନାହଁ I BSB BSB: You may be giving thanks well enough, but the other one is not edified.
18 UDB ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି I BSB BSB: I thank God that I speak in tongues more than all of you.
19 UDB ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥି ନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧିର ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ I BSB BSB: But in the church, I would rather speak five coherent words to instruct others than ten thousand words in a tongue.
20 UDB ହେ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ପୂର୍ଣ୍ଣବୟସ୍କ ସଦୃଶ ଚିନ୍ତା କର I କିନ୍ତୁ ଯେତେବେଳେ ତୁମ୍ଭେମାନେ ମନ୍ଦ ବିଷୟରେ ଚିନ୍ତା କର, ସେତେବେଳେ ଶିଶୁ ପରି ଚିନ୍ତା କର I ତୁମ୍ଭମାନଙ୍କର ଚିନ୍ତାଧାରା ଯୁକ୍ତିଯୁକ୍ତ ହେଉ I BSB BSB: Brothers, stop thinking like children. In regard to evil be infants, but in your thinking be mature.
21 UDB ବ୍ୟବସ୍ଥାରେ ଲେଖା ଅଛି, ଈଶ୍ୱର କହନ୍ତି, "ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଁଖ ଦ୍ୱାରା ଆମ୍ଭେ ଆମ୍ଭର ଇସ୍ରାଏଲୀୟ ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ଆମ୍ଭ ଲୋକମାନେ ଆମ୍ଭର କଥା ବୁଝିବେ ନାହିଁ I” BSB BSB: It is written in the Law: “By strange tongues and foreign lips I will speak to this people, but even then they will not listen to Me, says the Lord.”
22 UDB ଏଣୁ ଯଦି ଜଣେ ବିଶ୍ୱାସୀ ଈଶ୍ୱର ଦତ୍ତ ଭାଷାରେ କଥା କହେ, ତେବେ ଏହା ଅବିଶ୍ୱାସୀ ଯିଏ ଶୁଣୁଅଛି ତାହା ନିମନ୍ତେ ଚିହ୍ନ ସ୍ୱରୂପ ହୋଇପାରେ I କିନ୍ତୁ ଯଦି ଜଣେ ବିଶ୍ୱାସୀ ଈଶ୍ୱରଙ୍କଠାରୁ ଭାବବାଣୀ କହେ ସେ ଅନ୍ୟ ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ ଅଟେ I BSB BSB: Tongues, then, are a sign, not for believers, but for unbelievers. Prophecy, however, is for believers, not for unbelievers.
23 UDB ଆଉ ଦେଖ, ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ବିଭିନ୍ନ ଭାଷାରେ କଥା କହନ୍ତି, ତେବେ ଏହା କିପରି ବିଭ୍ରାନ୍ତିକର ଅଟେ I ପୁଣି, କୌଣସି ଅବିଶ୍ୱାସୀ ଲୋକ ଯେବେ ସେମାନଙ୍କର ପରଭାଷା ଶୁଣେ ତାହାହେଲେ ସେମାନେ ପାଗଳ ବୋଲି କହିବେ I BSB BSB: So if the whole church comes together and everyone speaks in tongues, and some who are uninstructed or some unbelievers come in, will they not say that you are out of your minds?
24 UDB କିନ୍ତୁ ଯଦି ତୁମ୍ଭେମାନେ ସମସ୍ତେ ଈଶ୍ୱରଙ୍କଠାରୁ ସତ୍ୟ ଭାବବାଣୀ କୁହ, ତେବେ କୌଣସି ଅବିଶ୍ୱାସୀ ଆସିଲେ, ସେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରି ଦୋଷ କରିଅଛି ବୋଲି ନିଜେ ହୃଦୟଙ୍ଗମ କରିବ I BSB BSB: But if an unbeliever or uninstructed person comes in while everyone is prophesying, he will be convicted and called to account by all,
25 UDB ପୁଣି ଏହି ଅବିଶ୍ୱାସୀ ଆପଣା ବିବେକରେ କ'ଣ ଅଛି ସେବିଷୟରେ ସାବଧାନ ହେବ I ସେଥିରେ ସେ ମୁଁହଁ ମାଡ଼ି ପଡ଼ିବ ଓ ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ I BSB BSB: and the secrets of his heart will be made known. So he will fall facedown and worship God, proclaiming, “God is truly among you!”
26 UDB ହେ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଈଶ୍ୱରଙ୍କ ସ୍ତୁତିଗାନ କରିବାକୁ ସମବେତ ହେବା ସମୟରେ ଏହିପରି ହେବା ଉଚିତ୍ I ପ୍ରତ୍ୟେକ ଜଣ ଗାଇବାକୁ ଗୀତ, ବା ଶାସ୍ତ୍ରରୁ ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି, ଏହିସବୁ ନେଇ ଆସ। ସମବେତ ହେବା ସମୟରେ ଯାହା କିଛି କର ସମସ୍ତ ବିଷୟରେ ପରସ୍ପରକୁ ଉତ୍ସାହ ଦିଅ, ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମଣ୍ଡଳୀ ଅଟ I BSB BSB: What then shall we say, brothers? When you come together, everyone has a psalm or a teaching, a revelation, a tongue, or an interpretation. All of these must be done to build up the church.
27 UDB ଯଦି କେହି ଆତ୍ମାଙ୍କ ଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ I BSB BSB: If anyone speaks in a tongue, two, or at most three, should speak in turn, and someone must interpret.
28 UDB କିନ୍ତୁ ସେହି ଭାଷାର ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ଯେଉଁମାନେ ଆତ୍ମାଙ୍କ ଭାଷାରେ କଥା କହନ୍ତି ସେମାନେ ମଣ୍ଡଳୀରେ ନୀରବ ରହନ୍ତୁ ଓ ନିରୋଳାରେ ଈଶ୍ୱରଙ୍କୁ କହନ୍ତୁ I BSB BSB: But if there is no interpreter, he should remain silent in the church and speak only to himself and God.
29 UDB ଆଉ ଯଦି କେହି ଈଶ୍ୱରଙ୍କଠାରୁ ଭବିଷ୍ୟବାଣୀ କହିବାକୁ ଚାହେଁ, ତେବେ ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ସେଠାରେ ଅନ୍ୟମାନେ ଶାସ୍ତ୍ର ଅନୁସାରେ କୁହାଯାଇଥିବା ଭାବବାଣୀକୁ ବିଚାର କରନ୍ତୁ I BSB BSB: Two or three prophets should speak, and the others should weigh carefully what is said.
30 UDB କିନ୍ତୁ ଯଦି ସେହି ଭାବବାଣୀ ବୁଝିବା ନିମନ୍ତେ ମଣ୍ଡଳୀରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତିକୁ ଈଶ୍ୱର ଅନୁମତି ଦିଅନ୍ତି, ତେବେ ଯେ ଭାବବାଣୀ କହୁଥିଲେ ସେ କହିବା ବନ୍ଦ କରୁ I ଏହି ପ୍ରକାରେ, ସମସ୍ତ ବିଶ୍ୱାସୀ ସେହି ଭାବବାଣୀର ଅର୍ଥ ଶୁଣି ପାରିବେ I BSB BSB: And if a revelation comes to someone who is seated, the first speaker should stop.
31 UDB କାରଣ ପ୍ରତ୍ୟେକ ଭାବବାଣୀ କହୁଥିବା ବ୍ୟକ୍ତି ଏହିପରି କରିବା ଉଚିତ୍ I କିନ୍ତୁ ଈଶ୍ୱରଙ୍କୁ ପ୍ରେମ କରିବା ନିମନ୍ତେ ଯେପରି ସମସ୍ତ ବିଶ୍ୱାସୀ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର I BSB BSB: For you can all prophesy in turn so that everyone may be instructed and encouraged.
32 UDB ଏଥିପାଇଁ ଯେଉଁ ଭାବବାଦୀମାନେ ସତ୍ୟ ଈଶ୍ୱରଙ୍କ ସମ୍ବାଦ କୁହନ୍ତି, ସେମାନେ ଆତ୍ମାଙ୍କ ବଶୀଭୂତ ହୋଇକରନ୍ତି I BSB BSB: The spirits of prophets are subject to prophets.
33 UDB କାରଣ ଈଶ୍ୱର ସନ୍ଦେହ ଜାତ କରନ୍ତି ନାହିଁ, ମାତ୍ର ବାସ୍ତବରେ ସେ ଶାନ୍ତି ଉତ୍ପନ୍ନ କରନ୍ତି I ଈଶ୍ୱରଙ୍କ ଲୋକମାନଙ୍କ ମଣ୍ଡଳୀରେ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ସେହି ପ୍ରକାର ଅଟେ I BSB BSB: For God is not a God of disorder, but of peace—as in all the churches of the saints.
35 UDB ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଉପାସନାରେ ବାଧା ଦେବା ପରିବର୍ତ୍ତେ, ସେମାନେ ଘରେ ଆପଣା ଆପଣା ସ୍ୱାମୀଙ୍କୁ ପଚାରନ୍ତୁ I କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀ’ଲୋକ ପକ୍ଷରେ ଆପଣା ସ୍ୱାମୀଙ୍କୁ ଅନାଦର କରିବା ଅଟେ I BSB BSB: If they wish to inquire about something, they are to ask their own husbands at home; for it is dishonorable for a woman to speak in the church.
36 UDB ଈଶ୍ୱରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି? BSB BSB: Did the word of God originate with you? Or are you the only ones it has reached?
37 UDB କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହି ସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏଥିରେ ସେ ସହମତ ହେଉ ଓ ତାହା ଅନୁସରଣ କରୁ I BSB BSB: If anyone considers himself a prophet or spiritual person, let him acknowledge that what I am writing you is the Lord’s command.
38 UDB କିନ୍ତୁ କେହି ଯଦି ଯାହା ଯାହା ମୁଁ ଲେଖୁଅଛି ତାହା ଅସ୍ୱୀକାର କରେ, ତେବେ ତୁମ୍ଭେମାନେ ଆପଣା ମଣ୍ଡଳୀରେ ସେମାନଙ୍କୁ ଅସ୍ୱୀକାର କରିବା ଉଚିତ୍ I BSB BSB: But if anyone ignores this, he himself will be ignored.
39 UDB ଏଣୁ ହେ ମୋହର ଭାଇ ଓ ଭଉଣୀମାନେ, ମଣ୍ଡଳୀରେ ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ଈଶ୍ୱରଙ୍କ ଦତ୍ତ ପରଭାଷାରେ କଥା କହିବାକୁ କାହାକୁ ମନା ନ କର I BSB BSB: So, my brothers, be eager to prophesy, and do not forbid speaking in tongues.
40 UDB କିନ୍ତୁ ମଣ୍ଡଳୀର ଉପାସନାରେ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ I BSB BSB: But everything must be done in a proper and orderly manner.
Select verses for actions: Enter goes to them and Escape comes back.