1 UDB ମୋହର ଭାଇ ଓ ଭଉଣୀମାନେ ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ଥିଲି, ସେତେବେଳେ ତୁମ୍ଭେମାନେ ଈଶ୍ୱରଙ୍କ ବିଷୟରେ ନିଗୂଢ଼ ସତ୍ୟ ଜାଣିବାକୁ ପ୍ରସ୍ତୁତ ନ ଥିଲ I ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି, ସେହିମାନେ ଖ୍ରୀଷ୍ଟଙ୍କ ସହଭାଗିତାରେ ଆସିଲେ I BSB BSB: Brothers, I could not address you as spiritual, but as worldly—as infants in Christ.
2 UDB ଯେପରି ଜଣେ ମା’ ଆପଣା ଶିଶୁମାନଙ୍କୁ ଦୁଗ୍ଧ ଦିଏ, ମୁଁ ସେହି ବିଷୟଗୁଡ଼ିକ ଶିକ୍ଷା ଦେଲି ଯାହା ବୁଝିବାକୁ ସହଜ ଥିଲା I ତୁମ୍ଭେମାନେ ଗୁରୁପାକ ଖାଦ୍ୟ ନିମନ୍ତେ ପ୍ରସ୍ତୁତ ନ ଥିଲ I ଆଉ ବର୍ତ୍ତମାନ ସୁଦ୍ଧା ତୁମ୍ଭେମାନେ ପ୍ରସ୍ତୁତ ନୁହଁ I BSB BSB: I gave you milk, not solid food, for you were not yet ready for solid food. In fact, you are still not ready,
3 UDB ମୁଁ ଏହା ଏଥିପାଇଁ କୁହେ, କାରଣ ଯଦ୍ୟପି ତୁମ୍ଭେମାନେ ଖ୍ରୀଷ୍ଟିଆନ ଅଟ, ତଥାପି ତୁମ୍ଭେମାନେ ଏପର୍ଯ୍ୟନ୍ତ ଅବିଶ୍ୱାସୀମାନଙ୍କ ସଦୃଶ ଆଚରଣ କରୁଅଛ I ମୁଁ ଜାଣେ ତୁମ୍ଭେମାନେ ପ୍ରସ୍ତୁତ ନୁହଁ, କାରଣ ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ପରସ୍ପର ମଧ୍ୟରେ ଈର୍ଷା ଓ ବାଦାନୁବାଦ କରୁଅଛ, ଏବଂ ତୁମ୍ଭେମାନେ ଅନେକ ବିଷୟରେ ଏପର୍ଯ୍ୟନ୍ତ ଅବିଶ୍ୱାସୀମାନଙ୍କ ସଦୃଶ ବିଚାର କରୁଅଛ I BSB BSB: for you are still worldly. For since there is jealousy and dissension among you, are you not worldly? Are you not walking in the way of man?
4 UDB ତୁମ୍ଭମାନଙ୍କ ମଧ୍ୟରୁ କେତେକ କୁହନ୍ତି ଯେ ମୁଁ, ପାଉଲ ଯାହା ଶିକ୍ଷା ଦେଇଅଛି ତାହା ଅନୁସରଣ କରୁଅଛୁ; ଅନ୍ୟମାନେ କୁହନ୍ତି ଯେ, ଯାହା ଆପଲ୍ଲ ଶିକ୍ଷା ଦେଇଅଛନ୍ତି ତାହା ସେମାନେ ଅନୁସରଣ କରୁଅଛନ୍ତି I ଅବିଶ୍ୱାସୀମାନେ ଯେପରି ଆଚରଣ କରନ୍ତି ତୁମ୍ଭେମାନେ ସେହିପରି ଆଚରଣ କରୁଅଛ I BSB BSB: For when one of you says, “I follow Paul,” and another, “I follow Apollos,” are you not mere men?
5 UDB ତୁମ୍ଭମାନଙ୍କ ଜୀବନରେ ଈଶ୍ୱର ଯେଉଁ ମହାନ୍ କାର୍ଯ୍ୟ କରିଅଛନ୍ତି, ତାହା ତୁଳନାରେ ଆପଲ୍ଲ ଗୁରୁତ୍ତ୍ୱପୂର୍ଣ୍ଣ ନୁହନ୍ତି, କି ପାଉଲ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ନୁହନ୍ତି I ଆମ୍ଭେମାନେ ଉଭୟେ ଦାସ ଅଟୁ, ଆଉ ଆମ୍ଭେମାନେ ଏକ ଈଶ୍ୱରଙ୍କର ସେବା କରୁ ଯେଉଁ ପ୍ରକାରେ ସେ ଆମ୍ଭମାନଙ୍କୁ କାର୍ଯ୍ୟ କରିବାକୁ ଦେଇଅଛନ୍ତି I BSB BSB: What then is Apollos? And what is Paul? They are servants through whom you believed, as the Lord has assigned to each his role.
6 UDB ଯଦ୍ୟପି ତୁମ୍ଭମାନଙ୍କଠାରେ ଈଶ୍ୱରଙ୍କ ବାକ୍ୟ ରୂପ ବୀଜ ରୋପଣ କରିବାରେ ମୁଁ ପ୍ରଥମ ଥିଲି, ଆଉ ଆପଲ୍ଲ, ଯିଏ ବିଶ୍ୱାସରେ ବଢ଼ିବା ନିମନ୍ତେ ତୁମ୍ଭମାନଙ୍କୁ ସାହାଯ୍ୟ କଲେ I କିନ୍ତୁ କେବଳ ଈଶ୍ୱର ହିଁ ତୁମ୍ଭମାନଙ୍କଠାରେ ଆତ୍ମିକ ବୃଦ୍ଧି ସାଧନ କରି ପାରନ୍ତି I BSB BSB: I planted the seed and Apollos watered it, but God made it grow.
7 UDB ଏହା ପୁଣି କହିବାକୁ ମୋତେ ଦିଅନ୍ତୁ: ଯେଉଁମାନେ ବୀଜ ରୋପଣ କରନ୍ତି ଓ ଜଳ ସେଚନ କରନ୍ତି, ସେମାନେ କିଛି ନୁହନ୍ତି, କିନ୍ତୁ ବୃଦ୍ଧି ସାଧନ କରନ୍ତି ଯେଉଁ ଈଶ୍ୱର, ସିଏ ସାର I ଯେଉଁଠାରେ ତୁମ୍ଭେମାନେ ସେ ରୋପଣ ଥିବା ଉଦ୍ୟାନ ସଦୃଶ I BSB BSB: So neither he who plants nor he who waters is anything, but only God, who makes things grow.
8 UDB ଯିଏ ରୋପଣ କରେ ଓ ଯିଏ ଜଳ ସେଚନ କରେ ସେମାନେ ସମାନ କାର୍ଯ୍ୟ କରୁଅଛନ୍ତି, ଏବଂ ପ୍ରତ୍ୟେକେ ଆପଣା ଆପଣା ପୁରସ୍କାର ବେତନ ରୂପେ ପାଇବେ I ସେହି ପୁରସ୍କାରର ପରିମାଣ ଯାହା ସେ ପାଉଛି, ଜଣେ କେତେ ପରିଶ୍ରମ କରୁଅଛି ସେହି ଅନୁସାରେ ମପାଯାଏ I BSB BSB: He who plants and he who waters are one in purpose, and each will be rewarded according to his own labor.
9 UDB ଆମ୍ଭେମାନେ ଈଶ୍ୱରଙ୍କ ସହ ଏକତ୍ର କାର୍ଯ୍ୟ କରୁଅଛୁ ଏବଂ ଆମ୍ଭେ ଉଭୟେ ଈଶ୍ୱରଙ୍କର ଅଟୁ I କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଆପଣା କ୍ଷେତ୍ରରେ ବଢ଼ାଉ ଅଛନ୍ତି I ଏହା ଏହିପରି ଅଟେ, ଯେପରି ସେ ତୁମ୍ଭମାନଙ୍କୁ ନେଇ ଏକ ଗୃହ ନିର୍ମାଣ କରୁଅଛନ୍ତି I BSB BSB: For we are God’s fellow workers; you are God’s field, God’s building.
10 UDB ଉଦାରତାରେ ଈଶ୍ୱର ମୋତେ ଦକ୍ଷତା ଦେଇଅଛନ୍ତି ଯେପରି ମୁଁ ତାହାଙ୍କ ନିମନ୍ତେ ଏହି କାର୍ଯ୍ୟ କରିପାରେ I ମୁଁ ତୁମ୍ଭମାନଙ୍କ ମଧ୍ୟରେ ଯତ୍ନର ସହିତ କାର୍ଯ୍ୟ କରୁଥିବା ଏକ ଦକ୍ଷ ନିର୍ମାଣକାରୀ ସଦୃଶ କାର୍ଯ୍ୟ କଲି I କିନ୍ତୁ ମୋ’ ଉତ୍ତାରେ, ମୁଁ ଯେଉଁ କାର୍ଯ୍ୟ ଆରମ୍ଭ କରିଅଛି, ସେହି କାର୍ଯ୍ୟ ଉପରେ ଆଉ କେହି ଜଣେ ନିର୍ମାଣ କାର୍ଯ୍ୟ କରିପାରିବେ I କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ତାହା ବିଷୟରେ ସାବଧାନ ହେଉ I BSB BSB: By the grace God has given me, I laid a foundation as an expert builder, and someone else is building on it. But each one must be careful how he builds.
11 UDB ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରି ପାରେ ନାହିଁ I ସେହି ଭିତ୍ତିମୂଳ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ I BSB BSB: For no one can lay a foundation other than the one already laid, which is Jesus Christ.
12 UDB ଆମ୍ଭେମାନେ ସେହି ନିର୍ମାଣକାରୀ ସଦୃଶ ଯିଏ ସେହି ଭିତ୍ତିମୂଳ ଉପରେ କ'ଣ ସ୍ଥାପନ କରିବ ତାହା ଚୟନ କରୁ I ନିର୍ମାଣକାରୀମାନେ ସୁନା, ରୂପା, ଏବଂ ମୂଲ୍ୟବାନ ପଥର ସଦୃଶ ବହୁମୂଲ୍ୟ ପଦାର୍ଥ ଚୟନ କରି ପାରନ୍ତି, କିମ୍ବା ସେମାନେ କାଠ, ଛଣ ଓ ନଡା ସଦୃଶ ମୂଲ୍ୟହୀନ ପଦାର୍ଥ ଚୟନ କରିପାରନ୍ତି I BSB BSB: If anyone builds on this foundation using gold, silver, precious stones, wood, hay, or straw,
13 UDB ଈଶ୍ୱର ଆମ୍ଭମାନଙ୍କ କାର୍ଯ୍ୟର ନ୍ୟାୟ ବିଚାର କରିବେ ଏବଂ ତାହାଙ୍କ ନିମନ୍ତେ ଆମ୍ଭେମାନେ ଯେଉଁ କାର୍ଯ୍ୟ କରିଅଛୁ ତାହା ପ୍ରକାଶ କରିବେ I ଆମ୍ଭେମାନେ ଯେଉଁ କାର୍ଯ୍ୟ କରିଅଛୁ ସେହି କାର୍ଯ୍ୟ ପରୀକ୍ଷା କରିବା ନିମନ୍ତେ ସେ ଅଗ୍ନି ପ୍ରେରଣ କରିବେ I ଆଉ ତାହାଙ୍କ ନିମନ୍ତେ ଆମ୍ଭେମାନେ ଯେଉଁ କାର୍ଯ୍ୟ କରିଅଛୁ ତାହାର ଗୁଣ ସେହି ଅଗ୍ନି ପରୀକ୍ଷା କରିବ I BSB BSB: his workmanship will be evident, because the Day will bring it to light. It will be revealed with fire, and the fire will prove the quality of each man’s work.
14 UDB ଜଣେ ଲୋକ ଯାହା ନିର୍ମାଣ କରେ ତାହାର ସେହି କାର୍ଯ୍ୟ ଯଦି ଅଗ୍ନିରେ ପୋଡି ନ ଯାଏ, ତେବେ ସେ ଆପଣା କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ I BSB BSB: If what he has built survives, he will receive a reward.
15 UDB କିନ୍ତୁ ଯଦି ଅଗ୍ନି ତାହାର ସମସ୍ତ କାର୍ଯ୍ୟ ପୋଡ଼ିଦିଏ, ତେବେ ସେ ସମସ୍ତ ପୁରସ୍କାର ହରାଇବ, କିନ୍ତୁ ଈଶ୍ୱର ତେବେ ସୁଦ୍ଧା ତାହାକୁ ରକ୍ଷା କରିବେ, ତଥାପି ସେ କରିଥିବା ସମସ୍ତ କାର୍ଯ୍ୟକୁ ସେହି ଅଗ୍ନିଶିଖା ଗ୍ରାସ କରିବ I BSB BSB: If it is burned up, he will suffer loss. He himself will be saved, but only as if through the flames.
16 UDB ନିଶ୍ଚିତଭାବେ ତୁମ୍ଭେ ଜାଣ ଯେ, ତୁମ୍ଭେମାନେ ସେହି ବାସସ୍ଥାନ ଅଟ, ଯେଉଁଠାରେ ଈଶ୍ୱର ବାସ କରନ୍ତି, ତୁମ୍ଭେମାନେ ତାହାଙ୍କ ମନ୍ଦିର ଅଟ I ନିଶ୍ଚିତଭାବେ ତୁମ୍ଭେ ଜାଣ ଯେ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି I BSB BSB: Do you not know that you yourselves are God’s temple, and that God’s Spirit dwells in you?
17 UDB ଈଶ୍ୱର ପ୍ରତିଜ୍ଞା କରନ୍ତି ଯେ, ଯେକେହି ତାହାଙ୍କ ମନ୍ଦିରକୁ ନଷ୍ଟ କରିବାକୁ ଚେଷ୍ଟା କରେ, ସେ ତାହାକୁ ନଷ୍ଟ କରିବେ I କାରଣ ତାହାଙ୍କ ମନ୍ଦିର କେବଳ ତାହାଙ୍କ ଅଧୀନ ଅଟେ I ଆଉ ସେ ସେହି ପ୍ରତିଜ୍ଞା ଦ୍ୱାରା ତୁମ୍ଭମାନଙ୍କୁ ସୁରକ୍ଷା ଦିଅନ୍ତି କାରଣ ବର୍ତ୍ତମାନ ତୁମ୍ଭେମାନେ ତାହାଙ୍କର ମନ୍ଦିର ଅଟ ଆଉ ତୁମ୍ଭେମାନେ କେବଳ ତାହାଙ୍କର ଅଧୀନ ଅଟ! BSB BSB: If anyone destroys God’s temple, God will destroy him; for God’s temple is holy, and you are that temple.
18 UDB ସାବଧାନ କେହି ଆପଣାକୁ ପ୍ରବଞ୍ଚନା ନ କରୁ I ଯଦି କେହି ଏହା ମନେ କରେ ଯେ ତାହା ପାଖେ ମହା ଜ୍ଞାନ ଅଛି, ଯାହାକୁ ଅବିଶ୍ୱାସୀମାନେ ପ୍ରଶଂସା କରିବେ, ସେ ଜାଗ୍ରତ ହେବା ଉଚିତ୍ I ଯଦି ଜଣେ ଲୋକ, ଅବିଶ୍ୱାସୀ ଇଚ୍ଛା କରୁଥିବା କାର୍ଯ୍ୟ ନ କରେ, ଯଦ୍ୟପି ସେମାନେ ତାହା ନ କରିବାରୁ ତାହାକୁ ମୂର୍ଖ ବୋଲି ଭାବନ୍ତି, ତେବେ ସେ କେଡ଼େ ଉତ୍ତମ I ଯେତେବେଳେ ସେ ସେହି ବିଷୟଗୁଡ଼ିକ ପରିତ୍ୟାଗ କରେ ତେବେ ସେ ସତ୍ୟ ବିଷୟଗୁଡ଼ିକ ଶିକ୍ଷା କରିବା ନିମନ୍ତେ ଆରମ୍ଭ କରେ I BSB BSB: Let no one deceive himself. If any of you thinks he is wise in this age, he should become a fool, so that he may become wise.
19 UDB ଏହି ଜଗତ ଯାହାକୁ ମହାଜ୍ଞାନୀ ବୋଲି ବିଚାର କରେ ଈଶ୍ୱରଙ୍କ ନିକଟରେ ତାହା ମୂର୍ଖତା ଅଟେ I ଯେଣୁ ଶାସ୍ତ୍ର କୁହେ," ଈଶ୍ୱର ଜ୍ଞାନୀମାନଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି I" BSB BSB: For the wisdom of this world is foolishness in God’s sight. As it is written: “He catches the wise in their craftiness.”
20 UDB ଆଉ ପୁନର୍ବାର ଶାସ୍ତ୍ର ଶିକ୍ଷା ଦିଏ, "ପ୍ରଭୁ ଜ୍ଞାନୀମାନଙ୍କ ସମସ୍ତ ଯୋଜନା ଶୁଣନ୍ତି, ଆଉ ସେ ଜାଣନ୍ତି ଯେ ଶେଷରେ, ସେମାନେ ସମସ୍ତ ବିଷୟ ହରାଇବେ I BSB BSB: And again, “The Lord knows that the thoughts of the wise are futile.”
21 UDB ତେଣୁ ଜଣେ ଖ୍ରୀଷ୍ଟୀୟ ନେତା କେତେ ଭଲ କିମ୍ବା ଅନ୍ୟ ଜଣେ ନେତା କେତେ ଭଲ ସେ ବିଷୟକୁ ନେଇ ଚର୍ଚ୍ଚା କରିବା ବନ୍ଦ କର I BSB BSB: Therefore, stop boasting in men. All things are yours,
22 UDB ଈଶ୍ୱର ତୁମ୍ଭମାନଙ୍କୁ ପାଉଲଙ୍କୁ ଦେଲେ, ଏବଂ ସେ ତୁମ୍ଭମାନଙ୍କୁ ଆପଲ୍ଲ ଓ ପିତର ଦେଲେ I ଆଉ ଈଶ୍ୱର ତୁମ୍ଭମାନଙ୍କୁ ଏହି ଜଗତ, ଏବଂ ତୁମ୍ଭମାନଙ୍କର ଜୀବନ, ଏବଂ ମୃତ୍ୟୁ ଉପରେ ତାହାଙ୍କୁ ବିଜୟକୁ ଦେଲେ I ଏବଂ ଈଶ୍ୱର ଯାହା ଦୃଶ୍ୟ ଓ ଯାହା ଭବିଷ୍ୟତରେ ଦୃଶ୍ୟମାନ ହେବ, ସେସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଅନ୍ତି---ସେ ସମସ୍ତ ହିଁ ତୁମ୍ଭମାନଙ୍କର I BSB BSB: whether Paul or Apollos or Cephas or the world or life or death or the present or the future. All of them belong to you,
23 UDB ଆଉ ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ଓ ଖ୍ରୀଷ୍ଟ ଈଶ୍ୱରଙ୍କର I BSB BSB: and you belong to Christ, and Christ belongs to God.
Select verses for actions: Enter goes to them and Escape comes back.