1 UDB ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଦାସ, ଓ ଈଶ୍ୱର ବିଶ୍ୱାସପୂର୍ବକ ସୁସମାଚାରରେ ଥିବା ଗୁପ୍ତ ସତ୍ୟଗୁଡ଼ିକର ଭଣ୍ଡାରଘରିଆ ମନେ କରନ୍ତୁ I BSB BSB: So then, men ought to regard us as servants of Christ and stewards of the mysteries of God.
2 UDB ଈଶ୍ୱର ଯେଉଁ କାର୍ଯ୍ୟ ଆମ୍ଭମାନଙ୍କୁ ଦେଇଅଛନ୍ତି ତାହା ବିଶ୍ୱସ୍ତଭାବେ କରିବା ନିତାନ୍ତ ଆବଶ୍ୟକ କାରଣ ଏହା କରିପାରିବୁ ବୋଲି ସେ ଆମ୍ଭମାନଙ୍କ ଉପରେ ଭରସା କରନ୍ତି I BSB BSB: Now it is required of stewards that they be found faithful.
3 UDB ଯଦି ଜଣେ ମନୁଷ୍ୟ, କିମ୍ବା ଲୌକିକ ବିଚାରସଭା ଦ୍ୱାରା ମୁଁ ବିଚାରୀତ ହୁଏ, ତେବେ ତାହା ଅତି ସାମାନ୍ୟ ବିଷୟ ବୋଲି ମୁଁ ମନେ କରେ I ମୁଁ ନିଜେ ସୁଦ୍ଧା ମୋହର ବିଚାର କରେ ନାହିଁ I BSB BSB: I care very little, however, if I am judged by you or by any human court. In fact, I do not even judge myself.
4 UDB ମୁଁ ଏପରି କୌଣସି ଲୋକକୁ ଜାଣେ ନାହିଁ ଯିଏ ମୁଁ ଭୁଲ୍ କରୁଛି ବୋଲି ମୋତେ ଦୋଷୀ କରେ I କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ନିର୍ଦ୍ଦୋଷ ଅଟେ I ସେ ପ୍ରଭୁ ହିଁ ଅଟନ୍ତି ଯେ ମୋହର ବିଚାର କରନ୍ତି I BSB BSB: My conscience is clear, but that does not vindicate me. It is the Lord who judges me.
5 UDB ତେଣୁ, ସମୟର ପୂର୍ବେ କୌଣସି ବିଷୟର ବିଚାର କର ନାହିଁ I ପ୍ରଭୁ ତାହା ବିଚାର କରିବେ, ଯେତେବେଳେ ସେ ପୁନର୍ବାର ଆସିବେ I ସେ ହିଁ କେବଳ ଜଣେ ଯିଏ ଘୋର ଅନ୍ଧକାରରେ ଥିବା ଗୁପ୍ତ ବିଷୟଗୁଡ଼ିକୁ ମଧ୍ୟ ଆଲୋକରେ ଆଣିପାରିବେ, ଏବଂ ସେ ନ୍ୟାୟ ବିଚାର କରିବେ କାରଣ ପ୍ରତ୍ୟେକ ଜଣ ଯାହା ପ୍ରକୃତରେ ବିବେଚନା କରେ ତାହା ସେ ଜାଣନ୍ତି I ଯେତେବେଳେ ସେ ଆସିବେ, ସେତେବେଳେ ପ୍ରତ୍ୟେକ ଜଣ ପ୍ରଭୁଙ୍କଠାରୁ ଯେଉଁ ସମ୍ମାନ ପାଇବାକୁ ଯୋଗ୍ୟ ତାହା ପାଇବେ I BSB BSB: Therefore judge nothing before the appointed time; wait until the Lord comes. He will bring to light what is hidden in darkness and will expose the motives of men’s hearts. At that time each will receive his praise from God.
6 UDB ବର୍ତ୍ତମାନ, ଭାଇ ଓ ଭଉଣୀମାନେ, ଯେଉଁ ନିୟମ ଆମ୍ଭେମାନେ ଅନୁସରଣ କରୁ ତାହା ହେଉଛି, "ଶାସ୍ତ୍ରରେ ସେମାନେ ଯାହା ଲେଖିଅଛନ୍ତି ତାହା ଅତିକ୍ରମ କର ନାହିଁ I" ଆପଲ୍ଲ ଓ ମୁଁ ଏହା ଦ୍ୱାରା ଜୀବନ ବିତାଉ I ତୁମ୍ଭମାନଙ୍କ ସକାଶୁ ଆମ୍ଭେମାନେ ଏହି ପ୍ରକାରେ ଶିକ୍ଷା ଦେଉ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା ପାଇପାର I ଏହା ତୁମ୍ଭମାନଙ୍କୁ ସେହି ଲୋକମାନଙ୍କ ନିମନ୍ତେ ଗର୍ବୀ ହେବାକୁ ଦେବ ନାହିଁ; ଯେଉଁମାନେ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦିଅନ୍ତି, ସେ ମୁଁ ହେଉ ଅବା ଆପଲ୍ଲ ହୁଅନ୍ତୁ I BSB BSB: Brothers, I have applied these things to myself and Apollos for your benefit, so that you may learn from us not to go beyond what is written. Then you will not take pride in one man over another.
7 UDB ତୁମ୍ଭମାନଙ୍କ ଓ ଅନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ I ତୁମ୍ଭେମାନେ ସମସ୍ତେ ଦାନ ସ୍ୱରୂପେ ସମସ୍ତ ବିଷୟ ପାଇଅଛ I କେହି ମଧ୍ୟ ଅନ୍ୟଠାରୁ ଉତ୍ତମ ନୁହେଁ I ତୁମ୍ଭମାନଙ୍କ ମଧ୍ୟରୁ କେହି ବୃଥା ଗର୍ବ ନ କରୁ ଯେପରି ସେ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ I ଆମ୍ଭେମାନେ ସମସ୍ତେ ସମାନ ଅଟୁ I BSB BSB: For who makes you so superior? What do you have that you did not receive? And if you did receive it, why do you boast as though you did not?
8 UDB କିନ୍ତୁ ତୁମ୍ଭେମାନେ ଏପରି ଆଚରଣ କର ଯେପରି ତୁମ୍ଭେମାନେ ଇଚ୍ଛା କରୁଥିବା ସମସ୍ତ ବିଷୟ ତୁମ୍ଭମାନଙ୍କଠାରେ ଅଛି! ତୁମ୍ଭେମାନେ ଏପରି ଜୀବନଯାପନ କର ଯେପରି ତୁମ୍ଭେମାନେ ଧନୀ! ତୁମ୍ଭେମାନେ ଏପରି ଜୀବନଯାପନ କର ଯେପରି ତୁମ୍ଭେମାନେ ରାଜା ଓ ରାଣୀ ଏପରିକି ଆମ୍ଭମାନଙ୍କ ସାହାଯ୍ୟ ବିନା ମଧ୍ୟ I ହଁ, ମୁଁ ଇଚ୍ଛା କରେ ତୁମ୍ଭେମାନେ ରାଜା ଓ ରାଣୀ ହୋଇଥା'ନ୍ତ, ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ରାଜ୍ୟ କରିଥା'ନ୍ତୁ! BSB BSB: Already you have all you want. Already you have become rich. Without us, you have become kings. How I wish you really were kings, so that we might be kings with you!
9 UDB କିନ୍ତୁ ବାସ୍ତବରେ, ଏହା ପ୍ରତୀୟମାନ ହୁଏ ଯେ ପ୍ରେରିତ ଯେ ଆମ୍ଭେମାନେ ଈଶ୍ୱର ଆମ୍ଭମାନଙ୍କୁ ଯୁଦ୍ଧ ପରେ ଶୋଭାଯାତ୍ରା କରୁଥିବା ସର୍ବଶେଷରେ ଥିବା ବନ୍ଦୀମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି I ଆମ୍ଭେମାନେ ମୃତ୍ୟୁ ମୁଖରେ ସମର୍ପିତ ଲୋକମାନଙ୍କ ସଦୃଶ ହୋଇଅଛୁ; ସମସ୍ତ ଜଗତ, ଉଭୟେ ଦୂତ ଓ ମାନବ ସମସ୍ତେ ଦେଖିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରଦର୍ଶିତ କରାଯାଇଅଛି I BSB BSB: For it seems to me that God has displayed us apostles at the end of the procession, like prisoners appointed for death. We have become a spectacle to the whole world, to angels as well as to men.
10 UDB ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଜୀବନଯାପନ କରିବା ସକାଶୁ ଆମ୍ଭେମାନେ ଯେ ପ୍ରେରିତ ଆମ୍ଭମାନଙ୍କୁ ଅନ୍ୟମାନେ ମୂର୍ଖ ରୂପେ ବିବେଚନା କରନ୍ତି, ଏବଂ ତୁମ୍ଭେମାନେ ଆପଣାମାନଙ୍କୁ ଜ୍ଞାନୀ ଲୋକ ବୋଲି ବିବେଚନା କରୁଅଛ I ଆମ୍ଭେମାନେ ଦୁର୍ବଳ ଦେଖାଯାଉ, କିନ୍ତୁ ତୁମ୍ଭେମାନେ ବଳବାନ୍ ପ୍ରତୀୟମାନ ହୁଅ! ତୁମ୍ଭେମାନେ ଆପଣା ଆପଣାର ପ୍ରଶଂସା ଓ ସମ୍ମାନ କର, କିନ୍ତୁ ଆମ୍ଭେମାନେ ଯେ ପ୍ରେରିତ ଯାହାଙ୍କୁ ଅନ୍ୟମାନେ ଘୃଣା କରନ୍ତି I BSB BSB: We are fools for Christ, but you are wise in Christ. We are weak, but you are strong. You are honored, but we are dishonored.
11 UDB ଏସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେ ପ୍ରେରିତମାନେ କ୍ଷୁଧିତ ଓ ତୃଷିତ ହୋଇ ବୁଲୁଛୁ I ଆମ୍ଭେମାନେ ଏତେ ଦରିଦ୍ର ହୋଇଅଛୁ ଯେ ଆମ୍ଭେମାନେ ଆପଣା ନିମନ୍ତେ ବସ୍ତ୍ର ସୁଦ୍ଧା କ୍ରୟ କରି ପାରିଲୁ ନାହିଁ I ପଦାଧିକାରୀମାନେ ନୃଶଂସ ଭାବେ ଆମ୍ଭମାନଙ୍କୁ ବାରମ୍ବାର ପ୍ରହାର କଲେ I ଆମ୍ଭମାନଙ୍କ ନିଜ ଗୃହ ବୋଲି କୌଣସି ସ୍ଥାନ ନାହିଁ I BSB BSB: To this very hour we are hungry and thirsty, we are poorly clothed, we are brutally treated, we are homeless.
12 UDB ଆମ୍ଭେମାନେ ଜୀବନଯାପନ କରିବା ନିମନ୍ତେ ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ I ଯେତେବେଳେ ଅନ୍ୟମାନେ ଆମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ପ୍ରତ୍ୟୁତ୍ତରରେ ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ ଦେଉ I ଯେତେବେଳେ ଅନ୍ୟମାନେ ଆମ୍ଭମାନଙ୍କୁ ତାଡ଼ନା ଦିଅନ୍ତି, ତାହା ଆମ୍ଭେମାନେ ସହ୍ୟ କରୁ I BSB BSB: We work hard with our own hands. When we are vilified, we bless; when we are persecuted, we endure it;
13 UDB ଯେତେବେଳେ ଲୋକେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା କଥା କହନ୍ତି, ଆମ୍ଭେମାନେ ସେମାନଙ୍କୁ ଦୟା ସହିତ ଦେଖାଇ ଉତ୍ତର ଦେଉ I ଏପର୍ଯ୍ୟନ୍ତ ସୁଦ୍ଧା, ସେମାନେ ଆମ୍ଭମାନଙ୍କୁ ଜଗତର ଆବର୍ଜନା ଏବଂ ଲୋକମାନେ ଆବର୍ଜନା ଗଦାରେ ଫୋଫାଡିବାକୁ ଇଚ୍ଛା କରୁଥିବା ମଇଳା ସଦୃଶ ମନେ କରନ୍ତି I BSB BSB: when we are slandered, we answer gently. Up to this moment we have become the scum of the earth, the refuse of the world.
14 UDB ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଚେଷ୍ଟା କରୁ ନାହିଁ, କିନ୍ତୁ ଏକ ପ୍ରେମିକ ପିତାମାତା ଆପଣା ସନ୍ତାନକୁ ସଂଶୋଧନ କରିବା ସଦୃଶ, ମୁଁ ତୁମ୍ଭମାନଙ୍କୁ ସଂଶୋଧନ କରିବାକୁ ଇଚ୍ଛା କରୁଅଛି I BSB BSB: I am not writing this to shame you, but to warn you as my beloved children.
15 UDB ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେବା ନିମନ୍ତେ ତୁମ୍ଭମାନଙ୍କର ଦଶହଜାର ଶିକ୍ଷକ ଥା'ନ୍ତି, ତୁମ୍ଭମାନଙ୍କର ଏପର୍ଯ୍ୟନ୍ତ କେବଳ ଗୋଟିଏ ଆତ୍ମିକ ପିତା ଅଛନ୍ତି I ଯାହା ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲି ସେହି ସୁସମାଚାରକୁ ଯେତେବେଳେ ତୁମ୍ଭେମାନେ ବିଶ୍ୱାସ କଲ ସେତେବେଳେ ମୁଁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ପିତା ହେଲି I BSB BSB: Even if you have ten thousand guardians in Christ, you do not have many fathers; for in Christ Jesus I became your father through the gospel.
16 UDB ଏଣୁ ମୋହର ଅନୁସରଣ କରିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ I BSB BSB: Therefore I urge you to imitate me.
17 UDB ଏଥିସକାଶୁ ମୁଁ ତୁମ୍ଭମାନଙ୍କ ନିକଟକୁ ତିମଥିଙ୍କୁ ପଠାଇଲି I ମୁଁ ତାହାଙ୍କୁ ପ୍ରେମ କରେ ଓ ସେ ମୋହର ବିଶ୍ୱାସଯୋଗ୍ୟ ସନ୍ତାନ ଅଟନ୍ତି I BSB BSB: That is why I have sent you Timothy, my beloved and faithful child in the Lord. He will remind you of my way of life in Christ Jesus, which is exactly what I teach everywhere in every church.
18 UDB ତୁମ୍ଭମାନଙ୍କ ମଧ୍ୟରୁ କେତେକ ଗର୍ବୀ ହୋଇଅଛ I ତୁମ୍ଭେମାନେ ଏପରି ଜୀବନଯାପନ କରୁଅଛ ଯେପରି ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଫେରିବି ନାହିଁ I BSB BSB: Some of you have become arrogant, as if I were not coming to you.
19 UDB କିନ୍ତୁ ଯଦି ମୁଁ ଆସେ ବୋଲି ତେବେ ଈଶ୍ୱର ଚାହାନ୍ତି I ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଆସିବି I ତା'ପରେ ଏହି ଗର୍ବୀ ଲୋକମାନଙ୍କର କେବଳ କଥା ବୁଝିବି ତାହା ନୁହେଁ, କିନ୍ତୁ ଈଶ୍ୱରଙ୍କ ଶକ୍ତି ସେମାନଙ୍କଠାରେ ଅଛି ନା ନାହିଁ ତାହା ଜାଣିବି I BSB BSB: But I will come to you shortly, if the Lord is willing, and then I will find out not only what these arrogant people are saying, but what power they have.
20 UDB ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ କିନ୍ତୁ ଶକ୍ତିରେ ପ୍ରକାଶ ପାଏ I BSB BSB: For the kingdom of God is not a matter of talk but of power.
21 UDB ମୁଁ କ'ଣ କରିବି ବୋଲି ତୁମ୍ଭମାନଙ୍କର ଇଚ୍ଛା? କଠୋର ଦଣ୍ଡ ନେଇ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନା ମୁଁ ତୁମ୍ଭମାନଙ୍କ ପ୍ରତି କେତେ ମୃଦୁ ଓ ମୁଁ ତୁମ୍ଭମାନଙ୍କୁ କେତେ ପ୍ରେମ କରେ ତାହା ଦର୍ଶାଇବାକୁ ଯିବି I BSB BSB: Which do you prefer? Shall I come to you with a rod, or in love and with a gentle spirit?
Select verses for actions: Enter goes to them and Escape comes back.