1 UDB ଲୋକମାନେ ଆମ୍ଭମାନଙ୍କୁ କହିଅଛନ୍ତି ଯେ, ତୁମ୍ଭମାନଙ୍କ ମଣ୍ଡଳୀରେ ଜଣେ ଅଛି ଯେ ବ୍ୟଭିଚାରରେ ବଞ୍ଚୁଛି, ଏପରି ଅନୈତିକ କାର୍ଯ୍ୟ ଯାହା ଅବିଶ୍ୱାସୀମାନେ ମଧ୍ୟ ଅନୁମତି ଦିଅନ୍ତି ନାହିଁ I ଜଣେ ଲୋକର ପ୍ରେମିକା ଆପଣା ପିତାର ଭାର୍ଯ୍ୟା ଅଟେ I BSB BSB: It is actually reported that there is sexual immorality among you, and of a kind that is intolerable even among pagans: A man has his father’s wife.
2 UDB ତୁମ୍ଭେମାନେ ବହୁତ ଗର୍ବୀ ହେଉଅଛ! ବରଂ ଏହି ପାପ ସକାଶୁ ତୁମ୍ଭେମାନେ କ୍ରନ୍ଦନ କରିବା ଉଚିତ୍, ଯେହେତୁ ଏହା ସମ୍ପୂର୍ଣ୍ଣ ମଣ୍ଡଳୀକୁ ନଷ୍ଟ କରେ I ତୁମ୍ଭେମାନେ ଏହି ବ୍ୟକ୍ତିକୁ ତୁମ୍ଭମାନଙ୍କ ମଣ୍ଡଳୀରୁ ବାହାର କରିବା ଉଚିତ୍ I BSB BSB: And you are proud! Shouldn’t you rather have been stricken with grief and have removed from your fellowship the man who did this?
3 UDB ମୁଁ ଶାରୀରିକଭାବେ ତୁମ୍ଭମାନଙ୍କ ନିକଟରେ ଅନୁପସ୍ଥିତ, କିନ୍ତୁ ମୁଁ ତୁମ୍ଭମାନଙ୍କ ନିମନ୍ତେ ବହୁତ ଚିନ୍ତିତ, ଏବଂ ମୁଁ ତୁମ୍ଭମାନଙ୍କ ସହ ଆତ୍ମାରେ ଅଛି I ଆଉ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଥିଲା ପରି ତାହାର ବିଚାର କରିସାରିଛି ଯିଏ ଏହିପରି କାର୍ଯ୍ୟ କଲା I BSB BSB: Although I am absent from you in body, I am present with you in spirit, and I have already pronounced judgment on the one who did this, just as if I were present.
4 UDB ଯେତେବେଳେ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଉପାସନା କରିବା ନିମନ୍ତେ ସମବେତ ହୋଇଥାଅ, ମୁଁ ତୁମ୍ଭମାନଙ୍କ ସହିତ ଆତ୍ମାରେ ଉପାସନା କରେ---- ସେତେବେଳେ ମୁଁ ସେହି ବ୍ୟକ୍ତିର ବିଚାର କରିସାରିଛି I BSB BSB: When you are assembled in the name of our Lord Jesus and I am with you in spirit, along with the power of the Lord Jesus,
5 UDB ତୁମ୍ଭେମାନେ ଏହି ବ୍ୟକ୍ତିକୁ ଜଗତରୁ ବାହାରେ ଶୟତାନ ହସ୍ତରେ ସମର୍ପଣ କରିବା ଉଚିତ୍, ଯେପରି ତାହାର ଭୌତିକ ଶରୀର ବିନଷ୍ଟ ହେବ I ଆମ୍ଭମାନଙ୍କ ଆଶା ଯେ, ସେ ଅନୁତାପ କରିବ ଏବଂ ପ୍ରଭୁଙ୍କ ଆଗମନ ସମୟରେ ଈଶ୍ୱର ତାହାକୁ ରକ୍ଷା କରିବେ I BSB BSB: hand this man over to Satan for the destruction of the flesh, so that his spirit may be saved on the Day of the Lord.
6 UDB ତୁମ୍ଭେମାନେ ଆପଣାମାନଙ୍କ ପ୍ରଶଂସା କରୁଅଛ ଏହା ଭଲ ନୁହେଁ I ନିଶ୍ଚିତଭାବେ ତୁମ୍ଭେ ଜାଣ ଯେ, ଦୁଷ୍ଟାତ୍ମା ଖମୀର ସଦୃଶ ଅଟେ, ଅଳ୍ପ ଖମୀର ସମ୍ପୂର୍ଣ୍ଣ ମଇଦା ପିଣ୍ଡୁଳାକୁ ଖମୀରମୟ କରିବ I BSB BSB: Your boasting is not good. Do you not know that a little leaven works through the whole batch of dough?
8 UDB ଅତଏବ ଆସ ଆମ୍ଭେମାନେ ନିସ୍ତାର ପର୍ବ ପାଳନ କରୁ, ଏବଂ ଆସ ଆମ୍ଭେମାନେ ପବିତ୍ରୀକରଣର ସମସ୍ତ ନିୟମ ପାଳନ କରୁ I ଆମ୍ଭେମାନେ ଅବାଧ୍ୟତା ଓ ଦୁଷ୍ଟତା ରୂପୀ ପୁରାତନ ଖମୀର ତ୍ୟାଗ କରିବା, ଏବଂ ଆମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ ଓ ପରସ୍ପରକୁ ସତ୍ୟ କହିବା ଦ୍ୱାରା ଏହି ପର୍ବ ପାଳନ କରିବା ଉଚିତ୍ I ଯଦି ଆମ୍ଭେମାନେ ଏହା କରୁ, ତେବେ ଆମ୍ଭେମାନେ ଖମୀରଶୂନ୍ୟ ରୋଟୀ ସଦୃଶ ହେବା I BSB BSB: Therefore let us keep the feast, not with the old bread, leavened with malice and wickedness, but with the unleavened bread of sincerity and of truth.
9 UDB ବ୍ୟଭିଚାରୀମାନଙ୍କ ସହ ସମ୍ପର୍କ ନ ରଖିବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି I BSB BSB: I wrote you in my letter not to associate with sexually immoral people.
10 UDB ନିଶ୍ଚିତଭାବରେ, ମୋହର ଅର୍ଥ ଏହା ନୁହେଁ ଯେ ତୁମ୍ଭେମାନେ ଅବିଶ୍ୱାସୀମାନଙ୍କ ସହ ଅର୍ଥାତ୍ ଯେଉଁମାନେ ବ୍ୟଭିଚାରୀ, କିମ୍ବା ଯେଉଁମାନେ ଅନେକ ବିଷୟରେ ସ୍ୱାର୍ଥପରଭାବରେ ଅଭିଳାଷୀ ଅଟନ୍ତି, କିମ୍ବା ଯେଉଁମାନେ ଚତୁରତାରେ ପର ଦ୍ରବ୍ୟ ଲୁଣ୍ଠନ କରନ୍ତି, କିମ୍ବା ଯେଉଁମାନେ ପ୍ରତିମା ପୂଜା କରନ୍ତି ସେମାନଙ୍କ ସହ ସମ୍ପର୍କ ରଖ ନାହିଁ I ଏହିପରି ଲୋକମାନଙ୍କଠାରୁ ଦୂରରେ ରହିଲେ ତୁମ୍ଭମାନଙ୍କୁ ଏହି ଜଗତ ଛାଡ଼ି ଯିବାକୁ ପଡ଼ିବ I BSB BSB: I was not including the sexually immoral of this world, or the greedy and swindlers, or idolaters. In that case you would have to leave this world.
11 UDB ତା'ପରିବର୍ତ୍ତେ, ମୋହର ଅର୍ଥ ଥିଲା ଯେ ଯେଉଁମାନେ ବ୍ୟଭିଚାରରେ ଜୀବନଯାପନ କରନ୍ତି ସେମାନଙ୍କ ସହ ଘନିଷ୍ଠ ବନ୍ଧୁତା କର ନାହିଁ I ଏହି ପାପରେ ଆମ୍ଭେମାନେ ଧନଲୋଭୀ, କି ପ୍ରତିମାପୂଜକ, କି ନିନ୍ଦକ, କି ମତୁଆଳ, କି ପରଦ୍ରବ୍ୟ ଲୁଣ୍ଠନକାରୀ ଅନ୍ୟ ପାପଗୁଡ଼ିକ ଆଦି ଅନ୍ତର୍ଭୁକ୍ତ କରିବା I ତୁମ୍ଭେମାନେ ଏହି ଲୋକମାନଙ୍କ ସହ ଭୋଜନ ମଧ୍ୟ କର ନାହିଁ ଯେଉଁମାନେ ଖ୍ରୀଷ୍ଟଙ୍କୁ ଭରସା କରନ୍ତି ବୋଲି ଦାବି କରନ୍ତି, କିନ୍ତୁ ତେବେ ସୁଦ୍ଧା ସେମାନେ ଏହି ଭୟଙ୍କର କାର୍ଯ୍ୟଗୁଡ଼ିକ କରନ୍ତି I BSB BSB: But now I am writing you not to associate with anyone who claims to be a brother but is sexually immoral or greedy, an idolater or a verbal abuser, a drunkard or a swindler. With such a man do not even eat.
12 UDB କାରଣ ଯେଉଁମାନେ ଖ୍ରୀଷ୍ଟଙ୍କ ମଣ୍ଡଳୀରୁ ବାହାରେ ଅଛନ୍ତି ସେମାନଙ୍କ ବିଚାର କରିବାରେ ମୋହର କ'ଣ ଅଛି I ଭିତରେ ଯେଉଁମାନେ ଅଛନ୍ତି ସେମାନଙ୍କର ବିଚାର କରିବା ତୁମ୍ଭମାନଙ୍କର କର୍ତ୍ତବ୍ୟ I BSB BSB: What business of mine is it to judge those outside the church? Are you not to judge those inside?
13 UDB ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ସେମାନଙ୍କର ବିଚାର ଈଶ୍ୱର କରିବେ I ଶାସ୍ତ୍ର ଆମ୍ଭମାନଙ୍କୁ ଆଦେଶ ଦିଏ," ତୁମ୍ଭେମାନେ ସେହି ଦୁଷ୍ଟ ଲୋକକୁ ଯିଏ ତୁମ୍ଭମାନଙ୍କ ମଧ୍ୟରେ ଅଛି ତାହାକୁ ବାହାର କରିଦିଅ!" BSB BSB: God will judge those outside. “Expel the wicked man from among you.”
Select verses for actions: Enter goes to them and Escape comes back.