1 UDB ବର୍ତ୍ତମାନ, ସେହି ପ୍ରଶ୍ନ ଯାହା ପ୍ରତିମା ସମ୍ମୁଖରେ ଉତ୍ସର୍ଗ କରାଯାଇଥିବା ପ୍ରସାଦ ବିଷୟରେ ତୁମ୍ଭେମାନେ ପଚାରିଥିଲ: ଆମ୍ଭେମାନେ ଜାଣୁ ଯେ ଲୋକମାନେ କୁହନ୍ତି," ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି I" କିନ୍ତୁ ଯଦି ତୁମ୍ଭେମାନେ ମନେ କରୁଅଛ ଯେ, ତୁମ୍ଭେମାନେ ବହୁତ ଜାଣିଅଛ, ତୁମ୍ଭେମାନେ ନିଜେ ନିଜଠାରେ ଗର୍ବ କରିପାର I ଯେତେବେଳେ ତୁମ୍ଭେମାନେ ଅନ୍ୟମାନଙ୍କୁ ପ୍ରେମ କର, ତୁମ୍ଭେମାନେ ସେମାନଙ୍କ ବିଶ୍ୱାସରେ ଦୃଢ଼ ଭାବରେ ବୃଦ୍ଧି ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର I BSB BSB: Now about food sacrificed to idols: We know that we all have knowledge. Knowledge puffs up, but love builds up.
2 UDB ସତ୍ୟ ଏହା ଯେ, ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ନମ୍ରତା ଶିକ୍ଷା କରିବାର ଆବଶ୍ୟକ, ଏପର୍ଯ୍ୟନ୍ତ ସେ ସେପରି ଜାଣି ନାହିଁ I BSB BSB: The one who thinks he knows something does not yet know as he ought to know.
3 UDB ଯେତେବେଳେ ତୁମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଜାଣନ୍ତି I BSB BSB: But the one who loves God is known by God.
5 UDB କିନ୍ତୁ ମୁଁ ଜାଣେ ଯେ କେତେକ ଲୋକ କୁହନ୍ତି ଅନେକ ଈଶ୍ୱର ଓ ପ୍ରଭୁ ସ୍ୱର୍ଗରେ କିମ୍ବା ଏହି ପୃଥିବୀରେ ଅଛନ୍ତି---ଶେଷରେ, ଏପରି ଅନେକ ଅଲୌକିକ ଶକ୍ତି ଅଛନ୍ତି ଯାହାଙ୍କର ପ୍ରକୃତ ଶକ୍ତି ଅଛି I BSB BSB: For even if there are so-called gods, whether in heaven or on earth (as there are many so-called gods and lords),
6 UDB ତଥାପି, ଆମ୍ଭେମାନେ କହୁ, "ଏକ ଈଶ୍ୱର, ଯେ ପିତା, ତାହାଙ୍କଠାରୁ ସମସ୍ତ ବିଷୟ ଆସେ, ଏବଂ ତାହାଙ୍କ ନିମନ୍ତେ ଆମ୍ଭେମାନେ ବଞ୍ଚୁ I ଆଉ କେବଳ ଏକ ପ୍ରଭୁ, ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି; ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ଏବଂ କେବଳ ସେ ହିଁ ଆମ୍ଭମାନଙ୍କୁ ଜୀବନ ଦିଅନ୍ତି I" BSB BSB: yet for us there is but one God, the Father, from whom all things came and for whom we exist. And there is but one Lord, Jesus Christ, through whom all things came and through whom we exist. 7 UDB କିନ୍ତୁ ସମସ୍ତ ଏହା ଜାଣନ୍ତି ନାହିଁ I କେତେକ ଲୋକ ପୂର୍ବେ ମୂର୍ତ୍ତି ପୂଜା କରୁଥିଲେ, ଏବଂ ଏବେ ସୁଦ୍ଧା କରନ୍ତି, ଆଉ ମୂର୍ତ୍ତିଠାରେ ଉତ୍ସର୍ଗୀତ ଖାଦ୍ୟ ମଧ୍ୟ ଖାଆନ୍ତି, ସେମାନେ ଭାବନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ଦେବତାକୁ ପୂଜା କରୁଅଛନ୍ତି I ସେମାନେ ଦୁଇ ମତ ହୋଇଅଛନ୍ତି ଏବଂ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ବିଶ୍ୱାସ ଦୁର୍ବଳ ଅଟେ, ସେମାନେ ଅନୁଭବ କରନ୍ତି ଯେ ସେମାନେ ଦେବପ୍ରସାଦ ଖାଇବା ଦ୍ୱାରା ପ୍ରତିମାକୁ ସମ୍ମାନ ଦେଉଅଛନ୍ତି I BSB BSB: But not everyone has this knowledge. Some people are still so accustomed to idols that they eat such food as if it were sacrificed to an idol. And since their conscience is weak, it is defiled.
8 UDB ଆମ୍ଭେମାନେ ଜାଣୁ ଯେ ଖାଦ୍ୟ ଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟରେ ଭଲ କି ମନ୍ଦ କରେ ନାହିଁ I BSB BSB: But food does not bring us closer to God: We are no worse if we do not eat, and no better if we do.
9 UDB କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ଓ ଭଉଣୀମାନେ I ତୁମ୍ଭେମାନେ ଖାଦ୍ୟ ଖାଇବା ନିମନ୍ତେ ସ୍ୱାଧୀନ ଅଟ, କିନ୍ତୁ ତୁମ୍ଭେମାନେ ଲୋକମାନଙ୍କର ବିଶ୍ୱାସରେ ପତନ ହେବାର କାରଣ ହେବା ଉଚିତ୍ ନୁହେଁ ଯଦ୍ୟପି ତୁମ୍ଭେମାନେ ଏହା ଖାଇବା ନିମନ୍ତେ ସ୍ୱାଧୀନ ଅଟ I BSB BSB: Be careful, however, that your freedom does not become a stumbling block to the weak.
10 UDB ତୁମ୍ଭେମାନେ ଜାଣ ଯେ, ପ୍ରତିମାମାନେ କଦାପି ଜୀବିତ ନୁହନ୍ତି, ସେମାନେ କୌଣସି ପ୍ରକାରେ ଈଶ୍ୱର ମଧ୍ୟ ନୁହନ୍ତି I କିନ୍ତୁ ଯଦି ଯେଉଁ ଭାଇ ଓ ଭଉଣୀମାନେ ଭଲ ଓ ମନ୍ଦ ମଧ୍ୟରେ ତଫାତ୍ ଜାଣନ୍ତି ନାହିଁ; ସେମାନେ ତୁମ୍ଭମାନଙ୍କୁ ଦେବାଳୟରେ ଭୋଜନ କରିବା ଦେଖନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ମୂର୍ତ୍ତିପୂଜାରେ ପୁନର୍ବାର ଫେରିବା ନିମନ୍ତେ ଉତ୍ସାହିତ କରୁଅଛ ବୋଲି ମନେ କରିବେ I BSB BSB: For if someone with a weak conscience sees you who are well informed eating in an idol’s temple, will he not be encouraged to eat food sacrificed to idols?
11 UDB ଫଳ ସ୍ୱରୂପ, ଯଦି ତୁମ୍ଭମାନଙ୍କ ଦୁର୍ବଳ ଭାଇ କିମ୍ବା ଭଉଣୀ ତୁମ୍ଭମାନଙ୍କୁ ଦେବପ୍ରସାଦ ଖାଇବା ଦେଖନ୍ତି କାରଣ ତୁମ୍ଭମାନଙ୍କର ସେହି ଖାଦ୍ୟ ଖାଇବା ନିମନ୍ତେ ଅଧିକାର ଅଛି କିନ୍ତୁ ସେମାନଙ୍କର ସେହି ସମାନ ଅଧିକାର ନାହିଁ ---ତୁମ୍ଭମାନଙ୍କର ସ୍ୱାଧୀନତା ତୁମ୍ଭମାନଙ୍କ ସହ ବିଶ୍ୱାସୀମାନଙ୍କୁ ବିନଷ୍ଟ କରିବ ଯାହାଙ୍କ ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ I BSB BSB: So this weak brother, for whom Christ died, is destroyed by your knowledge.
12 UDB ଯେତେବେଳେ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ବିବେକ ଯାହା କରିବାକୁ ଅନୁମତି ଦିଏ ନାହିଁ ତାହା କରିବାକୁ ସେମାନଙ୍କୁ ଉତ୍ସାହିତ କର, ସେତେବେଳେ ତୁମ୍ଭେ ତୁମ୍ଭମାନଙ୍କ ଦୁର୍ବଳ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରିଥାଅ I BSB BSB: By sinning against your brothers in this way and wounding their weak conscience, you sin against Christ.
13 UDB ତେଣୁ, ମୁଁ କିଛି ଖାଦ୍ୟ ଖାଉଥିବା ଦେଖିବା ଦ୍ୱାରା, ଯଦି ମୋହର ଭାଇ କିମ୍ବା ଭଉଣୀ ଈଶ୍ୱରଙ୍କ ସେବା କରିବା ନିମନ୍ତେ ଅଯୋଗ୍ୟ ହୁଅନ୍ତି ତେବେ ମୁଁ ଆଉ କଦାପି ମାଂସ ଖାଇବି ନାହିଁ! ମୁଁ ଏପରି କିଛି କରିବାକୁ ଚାହୁଁ ନାହିଁ; ଯାହା ସେମାନଙ୍କ ପତନର କାରଣ ହେବ I BSB BSB: Therefore, if what I eat causes my brother to stumble, I will never eat meat again, so that I will not cause him to stumble.
Select verses for actions: Enter goes to them and Escape comes back.