1 UDB ମୋର କାର୍ଯ୍ୟର ସମାଲୋଚନା କରୁଥିବା ଲୋକମାନଙ୍କୁ ମୋହର ଉତ୍ତର ଏହି I ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦେଖିଅଛି I ମୁଁ ସ୍ଵାଧୀନ ଅଟେ I ତୁମ୍ଭେମାନେ ମୋହର କାର୍ଯ୍ୟର ଫଳ ଅଟ--ତୁମ୍ଭେମାନେ ମୋହର କୃତକର୍ମ I BSB BSB: Am I not free? Am I not an apostle? Have I not seen Jesus our Lord? Are you yourselves not my workmanship in the Lord?
2 UDB ଯଦ୍ୟପି ମୁଁ ଜଣେ ପ୍ରେରିତ ବୋଲି ଅନ୍ୟମାନେ ବିବେଚନା କରନ୍ତି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟରେ ଜଣେ ପ୍ରେରିତ I କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଁଦ୍ରାଙ୍କ ସ୍ଵରୂପ I BSB BSB: Even if I am not an apostle to others, surely I am to you. For you are the seal of my apostleship in the Lord.
3 UDB ମୋହର ସେବା ନିମନ୍ତେ ବିଶ୍ଵାସୀମାନେ ମୋତେ ଦେଉଥିବା ଅର୍ଥକୁ ବ୍ୟବହାର ନ କରିବା ଦ୍ୱାରା ଯେଉଁମାନେ ମୁଁ ପ୍ରେରିତ ନୁହେଁ ବୋଲି କହନ୍ତି, ସେମାନଙ୍କୁ ମୋହର ଉତ୍ତର ଏହି I BSB BSB: This is my defense to those who scrutinize me:
4 UDB ନିଶ୍ଚିତଭାବରେ ଏହି ଅର୍ଥ ସାହାଯ୍ୟରେ ବଞ୍ଚିବା ଆମ୍ଭମାନଙ୍କ ଅଧିକାର ଅଛି I BSB BSB: Have we no right to food and to drink?
6 UDB କେହି ମଧ୍ୟ ନିୟମ କରିନାହାନ୍ତି ଯେ କେବଳ ବର୍ଣ୍ଣବ୍ବା ଓ ମୁଁ ଆମ୍ଭମାନଙ୍କ ଜୀବିକା ନିର୍ବାହ କରିବା ନିମନ୍ତେ କାର୍ଯ୍ୟ କରିବୁ I BSB BSB: Or are Barnabas and I the only apostles who must work for a living?
7 UDB କୌଣସି ସୈନିକ ଆପଣା ବ୍ୟୟରେ ସୈନିକବୃତ୍ତି କରେ ନାହିଁ I କେହି ମଧ୍ୟ ଦ୍ରାକ୍ଷାକ୍ଷେତ୍ରର ଫଳ ନ ଖାଇଲେ ଓ ଦ୍ରାକ୍ଷାରସ ପାନ ନ କଲେ ଦ୍ରାକ୍ଷାକ୍ଷେତ୍ର କର୍ମ କରେ ନାହିଁ I କେହି ମଧ୍ୟ ପଶୁଠାରୁ ମିଳୁଥିବା ଦୁଗ୍ଧ ପାନ ନ କଲେ ପଶୁପଲ ପାଳନ କରେ ନାହିଁ I BSB BSB: Who serves as a soldier at his own expense? Who plants a vineyard and does not eat of its fruit? Who tends a flock and does not drink of its milk?
8 UDB ଏହା ସାଧାରଣଜ୍ଞାନ ଅଟେ I କିନ୍ତୁ ବ୍ୟବସ୍ଥା ମଧ୍ୟ ଏହା ବିଷୟରେ କୁହେ I BSB BSB: Do I say this from a human perspective? Doesn’t the Law say the same thing?
9 UDB କାରଣ ମୋଶାଙ୍କ ବ୍ୟବସ୍ଥା ଏହା କୁହେ, "ଯେତେବେଳେ ବଳଦ ଶସ୍ୟ ମଳୁଥାଏ, ସେଠାରୁ କିଛି ଖାଇବାକୁ ବଳଦକୁ ଅଟକାଅ ନାହିଁ I" ଈଶ୍ୱର ଅଧିକ ଏହି ବିଷୟରେ ଚିନ୍ତା କରନ୍ତି I BSB BSB: For it is written in the Law of Moses: “Do not muzzle an ox while it is treading out the grain.” Is it about oxen that God is concerned?
10 UDB ଏହି ବ୍ୟବସ୍ଥା ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଅଟେ I ମୋଶା ଏହା କହନ୍ତି ଯେ, ଯେକେହି କୌଣସି କାର୍ଯ୍ୟ କରେ ସେ ସେଥିରୁ ଫଳ ପାଇବା ଉଚିତ୍, ଯେପରି ବଳଦ ଶସ୍ୟ ମିଳୁଥିବା ସମୟରେ ସେଥିରୁ କିଛି ଖାଇଥାଏ I BSB BSB: Isn’t He actually speaking on our behalf? Indeed, this was written for us, because when the plowman plows and the thresher threshes, they should also expect to share in the harvest.
11 UDB ଯଦି ଆମ୍ଭେମାନେ ତୁମ୍ଭମାନଙ୍କଠାରେ ସୁସମାଚାରର ବୀଜ ବୁଣିଅଛୁ, ତେବେ ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ତୁମ୍ଭମାନଙ୍କଠାରୁ ଅର୍ଥ ଗ୍ରହଣ କରିବା କ’ଣ ଗୁରୁତର? BSB BSB: If we have sown spiritual seed among you, is it too much for us to reap a material harvest from you?
12 UDB ଯଦି ଅନ୍ୟମାନେ ତୁମ୍ଭମାନଙ୍କର ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ ଆହୁରି ଅଧିକ ଅଟୁ I ତଥାପି, ଆମ୍ଭେମାନେ ଏଥିର ଯୋଗ୍ୟ ଥିଲେ ସୁଦ୍ଧା ଆମ୍ଭେମାନେ ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିନାହୁଁ I ବରଂ, ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସମାଚାରରେ କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ I BSB BSB: If others have this right to your support, shouldn’t we have it all the more? But we did not exercise this right. Instead, we put up with anything rather than hinder the gospel of Christ.
13 UDB ନିଶ୍ଚିତରୂପେ ଯେଉଁମାନେ ମନ୍ଦିରରେ ଈଶ୍ୱରଙ୍କ ବେଦିର ସେବା କରନ୍ତି, ସେମାନେ ସେଥିରୁ ଆପଣା ନିମନ୍ତେ ଖାଦ୍ୟ ପାଆନ୍ତି I ସେମାନେ ଈଶ୍ୱରଙ୍କୁ ଉତ୍ସର୍ଗ କରିଥିବା ଖାଦ୍ୟରୁ କିଛି ପାଆନ୍ତି I BSB BSB: Do you not know that those who work in the temple eat of its food, and those who serve at the altar partake of its offerings?
14 UDB ସେହି ପ୍ରକାରେ, ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ଯେ ସୁସମାଚାର ଦ୍ୱାରା ଜୀବିକା ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇ ଅଛନ୍ତି I ଈଶ୍ୱରଙ୍କୁ ଯାହା ଦିଆଯାଏ, ସେଥିରୁ କିଛି ଅଂଶ ସେମାନେ ସେମାନଙ୍କ ଜୀବିକା ନିର୍ବାହ ନିମନ୍ତେ ଗ୍ରହଣ କରିବେ I BSB BSB: In the same way, the Lord has prescribed that those who preach the gospel should receive their living from the gospel.
15 UDB କିନ୍ତୁ ମୁଁ ଏହି ସବୁ ବିଷୟ ମୋହର ନିଜ ନିମନ୍ତେ ଦାବି କରି ନାହିଁ I ଆଉ ମୋ’ ପ୍ରତି ଯେ ଏପରି କରାଯିବ, ଏଥିପାଇଁ ମୁଁ ଏହି ସବୁ ଲେଖୁ ନାହିଁ I ମୁଁ ଗର୍ବ କରୁଅଛି ଯେ, ଏହିସବୁ ବିଷୟ ମୁଁ ତୁମ୍ଭମାନଙ୍କଠାରୁ କେବେବି ଦାବି କରି ନାହିଁ, ଆଉ କେହି ମୋହର ଦର୍ପ ବ୍ୟର୍ଥ କରିବା ଅପେକ୍ଷା ମୋହର ମରିବା ଭଲ I BSB BSB: But I have not used any of these rights. And I am not writing this to suggest that something be done for me. Indeed, I would rather die than let anyone nullify my boast.
16 UDB କାରଣ ଯଦି ମୁଁ ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ I ଯାହା କରିବା ନିମନ୍ତେ ଈଶ୍ୱର ମୋତେ ଆହୂତ କରିଅଛନ୍ତି ଯଦି ମୁଁ ତାହା ନ କରେ, ତେବେ ମୁଁ ଅନେକ ଲୁହର ସହ କେତେ ଦୁଃଖିତ ହେବି I BSB BSB: Yet when I preach the gospel, I have no reason to boast, because I am obligated to preach. Woe to me if I do not preach the gospel!
17 UDB କାରଣ ଯଦି ମୁଁ ସ୍ୱେଚ୍ଛାରେ ସୁସସମାଚର ପ୍ରଚାର କରୁଅଛି, ତେବେ ମୋହର ପୁରସ୍କାର ଅଛି I କିନ୍ତୁ କେହି ଜଣେ ମୋତେ ବାଧ୍ୟ କରିବା ହେତୁ ଯଦି ମୁଁ ପ୍ରଚାର କରେ, ତେବେ ସୁଦ୍ଧା ମୁଁ ପ୍ରଚାର କରିବି, କାରଣ ଈଶ୍ୱର ମୋତେ ବିଶ୍ୱସ୍ତ ଜାଣି ଆପଣା ନିମନ୍ତେ ଏହି କାର୍ଯ୍ୟ କରିବାକୁ ଦେଇଅଛନ୍ତି I BSB BSB: If my preaching is voluntary, I have a reward. But if it is not voluntary, I am still entrusted with a responsibility.
18 UDB ତେବେ ଈଶ୍ୱର ମୋତେ କି ପୁରସ୍କାର ଦେବେ? ଯେତେବେଳେ ମୁଁ ସୁସମାଚାର ପ୍ରଚାର କରେ, ଏହା ନିମନ୍ତେ ମୁଁ କାହାଠାରୁ ମୂଲ୍ୟ ନ ନେଇ ପ୍ରଚାର କରେ I ବରଂ ଏହା ମୁଁ ବିନା ମୂଲ୍ୟରେ ପ୍ରଚାର କରେ, ଯେପରି ଯେଉଁ ମୂଲ୍ୟ ନେବା ନିମନ୍ତେ ପ୍ରଭୁ ମୋତେ ଅନୁମତି ଦିଅନ୍ତି ତାହା ନ ନେଇ ମୁଁ ଏହା କରିପାରେ I BSB BSB: What then is my reward? That in preaching the gospel I may offer it free of charge, and so not use up my rights in preaching it.
19 UDB ମୁଁ କାହାର ଅଧିନ ନୁହେଁ, କିନ୍ତୁ ମୁଁ ସମସ୍ତଙ୍କ ଦାସ, ଯେପରି ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ନିମନ୍ତେ ମୁଁ ଅଧିକରୁ ଅଧିକ ଲୋକଙ୍କୁ ଲାଭ କରିପାରେ I BSB BSB: Though I am free of obligation to anyone, I make myself a slave to everyone, to win as many as possible.
20 UDB ଯେତେବେଳେ ମୁଁ ଯିହୁଦୀମାନଙ୍କ ସହିତ କାର୍ଯ୍ୟ କରେ, ମୁଁ ଯିହୁଦୀ ସଦୃଶ ହୁଏ, ଯେପରି ଖ୍ରୀଷ୍ଟଙ୍କ ନିମନ୍ତେ ସେମାନଙ୍କୁ ମୁଁ ଲାଭ କରିପାରେ I ଯେଉଁମାନେ ବ୍ୟବସ୍ଥାର ଅଧିନରେ ଜୀବନ ବିତାଉଥିଲେ ସେମାନଙ୍କ ନିମନ୍ତେ ମୁଁ ସେମାନଙ୍କ ପରି ଜୀବନଯାପନ କଲି, ଯେପରି ବ୍ୟବସ୍ଥାଧିନ ଲୋକମାନେ ଖ୍ରୀଷ୍ଟଙ୍କଠାରେ ଭରସା କରନ୍ତି ଯେପରି ମୁଁ ତାହାଙ୍କୁ ଭରସା କରେ I ମୁଁ ବ୍ୟବସ୍ଥାଧିନ ନ ହେଲେ ସୁଦ୍ଧା ସେମାନେ ଯେପରି ଜୀବନଯାପନ କଲେ ସେପରି ମୁଁ ଜୀବନଯାପନ କଲି I BSB BSB: To the Jews I became like a Jew, to win the Jews. To those under the law I became like one under the law (though I myself am not under the law), to win those under the law.
21 UDB ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାରୁ ପୃଥକ୍ ଜୀବନଯାପନ କରନ୍ତି, ଯେତେବେଳେ ମୁଁ ସେହି ଅଣ-ଯିହୁଦୀମାନଙ୍କ ସହ ରହେ, ସେତେବେଳେ ମୁଁ ସେମାନଙ୍କ ପରି ହେଲି (ଯଦ୍ୟପି ମୁଁ ଈଶ୍ୱରଙ୍କ ବ୍ୟବସ୍ଥାବିହୀନ ନ ହୋଇ, ଓ ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହୋଇ), ଯେପରି ଯେଉଁମାନେ ବ୍ୟବସ୍ଥାବିହୀନ ସେମାନେ ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ ସେମାନଙ୍କୁ ମୁଁ ଲାଭ କରିପାରେ I BSB BSB: To those without the law I became like one without the law (though I am not outside the law of God but am under the law of Christ), to win those without the law.
22 UDB ଯେଉଁମାନେ ନିୟମ ଓ ବ୍ୟବସ୍ଥା ବିଷୟରେ ଦୁର୍ବଳ, ସେମାନେ ଯେପରି କଲେ ସେହିପରି ମୁଁ ଜୀବନଯାପନ କଲି, ଯେପରି ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ ଲାଭ କରିପାରେ I ଅନେକ ଜୀବନଶୈଳୀ ସହିତ ଓ ଅନେକ ପ୍ରକାର ଲୋକଙ୍କ ସହିତ ମୁଁ ବ୍ୟବସ୍ଥାଧିନ ହୋଇ ଜୀବନଯାପନ କରିଛି, ଯେପରି ଈଶ୍ୱର ତାଙ୍କର ଇଚ୍ଛାନୁସାରେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ରକ୍ଷା କରିବେ I BSB BSB: To the weak I became weak, to win the weak. I have become all things to all people so that by all possible means I might save some.
23 UDB ଆମ୍ଭମାନଙ୍କ ନିମନ୍ତେ ଥିବା ସୁସମାଚାରର ଆଶୀର୍ବାଦ ଅନୁଭବ କରିବା ପାଇଁ, ମୁଁ ଏହି ସମସ୍ତ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କ ବିଷୟକ ସୁସମାଚାର ଘୋଷଣା କରିପାରେ I BSB BSB: I do all this for the sake of the gospel, so that I may share in its blessings.
24 UDB ଲୋକେ ଯେତେବେଳେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ତ ଦୌଡ଼ନ୍ତି, କିନ୍ତୁ କେବଳ ଜଣେ ବିଜୟୀ ହୋଇଥାଏ I ତେଣୁ, ତୁମ୍ଭେମାନେ ମଧ୍ୟ ବିଜୟୀ ହେବା ନିମନ୍ତେ ସେହିପରି ଦୌଡ଼ I BSB BSB: Do you not know that in a race all the runners run, but only one receives the prize? Run in such a way as to take the prize.
25 UDB ପ୍ରତ୍ୟେକ ଖେଳାଳୀ ଆପଣା ତାଲିମ୍ ବିଷୟରେ ଯତ୍ନବାନ ଥାଏ I ସେମାନେ ଦୌଡ଼ନ୍ତି ଯେପରି ସେମାନଙ୍କ ମଧ୍ୟରୁ ଜଣେ ବିଜୟର ମୁଁକୁଟ ଯାହା ମସ୍ତକରେ ପିନ୍ଧାଯାଏ ତାହା ପାଇପାରନ୍ତି, କିନ୍ତୁ ଏହା ଜୀତ ପତ୍ରରେ ପ୍ରସ୍ତୁତ ଅଟେ, ଓ ଏହା ଶୀଘ୍ର କ୍ଷୟ ପାଏ ଓ ଝାଉଁଳି ଯାଏ, କିନ୍ତୁ ଆମ୍ଭେମାନେ ଦୌଡ଼ୁ ଯେପରି ସେହି ଅକ୍ଷୟଣୀୟ ମୁଁକୁଟ ପାଇପାରୁ I BSB BSB: Everyone who competes in the games trains with strict discipline. They do it for a crown that is perishable, but we do it for a crown that is imperishable.
26 UDB ଅତଏବ, ପ୍ରତ୍ୟେକଟି ବିଷୟ ମୁଁ କରେ, ତାହା ମୁଁ ଉଦ୍ଦେଶ୍ୟ ସାଧନ ନିମନ୍ତେ କରେ I ମୁଁ ଆପଣା ଚ଼େଷ୍ଟା ବିଫଳ କରେ ନାହିଁ ଓ ଶୂନ୍ୟକୁ ଆଘାତ କରି ବୃଥାରେ ଆପଣାକୁ କ୍ଲାନ୍ତ କରେ ନାହିଁ ଯେପରି ଜଣେ ମୁଁଷ୍ଟି ଯୋଦ୍ଧା ଆପଣା ବିପକ୍ଷ ନ ଥାଇ ସେ ବୃଥାକୁ ଆଘାତ କରେ I BSB BSB: Therefore I do not run aimlessly; I do not fight like I am beating the air.
27 UDB ମୁଁ ମୋହର ଶରୀରକୁ ଶୃଙ୍ଖଳିତ ରଖେ ଓ ଏହାକୁ ମୋହର ଆଜ୍ଞା ପାଳନ ନିମନ୍ତେ ତାହା କରେ I କାରଣ ଅନ୍ୟମାନଙ୍କୁ ପ୍ରଚାର କରି ଯାହା ସେ ମୋତେ କରିବାକୁ ଆଜ୍ଞା ଦେଇଥିଲେ ତାହା ସମ୍ପୂର୍ଣ୍ଣ କରିବାକୁ ବିଫଳ ହୋଇ ଆପଣା ପୁରସ୍କାର ହରାଏ, ଏହା ମୁଁ ଇଚ୍ଛା କରୁ ନାହିଁ I BSB BSB: No, I discipline my body and make it my slave, so that after I have preached to others, I myself will not be disqualified.
Select verses for actions: Enter goes to them and Escape comes back.