1 UDB ଚିନ୍ତାକରି ଦେଖ ଆମର ପିତା ଆମ୍ଭମାନଙ୍କୁ କେତେ ଭଲ ପାଆନ୍ତି: ସେ ଆମ୍ଭମାନଙ୍କୁ ତାଙ୍କର ସନ୍ତାନ କହିବାକୁ ଅନୁମତି ଦେଇଅଛନ୍ତି ଓ ଏହା ହିଁ ସତ୍ୟ I କିନ୍ତୁ ଅବିଶ୍ୱାସୀମାନେ ବୁଝିନାହାନ୍ତି ଯେ ଈଶ୍ୱର କିଏ I ଏଥିପାଇଁ ଆମ୍ଭେ କିଏ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଏହା ସେମାନେ ବୁଝନ୍ତି ନାହିଁ I BSB BSB: Behold what manner of love the Father has given to us, that we should be called children of God. And that is what we are! The reason the world does not know us is that it did not know Him.
2 UDB ପ୍ରିୟ ବନ୍ଧୁମାନେ, ଯଦିଓ ଆମ୍ଭେମାନେ ଏବେ ଈଶ୍ୱରଙ୍କ ସନ୍ତାନ, ଆମ୍ଭେମାନେ ଭବିଷ୍ୟତରେ କିପରି ହେବା ସେ ଏଯାଏ ଦେଖାଇ ନାହାନ୍ତି I ତଥାପି, ଆମ୍ଭେ ଜାଣୁ ଯେ ଯେତେବେଳେ ଖ୍ରୀଷ୍ଟ ଆଉ ଥରେ ଆସିବେ, ଆମ୍ଭେମାନେ ତାଙ୍କ ପରି ହେବୁ, କାରଣ ଆମ୍ଭେ ତାଙ୍କୁ ମୁହାଁ ମୁହିଁ ଦେଖିବୁ I BSB BSB: Beloved, we are now children of God, and what we will be has not yet been revealed. We know that when Christ appears, we will be like Him, for we will see Him as He is.
3 UDB ସେଥିପାଇଁ ଯେଉଁମାନେ ଦୃଢବିଶ୍ୱାସରେ ଖ୍ରୀଷ୍ଟଙ୍କୁ ମୁହାଁ ମୁହିଁ ଦେଖିବା ପାଇଁ ଇଚ୍ଛା କରନ୍ତି, ଖ୍ରୀଷ୍ଟଙ୍କ ପରି, ସେମାନେ ପାପ କରିବେ ନାହିଁ, ଯିଏ କେବେ ମଧ୍ୟ ପାପ କରନ୍ତି ନାହିଁ I BSB BSB: And everyone who has this hope in Him purifies himself, just as Christ is pure.
4 UDB କିନ୍ତୁ ଯେଉଁମାନେ ପାପ କରିଚାଲିଥାନ୍ତି; ସେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ମନା କରନ୍ତି I କାରଣ ଈଶ୍ୱରଙ୍କ ଆଜ୍ଞାକୁ ପାଳନ ନ କରିବା ହିଁ ପାପ I BSB BSB: Everyone who practices sin practices lawlessness as well. Indeed, sin is lawlessness.
5 UDB ତୁମ୍ଭେ ଜାଣ ଯେ ପାପର ବୋଝକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିପାରିବେ ବୋଲି ଖ୍ରୀଷ୍ଟ ଅସିଥିଲେ I ତୁମ୍ଭେମାନେ ମଧ୍ୟ ଜାଣ ଯେ ସେ କେବେ ପାପ କରି ନ ଥିଲେ I BSB BSB: But you know that Christ appeared to take away sins, and in Him there is no sin.
6 UDB ଯେଉଁମାନେ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବାରମ୍ବାର ପାପ କରନ୍ତି ନାହିଁ I କିନ୍ତୁ ଯେଉଁମାନେ ବାରମ୍ବାର ପାପ କରନ୍ତି ସେମାନେ ଖ୍ରୀଷ୍ଟ କିଏ ଏଯାଏ ବୁଝି ନାହାନ୍ତି କିଅବା ସେମାନେ ତାହାଙ୍କ ସହିତ ସଂଯୁକ୍ତ ନୁହନ୍ତି I BSB BSB: No one who remains in Him keeps on sinning. No one who continues to sin has seen Him or known Him.
7 UDB ହେ ମୋର ପ୍ରିୟମାନେ ମୁଁ ଇଚ୍ଛା କରୁଛି କି, ପାପ କରିବା ଠିକ୍ ବିଷୟ ବୋଲି କହି କେହି ତୁମକୁ ପ୍ରବଞ୍ଚନା ନ କରୁ I ଯଦି ତୁମ୍ଭେ ଧର୍ମାଚରଣ କରୁଛ, ତାହାହେଲେ ତୁମ୍ଭେ ଧାର୍ମିକ, ଯେପରି ଖ୍ରୀଷ୍ଟ ଧାର୍ମିକ ଅଟନ୍ତି I BSB BSB: Little children, let no one deceive you: The one who practices righteousness is righteous, just as Christ is righteous.
8 UDB କିନ୍ତୁ ଯିଏ ବାରମ୍ବାର ପାପ କରେ ସେ ଶୟତାନ ପରି, କାରଣ ଶୟତାନ ଜଗତ ଆରମ୍ଭରୁ ପାପ କରି ଆସୁଛି ଓ ଶୟତାନର କାର୍ଯ୍ୟ ବିନଷ୍ଟ କରିବାକୁ ଯେପରି ସେ ଈଶ୍ୱରଙ୍କ ପୁତ୍ର ମନୁଷ୍ୟ ହେଲେ I BSB BSB: The one who practices sin is of the devil, because the devil has been sinning from the very start. This is why the Son of God was revealed, to destroy the works of the devil.
9 UDB ଲୋକମାନେ ଯଦି ଈଶ୍ୱରଙ୍କ ସନ୍ତାନ ହୋଇ ଅଛନ୍ତି ତାହାହେଲେ ସେମାନେ ବାରମ୍ବାର ପାପ କରିବେ ନାହିଁ I ସେମାନେ ପାପ ବାରମ୍ବାର କରିପାରିବେ ନାହିଁ କାରଣ ଈଶ୍ୱର ସେମାନଙ୍କୁ ନିଜ ସନ୍ତାନ କରିଅଛନ୍ତି, ଓ ସେ ନିଜର ସ୍ୱଭାବକୁ ଯେପରି ସେଇ ବିଷୟକୁ ସେ ସେମାନଙ୍କ ମଧ୍ୟରେ ରଖିଅଛନ୍ତି I BSB BSB: Anyone born of God refuses to practice sin, because God’s seed abides in him; he cannot go on sinning, because he has been born of God.
10 UDB ଯେଉଁମାନେ ଈଶ୍ୱରଙ୍କ ସନ୍ତାନ ସେମାନେ ଶୟତାନର ସନ୍ତାନମାନଙ୍କଠାରୁ ଭିନ୍ନ ଅଟନ୍ତି I ଏହି ପ୍ରକାରେ ଆମ୍ଭେ ଜାଣିପାରୁ କିଏ ଶୟତାନର ସନ୍ତାନ ଯେଉଁମାନେ ଧର୍ମାଚରଣ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି ଓ ଯେଉଁମାନେ ତାଙ୍କର ସହ ବିଶ୍ୱାସୀମାନଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି I BSB BSB: By this the children of God are distinguished from the children of the devil: Anyone who does not practice righteousness is not of God, nor is anyone who does not love his brother.
11 UDB ତୁମ୍ଭେମାନେ ବିଶ୍ୱାସ କରିବା ଦିନଠାରୁ ଶୁଣିଆସୁଛ; ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍ I BSB BSB: This is the message you have heard from the beginning: We should love one another.
12 UDB ଆଦମଙ୍କ ପୁତ୍ର, ଶୟତାନର ଦାସ, ଦୁଷ୍ଟ କୟିନ, ସଦୃଶ ଆମ୍ଭେ ପରସ୍ପରକୁ ଘୃଣା କରିବା ଉଚିତ ନୁହେଁ I କାରଣ କୟିନ ତା’ର ସାନ ଭାଇକୁ ଘୃଣା କଲା, ସେ ତାହାର ହତ୍ୟା କଲା I ମୁଁ ତୁମ୍ଭକୁ କହୁଛି କାହିଁକି ସେ ତା’ ଭାଇକୁ ହତ୍ୟା କଲା I କାରଣ କୟିନର ସ୍ୱଭାବ ଖରାପ ଥିଲା ଓ ସେ ତା’ର ସାନ ଭାଇ କି ଘୃଣା କରୁଥିଲା କାରଣ ତା’ର ସାନ ଭାଇର ଭଲ ସ୍ୱଭାବ ଥିଲା I BSB BSB: Do not be like Cain, who belonged to the evil one and murdered his brother. And why did Cain slay him? Because his own deeds were evil, while those of his brother were righteous.
13 UDB ଅବିଶ୍ୱାସୀମାନେ ତୁମ୍ଭକୁ ଘୃଣା କଲେ ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୁଅ ନାହିଁ I BSB BSB: So do not be surprised, brothers, if the world hates you.
15 UDB ନିଜ ସହ ବିଶ୍ୱାସୀ ମାନଙ୍କୁ ଘୃଣା କରିବା ଲୋକଙ୍କୁ, ଈଶ୍ୱର ହତ୍ୟାକାରୀ ଭାବେ ଦେଖନ୍ତି I ଯିଏ ନିଜ ଭାଇକୁ ପ୍ରେମ କରେ ନାହିଁ ସେ ମରଣ ପାଇଁ ବଞ୍ଚିଛି, ଜୀବନ ପାଇଁ ନୁହେଁ I BSB BSB: Everyone who hates his brother is a murderer, and you know that eternal life does not reside in a murderer.
16 UDB ଖ୍ରୀଷ୍ଟ ତାଙ୍କର ନିଜ ସ୍ୱାଧୀନ ଇଚ୍ଛାରେ ଆମ ପାଇଁ ପ୍ରାଣ ଦେଲେ ଏକଥା ସ୍ମରଣ ରଖି ଆମ୍ଭେ ଆମର ସହ ବିଶ୍ୱାସୀମାନଙ୍କୁ ପ୍ରେମ କରିବା ଉଚିତ୍, ଓ ସେହିପରି ଆମେ ମଧ୍ୟ ଆମର ସହ ବିଶ୍ୱାସୀମାନଙ୍କ ପାଇଁ ପ୍ରାଣପଣ କରିବା I BSB BSB: By this we know what love is: Jesus laid down His life for us, and we ought to lay down our lives for our brothers.
17 UDB ଏହି ଜଗତରେ ବଞ୍ଚିବା ନିମନ୍ତେ ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ରହିଅଛି I ତେଣୁ ଆମ୍ଭମାନଙ୍କ ସହ ବିଶ୍ୱାସୀମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆମ୍ଭେମାନେ ଯତ୍ନବାନ ହେବା ଆବଶ୍ୟକ I ଯଦି ତାହା ନ କରୁ ତେବେ ଈଶ୍ୱରଙ୍କ ପ୍ରେମ ଆମଠାରେ ନାହିଁ I BSB BSB: If anyone with earthly possessions sees his brother in need, but withholds his compassion from him, how can the love of God abide in him?
18 UDB ମୋର ପ୍ରିୟପାତ୍ର ତୁମେ, ତୁମ୍ଭକୁ ମୁଁ କହୁଛି ଆମ୍ଭେ ଯେପରି କଥାରେ ପରସ୍ପରକୁ ପ୍ରେମ ନ କରୁ; ଚାଲ ଆମ୍ଭେ ପରସ୍ପରକୁ ସାହାଯ୍ୟ କରିବା ଦ୍ୱାରା ପ୍ରେମ କରୁ I BSB BSB: Little children, let us love not in word and speech, but in action and truth.
19 UDB ଯଦି ଆମ୍ଭେ ଆମର ସହ ବିଶ୍ୱାସୀମାନଙ୍କୁ ସତରେ ପ୍ରେମ କରୁ, ଆମ୍ଭେ ତାହାହେଲେ ନିଶ୍ଚିନ୍ତ ହୋଇପାରିବା ଯେ ଆମ୍ଭେ ଖ୍ରୀଷ୍ଟଙ୍କ ପ୍ରକୃତ ସୁସମ୍ବାଦ ଅନୁଯାୟୀ ଜୀବନ କାଟୁଛୁ I ଏହାର ପରିଣାମ ସ୍ୱରୁପ, ଆମ୍ଭେ ଈଶ୍ୱରଙ୍କ ଉପସ୍ଥିତରେ ଦୋଷୀ ଅନୁଭବ କରିବା ନାହିଁ I BSB BSB: And by this we will know that we belong to the truth, and will assure our hearts in His presence:
20 UDB ଆମ୍ଭେ ଦୃଢ ବିଶ୍ୱାସରେ ପ୍ରାର୍ଥନା କରିବା ଦରକାର, ଆମ୍ଭେ ଭୁଲ୍ କରିଥିଲେ ମଧ୍ୟ ଈଶ୍ୱର ବିଶ୍ୱାସ୍ୟ I ସେ ଆମ ବିଷୟରେ ସବୁ କିଛି ଜାଣନ୍ତି I BSB BSB: Even if our hearts condemn us, God is greater than our hearts, and He knows all things.
21 UDB ପ୍ରିୟ ବନ୍ଧୁଗଣ, ଯଦି ଆମ ମନ ପାପ କରିବା ଦୋଷରେ ଦୋଷୀ ନୁହେଁ ବୋଲି ଅନୁଭବ କରୁ ତା’ହାହେଲେ ଆମ୍ଭେ ଈଶ୍ୱରଙ୍କୁ ଦୃଢ ବିଶ୍ୱାସ ସହ ପ୍ରାର୍ଥନା କରିବା ଉଚିତ I BSB BSB: Beloved, if our hearts do not condemn us, we have confidence before God,
22 UDB ଆମେ ତାଙ୍କର ଆଜ୍ଞା ପାଳନ କରି ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରୁଥିବାରୁ ଆମେ ବିଶ୍ୱାସର ସହ ଯାହା ମାଗିଥାଉ, ତାହା ପାଇଥାଉ I BSB BSB: and we will receive from Him whatever we ask, because we keep His commandments and do what is pleasing in His sight.
23 UDB ମୁଁ ତୁମ୍ଭକୁ କହୁଛି ସେ ଆମ୍ଭମାନଙ୍କୁ କ’ଣ କରିବା ଲାଗି ଆଜ୍ଞା ଦିଅନ୍ତି: ଆମ୍ଭେ ଏହା ବିଶ୍ୱାସ କରିବା ଦରକାର ଯେ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ତାଙ୍କ ପୁତ୍ର I ଆମ୍ଭେମାନେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଦରକାର, ଯେପରି ଈଶ୍ୱର ଆମ୍ଭମାନଙ୍କୁ ଆଜ୍ଞା କରିଅଛନ୍ତି I BSB BSB: And this is His commandment: that we should believe in the name of His Son, Jesus Christ, and we should love one another just as He commanded us.
24 UDB ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାପାଳନ କରିଅଛନ୍ତି ସେମାନେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି, ଓ ଈଶ୍ୱର ସେମାନଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି ଆମଠାରେ ତାଙ୍କର ପ୍ରଦତ୍ତ ଆତ୍ମା ଥିବାରୁ, ନିଶ୍ଚିନ୍ତ ହୋଇପାରୁ କି ଈଶ୍ୱର ଆମ ସହିତ ସଂଯୁକ୍ତ ହୋଇଅଛନ୍ତି I BSB BSB: Whoever keeps His commandments remains in God, and God in him. And by this we know that He remains in us: by the Spirit He has given us.
Select verses for actions: Enter goes to them and Escape comes back.