1 UDB ମୁଁ ଯେ ପ୍ରଧାନ ପ୍ରାଚୀନ ତୁମେ ସମସ୍ତେ ଜାଣ I ଯେଉଁ ବିଶ୍ୱାସୀ ମଣ୍ଡଳୀକୁ ମୁଁ ପ୍ରେମ କରେ ସେମାନଙ୍କୁ ଏହି ପତ୍ର ଲେଖୁଅଛି I ପ୍ରଭୁ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି ଏବଂ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ କାରଣ ଖ୍ରୀଷ୍ଟଙ୍କ ବିଷୟରେ ଅମ୍ଭେମାନେ ଯାହା ଜାଣୁ ତାହା ସତ୍ୟ ଅଟେ I କେବଳ ମୁଁ ତୁମକୁ ପ୍ରେମ କରେ ତାହା ନୁହେଁ ମାତ୍ର ଯେଉଁମାନେ ଯୀଶୁଙ୍କ ଶିକ୍ଷା ଦେଇଥିବା ସତ୍ୟ ବାକ୍ୟ ଜାଣିଅଛନ୍ତି ଓ ଗ୍ରହଣ କରିଛନ୍ତି ସେମାନେ ମଧ୍ୟ ତୁମକୁ ପ୍ରେମ କରନ୍ତି I BSB BSB: The elder, To the chosen lady and her children, whom I love in the truth—and not I alone, but also all who know the truth—
2 UDB ଏହା ସତ୍ୟ କାରଣ ଈଶ୍ୱରଙ୍କ ସତ୍ୟ ବାକ୍ୟକୁ ଆମେ ସମସ୍ତେ ବିଶ୍ୱାସ କରୁ I ଏହା ଅମ୍ଭମାନଙ୍କ ଅନ୍ତରରେ ଅଛି ଓ ଆମ୍ଭେମାନେ ସଦାସର୍ବଦା ଏହା ବିଶ୍ୱାସ କରିବୁ I BSB BSB: because of the truth that abides in us and will be with us forever:
3 UDB ପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭମାନଙ୍କୁ ପ୍ରଦାନ କରନ୍ତୁ। ଆମ୍ଭେମାନେ ଶାନ୍ତି ପାଇବା କାରଣ ସେମାନେ ଆମ୍ଭମାନଙ୍କୁ ବାସ୍ତବରେ ପ୍ରେମ କରନ୍ତି I BSB BSB: Grace, mercy, and peace from God the Father and from Jesus Christ, the Son of the Father, will be with us in truth and love.
4 UDB ମୁଁ ବେଶ୍ ଖୁସି କାରଣ ମୁଁ ଶୁଣିଲି ଯେ ତୁମ୍ଭମାନଙ୍କ ମଧ୍ୟରୁ କେତେକ ଶିକ୍ଷା ଦିଆଯାଇଥିବା ବାକ୍ୟ ଅନୁସାରେ ଜୀବନ କାଟୁଅଛନ୍ତି I ଏହା ହିଁ ପିତା ଈଶ୍ୱର ଆମ୍ଭମାନଙ୍କୁ କରିବା ପାଇଁ ଆଦେଶ ଦେଇଥିଲେ I BSB BSB: I was overjoyed to find some of your children walking in the truth, just as the Father has commanded us.
5 UDB ପ୍ରିୟ ମଣ୍ଡଳୀ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି ଯେ ସେ ଯାହା ଆମ୍ଭମାନଙ୍କୁ ଆଦେଶ ଦେଇଛନ୍ତି ତାହା ମାନିବା I ଏହି ସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି I ପ୍ରଭୁ ଏହା ଆଦେଶ ଦିଅନ୍ତି ଯେ ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ। ଏବଂ ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି I ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲୁ ସେତେବେଳେ ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଆଯାଇଥିଲା I BSB BSB: And now I urge you, dear lady—not as a new commandment to you, but one we have had from the beginning—that we love one another.
6 UDB ଈଶ୍ୱରଙ୍କ ପ୍ରତି ଓ ପରସ୍ପର ପ୍ରତି ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଈଶ୍ୱରଙ୍କୁ ପ୍ରେମ କର ଏବଂ ପରସ୍ପରକୁ ପ୍ରେମ କର I BSB BSB: And this is love, that we walk according to His commandments. This is the very commandment you have heard from the beginning, that you must walk in love.
7 UDB ଅନେକ ଲୋକ ଯେଉଁମାନେ ଅନ୍ୟକୁ ପ୍ରତାରଣା କରନ୍ତି ସେମାନେ ମଣ୍ଡଳୀ ପରିତ୍ୟାଗ କରିଅଛନ୍ତି ଏବଂ ବର୍ତ୍ତମାନ ସେମାନେ ଅନ୍ୟ ଦଳ ସହିତ ଅଛନ୍ତି I ଯୀଶୁ ଖ୍ରୀଷ୍ଟ ଯେ ମନୁଷ୍ୟ ରୁପ ନେଇ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ସେମାନେ ମଧ୍ୟ ଅନ୍ୟକୁ ପ୍ରତାରଣା କରନ୍ତି ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି I BSB BSB: For many deceivers have gone out into the world, refusing to confess the coming of Jesus Christ in the flesh. Any such person is the deceiver and the antichrist.
8 UDB ସାବଧାନ ରୁହ, ଭଣ୍ଡ ଶିକ୍ଷକମାନେ ଯେପରି ତୁମ୍ଭମାନଙ୍କୁ ପ୍ରତାରଣା ନ କରନ୍ତି I ଯଦି ସେମାନଙ୍କୁ ସୁଯୋଗ ଦିଆଯାଏ, ତେବେ ତୁମ୍ଭେମାନେ ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇବ ଏବଂ ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବା ପାଇଁ ଯେଉଁ ପୁରସ୍କାର ପାଇବା ନିମନ୍ତେ ପରିଶ୍ରମ କରୁ ଅଛୁ ତାହା ଯେପରି ନ ହରାଉ। BSB BSB: Watch yourselves, so that you do not lose what we have worked for, but that you may be fully rewarded.
9 UDB ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରନ୍ତି ଏବଂ ବିଶ୍ୱାସ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କ ସହିତ ସଂଯୁକ୍ତ ନୁହନ୍ତି I ମାତ୍ର ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରନ୍ତି, ତେବେ ସେମାନେ ଉଭୟ ପିତା ଏବଂ ପୁତ୍ରଙ୍କ ସହିତ ସଂଯୁକ୍ତ ଅଟନ୍ତି I BSB BSB: Anyone who runs ahead without remaining in the teaching of Christ does not have God. Whoever remains in His teaching has both the Father and the Son.
10 UDB ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ କିମ୍ବା ଗ୍ରହଣ କର ନାହିଁ I ଏପରି କି ନମସ୍କାର ମଧ୍ୟ କରନାହିଁ I BSB BSB: If anyone comes to you but does not bring this teaching, do not receive him into your home or even greet him.
11 UDB ତୁମ୍ଭେ ତାହାକୁ ଯଦି ଅନ୍ୟ ସହବିଶ୍ୱାସୀଙ୍କ ପରି ଗ୍ରହଣ କରିବ, ତେବେ ତାହାକୁ ମନ୍ଦକର୍ମ କରିବାରେ ତୁମେ ସାହାଯ୍ୟ କରୁଛ I BSB BSB: Whoever greets such a person shares in his evil deeds.
12 UDB ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି କିନ୍ତୁ ମୁଁ ପତ୍ରରେ ତାହା ଲେଖୁନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। BSB BSB: I have many things to write to you, but I would prefer not to do so with paper and ink. Instead, I hope to come and speak with you face to face, so that our joy may be complete.
13 UDB ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଏଠାରେ ଥିବା ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି। BSB BSB: The children of your elect sister send you greetings.
Select verses for actions: Enter goes to them and Escape comes back.