1 UDB ବର୍ତ୍ତମାନ ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନ ବିଷୟରେ ତୁମ୍ଭମାନଙ୍କୁ ଲେଖିବାକୁ ଇଛା କରୁଅଛି ଏବଂ ମୁଁ ଆଶା କରେ, ସେତେବେଳେ ଆମ୍ଭମାନଙ୍କ ଈଶ୍ଵର ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ମିଳିତ କରିବେ I BSB BSB: Now concerning the coming of our Lord Jesus Christ and our being gathered together to Him, we ask you, brothers,
2 UDB ତୁମ୍ଭମାନଙ୍କ ନିକଟରେ ଥିବା ପ୍ରତ୍ୟେକ ବାକ୍ୟ ବିଷୟରେ ଶାନ୍ତଭାବରେ ଚିନ୍ତା କର I ଯଦି ଏହା କୌଣସି ମନୁଷ୍ୟଠାରୁ ଆସିଥାଏ, ମଧ୍ୟ ଯଦି ଏହା ମୋହର ଲିଖିତ ବୋଲି ମୁଁ ଦାବି କରୁଥାଏ, କିମ୍ବା ଈଶ୍ୱରଙ୍କ ଆତ୍ମା ଦ୍ୱାରା ପ୍ରକାଶିତ ବୋଲି କେହି ଯଦି ଦାବି କରିଥାଏ ତେବେ ମୁଁ କହୁଅଛି, ପ୍ରଭୁ ଯୀଶୁ ଯେ ଜଗତକୁ ପୁନରାଗମନ କରିସାରିଛନ୍ତି, ଏହା ତୁମ୍ଭେମାନେ ବିଶ୍ଵାସ କର ନାହିଁ I BSB BSB: not to be easily disconcerted or alarmed by any spirit or message or letter seeming to be from us, alleging that the Day of the Lord has already come.
3 UDB ଆଉ ତୁମ୍ଭମାନ଼ଙ୍କୁ କେହି ଏପରି ସମ୍ବାଦ ଵିଶ୍ଵାସ କରିବା ନିମନ୍ତେ ନ ଭୁଲାଉ I ପ୍ରଭୁ ଯୀଶୁ ହଠାତ୍ ଆଗମନ କରିବେ ନାହିଁ, ସର୍ବ ପ୍ରଥମେ ଅନେକେ ଈଶ୍ଵରଙ୍କୁ ବିରୋଧ କରିବେ I ଈଶ୍ଵରଙ୍କୁ ଅତ୍ୟନ୍ତ ଘୃଣାକାରୀ ଜଣେ ଅଧର୍ମ ପୁରୁଷକୁ ସେମାନେ ଗ୍ରହଣ କରି ତାହାର ବାଧ୍ୟ ହେବେ, ଯାହାଙ୍କୁ ଈଶ୍ଵର ବିନାଶ କରିବେ I BSB BSB: Let no one deceive you in any way, for it will not come until the rebellion occurs and the man of lawlessness—the son of destruction—is revealed.
4 UDB ସେ ଈଶ୍ଵରଙ୍କ ଚିର ଶତ୍ରୁ ଅଟେ ସେ ସମସ୍ତଙ୍କ ବିରୁଦ୍ଧରେ ଅତି ଗର୍ବର କାର୍ଯ୍ୟମାନ କରିବା ଦେଖି ଲୋକମାନେ ତାକୁ ଈଶ୍ଵର ବୋଲି ଭାବୀ ତାହାର ଉପାସନା କରିବେ, ଏହାର ଫଳ ସ୍ଵରୁପ ସେ ଈଶ୍ଵରଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ସେଠାରେ ଆପଣା ସିଂହାସନ ସ୍ଥାପନ କରି ସମସ୍ତଙ୍କର ବିଚାର କରିବ ଓ ସମସ୍ତ ଲୋକଙ୍କ ଆଗରେ ନିଜକୁ ଈଶ୍ଵର ବୋଲି ଘୋଷଣା କରିବ I BSB BSB: He will oppose and exalt himself above every so-called god or object of worship. So he will seat himself in the temple of God, proclaiming himself to be God.
5 UDB ମୁଁ, ଥେସଲନୀକୀୟରେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ଯାହା ଯାହା କହିଥିଲି, ତୁମ୍ଭେମାନେ ତାହା ସ୍ମରଣରେ ରଖିଅଛ ବୋଲି ମୁଁ ନିଶ୍ଚିତ ଅଟେ I BSB BSB: Do you not remember that I told you these things while I was still with you?
6 UDB ତୁମ୍ଭେମାନେ ଏହା ମଧ୍ୟ ଜାଣ ଯେ, ସେ ଏବେ ସୁଦ୍ଧା ନିଜକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁଅଛି I ଈଶ୍ଵର ଯେ ପର୍ଯ୍ୟନ୍ତ ତାକୁ ଅନୁମତି ଦେଇ ଅଛନ୍ତି, ସେପର୍ଯ୍ୟନ୍ତ ସେ ଏହି ସମସ୍ତ କରିବାକୁ ସକ୍ଷମ ଅଟେ I BSB BSB: And you know what is now restraining him, so that he may be revealed at the proper time.
7 UDB ଏପରିକି ଶୟତାନ ପ୍ରଥମରୁ ହିଁ ଈଶ୍ଵରଙ୍କ ଆଜ୍ଞାଗୁଡିକୁ ଅସ୍ୱୀକାର କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ଅତି ଗୁପ୍ତରେ କାର୍ଯ୍ୟକରି ଆସୁଅଛି I ଈଶ୍ଵର ଯେପର୍ଯ୍ୟନ୍ତ ତାକୁ ଦୂରକରି ନାହାନ୍ତି, ସେପର୍ଯ୍ୟନ୍ତ ସେ ଆପଣାକୁ ପ୍ରକାଶ କରି ସମସ୍ତ ଲୋକଙ୍କୁ ଭ୍ରାନ୍ତ କରିବ I BSB BSB: For the mystery of lawlessness is already at work, but the one who now restrains it will continue until he is taken out of the way.
8 UDB ତହିଁରେ ପରମେଶ୍ଵର ଈଶ୍ଵରଙ୍କ ଆଜ୍ଞାଗୁଡିକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥିବା ସେହି ବ୍ୟକ୍ତିଙ୍କୁ ଏହି ପୃଥିବୀରେ ନିଜକୁ ପ୍ରକାଶ କରିବା ନିମନ୍ତେ ଅନୁମତି ପ୍ରଦାନ କରିବେ I ତତ୍ପରେ ପ୍ରଭୁ ଯୀଶୁ ପୁନରାଗମନ କରି ତାକୁ ବିନାଶ କରିବା ନିମନ୍ତେ ଆଜ୍ଞା ଦେବେ I ଏହି ଅଧର୍ମ ପୁରୁଷ ଅଳ୍ପକ୍ଷଣ ପାଇଁ ପ୍ରକାଶମାନ ହେବ ପୁଣି ପ୍ରଭୁ ଯୀଶୁ ତାକୁ ସମ୍ପୂର୍ଣ୍ଣ ବିନାଶ କରିବା ନିମନ୍ତେ ଅଭିଶାପ ଦେବେ I BSB BSB: And then the lawless one will be revealed, whom the Lord Jesus will slay with the breath of His mouth and annihilate by the majesty of His arrival.
9 UDB କିନ୍ତୁ ଯୀଶୁ ତାକୁ ବିନାଶ କରିବା ପୂର୍ବେ ଶୟତାନ ସେହି ଅଧର୍ମ ପୁରୁଷକୁ ମହା କ୍ଷମତା ପ୍ରଦାନ କରିବା I ଏପରିକି ସେ ନାନା ପ୍ରକାରର ଅଲୌକିକ ଓ ମହା ମହା ଆଶ୍ଚର୍ଯ୍ୟ କର୍ମମାନ କରିବ ଓ ଅନେକ ଲୋକ ତାହାର କୃତ କାର୍ଯ୍ୟଗୁଡିକୁ ଦେଖି ତାହାକୁ ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ବ୍ୟକ୍ତି ବୋଲି ତାକୁ ବିଶ୍ଵାସ କରିବେ I BSB BSB: The coming of the lawless one will be accompanied by the working of Satan, with every kind of power, sign, and false wonder,
10 UDB ସେହି ଅଧର୍ମ ପୁରୁଷର କୃତ କର୍ମ ଦ୍ଵାରା ସମସ୍ତେ ଭ୍ରାନ୍ତ ହୋଇ ବିନାଶ ପାଇବେ Iସେ ଲୋକମାନଙ୍କୁ ପ୍ରତାରଣା କରିବ, କାରଣ ସେମାନେ ଈଶ୍ଵରଙ୍କ ପରିତ୍ରାଣ ସାଧନର ସତ୍ୟ ସମ୍ବାଦକୁ ବିଶ୍ଵାସ କଲେ ନାହିଁ I BSB BSB: and with every wicked deception directed against those who are perishing, because they refused the love of the truth that would have saved them.
11 UDB ଆଉ, ସେମାନେ ଯେପରି ମିଥ୍ୟାରେ ବିଶ୍ଵାସ କରନ୍ତି, ଏଥିପାଇଁ ଈଶ୍ଵର ସେମାନଙ୍କ ନିକଟକୁ ଭ୍ରାନ୍ତି ଜନକ ଶକ୍ତି ପ୍ରେରଣ କରନ୍ତି I BSB BSB: For this reason God will send them a powerful delusion so that they believe the lie,
12 UDB ଶେଷରେ ଯେଉଁମାନେ ଖ୍ରୀଷ୍ଟଙ୍କ ସତ୍ୟତା ବିଷୟରେ ବିଶ୍ଵାସ ନ କରି ଅଧର୍ମରେ ଆନନ୍ଦ କରନ୍ତି, ପ୍ରଭୁ ସେମାନଙ୍କର ବିଚାର କରି ସେମାନଙ୍କୁ ବିନାଶ କରିବେ I BSB BSB: in order that judgment may come upon all who have disbelieved the truth and delighted in wickedness.
13 UDB ହେ ଭାଇମାନେ, ତୁମ୍ଭେମାନେ ଯେ ପ୍ରଭୁ ଯୀଶୁଙ୍କୁ ପ୍ରେମ କରୁଅଛ, ତୁମ୍ଭମାନଙ୍କ ବିଷୟ ନେଇ ଆମ୍ଭେମାନେ ସର୍ବଦା ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛୁ I କାରଣ ଯୀଶୁଙ୍କ ବିଷୟକ ସତ୍ୟତାକୁ ବିଶ୍ଵାସ କରିବା ନିମନ୍ତେ ସେ ତୁମ୍ଭମାନଙ୍କୁ ପ୍ରଥମେ ମନୋନୀତ କଲେ I ଉଦ୍ଧାରପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଏବଂ ତାହାଙ୍କ ଆତ୍ମାଙ୍କ ଦ୍ଵାରା ସେ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି I BSB BSB: But we should always thank God for you, brothers who are loved by the Lord, because God chose you from the beginning to be saved by the sanctification of the Spirit and by faith in the truth.
14 UDB ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ଖ୍ରୀଷ୍ଟଙ୍କର ସୁସମାଚାରର ଫଳ ସ୍ଵରୂପେ ତୁମ୍ଭମାନଙ୍କୁ ଯେ ଈଶ୍ଵର ମନୋନୀତ କରିଅଛନ୍ତି, ଏଥିପାଇଁ ଆମ୍ଭେମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛୁ I ଯେପରି ସେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ମାନିତ କରିଅଛନ୍ତି, ସେହିପରି ତୁମ୍ଭମାନଙ୍କୁ ମଧ୍ୟ ସମ୍ମାନିତ କରିବେ I BSB BSB: To this He called you through our gospel, so that you may share in the glory of our Lord Jesus Christ.
16 UDB ଆମ୍ଭମାନଙ୍କ ପ୍ରାର୍ଥନା ଏହି ଯେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭମାନଙ୍କ ପିତା ଈଶ୍ଵର ଯିଏ, ଆମ୍ଭମାନଙ୍କୁ ପ୍ରେମ କଲେ ଏବଂ ଚିରଦିନ ପାଇଁ ଉତ୍ସାହିତ କରନ୍ତି, ତାହାଙ୍କଠାରୁ ପ୍ରାପ୍ତ ସମସ୍ତ ଉତ୍ତମ ବିଷୟ ଗ୍ରହଣ କରିବା ନିମନ୍ତେ ଅନୁଗ୍ରହ ପ୍ରଦାନ କରନ୍ତୁ I BSB BSB: Now may our Lord Jesus Christ Himself and God our Father, who by grace has loved us and given us eternal comfort and good hope,
17 UDB ତୁମ୍ଭେମାନେ ଉତ୍ତମ କାର୍ଯ୍ୟରେ ଓ ବ୍ୟାବହାରିକ କାର୍ଯ୍ୟରେ ବୃଦ୍ଧି ପାଉଥିବା ହେତୁ, ଆମ୍ଭମାନଙ୍କ ଈଶ୍ଵର ଓ ଯୀଶୁଖ୍ରୀଷ୍ଟ ମିଳିତ ଭାବେ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତୁ I BSB BSB: encourage your hearts and strengthen you in every good word and deed.
Select verses for actions: Enter goes to them and Escape comes back.