1 UDB ଅବଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ଆମ୍ଭମାନଙ୍କ ଦ୍ଵାରା ତୁମ୍ଭେମାନେ ଶୁଣୁଅଛ, ସେହିପରି ଅଧିକରୁ ଅଧିକ ଲୋକମାନେ ଖୁବ୍ ଶୀଘ୍ର ପ୍ରଭୁ ଯୀଶୁଙ୍କ ବାକ୍ୟ ଶୁଣି ଗ୍ରହଣ କରିବେ I BSB BSB: Finally, brothers, pray for us, that the word of the Lord may spread quickly and be held in honor, just as it was with you.
2 UDB ପୁଣି ଯେପରି ଅବିବେକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଆମ୍ଭେମାନେ ଉଦ୍ଧାର ପାଇବୁ, ଏଥିପାଇଁ ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର I କାରଣ ସମସ୍ତେ ପ୍ରଭୁଙ୍କୁ ବିଶ୍ଵାସ କରନ୍ତି ନାହିଁ I BSB BSB: And pray that we may be delivered from wicked and evil men; for not everyone holds to the faith.
3 UDB ତଥାପି ପ୍ରଭୁ ଯୀଶୁ ବିଶ୍ଵସ୍ତ, ଏଣୁ ଆମେ ନିଶ୍ଚିତ ଯେ, ସେ ତୁମ୍ଭମାନଙ୍କୁ ସୁସ୍ଥିର କରି ସମସ୍ତ ମନ୍ଦରୁ ରକ୍ଷା କରିବେ I BSB BSB: But the Lord is faithful, and He will strengthen you and guard you from the evil one.
4 UDB କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ମିଳିତ ଅଟୁ I ଆମେମାନେ ଯେଉଁ ସମସ୍ତ ଆଦେଶ ତୁମ୍ଭମାନଙ୍କୁ ଦେଉଅଛୁ, ସେହି ସବୁ ଯେ ତୁମ୍ଭେମାନେ ପାଳନ କରୁଅଛ ଏବଂ କରିବ ଏହା ତୁମ୍ଭମାନଙ୍କ ସମ୍ବନ୍ଧରେ ଆମ୍ଭମାନଙ୍କ ପ୍ରଭୁଙ୍କଠାରେ ଦୃଢ ବିଶ୍ଵାସ ଅଛି I BSB BSB: And we have confidence in the Lord that you are doing and will continue to do what we command.
5 UDB ଆମ୍ଭମାନଙ୍କ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟ ସମ୍ପର୍କରେ ଜାଣିବାକୁ ପ୍ରଭୁ ଯୀଶୁ ଆପଣମାନଙ୍କୁ ସାହାଯ୍ୟ କରୁଥାନ୍ତୁ I ଏହା ଆମ୍ଭମାନଙ୍କର ପ୍ରାର୍ଥନା I BSB BSB: May the Lord direct your hearts into God’s love and Christ’s perseverance.
6 UDB ହେ ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଏହି ଆଦେଶ ଦେଉ ଅଛୁ, ଯେଉଁ ଭାଇମାନେ ଅଳସୁଆ ଓ କାର୍ଯ୍ୟ କରିବାକୁ ଅମନଯୋଗୀ ସେମାନଙ୍କର ସହଭାଗୀ ହୁଅ ନାହିଁ I ଆମ୍ଭମାନଙ୍କ ପ୍ରାପ୍ତ ଶିକ୍ଷା ଅନୁଯାୟୀ ଯେଉଁମାନେ ଆଚରଣ ନ କରି ଅବିହିତ ଆଚରଣ କରନ୍ତି, ସେହି ଲୋକମାନଙ୍କଠାରୁ ଆପଣା ଆପଣାକୁ ପୃଥକ କର I BSB BSB: Now we command you, brothers, in the name of our Lord Jesus Christ, to keep away from any brother who leads an undisciplined life that is not in keeping with the tradition you received from us.
7 UDB ତୁମ୍ଭେମାନେ ଆମ୍ଭ ମାନଙ୍କର ଅନୁକରଣ କିପରି କରିବା ଉଚିତ, ତାହା ତୁମେ ନିଜେ ନିଜେ ଜାଣିଅଛ I ଯେଣୁ ଆମ୍ଭେମାନେ ତୁମମାନଙ୍କ ମଧ୍ୟରେ ଅବିହିତ ଆଚରଣ ନ କରି ସତ୍ୟ ଆଚରଣ କରିଥିଲୁ I BSB BSB: For you yourselves know how you ought to imitate us, because we were not undisciplined among you,
8 UDB ତେଣୁ ଆମ୍ଭେମାନେ କହୁଅଛୁ, ଆମ୍ଭେମାନେ ବିନା ମୂଲ୍ୟରେ କାହାରିଠାରୁ କିଛି ହିଁ ଭୋଜନ କରି ନାହୁଁ ବରଂ ତୁମ୍ଭମାନଙ୍କ ମଧ୍ୟରେ କାହାରି ଭାର ସ୍ୱରୂପ ନ ହେବା ପାଇଁ ନିଜେ କଠିନ ପରିଶ୍ରମ ଦିବାରାତ୍ର କାର୍ଯ୍ୟ କରୁଥିଲୁ I BSB BSB: nor did we eat anyone’s food without paying for it. Instead, in labor and toil, we worked night and day so that we would not be a burden to any of you.
9 UDB ତୁମ୍ଭମାନଙ୍କଠାରୁ ଯେ କିଛି ଗ୍ରହଣ କରିବାକୁ ଆମ୍ଭମାନଙ୍କର କିଛି ଅଧିକାର ନାହିଁ, ତାହା ନୁହେଁ, କାରଣ ମୁଁ ଜଣେ ପ୍ରେରିତ I ତୁମ୍ଭେମାନେ ଯେପରି ଆମ୍ଭମାନଙ୍କୁ ଅନୁକରଣ କରିବ, ଏଥିପାଇଁ ଆମ୍ଭେମାନେ କଠିନ ପରିଶ୍ରମ କରି ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶବାନ ଦେଖାଇବା ନିମନ୍ତେ ସେହିପରି ପରିଶ୍ରମ ମଧ୍ୟ କଲୁ I BSB BSB: Not that we lack this right, but we wanted to offer ourselves as an example for you to imitate.
10 UDB ତୁମ୍ଭମାନଙ୍କ ସହିତ ସେଠାରେ ଥିବା ସମୟରେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଇଥିଲୁ ଯେକେହି ପରିଶ୍ରମ କରିବାକୁ ଇଚ୍ଛା ନ କରେ, ତାହାକୁ ଭୋଜନ ନିମନ୍ତେ ଖାଦ୍ୟ ଦିଅ ନାହିଁ, ଏହା ସ୍ମରଣ କର I BSB BSB: For even while we were with you, we gave you this command: “If anyone is unwilling to work, he shall not eat.”
11 UDB ବର୍ତ୍ତମାନ ଆମ୍ଭେମାନେ ଏହା ପୁଣି ଥରେ କହୁଅଛୁ, କାରଣ କେହି କେହି ଆମ୍ଭମାନଙ୍କୁ କହନ୍ତି ଯେ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଅଳସୁଆ ଓ ଆପଣା ହସ୍ଥରେ କାର୍ଯ୍ୟ କରିବାକୁ ଅନିଚ୍ଛୁକ ଅଟନ୍ତି I କେବଳ ତାହା ନୁହେଁ, କେହି କେହି ମଧ୍ୟ ଅନ୍ୟ ଲୋକଙ୍କ ପରି ଅବିହିତ ଆଚରଣ ଓ ମନ୍ଦ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି I BSB BSB: For we hear that some of you are leading undisciplined lives, accomplishing nothing, but being busybodies.
12 UDB ଯେଉଁ ସହ ବିଶ୍ଵାସୀମାନେ ପରିଶ୍ରମ କରୁ ନାହାନ୍ତି, ଆମ୍ଭେ ସେମାନଙ୍କୁ ଆଦେଶ ଓ ଚେତନା ଦେଉଅଛୁ ଯେ, ସେମାନେ ଶାନ୍ତ ଭାବରେ ନିଜର ସମସ୍ତ କାର୍ଯ୍ୟ କରି, ନିଜ ନିଜର ପ୍ରତି ପୋଷଣ କରନ୍ତୁ I BSB BSB: We command and urge such people by our Lord Jesus Christ to begin working quietly to earn their own living.
13 UDB କିନ୍ତୁ ହେ ଭାଇମାନେ ସତ୍କାର୍ଯ୍ୟ କରିବାରେ ତୁମ୍ଭେମାନେ କ୍ଲାନ୍ତ ନ ହୁଅ I BSB BSB: But as for you, brothers, do not grow weary in well-doing.
14 UDB ଆମ୍ଭମାନଙ୍କର ଏହି ଲିଖିତ ପତ୍ର ଅନୁସାରେ ଯଦି କୌଣସି ବିଶ୍ଵାସୀ ଭାଇ ପାଳନ ନ କରେ, ସମସ୍ତ ଲୋକଙ୍କ ସାକ୍ଷାତାରେ ତାହାକୁ ଚିହ୍ନଟ କର I ପୁଣି ସେ ଯେପରି ଲଜ୍ଜିତ ହେବ ଏଥିପାଇଁ ତାହା ସହିତ ସମ୍ପର୍କ ରଖ ନାହିଁ I BSB BSB: Take note of anyone who does not obey the instructions we have given in this letter. Do not associate with him, so that he may be ashamed.
15 UDB ତଥାପି ତାହାକୁ ଶତ୍ରୁ ବୋଲି ମନେ ନ କର ମାତ୍ର ତାହାକୁ ନିଜର ଭାଇ ବୋଲି ଜ୍ଞାନ କରି ଚେତନା ଦିଅ I BSB BSB: Yet do not regard him as an enemy, but admonish him as a brother.
16 UDB ଯେପରି ଆମ୍ଭମାନଙ୍କ ପ୍ରଭୁ ନିଜେ, ତାଙ୍କ ନିଜ ଲୋକମାନଙ୍କୁ ଆପଣା ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ଶାନ୍ତି ପ୍ରଦାନ କରିବେ I ମୁଁ ପ୍ରାର୍ଥନା କରୁଅଛି I BSB BSB: Now may the Lord of peace Himself give you peace at all times and in every way. The Lord be with all of you.
17 UDB ବର୍ତ୍ତମାନ ମୁଁ ମୋହର କଲମ ଉଠାଇ ଲେଖୁଅଛି, ମୁଁ, ପାଉଲ, ଯେପରି ପ୍ରତ୍ୟେକ ଚିଠିରେ ଲେଖିଥାଏ, ସେହିପରି ଏବେ ମଧ୍ୟ ଲେଖି ନମସ୍କାର ଜଣାଉଅଛି I ମୁଁ ଯେ ଏହା ପଠାଉଅଛି, ଏହା ପ୍ରତ୍ୟେକ ପତ୍ରରେ ମୋହର ଚିହ୍ନ ସ୍ୱରୂପ I BSB BSB: This greeting is in my own hand—Paul. This is my mark in every letter; it is the way I write.
18 UDB ମୋହର ଏହି ପ୍ରାର୍ଥନା ଯେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ I BSB BSB: The grace of our Lord Jesus Christ be with all of you.
Select verses for actions: Enter goes to them and Escape comes back.