1 UDB ଏହା ପରେ ପାଉଲ ଆଥାନୀ ନଗରକୁ ଛାଡି କରିନ୍ଥୀ ନଗରକୁ ଗଲେ। BSB BSB: After this, Paul left Athens and went to Corinth.
2 UDB ସେଠାରେ ସେ ପନ୍ତ ଦେଶୀୟ ଆକ୍ୱିଲା ନାମକ ଜଣେ ଯିହୁଦୀୟକୁ ଭେଟିଲେ। ସେ ତା'ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆ ଦେଶରୁ ଆସିଥିଲେ। ସେ ସମୟରେ କ୍ଲାଉଦିଆ ସମ୍ରାଟ ସମସ୍ତ ଯିହୁଦୀୟମାନଙ୍କୁ ରୋମ୍ ଛାଡ଼ି ଚ଼ାଲିଯିବା ପାଇଁ ଆଦେଶ ଦେଇଥିଲେ। ତେଣୁ ସେମାନେ ଇତାଲିଆ ଛାଡ଼ି ଚ଼ାଲିଆସଲେ। BSB BSB: There he found a Jew named Aquila, a native of Pontus, who had recently come from Italy with his wife Priscilla because Claudius had ordered all the Jews to leave Rome. Paul went to visit them,
3 UDB ଆକ୍ୱିଲା ଓ ପ୍ରୀସ୍କିଲ୍ଲା ତମ୍ବୁ ବ୍ୟବସାୟୀ ଥିଲେ। ପାଉଲ ମଧ୍ୟ ସେହି ବ୍ୟବସାୟୀ ଥିଲେ I ତେଣୁ ସେ ମଧ୍ୟ ସେମାନଙ୍କ ସହିତ ରହି ସେହି କାମ କଲେ I BSB BSB: and he stayed and worked with them because they were tentmakers by trade, just as he was.
4 UDB ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜ ସଭାଗୃହରେ ଯିହୁଦୀୟ ଓ ଗ୍ରୀକ୍ ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ I ସେ ଯୀଶୁଙ୍କ ବିଷୟରେ ଉପଦେଶ ଦେଲେ। BSB BSB: Every Sabbath he reasoned in the synagogue, trying to persuade Jews and Greeks alike.
5 UDB ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ପାଉଲ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ଯିହୁଦୀ ମାନଙ୍କୁ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ତାହା କହିଲେ। BSB BSB: And when Silas and Timothy came down from Macedonia, Paul devoted himself fully to the word, testifying to the Jews that Jesus is the Christ.
6 UDB କିନ୍ତୁ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ନାନା ଖରାପ କଥାକହିଲେ I ତହିଁରେ ପାଉଲ ନିଜର ଲୁଗାପଟାର ଧୂଳି ଝାଡ଼ି ସେ କହିଲେ, "ଯଦି ତୁମ୍ଭେମାନେ ଉଦ୍ଧାର ପାଉନାହଁ, ତାହାହେଲେ ଏହା ମୋର ଦୋଷ ନୁହେଁ। ମୁଁ ଏବେଠାରୁ ଅଣଯିହୁଦୀମାନଙ୍କ ପାଖକୁ ଯିବି। BSB BSB: But when they opposed and insulted him, he shook out his garments and told them, “Your blood be on your own heads! I am innocent of it. From now on I will go to the Gentiles.”
7 UDB ପାଉଲ ସମାଜଗୃହ ଛାଡ଼ି ସତ୍ୟ ପରମେଶ୍ୱରଙ୍କର ଜଣେ ଅଣ ଯିହୁଦୀ ଉପାସକ ତିତସ ଯୂସ୍ତଙ୍କ ଘରକୁ ଗଲେ କାରଣ ତାହାଙ୍କ ଘର ସମାଜଗୃହ ପାଖରେ ଥିଲା I BSB BSB: So Paul left the synagogue and went next door to the house of Titus Justus, a worshiper of God.
8 UDB ପରେ କ୍ରୀଷ୍ପ ଯିଏ ସମାଜଗୃହର ମୁଖ୍ୟ ଥିଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲେ। ଅନେକ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣି, ଯୀଶୁଙ୍କୁ ଗ୍ରହଣ କରି ବାପ୍ତିଜିତ ହେଲେ I BSB BSB: Crispus, the synagogue leader, and his whole household believed in the Lord. And many of the Corinthians who heard the message believed and were baptized.
9 UDB ଦିନେ ରାତିରେ ପ୍ରଭୁ ଯୀଶୁ ପାଉଲଙ୍କୁ ସ୍ୱପ୍ନରେ କହିଲେ, "ତୁମ୍ଭ ବିରୁଦ୍ଧରେ ଥିବା ଲୋକମାନଙ୍କୁ ଭୟ କର ନାହିଁ। ନୀରବ ରୁହ ନାହିଁ। କଥା କୁହ I" BSB BSB: One night the Lord spoke to Paul in a vision: “Do not be afraid; keep on speaking; do not be silent.
10 UDB କାରଣ ମୁଁ ତୁମ୍ଭ ସହିତ ଅଛି। କେହି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମୋର ଅନେକ ଲୋକ ଏ ନଗରରେ ଅଛନ୍ତି। ମୋ’ ବିଷୟରେ କହି ଚାଲ I BSB BSB: For I am with you and no one will lay a hand on you, because I have many people in this city.”
11 UDB ତେଣୁ ପାଉଲ କରିନ୍ଥୀରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଲେ ଓ ସେମାନଙ୍କୁ ପରମେଶ୍ୱରଙ୍କର ସୁସମାଚ଼ାର ବିଷୟରେ ଉପଦେଶ ଦେଲେ I BSB BSB: So Paul stayed for a year and a half, teaching the word of God among the Corinthians.
13 UDB ସେମାନେ କହିଲେ, "ଏହି ଲୋକ ଯେଉଁ ଉପାୟରେ ପରମେଶ୍ୱରଙ୍କ ଉପାସନା କରିବାପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ଯିହୁଦୀ ବ୍ୟବସ୍ଥା ବିରୁଦ୍ଧ ଅଟେ। BSB BSB: “This man is persuading the people to worship God in ways contrary to the law,” they said.
14 UDB ପାଉଲ କହିବା ଆରମ୍ଭ କହିବା ମାତ୍ରେ ଗାଲ୍ଲିୟୋନ ଯିହୁଦୀୟମାନଙ୍କୁ କହିଲେ, "ଯଦି ଏହା ରୋମୀୟମାନଙ୍କ ବ୍ୟବସ୍ଥା ବିରୁଦ୍ଧରେ କୌଣସି ଅପରାଧର ଅଭିଯୋଗ ହୋଇଥା'ନ୍ତା, ତେବେ ତୁମ୍ଭମାନଙ୍କର କଥା ଶୁଣିବା ମୋର କର୍ତ୍ତବ୍ୟ ହୋଇଥା'ନ୍ତା I BSB BSB: But just as Paul was about to speak, Gallio told the Jews, “If this matter involved a wrongdoing or vicious crime, O Jews, it would be reasonable for me to hear your complaint.
15 UDB କିନ୍ତୁ ତୁମ୍ଭ ବ୍ୟବସ୍ଥାରେ ଲେଖାଥିବା ବାକ୍ୟ ଓ ନାମ ବିରୁଦ୍ଧରେ ଏହି ବଚସା ସୃଷ୍ଟି ହୋଇଥିବାରୁ ତୁମ୍ଭେମାନେ ନିଜେ ନିଜେ ଏହାର ସମାଧାନ କର। ଏହି ସବୁ ବିଷୟରେ ମୁଁ କୌଣସି ବିଚ଼ାର କରିବି ନାହିଁ।" BSB BSB: But since it is a dispute about words and names and your own law, settle it yourselves. I refuse to be a judge of such things.”
16 UDB ଗାଲ୍ଲିୟୋନ ଏହା କହି ସୈନିକମାନଙ୍କୁ ଯିହୁଦୀନେତାମାନଙ୍କୁ ଅଦାଲତରୁ ବାହାର କରିବା ପାଇଁ ଅଦେଶ କଲେ। BSB BSB: And he drove them away from the judgment seat.
17 UDB ତା'ପରେ ସେମାନେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନେଇ ଅଦାଲତ ସାମନାରେ ପିଟିଲେ। କିନ୍ତୁ ଗାଲ୍ଲିୟୋନ ଏଥି ପ୍ରତି ମୋଟେ ଦୃଷ୍ଟି ଦେଲା ନାହିଁ I BSB BSB: At this, the crowd seized Sosthenes the synagogue leader and beat him in front of the judgment seat. But none of this was of concern to Gallio.
18 UDB ପାଉଲ କରିନ୍ଥୀରେ ଭାଇମାନଙ୍କ ସହିତ ଅନେକ ଦିନ ରହିଲେ। ତା'ପରେ ସେ ବିଦାୟ ନେଇ ଜଳପଥରେ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ସହିତ ସୁରିଆ ଦେଶକୁ ଗଲେ। ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ରେୟାରେ ମୁଣ୍ଡ ଲଣ୍ଡା କଲେ I BSB BSB: Paul remained in Corinth for quite some time before saying goodbye to the brothers. He had his head shaved in Cenchrea to keep a vow he had made, and then he sailed for Syria, accompanied by Priscilla and Aquila.
19 UDB ତା'ପରେ ସେମାନେ ଏଫିସ ନଗରରେ ପହଞ୍ଚିଲେ। ସେଠାରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ୱିଲାଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରେବଶ କଲେ ଓ ଯିହୁଦୀୟମାନଙ୍କ ସହିତ ଯୀଶୁଙ୍କ ବିଷୟରେ କହିଲେ I BSB BSB: When they reached Ephesus, Paul left Priscilla and Aquila. He himself went into the synagogue there and reasoned with the Jews.
20 UDB ସେମାନେ ତାହାଙ୍କୁ ସେଠାରେ ଆଉ କିଛି ଦିନ ରହିବାକୁ କହିଲେ, କିନ୍ତୁ ପାଉଲ ରାଜି ହେଲେ ନାହିଁ I BSB BSB: When they asked him to stay for a while longer, he declined.
21 UDB ସେ ଗଲା ବେଳେ କହିଲେ, "ଯଦି ପରମେଶ୍ୱର ଚ଼ାହାଁନ୍ତି, ତେବେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି।" ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ I BSB BSB: But as he left, he said, “I will come back to you if God is willing.” And he set sail from Ephesus.
22 UDB ପାଉଲ କାଇସରୀଆରେ ପହଞ୍ଚି ଯିରୂଶାଲମର ମଣ୍ଡଳୀକୁ ଯାଇ ସେମାନଙ୍କ ସହିତ ସାକ୍ଷାତ କଲେ। ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ I BSB BSB: When Paul had landed at Caesarea, he went up and greeted the church at Jerusalem. Then he went down to Antioch.
23 UDB ସେଠାରେ ପାଉଲ କିଛି ଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ। ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ବିଷୟରେ ବିଶ୍ୱାସ କରିବା ପାଇଁ ଉତ୍ସାହ ଦେଲେ। BSB BSB: After Paul had spent some time in Antioch, he traveled from place to place throughout the region of Galatia and Phrygia, strengthening all the disciples.
24 UDB ପାଉଲ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଯିବା ସମୟରେ ଆପଲ୍ଲ ନାମକ ଜଣେ ଯିହୁଦୀୟ ସେଠାରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ ଜାଣ୍ଡ୍ରିୟା। ସେ ଏଫିସ ନଗରକୁ ଆସିଥିଲେ ସେ ଜଣେ ଅତି ଭଲ ବକ୍ତା ଥିଲେ। ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା I BSB BSB: Meanwhile a Jew named Apollos, a native of Alexandria, came to Ephesus. He was an eloquent man, well versed in the Scriptures.
25 UDB ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମାରେ ପୂର୍ଣ୍ଣ ହୋଇ କଥା କହୁଥିଲେ। କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟରେ ଜାଣିଥିଲେ ମଧ୍ୟ ସେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷା ଦେଉ ନ ଥିଲେ। BSB BSB: He had been instructed in the way of the Lord and was fervent in spirit. He spoke and taught accurately about Jesus, though he knew only the baptism of John.
27 UDB ଆପଲ୍ଲ ଯେତେବେଳେ ଆଖାୟାକୁ ଯିବା ପାଇଁ ନିଷ୍ପତ୍ତି ନେଇ ବାହାରିଲେ, ସେତେବେଳେ ଏଫିସୀର ବିଶ୍ୱାସୀ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସେମାନେ ଆପଲ୍ଲଙ୍କୁ ସ୍ୱାଗତ କରିବାପାଇଁ ବିଶ୍ୱାସୀମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିବା ଲୋକମାନଙ୍କର ବହୁତ ସାହାଯ୍ୟ କଲେ I BSB BSB: When Apollos resolved to cross over to Achaia, the brothers encouraged him and wrote to the disciples there to welcome him. On his arrival, he was a great help to those who by grace had believed.
28 UDB ଆପଲ୍ଲ ଯିହୁଦୀନେତାମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୂକ୍ତିତର୍କ କରିବା ବେଳେ ଅନ୍ୟମାନେ ଶୁଣୁଥିଲେ I ବାଇବଲରୁ ପଢ଼ି ପ୍ରମାଣ କରି ଦେଖାଇଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି I BSB BSB: For he powerfully refuted the Jews in public debate, proving from the Scriptures that Jesus is the Christ.
Select verses for actions: Enter goes to them and Escape comes back.