2 UDB ସେହି ସମୟରେ, ଯେତେବେଳେ ହାନାନ ଓ କୟାଫା ଯିରୁଶାଲମରେ ମାହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା I BSB BSB: during the high priesthood of Annas and Caiaphas, the word of God came to John son of Zechariah in the wilderness.
3 UDB ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାତ୍ରା କରୁଥିଲେ I ସେ ଲୋକମାନଙ୍କୁ କହୁଥିଲେ, "ଯଦି ତୁମ୍ଭେମାନେ ଈଶ୍ୱରଙ୍କଠାରୁ କ୍ଷମାପ୍ରାପ୍ତି ଇଛା କର, ତେବେ ତୁମ୍ଭେମାନେ ମନପରିବର୍ତ୍ତନ କର; ପରେ ମୁଁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବି!" BSB BSB: He went into all the region around the Jordan, preaching a baptism of repentance for the forgiveness of sins,
4 UDB ବହୁ ବର୍ଷ ପୂର୍ବରୁ ଯିଶାୟ ଭାବବାଦୀ ଏହି ବାକ୍ୟ ଶାସ୍ତ୍ରରେ ଲେଖନ୍ତି, "ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁ ଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର I BSB BSB: as it is written in the book of the words of Isaiah the prophet: “A voice of one calling in the wilderness, ‘Prepare the way for the Lord, make straight paths for Him.
5 UDB ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟକ ପର୍ବତ ଓ ଉପପର୍ବତ ସମତଳ କରାଯିବ, ବକ୍ର ପଥସବୁ ସଳଖ ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ I BSB BSB: Every valley shall be filled in, and every mountain and hill made low. The crooked ways shall be made straight, and the rough ways smooth.
6 UDB ପୁଣି ପ୍ରତ୍ୟେକ ଲୋକ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ I" BSB BSB: And all humanity will see God’s salvation.’”
7 UDB ଅତଏବ ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, "ରେ କାଳସର୍ପର ବଂଶ! ଯିଏ ପାପ କରେ ତାହାକୁ ଦିନେ ଈଶ୍ୱର ଦଣ୍ଡ ଦେବେ ବୋଲି କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ତୁମ୍ଭେମାନେ ତାହାଙ୍କ କ୍ରୋଧରୁ ରକ୍ଷା ପାଇବ ଏହା ମନେ ମନେ ଭାବ ନାହିଁ! BSB BSB: Then John said to the crowds coming out to be baptized by him, “You brood of vipers, who warned you to flee from the coming wrath?
8 UDB ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି I BSB BSB: Produce fruit, then, in keeping with repentance. And do not begin to say to yourselves, ‘We have Abraham as our father.’ For I tell you that out of these stones God can raise up children for Abraham.
9 UDB ଆଉ ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ ଯେ କୌଣସି ଗଚ୍ଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ I BSB BSB: The axe lies ready at the root of the trees, and every tree that does not produce good fruit will be cut down and thrown into the fire.”
10 UDB ଏଥିରେ ଲୋକସମୂହ ମଧ୍ୟରୁ କେତେକ ତାହାଙ୍କୁ ପଚାରିବାକୁ ଲାଗିଲେ, "ତାହାହେଲେ ଆମ୍ଭେମାନେ କଅଣ କରିବା?" BSB BSB: The crowds asked him, “What then should we do?”
11 UDB ସେ ସେମାନଙ୍କୁ ଉତ୍ତର ଦେଲେ, "ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି ଯାହାର ଖାଦ୍ୟ ଅଛି, ସେ ଯାହାର ଖାଦ୍ୟ ନାହିଁ ତାହାକୁ ଦେଉ I" BSB BSB: John replied, “Whoever has two tunics should share with him who has none, and whoever has food should do the same.”
12 UDB କେତେକ କରଗ୍ରାହୀ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, "ହେ ଗୁରୁ, ଆମ୍ଭେମାନେ କଅଣ କରିବା?" BSB BSB: Even tax collectors came to be baptized. “Teacher,” they asked, “what should we do?”
13 UDB ସେ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ନିମନ୍ତେ ରୋମୀ ସରକାରଙ୍କ ଦ୍ୱାରା ଯାହା ନିରୁପିତ, ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ I" BSB BSB: “Collect no more than you are authorized,” he answered.
14 UDB କେତେକ ସୈନିକ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, "ଆଉ ଆମ୍ଭେମାନେ, ଆମ୍ଭେମାନେ କଅଣ କରିବା?" ସେ ସେମାନଙ୍କୁ କହିଲେ, "ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ଓ କେହି ଭୁଲ୍ କରୁଅଛନ୍ତି ବୋଲି ମିଥ୍ୟା ଅଭିଯୋଗ କର ନାହିଁ! ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇ ଥାଅ I" BSB BSB: Then some soldiers asked him, “And what should we do?” “Do not take money by force or false accusation,” he said. “Be content with your wages.”
15 UDB ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ସମ୍ବଦ୍ଧରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିଲେ I BSB BSB: The people were waiting expectantly and were all wondering in their hearts if John could be the Christ.
16 UDB କିନ୍ତୁ ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ," ନା, ମୁଁ ନୁହେଁ I ଖ୍ରୀଷ୍ଟ ମୋଠାରୁ ଅଧିକ ଶକ୍ତିମାନ୍ I ସେ ମୋଠାରୁ ଅଧିକ ଶକ୍ତିମାନ୍, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ! ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ଯେତେବେଳେ ଖ୍ରୀଷ୍ଟ ଆସିବେ, ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ I BSB BSB: John answered all of them: “I baptize you with water, but One more powerful than I will come, the straps of whose sandals I am not worthy to untie. He will baptize you with the Holy Spirit and with fire.
17 UDB ଆପଣା ଖଳା ଉତ୍ତମରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ I BSB BSB: His winnowing fork is in His hand to clear His threshing floor and to gather the wheat into His barn; but He will burn up the chaff with unquenchable fire.”
18 UDB ଏହିପରି ଅନେକ ଉପଦେଶ ଦେଇ ପୁଣି ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଯୋହନ ଲୋକମାନଙ୍କୁ ଈଶ୍ୱରଙ୍କ ନିକଟକୁ ମନପରିବର୍ତ୍ତନ କରି ଫେରିବା ନିମନ୍ତେ କହୁଥିଲେ, ପୁଣି ଲୋକଙ୍କ ନିକଟରେ ଈଶ୍ୱରଙ୍କଠାରୁ ପ୍ରାପ୍ତ ସୁସମ୍ବାଦ ପ୍ରଚାର କରୁଥିଲେ I BSB BSB: With these and many other exhortations, John proclaimed the good news to the people.
19 UDB ପୁଣି ସେ ସାମନ୍ତ ରାଜା ହେରୋଦ ନିଜ ଜୀବିତ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସହ ବିବାହ କରିଥିବାରୁ ଏବଂ ଆପଣା କୃତ ସମସ୍ତ ଦୁଷ୍କର୍ମ ବିଷୟରେ ତାହାଙ୍କୁ ଅନୁଯୋଗ କରୁଥିଲେ I BSB BSB: But when he rebuked Herod the tetrarch regarding his brother’s wife Herodias and all the evils he had done,
20 UDB ହେରୋଦ ଯୋହନଙ୍କୁ କାରାରୁଦ୍ଧ କରି ନିଜର ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ I BSB BSB: Herod added this to them all: He locked John up in prison.
21 UDB କିନ୍ତୁ ଯୋହନ କାରାରୁଦ୍ଧ ହେବା ପୂର୍ବରୁ, ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା I BSB BSB: When all the people were being baptized, Jesus was baptized too. And as He was praying, heaven was opened,
22 UDB ପୁଣି ପବିତ୍ର ଆତ୍ମା ଦୈହିକଭାବେ କୋପତ ପରି ତାହାଙ୍କ ଉପରକୁ ଓହ୍ଲାଇଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, "ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ I" BSB BSB: and the Holy Spirit descended on Him in a bodily form like a dove. And a voice came from heaven: “You are My beloved Son; in You I am well pleased.”
24 UDB ଏଲି ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋସେଫଙ୍କ ପୁତ୍ର, BSB BSB: the son of Matthat, the son of Levi, the son of Melchi, the son of Jannai, the son of Joseph,
25 UDB ଯୋସେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନାଗୟଙ୍କ ପୁତ୍ର, BSB BSB: the son of Mattathias, the son of Amos, the son of Nahum, the son of Esli, the son of Naggai,
26 UDB ନାଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର, BSB BSB: the son of Maath, the son of Mattathias, the son of Semein, the son of Josech, the son of Joda,
27 UDB ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍ବାବେଲଙ୍କ ପୁତ୍ର, ଜିରୁବ୍ବାବେଲ ଶଅଲ୍ଥୀୟେଲଙ୍କ ପୁତ୍ର, ଶଅଲ୍ଥୀୟେଲ ନେରୀଙ୍କ ପୁତ୍ର, BSB BSB: the son of Joanan, the son of Rhesa, the son of Zerubbabel, the son of Shealtiel, the son of Neri,
28 UDB ନେରୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋଶାମଙ୍କ ପୁତ୍ର, କୋଶାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର, BSB BSB: the son of Melchi, the son of Addi, the son of Cosam, the son of Elmadam, the son of Er,
29 UDB ଏର ଯିହୋଶୁୟଙ୍କ ପୁତ୍ର, ଯିହୋଶୁୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, BSB BSB: the son of Joshua, the son of Eliezer, the son of Jorim, the son of Matthat, the son of Levi,
30 UDB ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୁଦାଙ୍କ ପୁତ୍ର, ଯିହୁଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲିୟାକୀମଙ୍କ ପୁତ୍ର, BSB BSB: the son of Simeon, the son of Judah, the son of Joseph, the son of Jonam, the son of Eliakim,
31 UDB ଏଲିୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, BSB BSB: the son of Melea, the son of Menna, the son of Mattatha, the son of Nathan, the son of David, 32 UDB ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର, BSB BSB: the son of Jesse, the son of Obed, the son of Boaz, the son of Sala, the son of Nahshon,
33 UDB ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୁଦାଙ୍କ ପୁତ୍ର, BSB BSB: the son of Amminadab, the son of Admin, the son of Arni, the son of Hezron, the son of Perez, the son of Judah,
34 UDB ଯିହୁଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍ହାକଙ୍କ ପୁତ୍ର, ଇସ୍ହାକ ଅବ୍ରାହାମଙ୍କ ପୁତ୍ର, ଅବ୍ରାହାମ ଥେରହଙ୍କ ପୁତ୍ର, ଥେରହ ନାହୋରଙ୍କ ପୁତ୍ର, BSB BSB: the son of Jacob, the son of Isaac, the son of Abraham, the son of Terah, the son of Nahor,
35 UDB ନାହୋର ସରୂଗଙ୍କ ପୁତ୍ର, ସରୂଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର, BSB BSB: the son of Serug, the son of Reu, the son of Peleg, the son of Eber, the son of Shelah,
36 UDB ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର, BSB BSB: the son of Cainan, the son of Arphaxad, the son of Shem, the son of Noah, the son of Lamech, 37 UDB ଲେମଖ ମିଥୁଶେଲଙ୍କ ପୁତ୍ର, ମିଥୁଶେଲ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର, BSB BSB: the son of Methuselah, the son of Enoch, the son of Jared, the son of Mahalalel, the son of Cainan,