1 UDB ପରେ ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦନରୁ ବାହୁଡ଼ିଲେ ଏବଂ ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରରେ ଚାଳିତ କଲେ I BSB BSB: Then Jesus, full of the Holy Spirit, returned from the Jordan and was led by the Spirit into the wilderness,
2 UDB ଚାଳିଶ ଦିନ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ I ସେହି ସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ ସେ କ୍ଷୁଧିତ ହେଲେ I BSB BSB: where for forty days He was tempted by the devil. He ate nothing during those days, and when they had ended, He was hungry.
3 UDB ସେଥିରେ ଶୟତାନ ଯୀଶୁଙ୍କୁ କହିଲା, "ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀ ହେବା ପାଇଁ ଆଜ୍ଞା ଦିଅ I" BSB BSB: The devil said to Him, “If You are the Son of God, tell this stone to become bread.”
4 UDB ଯୀଶୁ ତାହାକୁ ଉତ୍ତର ଦେଲେ, "ନା, ମୁଁ ଏହା କରିବି ନାହିଁ, କାରଣ ଶାସ୍ତ୍ରରେ ଏହା ଲେଖାଅଛି, 'ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ I" BSB BSB: But Jesus answered, “It is written: ‘Man shall not live on bread alone.’”
5 UDB ଆଉ ଶୟତାନ ଯୀଶୁଙ୍କୁ ପର୍ବତ ଉପରକୁ ଘେନିଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା I BSB BSB: Then the devil led Him up to a high place and showed Him in an instant all the kingdoms of the world.
6 UDB ପୁଣି ସେ ଯୀଶୁଙ୍କୁ କହିଲା, "ସମସ୍ତ ଜାତି ଉପର ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ଏ ସମସ୍ତ ଅଧିକାର ଓ ଏସବୁର ଏୗଶ୍ୱର୍ଯ୍ୟ ଦେବା କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଛା, ତାହାକୁ ତାହା ଦେଉ I" BSB BSB: “I will give You authority over all these kingdoms and all their glory,” he said. “For it has been relinquished to me, and I can give it to anyone I wish.
7 UDB ଅତଏବ ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ! BSB BSB: So if You worship me, it will all be Yours.”
8 UDB ଯୀଶୁ ତାହାକୁ ଉତ୍ତର ଦେଲେ, "ନା, ମୁଁ ତୁମ୍ଭର ଉପାସନା କରିବି ନାହିଁ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ!" BSB BSB: But Jesus answered, “It is written: ‘Worship the Lord your God and serve Him only.’”
9 UDB ପୁଣି ଶୟତାନ ଯୀଶୁଙ୍କୁ ଯିରୁଶାଲମକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା," ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର, ତାହାହେଲେ ଏଠାରୁ ତଳକୁ ଡେଇଁପଡ଼ I BSB BSB: Then the devil led Him to Jerusalem and set Him on the pinnacle of the temple. “If You are the Son of God,” he said, “throw Yourself down from here.
10 UDB ତୁମ୍ଭକୁ ଆଘାତ ହେବ ନାହିଁ କାରଣ ଶାସ୍ତ୍ରରେ ଲେଖା ଅଛି, 'ତୁମ୍ଭକୁ ରକ୍ଷା କରିବା ନିମନ୍ତେ ଈଶ୍ୱର ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ I' BSB BSB: For it is written: ‘He will command His angels concerning You to guard You carefully,
11 UDB ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ I BSB BSB: and they will lift You up in their hands, so that You will not strike Your foot against a stone.’”
12 UDB ପୁଣି ଯୀଶୁ ତାହାକୁ ଉତ୍ତର ଦେଲେ, "ନା ତାହା ମୁଁ କରିବି ନାହିଁ, କାରଣ ଶାସ୍ତ୍ରରେ ଏହା ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ I" BSB BSB: But Jesus answered, “It also says, ‘Do not put the Lord your God to the test.’”
13 UDB ଶୟତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲେ ଉତ୍ତାରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା I BSB BSB: When the devil had finished every temptation, he left Him until an opportune time.
14 UDB ଏଥିଉତ୍ତାରେ ଯୀଶୁ ପ୍ରାନ୍ତର ପରିତ୍ୟାଗ କରି ଗାଲିଲୀକି ବାହୁଡ଼ିଗଲେ I ପବିତ୍ର ଆତ୍ମା ତାହାଙ୍କୁ ଶକ୍ତି ଦେଉଥିଲେ I ଆଉ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ଲୋକେ ଯୀଶୁଙ୍କ ବିଷୟରେ ଶୁଣିଲେ ଓ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ କହିଲେ I BSB BSB: Jesus returned to Galilee in the power of the Spirit, and the news about Him spread throughout the surrounding region.
15 UDB ପୁଣି ସେ ସେମାନଙ୍କର ସମାଜ ଗୃହସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ I BSB BSB: He taught in their synagogues and was glorified by everyone.
17 UDB ସେଥିରେ ମନ୍ଦିରର ପରିଚାରକ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦେଲେ I ଆଉ ଯୀଶୁ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ: BSB BSB: the scroll of the prophet Isaiah was handed to Him. Unrolling it, He found the place where it was written:
18 UDB ପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି, ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭ ବିଷୟ ଘୋଷଣା କରିବାକୁ ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ I BSB BSB: “The Spirit of the Lord is on Me, because He has anointed Me to preach good news to the poor. He has sent Me to proclaim liberty to the captives and recovery of sight to the blind, to release the oppressed,
19 UDB ଆଉ ପ୍ରଭୁଙ୍କୁ ଅନୁଗ୍ରହବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି I BSB BSB: to proclaim the year of the Lord’s favor.”
20 UDB ପରେ ସେ ପୁସ୍ତକ ବନ୍ଦ କରି ପରିଚାରକକୁ ତାହା ଫେରାଇଦେଇ ଉପବେଶନ କଲେ, ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା I BSB BSB: Then He rolled up the scroll, returned it to the attendant, and sat down. The eyes of everyone in the synagogue were fixed on Him,
21 UDB ପୁଣି ସେ ସେମାନଙ୍କୁ କହିବାକୁ ଲାଗିଲେ, "ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣ ଗୋଚରରେ ସଫଳ ହେଲା I" BSB BSB: and He began by saying, “Today this Scripture is fulfilled in your hearing.”
22 UDB ଆଉ ସମସ୍ତେ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି ସେମାନେ କହିବାକୁ ଲାଗିଲେ, "ଏ କଣ ଯୋସେଫର ପୁତ୍ର ନୁହେଁ?" BSB BSB: All spoke well of Him and marveled at the gracious words that came from His lips. “Isn’t this the son of Joseph?” they asked.
23 UDB ସେଥିରେ, ସେ ସେମାନଙ୍କୁ କହିଲେ, "ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, 'ହେ ବୈଦ୍ୟ, ଆପେ ଆପଣାକୁ ସୁସ୍ଥ କର!' ତୁମ୍ଭେମାନେ କହିବ, 'କର୍ଫନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପୈତୃକ ନଗରରେ ମଧ୍ୟ କର!'" BSB BSB: Jesus said to them, “Surely you will quote this proverb to Me: ‘Physician, heal yourself! Do here in Your hometown what we have heard that You did in Capernaum.’”
24 UDB ପୁଣି ସେ କହିଲେ, "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପୈତୃକ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ I BSB BSB: Then He added, “Truly I tell you, no prophet is accepted in his hometown.
25 UDB କିନ୍ତୁ ଏହା ବିଷୟରେ ବିବେଚନା କର: ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ରୁଦ୍ଧ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା I BSB BSB: But I tell you truthfully that there were many widows in Israel in the time of Elijah, when the sky was shut for three and a half years and great famine swept over all the land.
26 UDB କିନ୍ତୁ ଈଶ୍ୱର ଏଲୀୟଙ୍କୁ ଅନ୍ୟ ଇସ୍ରାଏଲୀୟ ବିଧବାକୁ ସାହାଯ୍ୟ କରିବା ନିମନ୍ତେ ପ୍ରେରଣ କଲେ ନାହିଁ I ଈଶ୍ୱର ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀକୁ ସାହାଯ୍ୟ କରିବା ନିମନ୍ତେ ତାହାଙ୍କୁ ପ୍ରେରଣ କଲେ I BSB BSB: Yet Elijah was not sent to any of them, but to the widow of Zarephath in Sidon.
27 UDB ପୁଣି ଭାବବାଦୀ ଏଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ଏଲୀଶା ସେମାନଙ୍କ ମଧ୍ୟରୁ କାହାକୁ ସୁସ୍ଥ କରି ନ ଥିଲେ, କେବଳ ସୁରିଆଦେଶୀୟ ନାମାନକୁ ସେ ସୁସ୍ଥ କଲେ I" BSB BSB: And there were many lepers in Israel in the time of Elisha the prophet. Yet not one of them was cleansed—only Naaman the Syrian.”
28 UDB ସମାଜ ଗୃହରେ ତାହାଙ୍କର ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ I BSB BSB: On hearing this, all the people in the synagogue were enraged.
29 UDB ପୁଣି ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେଥିର ତୀଖସ୍ଥାନରୁ ତଳକୁ ପକାଇ ବଧ କରିବା ନିମନ୍ତେ ତାହାଙ୍କୁ ସେଠାକୁ ଘେନିଗଲେ I BSB BSB: They got up, drove Him out of the town, and led Him to the brow of the hill on which the town was built, in order to throw Him over the cliff.
30 UDB କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ I BSB BSB: But Jesus passed through the crowd and went on His way.
31 UDB ସେ କଫର୍ନାହୂମ ନାମକ ଗାଲୀଲୀ ପ୍ରଦେଶର ଗୋଟିଏ ନଗରକୁ ଆସିଲେ I ପୁଣି ପରବର୍ତ୍ତୀ ବିଶ୍ରାମବାରରେ ସେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ I BSB BSB: Then He went down to Capernaum, a town in Galilee, and on the Sabbath He began to teach the people.
32 UDB ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ କାରଣ ତାହାଙ୍କ ବାକ୍ୟ ଅଧିକାର ଯୁକ୍ତ ଥିଲା I BSB BSB: They were astonished at His teaching, because His message had authority.
33 UDB ସେହି ଦିନ ସମାଜଗୃହରେ ଜଣେ ଅଶୂଚୀ ଭୂତାତ୍ମାବିଷ୍ଟଲୋକ ଥିଲା; ସେ ଉଚ୍ଚ ସ୍ୱରରେ ଚିତ୍କାର କଲା, BSB BSB: In the synagogue there was a man possessed by the spirit of an unclean demon. He cried out in a loud voice,
34 UDB "ଆଃ! ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଭୂତାତ୍ମାମାନଙ୍କର କିଛି କରିବାର ନାହିଁ! ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି!" BSB BSB: “Ha! What do You want with us, Jesus of Nazareth? Have You come to destroy us? I know who You are—the Holy One of God!”
35 UDB ଯୀଶୁ ତାହାକୁ ଧମକ ଦେଇ କହିଲେ, "ଚୁପ୍ କର୍, ଏହାଠାରୁ ବାହାରିଯା!" ସେଥିରେ ସେହି ଭୂତ ତାହାକୁ ମଧ୍ୟସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରି ଗଲା I BSB BSB: But Jesus rebuked the demon. “Be silent!” He said. “Come out of him!” At this, the demon threw the man down before them all and came out without harming him.
36 UDB ଏଥିରେ ସମାଜଗୃହରେ ଥିବା ଲୋକସମସ୍ତେ ବିସ୍ମୟାନ୍ୱିତ ହେଲେ I ସେମାନେ ପରସ୍ପରକୁ କୁହାକହି ହେଲେ, "ସେ ଅଧିକାରର ସହିତ କଥା କହନ୍ତି, ଓ ତାହାଙ୍କ ବାକ୍ୟ ଶକ୍ତିଯୁକ୍ତ ଅଟେ! ଯେତେବେଳେ ସେ ଅଶୁଚୀ ଆତ୍ମାମାନଙ୍କୁ ମଧ୍ୟ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି!" BSB BSB: All the people were overcome with amazement and asked one another, “What is this message? With authority and power He commands the unclean spirits, and they come out!”
37 UDB ଆଉ ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସର୍ବତ୍ର, ଲୋକମାନେ ଯୀଶୁ ଯେଉଁ କାର୍ଯ୍ୟ କରିଥିଲେ ସେ ବିଷୟରେ କଥାବାର୍ତ୍ତା ହେଲେ I BSB BSB: And the news about Jesus spread throughout the surrounding region.
38 UDB ପରେ ଯୀଶୁ ସମାଜଗୃହ ପରିତ୍ୟାଗ କରି ଶିମୋନଙ୍କ ଘରକୁ ଗଲେ| ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା I ଆଉ କେତେକ ଲୋକ ଯେଉଁମାନେ ସେଠାରେ ଥିଲେ ସେମାନେ ତାହାଙ୍କୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲେ I BSB BSB: After Jesus had left the synagogue, He went to the home of Simon, whose mother-in-law was suffering from a high fever. So they appealed to Jesus on her behalf,
39 UDB ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି ସେ ସେହିକ୍ଷଣି ସୁସ୍ଥ ହେଲେ! ସେ ଉଠି ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ I BSB BSB: and He stood over her and rebuked the fever, and it left her. And she got up at once and began to serve them.
40 UDB ସେହି ଦିନ ସୂର୍ଯ୍ୟ ଅସ୍ତ ହେବା ସମୟରେ, ଅନେକ ଲୋକ ଆପଣା ବନ୍ଧୁ କିମ୍ବା ପରିଜନମାନଙ୍କୁ ଯେଉଁମାନେ ନାନା ପ୍ରକାର ରୋଗରେ ପିଡ଼ିତ ଥିଲେ, ସେସମସ୍ତେ ସେମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ I ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ I BSB BSB: At sunset, all who were ill with various diseases were brought to Jesus, and laying His hands on each one, He healed them.
41 UDB ସେ ଅନେକ ଲୋକଙ୍କଠାରୁ ମନ୍ଦଆତ୍ମାମାନଙ୍କୁ ବାହାର କଲେ I ପୁଣି ଭୂତମାନେ ଚିତ୍କାର କରୁ କରୁ "ତୁମ୍ଭେ ଈଶ୍ୱରଙ୍କ ପୁତ୍ର" ବୋଲି କହି ଅନେକଙ୍କଠାରୁ ବାହାରିଗଲେ I ଆଉ ସେ ସେମାନକୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ I BSB BSB: Demons also came out of many people, shouting, “You are the Son of God!” But He rebuked the demons and would not allow them to speak, because they knew He was the Christ.
42 UDB ପରବର୍ତ୍ତୀ ପ୍ରଭାତରେ ଯୀଶୁ ବାହାରି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ I ଆଉ ଲୋକସମୂହ ତାହାଙ୍କର ଅନ୍ୱେଷଣ କରି କରି ତାହାଙ୍କ ନିକଟକୁ ଆସିଲେ, ପୁଣି ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ I BSB BSB: At daybreak, Jesus went out to a solitary place, and the crowds were looking for Him. They came to Him and tried to keep Him from leaving.
43 UDB କିନ୍ତୁ ସେ ସେମାନଙ୍କୁ କହିଲେ, "ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି I" BSB BSB: But Jesus told them, “I must preach the good news of the kingdom of God to the other towns as well, because that is why I was sent.”
44 UDB ପୁଣି ସେ ଯିହୁଦା ଦେଶର ବିଭିନ୍ନ ସହରର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ I BSB BSB: And He continued to preach in the synagogues of Judea.