1 UDB ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ତାହାଙ୍କ ଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୁଳରେ ଠିଆ ହୋଇଥିଲେ I BSB BSB: On one occasion, while Jesus was standing by the Lake of Gennesaret with the crowd pressing in on Him to hear the word of God,
2 UDB ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ I ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ I BSB BSB: He saw two boats at the edge of the lake. The fishermen had left them and were washing their nets.
3 UDB ସେହି ଦୁଇଟି ନୌକା ମଧ୍ୟରୁ ଯୀଶୁ ଗୋଟିଏ ନୌକାରେ ଚଢିଲେ (ଏହି ନୌକା ଶିମୋନଙ୍କର ଥିଲା) I ସେଥିରେ ଯୀଶୁ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ଶିମୋନଙ୍କୁ ଅନୁରୋଧ କଲେ I ଆଉ ଯୀଶୁ ସେହି ନୌକାରେ ବସିଲେ ଓ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ I BSB BSB: Jesus got into the boat belonging to Simon and asked him to put out a little from shore. And sitting down, He taught the people from the boat.
4 UDB ସେ ସେମାନଙ୍କୁ ଶିକ୍ଷା ଦେବା ଶେଷ କଲା ଉତ୍ତାରେ, ସେ ଶିମୋନଙ୍କୁ କହିଲେ, "ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ I" BSB BSB: When Jesus had finished speaking, He said to Simon, “Put out into deep water and let down your nets for a catch.”
5 UDB ଏଥିରେ ଶିମୋନ ଉତ୍ତର ଦେଲେ, "ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ମାଛ ଧରି ନାହୁଁ I କିନ୍ତୁ ଆପଣଙ୍କ କଥାରେ ମୁଁ ପୁଣି ଥରେ ଜାଲ ପକାଇବି I" BSB BSB: “Master,” Simon replied, “we have worked hard all night without catching anything. But because You say so, I will let down the nets.”
6 UDB ଆଉ, ଶିମୋନ ଓ ତାହାର ଲୋକମାନେ ଜାଲ ପକାଇ ବହୁତ ମାଛ ଧରିଲେ, ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା I BSB BSB: When they had done so, they caught such a large number of fish that their nets began to tear.
7 UDB ସେଥିରେ ସେମାନଙ୍କର ଯେଉଁ ଅଂଶିଦାରମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ I ଏଥିରେ ସେମାନେ ଆସି ଦୁଇଟି ଡ଼ଙ୍ଗାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା I BSB BSB: So they signaled to their partners in the other boat to come and help them, and they came and filled both boats so full that they began to sink.
9 UDB ସେ ଏହା କହିଲେ କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ବିସ୍ମୟାନ୍ୱିତ ହେଲେ ଓ ତାହାଙ୍କ ସଙ୍ଗୀ ସମସ୍ତେ ମଧ୍ୟ ବିସ୍ମୟାନ୍ୱିତ ହେଲେ I ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହିପ୍ରକାର ବିସ୍ମୟାନ୍ୱିତ ହେଲେ I BSB BSB: For he and his companions were astonished at the catch of fish they had taken,
10 UDB ପୁଣି, ଯୀଶୁ ଶିମୋନଙ୍କୁ କହିଲେ, ଭୟ କର ନାହିଁ! ଆଜିପର୍ଯ୍ୟନ୍ତ ତୁମ୍ଭେ ମାଛ ଧରୁଥିଲ, କିନ୍ତୁ ଆଜିଠାରୁ ମୋହର ଶିଷ୍ୟ ହେବା ନିମନ୍ତେ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ I BSB BSB: and so were his partners James and John, the sons of Zebedee. “Do not be afraid,” Jesus said to Simon. “From now on you will catch men.”
11 UDB ସେଥିରେ ସେମାନେ ନୌକାଗୁଡ଼ିକ କୁଳକୁ ଆଣି ସମସ୍ତ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ I BSB BSB: And when they had brought their boats ashore, they left everything and followed Him.
12 UDB ଯୀଶୁ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡି ପଡି ତାହାଙ୍କୁ ନିବେଦନ କରି କହିଲା, "ହେ ପ୍ରଭୁ, ଦୟାକରି ମୋତେ ସୁସ୍ଥ କରନ୍ତୁ, କାରଣ ଆପଣ ଯଦି ଇଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି!" BSB BSB: While Jesus was in one of the towns, a man came along who was covered with leprosy. When he saw Jesus, he fell facedown and begged Him, “Lord, if You are willing, You can make me clean.”
13 UDB ସେଥିରେ ଯୀଶୁ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, "ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଇଛା କରୁଅଛି, ବର୍ତ୍ତମାନ ମୁ ତୁମ୍ଭକୁ ଶୁଚି କରୁଅଛି I" ସେହିକ୍ଷଣି ସେହି ଲୋକଟି ସୁସ୍ଥ ହେଲା, କୁଷ୍ଠ ରୋଗ ତାହାଠାରୁ ଦୂର ହେଲା! BSB BSB: Jesus reached out His hand and touched the man. “I am willing,” He said. “Be clean!” And immediately the leprosy left him.
14 UDB ଆଉ, ଯୀଶୁ ତାହାକୁ ଆଜ୍ଞା ଦେଇ କହିଲେ, "ତୁମ୍ଭେ ତତ୍କ୍ଷଣାତ୍ ହୋଇଥିବା ସୁସ୍ଥତା ବିଷୟରେ କାହାକୁ କୁହ ନାହିଁ I କିନ୍ତୁ ଯାଇ ପ୍ରଥମେ ଯିରୁଶାଲମରେ ଯାଜକଙ୍କୁ ନିଜକୁ ଦେଖାଅ ଯେପରି ସେମାନେ ତୁମ୍ଭକୁ ପରୀକ୍ଷା କରି ଜାଣି ପାରିବେ ଯେ ତୁମ୍ଭକୁ ଆଉ କୁଷ୍ଠ ରୋଗ ନାହିଁ I ପୁଣି ମୋଶାଙ୍କ ଆଦେଶ ଅନୁସାରେ ଆପଣାର କୁଷ୍ଠ ରୋଗରୁ ଶୌଚକ୍ରିୟାସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର I" BSB BSB: “Do not tell anyone,” Jesus instructed him. “But go, show yourself to the priest and present the offering Moses prescribed for your cleansing, as a testimony to them.”
15 UDB କିନ୍ତୁ କିପରି ଯୀଶୁ ତାହାକୁ ସୁସ୍ଥ କଲେ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁ ସଂଖ୍ୟକ ଲୋକ ଯୀଶୁଙ୍କଠାରୁ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ I BSB BSB: But the news about Jesus spread all the more, and great crowds came to hear Him and to be healed of their sicknesses.
16 UDB ମାତ୍ର ସେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ I BSB BSB: Yet He frequently withdrew to the wilderness to pray.
17 UDB ଦିନେ ଯୀଶୁ ଶିକ୍ଷା ଦେଉଥିଲେ, ଆଉ ଫାରୂଶୀମାନଙ୍କ ମଧ୍ୟରୁ କେତେକ ନିକଟରେ ବସିଥିଲେ I ସେମାନଙ୍କ ମଧ୍ୟରୁ କେତେକ ଯିହୁଦୀ ବ୍ୟବସ୍ଥା ଅଧ୍ୟାପକ ଥିଲେ I ସେମାନେ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି ଯିରୂଶାଲମରୁ ଓ ଯିହୁଦା ପ୍ରଦେଶର ଅନ୍ୟ ନଗରରୁ ଆସିଥିଲେ I ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା I BSB BSB: One day Jesus was teaching, and the Pharisees and teachers of the law were sitting there. People had come from Jerusalem and from every village of Galilee and Judea, and the power of the Lord was present for Him to heal the sick.
18 UDB ଯୀଶୁ ସେଠାରେ ଥିବା ସମୟରେ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବହିଆଣି ତାହାକୁ ଭିତରକୁ ଘେନିଯିବା ନିମନ୍ତେ ଓ ଯୀଶୁଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ I BSB BSB: Just then some men came carrying a paralyzed man on a mat. They tried to bring him inside to set him before Jesus,
19 UDB କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ଘେନିଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତର କିଛି ଟାଇଲ୍ ଘୁଞ୍ଚାଇ ଛାତ ଖୋଲି ଦେଲେ I ସେମାନେ ସେହି ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟ ସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇ ଦେଲେ I BSB BSB: but they could not find a way through the crowd. So they went up on the roof and lowered him on his mat through the tiles into the middle of the crowd, right in front of Jesus.
20 UDB ଯେତେବେଳେ ଯୀଶୁ ଏହା ଜାଣି ପାରିଲେ ଯେ ସେ ସେହି ବ୍ୟକ୍ତିକୁ ସୁସ୍ଥ କରିପାରିବେ ବୋଲି ସେମାନଙ୍କର ବିଶ୍ୱାସ ଅଛି, ଏହା ଦେଖି ସେ ତାହାକୁ କହିଲେ, "ହେ ବନ୍ଧୁ, ମୁଁ ତୁମ୍ଭର ପାପସବୁ କ୍ଷମା କରୁଅଛି!" BSB BSB: When Jesus saw their faith, He said, “Friend, your sins are forgiven.”
21 UDB ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, "ଏହି ବ୍ୟକ୍ତି ଗର୍ବୀ ଓ ତାହା କହିବା ଦ୍ୱାରା ଈଶ୍ୱରନିନ୍ଦା କରୁଅଛି! ଆମ୍ଭେମାନେ ସମସ୍ତେ ଜାଣୁ ଯେ କେବଳ ଇଶ୍ୱରଙ୍କ ବିନା ଆଉ କେହି ପାପକ୍ଷମା କରିପାରେ ନାହିଁ!" BSB BSB: But the scribes and Pharisees began thinking to themselves, “Who is this man who speaks blasphemy? Who can forgive sins but God alone?”
22 UDB କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଲେ, ତେଣୁ ସେ ସେମାନଙ୍କୁ ଉତ୍ତର ଦେଲେ, "ମୁଁ ଯାହା କହିଲି ସେ ବିଷୟରେ ତୁମ୍ଭେମାନେ ଆପଣା ଆପଣା ମନରେ ତର୍କବିତର୍କ କରିବା ଉଚିତ୍ ନୁହେଁ! ବିବେଚନା କର: BSB BSB: Knowing what they were thinking, Jesus replied, “Why are you thinking these things in your hearts?
23 UDB ଏହା କହିବା ସହଜ," ତୁମ୍ଭର ପାପସବୁ କ୍ଷମା କରାଗଲା, କାରଣ ସେହି ବ୍ୟକ୍ତି ପ୍ରକୃତରେ କ୍ଷମା ପାଇଅଛି ବୋଲି କେହି ମଧ୍ୟ ଦେଖି ପାରନ୍ତି ନାହିଁ I କିନ୍ତୁ ଏହା କହିବା ସହଜ ନୁହେଁ ଯେ 'ଉଠ ଏବଂ ଚାଲ' କାରଣ ସେ ପ୍ରକୃତରେ ସୁସ୍ଥ ହୋଇଅଛି କି ନାହିଁ ଏହା ଲୋକମାନେ ଦେଖନ୍ତି I BSB BSB: Which is easier: to say, ‘Your sins are forgiven,’ or to say, ‘Get up and walk’?
24 UDB ତେଣୁ ମୁ ଏହି ମନୁଷ୍ୟକୁ ସୁସ୍ଥ କରିବି ଯେପରି ତୁମ୍ଭେମାନେ ଜାଣିପାର ଯେ, ଈଶ୍ୱର ମୋତେ ଅର୍ଥାତ୍ ମନୁଷ୍ୟପୁତ୍ରଙ୍କୁ ପୃଥିବୀରେ ପାପ କ୍ଷମା କରିବାକୁ ଅଧିକାର ଦେଇଅଛନ୍ତି I" ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, "ମୁଁ ତୁମ୍ଭକୁ କହୁଅଛି, "ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ!" BSB BSB: But so that you may know that the Son of Man has authority on the earth to forgive sins…” He said to the paralytic, “I tell you, get up, pick up your mat, and go home.”
25 UDB ସେଥିରେ ସେ ସେହିକ୍ଷଣି ସୁସ୍ଥ ହେଲା! ସେ ସେମାନଙ୍କ ସାକ୍ଷାତରେ ଉଠିଲା I ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଇଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ I BSB BSB: And immediately the man stood up before them, took what he had been lying on, and went home glorifying God.
26 UDB ତହିଁରେ ଲୋକ ସମସ୍ତେ ଆଚମ୍ବିତ ହୋଇ ଇଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଯୀଶୁ ଯାହା କଲେ ତାହା ଦେଖି ଅତିଶୟ ଭୟ କରି କହିଲେ, "ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ!" BSB BSB: Everyone was taken with amazement and glorified God. They were filled with awe and said, “We have seen remarkable things today.”
27 UDB ଏଥିଉତ୍ତାରେ ଯୀଶୁ ବାହାରିଯାଇ ଲେବୀ ନାମକ ଜଣେ ମନୁଷ୍ୟକୁ ଦେଖିଲେ ଯିଏ ରୋମୀ ସରକାରଙ୍କ ନିମନ୍ତେ କର ଆଦାୟ କରନ୍ତି I ସେ ସେହି କର ଆଦାୟ ସ୍ଥାନରେ ବସିଥିଲେ ଯେଉଁଠାରେ ସରକାରଙ୍କ ନିୟମ ଅନୁଯାୟୀ ଲୋକମାନେ କର ଦିଅନ୍ତି I ଯୀଶୁ ତାଙ୍କୁ କହିଲେ, "ମୋହର ସହିତ ଆସ ଓ ମୋହର ଶିଷ୍ୟ ହୁଅ!" BSB BSB: After this, Jesus went out and saw a tax collector named Levi sitting at the tax booth. “Follow Me,” He told him,
28 UDB ସେଥିରେ ଲେବୀ ଆପଣାର କାର୍ଯ୍ୟ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ I BSB BSB: and Levi got up, left everything, and followed Him.
29 UDB ପରେ, ଲେବୀ ନିଜ ଘରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜିର ଆୟୋଜନ କଲେ I ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ I BSB BSB: Then Levi hosted a great banquet for Jesus at his house. A large crowd of tax collectors was there, along with others who were eating with them.
30 UDB ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ଯେଉଁମାନେ ଯିହୁଦୀ ଶାସ୍ତ୍ର ଶିକ୍ଷା ଦିଅନ୍ତି, ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି ଯୀଶୁଙ୍କୁ କହିବାକୁ ଲାଗିଲେ, "ତୁମ୍ଭେମାନେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରିବା ଉଚିତ୍ ନୁହେଁ I" BSB BSB: But the Pharisees and their scribes complained to Jesus’ disciples, “Why do you eat and drink with tax collectors and sinners?”
31 UDB ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଅସୁସ୍ଥ ଲୋକମାନଙ୍କର ଚିକିତ୍ସକଙ୍କଠାରେ ଆବଶ୍ୟକତା ଅଛି, ମାତ୍ର ସୁସ୍ଥ ଲୋକମାନଙ୍କର ଆବଶ୍ୟକତା ନାହିଁ I BSB BSB: Jesus answered, “It is not the healthy who need a doctor, but the sick.
32 UDB ସେହିପରି ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ମୁଁ ସ୍ୱର୍ଗରୁ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ପାପରୁ ମନ ପରିବର୍ତ୍ତନ କରି ମୋ ନିକଟକୁ ଆହ୍ୱାନ କରିବାକୁ ଆସିଅଛି I BSB BSB: I have not come to call the righteous, but sinners, to repentance.”
33 UDB ସେହି ଯିହୁଦୀମାନେ ଯୀଶୁଙ୍କୁ କହିଲେ, "ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି I କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି! କାହିଁକି ସେମାନେ ସେମାନଙ୍କ ପରି ଉପବାସ କରନ୍ତି ନାହିଁ?" BSB BSB: Then they said to Him, “John’s disciples and those of the Pharisees frequently fast and pray, but Yours keep on eating and drinking.”
34 UDB ସେଥିରେ ଯୀଶୁ ସେମାନଙ୍କୁ କହିଲେ, ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇ ପାର? କେହି ମଧ୍ୟ ତାହା କରାଇ ପାରିବେ ନାହିଁ! BSB BSB: Jesus replied, “Can you make the guests of the bridegroom fast while He is with them?
35 UDB କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ I" BSB BSB: But the time will come when the bridegroom will be taken from them; then they will fast.”
36 UDB ପୁଣି, ଯୀଶୁ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, "କେହି ନୂଆ ଲୁଗାରୁ ତାଳି (କାନି) ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି (କାନି) ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ I BSB BSB: He also told them a parable: “No one tears a piece of cloth from a new garment and sews it on an old one. If he does, he will tear the new garment as well, and the patch from the new will not match the old.
37 UDB ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ (ଚମଡ଼ାରେ ତିଆରି ପାତ୍ରରେ) ରଖେ ନାହିଁ; ଯଦି କେହି ରଖେ ତା'ହେଲେ ନୂଆ ଦ୍ରାକ୍ଷାରସ କୁମ୍ଫାକୁ (ଚମଡ଼ାରେ ତିଆରି ପାତ୍ରକୁ) ଫଟାଇ ପଡ଼ିଯିବ, ଆଉ କୁମ୍ଫା (ଚମଡ଼ାରେ ତିଆରି ପାତ୍ର) ନଷ୍ଟ ହେବ I BSB BSB: And no one pours new wine into old wineskins. If he does, the new wine will burst the skins, the wine will spill, and the wineskins will be ruined.
38 UDB ସେହିପରି ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ୍ I BSB BSB: Instead, new wine is poured into new wineskins.
39 UDB ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, 'ପୁରୁଣା ତ ଭଲ!'" BSB BSB: And no one after drinking old wine wants new, for he says, ‘The old is better.’”