1 UDB ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। BSB BSB: We who are strong ought to bear with the shortcomings of the weak and not to please ourselves.
2 UDB ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍। BSB BSB: Each of us should please his neighbor for his good, to build him up.
3 UDB ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟାକରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ:" ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।" ଅପରପକ୍ଷେ ସେ ପରମେଶ୍ୱରକୁ ସନ୍ତୁଷ୍ଟ କରିବା ନିମନ୍ତେ ଚେଷ୍ଟା କରିଥିଲେ। BSB BSB: For even Christ did not please Himself, but as it is written: “The insults of those who insult You have fallen on Me.”
4 UDB ଶାସ୍ତ୍ରରେ ଯେଉଁ କଥାମାନ ଲେଖା ଅଛି, ସେଗୁଡିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢେ ଓ ଆମ୍ଭେ ଭରସା ଲାଭ କରୁ। BSB BSB: For everything that was written in the past was written for our instruction, so that through endurance and the encouragement of the Scriptures, we might have hope.
5 UDB ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ଶାନ୍ତିରେ ମିଳିମିଶି ରୁହ। BSB BSB: Now may the God who gives endurance and encouragement grant you harmony with one another in Christ Jesus,
6 UDB ତା’ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ। BSB BSB: so that with one mind and one voice you may glorify the God and Father of our Lord Jesus Christ.
7 UDB ତୁମ୍ଭେମାନେ ଯେଉଁମାନେ ରୋମ୍ ନଗରୀରେ ବାସ କରୁଅଛ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। ଏପରି କରିବା ଦ୍ୱାରା ତୁମେ ଯେ ଖ୍ରୀଷ୍ଟଙ୍କ ପରି ଆଚରଣ କରୁଅଛ ଏହା ଦେଖି ସେମାନେ ପରମେଶ୍ୱରଙ୍କର ପ୍ରଶଂସା କରିବେ। BSB BSB: Accept one another, then, just as Christ accepted you, in order to bring glory to God.
8 UDB ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୁଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୁଦୀମାନଙ୍କର ସେବକ ହେଲେ। BSB BSB: For I tell you that Christ has become a servant of the circumcised on behalf of God’s truth, to confirm the promises made to the patriarchs,
9 UDB ଅଣଯିହୁଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ; ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ରରେ ଦାଉଦ ଈଶ୍ୱରଙ୍କୁ କହିଲେ, “ଯେପରି ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମକୁ ପ୍ରଶଂସା କରିବି; ମୁଁ ପ୍ରଶଂସାର ଗୀତ ଗାଇବି।” BSB BSB: so that the Gentiles may glorify God for His mercy. As it is written: “Therefore I will praise You among the Gentiles; I will sing hymns to Your name.”
10 UDB ମୋଶା ଲେଖିଲେ “ଈଶ୍ୱରଙ୍କ ଲୋକମାନେ ଆନନ୍ଦ କର।” BSB BSB: Again, it says: “Rejoice, O Gentiles, with His people.”
11 UDB ଶାସ୍ତ୍ରରେ ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର, ହେ ଅଣଯିହୁଦୀମାନେ ସମସ୍ତେ; ପ୍ରତ୍ୟେକେ ତାହାଙ୍କର ପ୍ରଶଂସା କର।” BSB BSB: And again: “Praise the Lord, all you Gentiles, and extol Him, all you peoples.”
12 UDB ଯିଶାଇୟ ମଧ୍ୟ କୁହନ୍ତି, “ଦାଉଦଙ୍କର ବଂଶଧର ଅଣଯିହୁଦୀମାନଙ୍କ ଉପରେ ରାଜତ୍ୱ କରିବେ। ସେ ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସଫଳ କରିବାକୁ ସାହସର ସହିତ ଅପେକ୍ଷା କରିବେ।” BSB BSB: And once more, Isaiah says: “The Root of Jesse will appear, One who will arise to rule over the Gentiles; in Him the Gentiles will put their hope.”
13 UDB ମୁଁ ସମସ୍ତ ଭରସା ଦୃଢତାରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ। BSB BSB: Now may the God of hope fill you with all joy and peace as you believe in Him, so that you may overflow with hope by the power of the Holy Spirit.
14 UDB ମୋ’ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେମାନେ ଭଲ ଗୁଣରେ ପରିପୂର୍ଣ୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେ ମାନେ ପରସ୍ପରକୁ ଶିକ୍ଷା ଦେଇ ପାରିବ। BSB BSB: I myself am convinced, my brothers, that you yourselves are full of goodness, brimming with knowledge, and able to instruct one another.
15 UDB କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲା ଖୋଲି ଭାବେ କେତେକ ବିଷୟରେ ଲେଖିଥିଲି। ପରମେଶ୍ୱରଙ୍କଠାରୁ ବିଶେଷ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି କାରଣ ଈଶ୍ୱର ମୋତେ ପ୍ରେରିତ କରି ନିଯୁକ୍ତ କରିଅଛି ଆଉ ଏଥିନିମନ୍ତେ ମୁଁ ଯୋଗ୍ୟ ନୁହେଁ। BSB BSB: However, I have written you a bold reminder on some points, because of the grace God has given me
16 UDB ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୁଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ କଲେ। ସେ ମୋତେ ସୁସମାଚାର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତ କଲେ। ଏପରି କରିବା ଉବ୍ଦେଶ୍ୟ ହେଲା ଯେ, ଖ୍ରୀଷ୍ଟଙ୍କଠାରେ ଅଣଯିହୁଦୀମାନଙ୍କୁ ପରମେଶ୍ୱର ଗ୍ରହଣ କରିବେ। ଏହି ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ର କରାଯାଇଥିବା ଏକ ଦାନ ସଦୃଶ ହେବେ। BSB BSB: to be a minister of Christ Jesus to the Gentiles in the priestly service of the gospel of God, so that the Gentiles might become an offering acceptable to God, sanctified by the Holy Spirit.
17 UDB ମୁଁ ଗର୍ବ କରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ରହି ମୁଁ ପରମେଶ୍ୱରଙ୍କ ସେବା କରିଛି। BSB BSB: Therefore I exult in Christ Jesus in my service to God.
18 UDB ମୁଁ ନିଜେ କରିଥିବା କାର୍ଯ୍ୟ ବିଷୟରେ କିଛି କହିବି ନାହିଁ। ମୁଁ କେବଳ ସେହି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟ ଯୀଶୁ ମୋ’ଦ୍ୱାରା କରିଛନ୍ତି ଯଦ୍ଦ୍ୱାରା ଅଣଯିହୁଦୀମାନେ ପରମେଶ୍ୱରଙ୍କ ବାଧ୍ୟ ହେବେ। ସେମାନେ ମୋ’ କଥା ଓ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କର ବାଧ୍ୟ ହୋଇଛନ୍ତି। BSB BSB: I will not presume to speak of anything except what Christ has accomplished through me in leading the Gentiles to obedience by word and deed,
19 UDB ସେମାନେ ଆଶ୍ଚର୍ଯ୍ୟ କର୍ମ ଓ ଅଭୂତ ଘଟଣା ମାଧ୍ୟମରେ ପବିତ୍ର ଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୂଶାଲମଠାରୁ ଇଲ୍ଲୁରିକ ଚାରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି। BSB BSB: by the power of signs and wonders, and by the power of the Spirit of God. So from Jerusalem all the way around to Illyricum, I have fully proclaimed the gospel of Christ.
20 UDB ମୁଁ ସେହି ସ୍ଥାନମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବାକୁ ଇଚ୍ଛା କରେ, ଯେଉଁଠାରେ ଖ୍ରୀଷ୍ଟଙ୍କର ନାମ ମଧ୍ୟ ଲୋକମାନେ ଶୁଣି ନାହାନ୍ତି। ଏପରି କରିବା ଉଲେଖ୍ୟ ଯେ, ଅନ୍ୟ ଲୋକ ଦ୍ୱାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ଯ୍ୟକୁ ଯେପରି ମୁଁ ଆଉ ଥରେ ନ କରେ। BSB BSB: In this way I have aspired to preach the gospel where Christ was not known, so that I would not be building on someone else’s foundation.
21 UDB କିନ୍ତୁ ଶାସ୍ତ୍ରରେ ଏହିପରି ଲେଖା ହୋଇଛି: “ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ କିଛି ସୁସମ୍ବାଦ କେବେ ଶୁଣି ନାହାନ୍ତି, ସେମାନେ ତା’ଙ୍କୁ ଦେଖିବେ। ଯେଉଁମାନେ ତା’ଙ୍କ ବିଷୟରେ ଶୁଣି ନାହାନ୍ତି, ତା’ଙ୍କ ବିଷୟରେ ବୁଝିବେ।” BSB BSB: Rather, as it is written: “Those who were not told about Him will see, and those who have not heard will understand.”
22 UDB ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି। BSB BSB: That is why I have often been hindered from coming to you.
23 UDB ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରିସାରିଛି। ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି। BSB BSB: But now that there are no further opportunities for me in these regions, and since I have longed for many years to visit you,
24 UDB ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶା କରେ ଯେ ସ୍ପେନକୁ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରିପାରିବ। BSB BSB: I hope to see you on my way to Spain. And after I have enjoyed your company for a while, you can equip me for my journey.
25 UDB ମାତ୍ର ଏବେ ମୁଁ ତୁମ୍ଭମାନଙ୍କୁ ପରିଦର୍ଶନ କରିବି ନାହିଁ କାରଣ ପରମେଶ୍ୱରଙ୍କର ଲୋକମାନଙ୍କ ନିମନ୍ତେ ଅର୍ଥ ନେଇ ଏବେ ମୁଁ ଯିରୁଶାଲମ ଯିବାକୁ ଉଦ୍ୟତ। BSB BSB: Now, however, I am on my way to Jerusalem to serve the saints there.
26 UDB ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। BSB BSB: For Macedonia and Achaia were pleased to make a contribution for the poor among the saints in Jerusalem.
27 UDB ସେମାନେ ଖୁସିରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୁଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୁଦୀମାନେ ପାଇଛନ୍ତି। ଅତଏବ ଯିହୁଦୀମାନଙ୍କର ଉନ୍ନତି ପାଇଁ ଅଣଯିହୁଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। BSB BSB: They were pleased to do it, and indeed they owe it to them. For if the Gentiles have shared in their spiritual blessings, they are obligated to minister to them with material blessings.
28 UDB ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। BSB BSB: So after I have completed this service and have safely delivered this bounty to them, I will set off to Spain by way of you.
29 UDB ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି। BSB BSB: I know that when I come to you, I will come in the fullness of the blessing of Christ.
30 UDB ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। BSB BSB: Now I urge you, brothers, by our Lord Jesus Christ and by the love of the Spirit, to join me in my struggle by praying to God for me.
31 UDB ପ୍ରାର୍ଥନା କର ଯେପରି ଅବିଶ୍ୱାସୀ ଯିହୁଦୀମାନଙ୍କ କବଳରୁ ରକ୍ଷା ପାଇପାରିବି ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବ। BSB BSB: Pray that I may be delivered from the unbelievers in Judea, and that my service in Jerusalem may be acceptable to the saints there,
32 UDB ତା'ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା’ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। BSB BSB: so that by God’s will I may come to you with joy and together with you be refreshed.
33 UDB ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍। BSB BSB: The God of peace be with all of you. Amen.
Select verses for actions: Enter goes to them and Escape comes back.