1 UDB ଅବ୍ରହାମ ଯିହୁଦୀମାନଙ୍କ ସମ୍ମାନୀୟ ଆଦି ପିତା ଥିଲେ I ତେବେ ତା’ଙ୍କ ଜୀବନରେ ଯାହା ଘଟିଛି ତାହା କିପରି ଶିଖି ପାରିବା ସେ ବିଷୟରେ ଚିନ୍ତା କରିବା I BSB BSB: What then shall we say that Abraham, our forefather according to the flesh, has discovered?
2 UDB ଅବ୍ରହାମ ଯଦି ନିଜର ଧର୍ମକର୍ମ ଯୋଗୁଁ ଧାର୍ମିକ ବୋଲି ଗଣିତ ହୋଇଥାଆନ୍ତେ, ତେବେ ସେଥିରେ ସେ ଗର୍ବ କରିଥାଆନ୍ତେ। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ। BSB BSB: If Abraham was indeed justified by works, he had something to boast about, but not before God.
4 UDB କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ। ସେହି ପରି ଯଦି ଆମେ କିଛି ଭଲ କାମ କରି ପ୍ରଭୁଙ୍କ ଦୟା ପାଉଛୁ ତେବେ ତାହା ଦାନ ନୁହେଁ I BSB BSB: Now the wages of the worker are not credited as a gift, but as an obligation.
5 UDB କିନ୍ତୁ ପ୍ରକୃତରେ ଯେଉଁମାନେ ପୂର୍ବରୁ ପରମେଶ୍ୱରଙ୍କୁ ନିନ୍ଦା କରୁଥିଲେ ସେ ସେମାନଙ୍କୁ ଧାର୍ମିକ ଭାବେ ଗଣନା କଲେ। ଯେଉଁମାନେ ଯେତେ ଦୁଷ୍ଟ ହେଲେ ମଧ୍ୟ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ସେମାନେ ଧାର୍ମିକ ଗଣିତ ହେଲେ I BSB BSB: However, to the one who does not work, but believes in Him who justifies the ungodly, his faith is credited as righteousness.
6 UDB ଦାଉଦ ସେହି କଥା ଗୀତସଂହିତାରେ କହୁଛନ୍ତି, "ମଣିଷ ଯାହା କରିଛି ତାହାର କାର୍ଯ୍ୟକୁ ହିସାବ ନ କରି ପରମେଶ୍ୱର ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି I BSB BSB: And David speaks likewise of the blessedness of the man to whom God credits righteousness apart from works:
7 UDB "ସେ ପ୍ରକୃତରେ ଧନ୍ୟ, ଯାହାର ଅପରାଧ କ୍ଷମା ହୋଇଅଛି, ଓ ଯାହାର ପାପଗୁଡ଼ିକୁ ଢ଼ାଙ୍କି ଦିଆଯାଇଅଛି! BSB BSB: “Blessed are they whose lawless acts are forgiven, whose sins are covered.
8 UDB ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ, ପ୍ରଭୁ ଯାହାର ପାପର ହିସାବ ରଖିନାହାନ୍ତି I BSB BSB: Blessed is the man whose sin the Lord will never count against him.”
9 UDB ତେବେ ଏହି ଖୁସି କ’ଣ କେବଳ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କ ପାଇଁ ଅଟେ? ନା, ଏହା ଅଣଯିହୁଦୀମାନଙ୍କ ପାଇଁ ମଧ୍ୟ ଅଟେ? ଆମେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମକୁ ଧାର୍ମିକ ଗଣିତ କଲା I BSB BSB: Is this blessing only on the circumcised, or also on the uncircumcised? We have been saying that Abraham’s faith was credited to him as righteousness.
10 UDB ସ୍ମରଣ କରନ୍ତୁ ଏହା କେବେ ଘଟିଲା? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବା ପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? BSB BSB: In what context was it credited? Was it after his circumcision, or before? It was not after, but before.
11 UDB ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି। BSB BSB: And he received the sign of circumcision as a seal of the righteousness that he had by faith while he was still uncircumcised. So then, he is the father of all who believe but are not circumcised, in order that righteousness might be credited to them.
12 UDB ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା'ହେଲେ ଅବ୍ରହାମ ସେମାନଙ୍କର ପିତା। BSB BSB: And he is also the father of the circumcised who not only are circumcised, but who also walk in the footsteps of the faith that our father Abraham had before he was circumcised.
13 UDB ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। BSB BSB: For the promise to Abraham and his offspring that he would be heir of the world was not given through the law, but through the righteousness that comes by faith.
14 UDB ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା' ହେଲେ ବିଶ୍ୱାସର ଅର୍ଥ କିଛି ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। BSB BSB: For if those who live by the law are heirs, faith is useless and the promise is worthless,
15 UDB କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥାନ୍ତା, ତା' ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ। BSB BSB: because the law brings wrath. And where there is no law, there is no transgression.
16 UDB ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି। BSB BSB: Therefore, the promise comes by faith, so that it may rest on grace and may be guaranteed to all Abraham’s offspring—not only to those who are of the law, but also to those who are of the faith of Abraham. He is the father of us all.
17 UDB ଶାସ୍ତ୍ରରେ ଲେଖା ଅଛି, "ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।" ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟପି ଘଟି ନାହିଁ; ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି। BSB BSB: As it is written: “I have made you a father of many nations.” He is our father in the presence of God, in whom he believed, the God who gives life to the dead and calls into being what does not yet exist.
18 UDB ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ଦୃଢତାର ସହିତ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: "ତୁମ୍ଭର ଅଗଣିତ ବଂଶଧର ହେବେ। BSB BSB: Against all hope, Abraham in hope believed and so became the father of many nations, just as he had been told, “So shall your offspring be.”
19 UDB ଅବ୍ରହାମଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଚ଼ାଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। BSB BSB: Without weakening in his faith, he acknowledged the decrepitness of his body (since he was about a hundred years old) and the lifelessness of Sarah’s womb.
20 UDB କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। BSB BSB: Yet he did not waver through disbelief in the promise of God, but was strengthened in his faith and gave glory to God,
21 UDB ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଅଟନ୍ତି। BSB BSB: being fully persuaded that God was able to do what He had promised.
22 UDB ସେଥିପାଇଁ ପରମେଶ୍ୱର, "ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।" BSB BSB: This is why “it was credited to him as righteousness.”
23 UDB ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। BSB BSB: Now the words “it was credited to him” were written not only for Abraham,
24 UDB ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। BSB BSB: but also for us, to whom righteousness will be credited—for us who believe in Him who raised Jesus our Lord from the dead.
25 UDB ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାଗଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ। BSB BSB: He was delivered over to death for our trespasses and was raised to life for our justification.
Select verses for actions: Enter goes to them and Escape comes back.